ପତିତା ରମଣୀ
ଭକ୍ତକବି · ୧୮୫୩–୧୯୧୨ · ରାଧାନାଥ ଯୁଗ
- ସଂକଳନ: ବସନ୍ତ ଗାଥା
- ପଢ଼ିବା ସମୟ
- ୧ ମିନିଟ୍
- ଶବ୍ଦ
- ୧୬୬
- ସ୍ଥିତି
- ସାର୍ବଜନୀନ (Public domain)
(୧)ନାରୀକୁଳ-କଳଙ୍କିନୀ ପତିତା ରମଣୀ,ଦୁଃଖିନୀ ତୋପରି ଆହା କେ ଅଛି ସଂସାରରେ ?କୁକ୍ଷଣେ ହରାଇ ଆହା ପୁଣ୍ୟ-ପ୍ରେମ-ମଣି,ବସିଛୁ ପଣ୍ୟସ୍ତ୍ରୀରୂପେ ପାପର ବଜାରେ ।ପାପର କୁଟିଳ ଚତ୍ରେ ପଡ଼ି ତୁ ଅବଳାପାପର କଙ୍କରୀରୂପେ ଖଟୁଛୁ ନରକେ ।ନିଜ ହସ୍ତେ ଅନୁଦିନ କାଟି ନିଜ ଗଳା,ଭୋଗୁଛୁ ଯାତନା ଘୋର ପଲକେ ପଲକେ ।ତୋର ସେ କୁଟିଳ ହାସ୍ୟ, ସେ ମାୟା ବିଭ୍ରମତୋ ମର୍ମର କି ମୁର୍ମୁର ଦାହ ପ୍ରକାଶଇ !ତ୍ରିତାପ ଜ୍ୱାଳାର ସେହି ସନ୍ତାପ ବିଷମକାଳ ସର୍ପ ପ୍ରାୟେ ତୋର ଜୀବନ ଗ୍ରାସଇ ।ଦେବୀ ହୋଇ କେମନ୍ତେ ତୁ ହୋଇଲୁ ରାକ୍ଷସୀଘୋଟିଲା ତୋ ଶୁଭ୍ରପ୍ରାଣେ ଘୋର ପାପ ମସୀ ।ପତିତା ରମଣୀ(୨)କେ ଚାହିଁବ ଚାହୁଁ ତୋତେ ଗର୍ବ ଅବଜ୍ଞାରେ,କିନ୍ତୁ ଲୋ ଭଗିନି ମୁହିଁ ତୋ ଦୁଃଖେ କାତର ।ଆହତ ମୋ ପ୍ରାଣ ତୋର ମର୍ମ-ହାହାକାରେ,କାନ୍ଦଇ ବିକଳେ ମୋର ବ୍ୟଥିତ ଅନ୍ତର ।ବିଷାଦେ ସୁମରି ତୋତେ, ଚାହିଁଲି ବିକଳେପତିତ ପାବନୀ ବିଶ୍ୱ-ଜନନୀ ଚରଣେ ।ଆଶାର ଅମୃତ ଜ୍ୟୋତି ସେ ପଦ କମଳେଦେଖିଲି, ଅଭୟ ବାଣୀ ଶୁଣିଲି ଶ୍ରବଣେ ।କହିଲେ ମା ଜଗଦମ୍ବା ପତିତପାବନୀ,“ପତିତା ହେଲେହେଁ ନାରୀ ମୋହରି ତନୟା,ଉଦ୍ଧାରିବି ତାକୁ କ୍ଷଣେ ଦେଇ ମୁକ୍ତି ମଣି,ମୋ କନ୍ୟା । ମୋହରି ହେବ, ଲଭି ମୋର ଦୟାସତୀତ୍ୱ, ଦେବୀତ୍ୱ ତାର ଲଲାଟେ ଲିଖିତକେ ତାକୁ ସେଥିରୁ ବିଶ୍ୱେ କରିବ ବଞ୍ଚିତ ?”
ସମ୍ବନ୍ଧିତ ରଚନା
ସୂର୍ଯ୍ୟ ପ୍ରତି ଦୀପ
ଗଙ୍ଗାଧର ମେହେର
ତାରା-ସୂର୍ଯ୍ୟ
ଗଙ୍ଗାଧର ମେହେର