ପରମ ପ୍ରମାଣ
ଭକ୍ତକବି · ୧୮୫୩–୧୯୧୨ · ରାଧାନାଥ ଯୁଗ
- ସଂକଳନ: ବସନ୍ତ ଗାଥା
- ପଢ଼ିବା ସମୟ
- ୧ ମିନିଟ୍
- ଶବ୍ଦ
- ୧୫୦
- ସ୍ଥିତି
- ସାର୍ବଜନୀନ (Public domain)
(୧)ହେ ଧୀମନ୍ତ ବୁଧକୁଳ ! ଲୋଡ଼ୁଅଛ ଧ୍ୟାନେ,କେମନ୍ତେ ଯୁକତି-ସେତୁ ନିର୍ମି ସୁକୌଶଳେ,ନାଶି ଦୃଶ୍ୟ-ଅଦୃଶ୍ୟର ମହା ବ୍ୟବଧାନେଚକିତ କରିବ ସର୍ବ ଧରଣୀ ମଣ୍ଡଳେ ।ହେ ପଣ୍ଡିତ ! କ୍ଷୁଦ୍ର ତବ ବୁଦ୍ଧି ମାନ-ଦଣ୍ଡେବିଚାରୁଛ, ମାପିବ ହେ ଅନନ୍ତ ଅପାରେ;ତୀକ୍ଷ୍ଣ ତର୍କ-କ୍ଷୁର-ଧାରେ ଖଣ୍ଡିଣ ଅଖଣ୍ଡେମାତିବ ହେ ଜୟୋଲ୍ଲାସେ ବୌଦ୍ଧ ଅହଙ୍କାରେ ।ସେ ମଦାନ୍ଧ, ସେ ଅସିଦ୍ଧ ଅହଙ୍କାର ବଳେସାଧିବ ହେ ସ୍ୱତଃ ସିଦ୍ଧେ-ଅସାଧ୍ୟ ସାଧନା,ଦାରୁରେ ଦହିବ ଦାରୁ-ଦହନ ଅନଳେ,ନୁହେଁ କିଏ ବାତୁଳର ନିର୍ବୋଧ ଭାବନା ?ପରମ ପ୍ରମାଣ ଯେହୁ ସର୍ବ ପ୍ରମାଣର,ନିଜର ପ୍ରମାଣ ନିଜେ, ନାହିଁ ତଦିତର ।ପରମ ପ୍ରମାଣ(୨)କ୍ଷୁଦ୍ର ପରିମିତ ଯାହା, ଦୂରେ ସ୍ଥିତ ଯାହାବାହାରେ ଅଛଇ ଯାହା, ଦେଶ-କାଳାଶ୍ରିତ,ତାହାରି ପ୍ରମାଣ ସିନା ଲୋଡ଼ିବା ବିହିତ,ବୁଦ୍ଧିର ଆଲେକେ ଅନୁସରି ଯୁକ୍ତି-ରାହା ।କ୍ଷୁଦ୍ର ବିଷୟର ଭୋଗେ ଅତୃପ୍ତ ଏକାନ୍ତବିଧୁର ପରାଣ କାନ୍ଦେ ବିଚ୍ଛେଦ ଯାହାର,ସତ୍ୟରୁପ ସେ ଅନନ୍ତ, ନାଶି ମୋହ ଧ୍ୱାନ୍ତଅନ୍ତରେ ଅନ୍ତରତମ ଛନ୍ତି ମୂଳାଧାର ।ଶାସ୍ତ୍ର-ଯୁକ୍ତି-ପ୍ରମାଣର ଅତୀତ, ଅଗାଧ,ସେ ଅନ୍ତରତମ; ବୁଡ଼ି ଯାଅ ସେ ଅତଳେ ।ଦୂରେ ଫିଙ୍ଗି ଅଭିମାନ ପ୍ରମାଣ-ପ୍ରମାଦ,ପଡ଼ ଆସି ସେ ଅନନ୍ତ-ପାଦ-ପଦ୍ମ-ତଳେ ।ହେ ଚତୁର ସୁଧୀ ! ଛାଡ଼ି ବିଚାର ଚାତୁରୀଭୁଞ୍ଜ ମହାନନ୍ଦେ ମହା ବିଶ୍ୱାସ-ମାଧୁରୀ ।
ସମ୍ବନ୍ଧିତ ରଚନା
ସୂର୍ଯ୍ୟ ପ୍ରତି ଦୀପ
ଗଙ୍ଗାଧର ମେହେର
ତାରା-ସୂର୍ଯ୍ୟ
ଗଙ୍ଗାଧର ମେହେର