ଭବଭୂତି
ମଧୁସୂଦନ ରାଓ
ଭକ୍ତକବି · ୧୮୫୩–୧୯୧୨ · ରାଧାନାଥ ଯୁଗ
- ସଂକଳନ: ବସନ୍ତ ଗାଥା
- ପଢ଼ିବା ସମୟ
- ୧ ମିନିଟ୍
- ଶବ୍ଦ
- ୬୬
- ସ୍ଥିତି
- ସାର୍ବଜନୀନ (Public domain)
“କାଳ ସିନ୍ଧୁ ନିରବଧି, ଜଗତ ବିପୁଳଜନମିବେ କିମ୍ବା’ଛନ୍ତି ସମଧର୍ମା ମମ ।”ମୂଢ଼ଜନ-ଅବଜ୍ଞାରେ ନ ହୋଇ ଆକୁଳ,କହିଥିଲ ଦିନେ ବାଣୀ, କବି କୁଳୋତ୍ତମଭବଭୂତି, ଭାବମୟୀ-ଭାରତୀ-ତନୟନିରେଖି ଅନ୍ତରତମ ହୃଦୟ-ଭବନ ।ଅକ୍ଷରେ ଅକ୍ଷରେ ତବ ବାକ୍ୟ ସୁଧାମୟପବିତ୍ର ବିଶ୍ୱାସପୂର୍ଣ୍ଣ ଅଭୟ ବଚନ ।ହେ ଶ୍ରୀକଣ୍ଠ, ସେହି ବାକ୍ୟ ତବ ଶ୍ରୀ କଣ୍ଠର,ସାରସ୍ୱତ ସାରେ ପୂର୍ଣ୍ଣ ତୋଜୋବୀର୍ଯ୍ୟମୟ,ଯୁଗେ ଯୁଗେ ଝଙ୍କାରିଣ ହୃଦୟ କନ୍ଦର,ଜଗତେ ପ୍ରଚାରୁ ଥିବ ଅମୃତ ଅଭୟ ।ଉଦାର ଗମ୍ଭୀର ପ୍ରେମ-କରୁଣାର କବି,ଧନ୍ୟ ତବ ନିରୁପମ ନରନାରୀ-ଛବି ।
ସମ୍ବନ୍ଧିତ ରଚନା
ସୂର୍ଯ୍ୟ ପ୍ରତି ଦୀପ
ଗଙ୍ଗାଧର ମେହେର
ତାରା-ସୂର୍ଯ୍ୟ
ଗଙ୍ଗାଧର ମେହେର