ନରନାରୀ
ଭକ୍ତକବି · ୧୮୫୩–୧୯୧୨ · ରାଧାନାଥ ଯୁଗ
- ସଂକଳନ: ବସନ୍ତ ଗାଥା
- ପଢ଼ିବା ସମୟ
- ୧ ମିନିଟ୍
- ଶବ୍ଦ
- ୧୩୩
- ସ୍ଥିତି
- ସାର୍ବଜନୀନ (Public domain)
(୧)କଠୋର ପରୁଷ ରୁଦ୍ର ପୁରୁଷ ପରାଣ,କୋମଳ ଲଳିତସ୍ନିଗ୍ଧ ଲଳନା-ହୃଦୟ,ଦାମ୍ଭିକ ତେଜସ୍ୱୀ ନର କୁଳିଶରୁ ଟାଣ,ନାରୀ ସୁକୁମାରୀ, ଜିଣି ନବ କିଶଳୟ ।ପରସ୍ପର ବିପରୀତେ ଛନ୍ଦି ପରସ୍ପରେ,ପ୍ରେମ-ହେମ-ହାରେ ବାନ୍ଧି ଅର୍ଦ୍ଧାଙ୍ଗ-ଯୁଗଳେ,ପୂର୍ଣାଙ୍ଗ ମାନବ-ସୃଷ୍ଟି ବିହି ଜଗତରେ,ପୂର୍ଣ୍ଣତା-ସାଧକ ମହା-ମିଳନ-ମଙ୍ଗଳେ,କି ଅଭୁତ ରହସ୍ୟର ମହୀୟସୀ ଲୀଳାଦେଖାଉଛ ପରାତ୍ପର ପ୍ରଭୁ ପ୍ରଜାପତି !ମହୀ-ମହନୀୟ ମୂର୍ତ୍ତି ମନୁଜ-ମହିଳା,ହର-ଗୌରୀ, ଭାବ ସଙ୍ଗେ ମିଳିତା ଭାରତୀ ।ଧନ୍ୟ ଧନ୍ୟ ପ୍ରଜା-ପତି ଧନ୍ୟ ଆଦି-କବିଧନ୍ୟ ତବ ନର ନାରୀ ମିଳନର ଛବି ।ନର ନାରୀ(୨)ନରର ସଙ୍ଗିନୀ ନାରୀ, ନାରୀ-ସଖା ନର,ବେନି-ହୃଦ-ବିନିମୟେ ଦୁହେଁ ମିଳି ଏକ ।ଏକର ଅଭାବ ପୂର୍ଣ୍ଣ କରଇ ଅପର,ଶୁଭ ଲଗ୍ନେ ଉଭୟର ଶୁଭ ଅଭିଷେକ ।ପରସ୍ପର-ପାଶେ ରହି ବିଶ୍ୱ ପରିବାରେ,ଜ୍ଞାନ-ପ୍ରେମ-କର୍ମ ଯୋଗେ ଲଭିଣ ଏକତା,ନର ନାରୀ ସତ୍ୟ-ଶିବ-ସୁନ୍ଦର-ସେବାରେଦେଖାଇବେ ଜୀବନର ପୂର୍ଣ୍ଣ ସାର୍ଥକତା ।ପୁରୁଷ ଆକାଶ, ନାରୀ ଧରିତ୍ରୀ ସୁନ୍ଦରୀନର ସ୍ୱଛ ସରୋବର, ଅଙ୍ଗନା ନଳିନୀପୁରୁଷ ନିକଷ, ନାରୀ ହେମ-ରେଖା ସରିନର ନୀର-ଧର, ନାରୀ ଚାରୁ ସୌଦାମିନୀ ।ପରସ୍ପର ପରିଣୀତ ପ୍ରାଣ-ସଂପ୍ରଦାନେ,ବିଶ୍ୱ-ପୁରୋହିତ ପୂର୍ଣ୍ଣ ବିଧିର ବିଧାନେ ।
ସମ୍ବନ୍ଧିତ ରଚନା
ସୂର୍ଯ୍ୟ ପ୍ରତି ଦୀପ
ଗଙ୍ଗାଧର ମେହେର
ତାରା-ସୂର୍ଯ୍ୟ
ଗଙ୍ଗାଧର ମେହେର