ପରିଶ୍ରମ
ଚିନ୍ତାମଣି ମହାନ୍ତି
୧୮୬୭–୧୯୪୩
- ସଂକଳନ: କଳ୍ପନାକୁଞ୍ଜ
- ପଢ଼ିବା ସମୟ
- ୧ ମିନିଟ୍
- ଶବ୍ଦ
- ୭୭
- ସ୍ଥିତି
- ସାର୍ବଜନୀନ (Public domain)
ପରିଶ୍ରମ ମାନବର ଅଭୀପ୍ସିତ ଖଣି,ସୁଲଭ ତହିଁରେ ସଦା ସୁଖ-ମହାମଣି,ମନ-ମତ୍ତ-ମତଙ୍ଗଜ ପାଦରେ କେବଳ,ପରିଶ୍ରମ ବିଧିଦତ୍ତ ସୁଦୃଢ଼ ଶୃଙ୍ଖଳ ।ରକ୍ଷାକରେ ନରେ ସେହୁ ପାପ ପ୍ରଲୋଭନୁ,କୁଚିନ୍ତା-ପିଶାଚୀ ବଳେ ତଡ଼ିଦେଇ ମନୁ ।ଗଢ଼ିଦିଏ ପରିଶ୍ରମ ନୈତିକ ଜୀବନ,କଳଙ୍କିତ ଲୌହେ କରେ ବିଶୁଦ୍ଧ କାଞ୍ଚନ ।ପରିଶ୍ରମେ ଅଛି ବୋଲି ସୁଖ-ଅନାବିଳଦିବା ନିଶି ଅବିଶ୍ରାନ୍ତ ବହୁଛି ଅନିଳ ।ବିଶ୍ୱଦୀପ ଦିବାକାର ଚନ୍ଦ୍ର ତାରାଗଣ,କରୁଛନ୍ତି ମହାଶୂନ୍ୟେ ନିୟତ ଭ୍ରମଣ ।ସାରଥି ରୂପରେ ଶ୍ରମ ଶାନ୍ତି-ରହୁବରେ,ସାଫଲ୍ୟେ ଭେଟାଏ ଆଣି ସାଧକ ପାଶରେ ।ଯାହାଠାରେ ହୁଏ ଶ୍ରମ ଚିହ୍ନତ ଆବୃତ,କରେ ସ୍ୱତଃ ତାହାକୁ ସେ ଯଥା ପୁରସ୍କୃତ ।
ସମ୍ବନ୍ଧିତ ରଚନା
ଗୋପାଳକୃଷ୍ଣଙ୍କ ଚଉତିଶା
ଗୋପାଳକୃଷ୍ଣ ପଟ୍ଟନାୟକ
ନାନାବାୟା ଗିତ
ନନ୍ଦକିଶୋର ବଳ