ସତ୍ୟ
ମଧୁସୂଦନ ରାଓ
ଭକ୍ତକବି · ୧୮୫୩–୧୯୧୨ · ରାଧାନାଥ ଯୁଗ
- ସଂକଳନ: ବସନ୍ତ ଗାଥା
- ପଢ଼ିବା ସମୟ
- ୧ ମିନିଟ୍
- ଶବ୍ଦ
- ୭୧
- ସ୍ଥିତି
- ସାର୍ବଜନୀନ (Public domain)
ସେ ସତ୍ୟ, ହେ ଧ୍ରୁବତାର କୋଟି ଜଗତର,ହେ ନିଖିଳ ମୂଳାଧାର, ଅସୀମ ସୁନ୍ଦର ।ସେତୁରୂପେ ଧରିଅଛ ସର୍ବଚରାଚର,ଅପାର ରହସ୍ୟମୟ, ଜୟ ବିଶ୍ୱମ୍ଭର ।ଏ ନିସର୍ଗ ରଙ୍ଗ-ଭୂମି, ତୁମ୍ଭେ ମହାନଟ,ସୃଷ୍ଟି- ସ୍ଥିତି-ଲୟଲୀଳା ତୁମ୍ଭେ ହିଁ ପ୍ରକଟ ।ମହ ମହୀୟାନ ତୁମ୍ଭେ, ନିଜ ମହିମାରେପ୍ରତିଷ୍ଠିତ, ବିରାଜିତ ନିଖିଳ ସଂସାରେ ।ପ୍ରଶାନ୍ତ ପ୍ରସନ୍ନ ନେତ୍ରେ ରହିଛି ଅନାଇ,ବରାଭୟ ଦେଉଅଛ ବ୍ରହ୍ମାଣ୍ଡର ସାଇଁ ।ଅସତ୍ୟର ଅନ୍ଧକାର ନାଶି ବଜ୍ରାଲୋକେ,ଜାଳୁଛ ସତ୍ୟର ଜ୍ୟୋତି ଦ୍ୟୁଲୋକେ ଭୂଲୋକେ ।ବଜ୍ରନାଦେ ଭାଙ୍ଗି ମୋର ମୋହ-କୁସ୍ୱପନ,ସତ୍ୟର ଗାମ୍ଭୀର୍ଯ୍ୟେ ପୂର୍ଣ୍ଣ କର ପ୍ରାଣମନ ।
ସମ୍ବନ୍ଧିତ ରଚନା
ସୂର୍ଯ୍ୟ ପ୍ରତି ଦୀପ
ଗଙ୍ଗାଧର ମେହେର
ତାରା-ସୂର୍ଯ୍ୟ
ଗଙ୍ଗାଧର ମେହେର