ଲେଖନୀ
ଚିନ୍ତାମଣି ମହାନ୍ତି
୧୮୬୭–୧୯୪୩
- ସଂକଳନ: କଳ୍ପନାକୁଞ୍ଜ
- ପଢ଼ିବା ସମୟ
- ୧ ମିନିଟ୍
- ଶବ୍ଦ
- ୮୭
- ସ୍ଥିତି
- ସାର୍ବଜନୀନ (Public domain)
ନମସ୍କାର ବର୍ଣ୍ଣମାତା ହଜାରେ ହଜାରେ,ଆଜୀବନ ମୁହିଁ ଦେବି ଋଣୀ ତୁମ୍ଭଠାରେ ।କେତେ ରୂପ ଧରି ତୁମ୍ଭେ ହୁଅ ପ୍ରକାଶିତ,କାହିଁ ସ୍ୱର୍ଣ୍ଣଦଣ୍ଡେ କାହିଁ କାଷ୍ଠଦଣ୍ଡେ ସ୍ଥିତ ।କାହିଁ ଲୌହେ କାହିଁ ଅବା ପକ୍ଷେ ଅବସ୍ଥାନଗତିକାଳେ ବାରମ୍ବାର କର ମସୀପାନ ।ଆକାର ହେଲେହେଁ ସାନ କରଣୀ ମହାନ,କରିପାର ଗୁରୁତର- କାର୍ଯ୍ୟ ସମାଧାନ ।କାହାକୁ ଆନନ୍ଦ ଅର୍ପ କାହାକୁ ବା ତ୍ରାସ,ସାଧ କାର ପୌଷମାସ କାର ସର୍ବନାଶ ।ଅରୂପ କଳ୍ପନା-ଫୁଲ ତୋଳି ନିତି ନିତି,ରଖୁଅଛ ପର୍ଯ୍ୟାୟରେ ସୂପାତ୍ରେ ସାଇତି ।ବିହ୍ୱାନ-ମନ-ଗୁରୁର ତୁମ୍ଭେ ଶ୍ରେଷ୍ଠ ଚାଟ,ପଢ଼ ତାହା ପଢ଼ାଏ ସେ ଯେବେ ଯେଉଁ ପାଠ ।ତବ ଶୁଭ ସହାୟତା ଲଭି ଜ୍ଞାନିଚୟ,ସ୍ଥାପନ୍ତି ଅକ୍ଷରମୟୀ ସୁକୀର୍ତ୍ତି ଅକ୍ଷୟ ।
ସମ୍ବନ୍ଧିତ ରଚନା
ଗୋପାଳକୃଷ୍ଣଙ୍କ ଚଉତିଶା
ଗୋପାଳକୃଷ୍ଣ ପଟ୍ଟନାୟକ
ନାନାବାୟା ଗିତ
ନନ୍ଦକିଶୋର ବଳ