ପଞ୍ଜୁରିବଦ୍ଧ ଶୁକପକ୍ଷୀ ପ୍ରତି
୧୮୪୮–୧୯୧୮
- ସଂକଳନ: କବିତା କଳାପ (ପ୍ରଥମ ଭାଗ)
- ପଢ଼ିବା ସମୟ
- ୨ ମିନିଟ୍
- ଶବ୍ଦ
- ୩୨୮
- ସ୍ଥିତି
- ସାର୍ବଜନୀନ (Public domain)
କି ଦୁର୍ଦ୍ଦଶା ଏବେ ତୋର ପକ୍ଷୀରାଜ,ଭାବୁଛୁ ଜୀବନେ ଆଉ କିସ କାର୍ଯ୍ୟ,ପେଚକ ବାୟସେ ସ୍ୱାଧୀନତାବଶେମନର ହରଷେ ସବୁ ବୀରବେଶେଉଠିଣ ଆକାଶେ କାଟନ୍ତି ଦିନ ।ତୁହି ପଞ୍ଜୁରିରେ ପଡ଼ିଅଛୁ !!! ଶୁକ,ହୋଇଅଛି ତୋର ଗୁରୁତର ଶୋକ,ତୋର ସୁଖ ରବି ତୋର ମୁଖ ଛବିମଳିନତା ଲଭି ଗଲା ସବୁ ଲିଭିଦୁଃଖରାହୁ କରି ଅଛି ଅଶନ ।ସରସୀ ଜୀବନ ପ୍ରଖର ତେଜରେ,ବିନାଶ ଲଭିଲେ; ସବୁ ଜଳଚରେ,ପଦ୍ମ କଇଁକୁଳ ସକଳେ ବ୍ୟାକୁଳହୋଇ ଭୂମିତଳ ପଡ଼ନ୍ତି ଚଞ୍ଚଳହୁଏ ତାଙ୍କ ବଳ ସବୁ ଅନ୍ତର ।ସେହି ପରି ପକ୍ଷି ତୋ ମାନସ ସର,ଦୁଃଖାନଳେ ଆଜି ଅତି ଶୀର୍ଣ୍ଣତର,ତୋର ମନୋବୃତ୍ତି ଦୟା, ସ୍ନେହ, ପ୍ରୀତିଉତ୍ସାହ, ଉନ୍ନତି, ଆଶା ବଳବତୀସକଳ ବିନାଶ ନୁହେଁ ଗୋଚର ।କି ଭାବନା ପକ୍ଷି କରୁଅଛୁ ମନେ,କ୍ରନ୍ଦନର ଚିହ୍ନଦେଖୁଁ ତୋ ନୟନେ,ତଟିନୀ ପୁଳିନେ ନିବିଡ଼ କାନନେସ୍ୱାଧୀନତା ଜ୍ଞାନେ ଭ୍ରମି ସ୍ଥାନେ ସ୍ଥାନେକଟାଇ ସମୟ ରୁହନ୍ତୁ ସୁଖେ ?ତୋର ଖାଦ୍ୟ ସବୁ ନାନା ଜାତି ଫଳ,ସୁସ୍ୱାଦୁ କଦଳୀ ସୁପକ୍ୱ ରସାଳ,ଯାହାଙ୍କ ସ୍ପର୍ଶନ କଲେ କରି ସ୍ନାନତୁଚ୍ଛ ପକ୍ଷୀଗଣ କରନ୍ତି ଭୋଜନତୁହି ପଞ୍ଜୁରିରେ ପଡ଼ିଛୁ ଦୁଃଖେ ।ଦୂରନ୍ତ କଠୋର ଶମନର ସମ,କୁରୂପ କୁତ୍ସିତ ନିର୍ଦ୍ଦୟ ନିର୍ମମ,କାକ ପେଚା ଦଳ ରହି ବୃକ୍ଷ ଡାଳହୋଇଣ ସବଳ କରି ମହା ଗୋଳସ୍ୱାର୍ଥରୋଗେ ଉଡ଼ୁଛନ୍ତି ଗଗନେ ।ମୁହୂର୍ତ୍ତକ କ୍ଷଣେ ରେ ପକ୍ଷିରାଜନ,ଦେଖନ୍ତେ ଜଗତେ ସର୍ବ ଜୀବଗଣ,ଥିଲେ ତୋର ବଳ ଦେଖାଇ କୌଶଳଆକାଶ ପାତାଳ ମର୍ତ୍ତ୍ୟ ଭୂମି ସ୍ଥଳ ।କମ୍ପାଇ ଦିଅନ୍ତୁ ଔଷଧ ପାନେକିନ୍ତୁ ପକ୍ଷି ମୋର ଥିଲେ ବଳ, ବୀର୍ଯ୍ୟ,ନିୟମ କରୁଛି କରନ୍ତି ସାହାଯ୍ୟ,ମୋ ପ୍ରାଣପଣରେ ଦୃଢ଼ ପ୍ରତିଜ୍ଞାରେରହି ଉଜାଗରେ କଠୋର କାର୍ଯ୍ୟରେସ୍ୱାଧୀନ କରନ୍ତି ତୋ କଳେବର ।କିପାଁ ପକ୍ଷି ତୋର ଲୋଚନେ ଲୋତକ,ଚୋର ଘରେ ସଦା ରହେ କି ଆଲୋକ,ଯାହା ହେବ ହେବ ତାହା ଦେଖା ଯିବଭାଗ୍ୟରେ ଯେ ଥିବ ଅବଶ୍ୟ ଘଟିବଭାବନାରେ ବୃଥା ନୁହ କାତର ।ଅରଣ୍ୟସଂଚାରୀ ମହାଗଜ କେବେ,ପଶୁରାଜେ ସିଂହ ପୁଣି ପରାଭବେ,ଶୃଙ୍ଖଳେ ବନ୍ଧନ ହୁଅନ୍ତି ଅଧୀନତୁତ କ୍ଷୁଦ୍ରଜୀବ କେତେ ବଳ ଥିବତୋର ଅଧୀନତା କି ଚମତ୍କାର ।ତେବେ କିନ୍ତୁ ପକ୍ଷି ଏ କଥା କହିବା,ସେହି ପାପୀଜନେ ଘୋର ନିନ୍ଦା ଦେବା,ଯେଉଁ ପାପୀଜନ ମହା ମୂଲ୍ୟବାନସ୍ୱାଧୀନତାଧନ ତୋହର ହରଣକଲା, ପ୍ରତିଫଳ ଘଟୁ ତାହାର ।ସବୁ ସମୟତ ସମାନ ନ ଯାଏ,ସଦା କାହା ଦର୍ପ ଜାଗ୍ରତ ନ ଥାଏ,ପର୍ବତ, ସାଗର ସିନ୍ଧୁ, ମହୀଧରଦୁର୍ବଳ, ସବଳ ସବଳ, ନିର୍ବଳହେଉଚି ଦେଖୁଚୁ ତୁ ନୟନରେ ।ଆଉ ପକ୍ଷୀବର ନ କର ତୁ ଚିନ୍ତା,ଚିନ୍ତା ଯୋଗେ ଦେହ ଲଭିବ କୃଶତା,ଅଖିଳର ପାତା ସର୍ବଜୀବଦାତାକେ ଜାଣି ବିଧାତା ତୋର ସ୍ୱାଧୀନତାପୁନରୁପି ବାରେ ଘଟାଇ ପାରେ ।
ସମ୍ବନ୍ଧିତ ରଚନା
ସୂର୍ଯ୍ୟ ପ୍ରତି ଦୀପ
ଗଙ୍ଗାଧର ମେହେର
ତାରା-ସୂର୍ଯ୍ୟ
ଗଙ୍ଗାଧର ମେହେର
ଅଛତ ଅନ୍ତରେ
ଲକ୍ଷ୍ମୀନାରାୟଣ ସାହୁ
ଗୀତାଭିଧାନ
ଉପେନ୍ଦ୍ର ଭଞ୍ଜ