ପରିବର୍ତ୍ତନ
ଚିନ୍ତାମଣି ମହାନ୍ତି
୧୮୬୭–୧୯୪୩
- ସଂକଳନ: ବ୍ରଜରେଣୁ
- ପଢ଼ିବା ସମୟ
- ୧ ମିନିଟ୍
- ଶବ୍ଦ
- ୮୬
- ସ୍ଥିତି
- ସାର୍ବଜନୀନ (Public domain)
ଥକିଲିଣି ଦେଖି ଦେଖି ପରିବର୍ତ୍ତନ,ଥକି ପଡିଲାଣି ମୋର ଜୀବନ ମନ । ୦ ।ଜନ୍ମାବଧି ଅନୁକ୍ଷଣ,ଦେଖୁଛି ପରିବର୍ତ୍ତନ,ଅଦ୍ଭୁତ ସଂସାର ଲୀଳା ନିତ୍ୟ ନୂତନ । ୧ ।ଲାଗି ଅଛି ବେଳୁବେଳ,କେତେ ବହୁରୂପୀ ଖେଳ,ଆଜି ଯେ ନୂତନ କାଲି ସେ ପୁରାତନ । ୨ ।ସଂସାରେ ସବୁ ଭଙ୍ଗୁର,ଦୟାଳୁ ହୁଏ ନିଷ୍ଠୁର,ଆଜି ଯେ ଦାତା, ସେ କାଲି ମହାକୃପଣ । ୩ ।ଯେ ବା ଆଜି ଶିଷ୍ଟ ଶାନ୍ତ,କାଲି ସେ ଦୁଷ୍ଟ ଦୁର୍ଦ୍ଦାନ୍ତ,ଆଜି ଯେ ଚଣ୍ଡାଳ କାଲି ସେହୁ ବ୍ରାହ୍ମଣ । ୪ ।ପରିବର୍ତ୍ତନ ସ୍ରୋତରେଭାସିଯାଉଛି ମୁଁ ଖରେ,କେତେ ଦୂରେ ଶେଷ ତାର ନାହିଁ କଳନ । ୫ ।
ସମ୍ବନ୍ଧିତ ରଚନା
ଗୋପାଳକୃଷ୍ଣଙ୍କ ଚଉତିଶା
ଗୋପାଳକୃଷ୍ଣ ପଟ୍ଟନାୟକ
ନାନାବାୟା ଗିତ
ନନ୍ଦକିଶୋର ବଳ