ପ୍ରକୃତିର ଶୋଭା
୧୮୪୮–୧୯୧୮
- ସଂକଳନ: କବିତା କଳାପ (ପ୍ରଥମ ଭାଗ)
- ପଢ଼ିବା ସମୟ
- ୨ ମିନିଟ୍
- ଶବ୍ଦ
- ୩୯୩
- ସ୍ଥିତି
- ସାର୍ବଜନୀନ (Public domain)
ପ୍ରକୃତିର ଶୋଭା କି ଚମତ୍କାର,ଦେଖିଲେ ଆନନ୍ଦ ହୁଏ ଅପାର,ପ୍ରକାଣ୍ଡ ଗଗନ କର ବିଲୋକନଅସୀମ ଅନନ୍ତ ଅଟେ ଅମ୍ବର,ନୀଳ, ପୀତ ବର୍ଣ୍ଣେ ତା କଳେବର,ଧନ୍ୟ ଚିତ୍ରିଅଛି ଯେ ଚିତ୍ରକର ।ବିପୁଳ ଗଗନେ ସ୍ୱଚ୍ଛନ୍ଦ ଭାବେ,ଶ୍ରେଣୀବଦ୍ଧ ହୋଇ ସୁସ୍ୱର-ରାବେ,ପକ୍ଷରେ ଆଘାତ କରି କରି ବାତଯାନ୍ତି ପ୍ରତିଘାତ ବଳପ୍ରଭାବେ,ପକ୍ଷୀଗଣ କଉତୁକେ ସ୍ୱଭାବେ,କି ଆଶ୍ଚର୍ଯ୍ୟ ଶୋଭା ମୁଁ ମନେ ଭବେ ।ସତେ ପକ୍ଷୀ ସୈନ୍ୟ ଏକତ୍ର ହୋଇ,ସୁସଜ୍ଜିତ କାହିଁ ସମର ପାଇଁ,ଗଗନ ମାର୍ଗରେ ତାହାଙ୍କ ରାଜ୍ୟରେଅଧିକାର କରିଅଛି କି କେହିତାଙ୍କୁ ପରାଭବ ଦେବାକୁ ତହିଁ,ବୀରବେଶେ ଯାନ୍ତି ଚଞ୍ଚଳ ହୋଇ ।ବାଳଭାନୁ ରୂପ ବଡ଼ ସୁନ୍ଦର,ଦେଖି ପ୍ରସ୍ଫୁଟିତ ପଦ୍ମନିକର,ହେମ ଜିତ ବର୍ଣ୍ଣ କଲେ ବିଲୋକନଉଲ୍ଲାସିତ ନୁହେଁ କାହା ଅନ୍ତର,ଅନୁପମ ଶୋଭା କି ପଟାନ୍ତର,ଉଛୁଳେ ଭାବୁକ ଭାବ ସାଗର ।କ୍ରମେ କ୍ରମେ ଉଠି ଦିବସମଣି,ପ୍ରଖର ତେଜରେ ଅଗ୍ନି କି ଜିଣି,ଘୋର ଅନ୍ଧକାର କରନ୍ତି ସଂହାରବିତରିଣ ଲୋକେ ଆଲୋକପୁଣି,ଆଶ୍ଚର୍ଯ୍ୟ ହୁଏ ମୁଁ ମନରେ ଗୁଣି,କାହା ସୃଷ୍ଟ ଏହୁ କେ ସେହି ପ୍ରାଣୀ ।ରଜନୀ ନାୟକ ଉଦୟ ହୋଇ,କେମନ୍ତ ଅପୂର୍ବ ଶୋଭା ଦିଶଇକୁମୁଦିନୀମାନେ ସରସୀ ଜୀବନେଆନନ୍ଦେ ହସନ୍ତି ମୁଖଫିଟାଇ,ଶୀତଳ କିରଣ ଯୋଗରେ ମହୀ,କି ଅମୂଲ୍ୟ ସୁଖ ଭୋଗ କରଇ ।ଉଲ୍ଲାସେ ଫୁଲଇ ପୁଣି ସାଗର,ନୀଳବର୍ଣ୍ଣରୂପ ଛାଡ଼ି ନିଜର,ତାର ବର୍ଣ୍ଣ, ହୀନ କରଇ କାଞ୍ଚନକେବଳ କାରଣ ସେ ନିଶାକର,ସେକାଳେ ଦର୍ଶନ କଲେ ସାଗର,ବିମୋହିତ ନୁହେଁ କାହା ଅନ୍ତର ।ବିପୁଳା ପୃଥିବୀ କର ଲୋକନ,ଶୋଭାର ଭଣ୍ଡାର ଅଟେ ଏସ୍ଥାନ,ନୟନଫେରାଇ ଯେଣେ ଦେବ ଚାହିଁ,ତେଣେ ଲଗ୍ନ ହେବ ତୁମ୍ଭ ଲୋଚନ,ଲୌହକୁ ଚୁମ୍ବକ ଟାଣେ ଯେସନ,ଶୋଭା ଆକର୍ଷଇ ନେତ୍ର ତେସନ ।ପୃଥ୍ୱୀଶିରାସମ ଉନ୍ନତ ଗିରି,ତରୁ, ଲତା, ଗୁଳ୍ମ ଯା ଶିରଶିରୀ,ତା ନିର୍ଝର ବନ କଲେକ ଲୋକନ,ଉଦର ଆନନ୍ଦେ ଯାଉଛି ପୂରି,ଭାବୁକ ମନରେ ଏ ଭାବ ଧରି,ଭାବଇ ଏ ସବୁ କାହା ଚାତୁରି ।ଅରଣ୍ୟ ମଧ୍ୟକୁ ଯେ ଯାଉ ଅଛି,ସେହି ତାର ଶୋଭା ନେତ୍ରେ ଦେଖୁଛି,ପଶୁ ପକ୍ଷିମାନେ ବିହରନ୍ତି ବନେ,ମର ମର ଶବ୍ଦେ ପତ୍ର ଝଡ଼ୁଛି,ଦେଖିଲେ ଭାବୁକ ମୋହ ହେଉଛି,ଧନ୍ୟ ସେହି କର୍ତ୍ତା ଯେ ତା କରିଛି ।ପର୍ବତ ନନ୍ଦିନୀ ରମ୍ୟ ତଟିନୀ,ପତି ଦରଶନେ ଅନୁଧାବିନୀ,କଳ କଳ ଧ୍ୱନି କରେ ସଦା ପୁଣିଆନନ୍ଦିତ ତାହା ସକଳେ ଶୁଣି,ତାର ତୀରବର୍ତ୍ତୀ ବିଟପୀ ଶ୍ରେଣୀ,ତୋଷନ୍ତି ଦର୍ଶକ ନୟନ ବେନି ।ସୁରମ୍ୟ ଉଦ୍ୟାନ ମଧ୍ୟରେ ସର,ହୋଇଛି ଯାହାର ନେତ୍ର ଗୋଚର,ତାହାରି ସେ ଶୋଭା କେଡ଼େ ମନୋଲୋଭାଭାବୁଥିବ ସେହି ହୃଦ ମଧ୍ୟର,କୁମୁଦ କୁସୁମ ପଦ୍ମନିକର,ପ୍ରସ୍ଫୁଟିତ ବେଳେ କି ଶୋଭାକର ।ସରସୀ ତୀରସ୍ଥ ତରୁଣଶ୍ରେଣୀର,ଛାୟା ଜଳେ ପଡ଼ି କେଡ଼େ ସୁନ୍ଦରପବନ ହିଲ୍ଲୋଳେ ତରୁ ଯେବେ ଦୋଳେଛାଇ ତାର ଜଳେ ସେହି ପ୍ରକାର,ସରସୀ ଦର୍ପଣେ ମୁଖ ନିଜର,ଦେଖୁଅଛନ୍ତି କି ସେ ତରୁବର ।ଆକାଶେ ହୋଇଲେ ଚନ୍ଦ୍ର ଉଦିତ,ଜଳେ ତାର ରୂପ ପ୍ରତିବିମ୍ବିତ,କଉତୁକରେ ଭାବଇ ମନରେଦେଖ ଦେଖ ଆହା କି ଆଚମ୍ବିତ,ଊର୍ଦ୍ଧ୍ୱଭାଗେ ଚନ୍ଦ୍ର ଅଛି ଶୋଭିତ,ଜଳେ ଏକ ଚନ୍ଦ୍ର କାହୁଁ ସ୍ଥାପିତ ।ତୃଣାବୃତ କ୍ଷେତ୍ର ପ୍ରଭାତକାଳେ,ମଣ୍ଡିତ ହୋଇଣ ତୁଷାରଜାଳେ,ମୁକୁତା ନିଚୟ ଶୋଭାକୁ ବିଲୟକରଇ ଚଞ୍ଚଳେ, ମନ ବିହ୍ୱଳେ,ହେବ କି ଏ ଶୋଭା ମନୁଷ୍ୟ ବଳେ,ଧନ୍ୟ ଧନ୍ୟ ପ୍ରଭୁ କଳ କୌଶଳେ ।
ସମ୍ବନ୍ଧିତ ରଚନା
ସୂର୍ଯ୍ୟ ପ୍ରତି ଦୀପ
ଗଙ୍ଗାଧର ମେହେର
ତାରା-ସୂର୍ଯ୍ୟ
ଗଙ୍ଗାଧର ମେହେର
ଅଛତ ଅନ୍ତରେ
ଲକ୍ଷ୍ମୀନାରାୟଣ ସାହୁ
ଗୀତାଭିଧାନ
ଉପେନ୍ଦ୍ର ଭଞ୍ଜ