ନୀତି
୧୮୪୮–୧୯୧୮
- ସଂକଳନ: କବିତା କଳାପ (ପ୍ରଥମ ଭାଗ)
- ପଢ଼ିବା ସମୟ
- ୨ ମିନିଟ୍
- ଶବ୍ଦ
- ୩୨୭
- ସ୍ଥିତି
- ସାର୍ବଜନୀନ (Public domain)
ବଞ୍ଚକ ସଙ୍ଗେ ବନ୍ଧୁତା କରେ ଯେଉଁ ଜନ,ନଷ୍ଟ ହୁଏ ଧନ ମାନ ନଷ୍ଟ ହୁଏ ତାର ପ୍ରାଣବଞ୍ଚକ ଅଟଇ କାଳସର୍ପର ସମାନ ।୧।କପଟତା ପରିହରି ସରଳତା ଧର,ତେବେ ହେବ ମହାସୁଖ ଦୂର ହେବ ସବୁ ଦୁଃଖକପଟତା ଅଟେ ସବୁ ଦୋଷର ଆକର ।୨।ଦୟାବତୀ ବସୁମତୀ କରେ ଯଥା ଦାନ,ସେହିପରି ବିଜ୍ଞଜନ ଯଥାଶକ୍ତି ବିତରଣକରେ ଧନ ଦୀନଜନେ, ପାଏ ସ୍ୱର୍ଗସ୍ଥାନ ।୩।ଅଗାଧ ଗମ୍ଭୀର ଅଟେ ଯଥା ରତ୍ନାକର,ସାଧୁହୃଦପାରାବାର ସୁଗମ୍ଭୀର ସେ ପ୍ରକାରବିପରୀତ ଅଟେ ପୁଣି ଅସାଧୁ ଅନ୍ତର ।୪।କର୍କଶସ୍ୱରରୁ ଯଥା କାକ ନିନ୍ଦନୀୟ,କଠୋର ବଚନ ଯାର ଲୋକ ତଥା ନିନ୍ଦା ତାରକୋମଳବଚନଭାଷୀଲୋକ ମାନନୀୟ ।୫।ସର୍ବଦା ସନ୍ତୁଷ୍ଟ ଥାଏ ସାଧୁଜନମନ,ଅସାଧୁ ଅସତଚିତ୍ତ ସଦା ଲୋଭେ ଆକର୍ଷିତଦୁରାଶାବାରିଧି ତାର ନ ହୁଏ ପୂରଣ ।୬।ପଦ୍ମହୀନସରୋବର ଯଥା ଅସୁନ୍ଦର,ଦୟାହୀନ ଯେଉଁ ନର ହୁଏ ତାର ଅନାଦରଅନ୍ୟ ଗୁଣେ ତତୋଽଧିକ ନୁହେଁ ଶୋଭାକର ।୭।ବିଶୁଦ୍ଧ ସରଳମତି ଦୟାଳୁ ଯେ ଜନ,ପର ଆପଣା ବିଚାର ଛାଡ଼ି ଲୋଭ ଅହଂକାରଆତ୍ମବତ ସର୍ବଭୂତେ କରନ୍ତି ଦର୍ଶନ ।୮।ଐଶ୍ୱରିକ ନିୟମ ଯେ କରଇ ଲଙ୍ଘନ,ରୋଗେ ସଦା ଆତ୍ମଗ୍ଳାନି ଦୀନ ଦୁଃଖୀ ଧନୀ ମାନୀସକଳେ ଲଭନ୍ତି ସମ ଭାବରେ ଶାସନ ।୯।ସକଳ ଦୁର୍ବଳ ପ୍ରତି କରେ ଅତ୍ୟାଚାର,କିନ୍ତୁ ଜଗତଈଶ୍ୱର ଦେବେ ଦଣ୍ଡ ଗୁରୁତରନିରପେକ୍ଷଭାବେ ହେବ ସେଠାରେ ବିଚାର ।୧୦।ବହୁ ଯତ୍ନେ ହୁଏ ସତ ଧନ ଉପାର୍ଜିତ,ଧନଠାରୁ ବଡ଼ ମାନ ମାନହୀନେ ମୃତ୍ୟୁଜ୍ଞାନ–କରି ଧନ ଛାଡ଼ି ମାନ ରଖିବା ବିହିତ ।୧୧।ପରଉପକାରେ ଧନ ଲାଗେ ସଜ୍ଜନର,ସମୁଦ୍ରର ରତ୍ନମଣି ପୃଥିବୀର ହୀରାଖଣିମନୁଷ୍ୟର କାର୍ଯ୍ୟେ ଲାଗେ କି ହୁଏ ତାଙ୍କର ।୧୨।ଅମୂଲ୍ୟ ସମୟ ବୃଥା ନ କର ହରଣ,ନଦୀସ୍ରୋତେ ଗିରିଝର ପରି ଗତି ସମୟରଗତକାଳ ସଙ୍ଗେ ତବ ନ ହେବ ମିଳନ ।୧୩।ପରନିନ୍ଦା ପରହିଂସା ପର ଅପକାର,ନିତ୍ୟ ନିତ୍ୟ ସାଧେ ଖଳ ହୋଇ ଅତି କୁତୂହଳନିଜଦୋଷ ସଂଶୋଧନ ନ କରେ ବିଚାର ।୧୪।ସୂର୍ଯ୍ୟାଲୋକେ ଅନ୍ଧକାର ହୁଏ ଯଥା କ୍ଷୀନ୍ନ,ତଥା ବିଦ୍ୟାର ଆଲୋକ ନାଶ କରେ ଦୁଃଖ ଶୋକଦୁଷ୍ପ୍ରବୃତ୍ତିଚୟ ସବୁ ହୁଅନ୍ତି ମଳିନ ।୧୫।ଘନୋଦୟେ ପୂର୍ଣ୍ଣଚନ୍ଦ୍ରଆଭା ବିନାଶିତ,ମନ୍ଦ ଲୋକ ଯଦି ଆସେ ମିଳେ ସଜ୍ଜନର ପାଶେସଜ୍ଜନସ୍ୱଭାବଆଭା କରେ କଳଙ୍କିତ ।୧୬।ଦିବାରଜନୀର ଯଥା ହୁଏ ଆବର୍ତ୍ତନ,ସେହିପରି ଏ ପ୍ରକୃତି ମାନବମାନସମ୍ପତ୍ତିସୁଖ ଦୁଃଖ ରୋଗ ଶୋକ ହୁଅନ୍ତି ଘଟନ ।୧୭।ଅନ୍ଧ ନ ଦେଖେ ଯେପରି ପ୍ରକୃତି ଆକାର,ଅଳସ ଶ୍ରମକାତର ମୂର୍ଖ ନିରୁତ୍ସାହୀନରନ ଦେଖଇ ଧନ ମାନ ଜ୍ଞାନ ପାରାବାର ।୧୮।କ୍ଷୁଦ୍ର କ୍ଷୁଦ୍ର ତୃଣେ ଯଥା ରଜ୍ଜୁ ସଂଘଟନ,ବହୁଜନ ଏକମନ ହେଲେ ଐକ୍ୟତାସାଧନସେହି ବଳେ ମିଳେ ସୁଖସ୍ୱାଧୀନତା ଧନ ।୧୯।ନାନାସୁଖ ହୁଏ ବିଦ୍ୟା ଧନ ମାନ ପାଇ,କିନ୍ତୁ ଯେ ପ୍ରକୃତ ସୁଖ ସେ ସୁଖେ ସର୍ବେ ବିମୁଖସେହି ସୁଖ ‘‘ଶାନ୍ତିସୁଖ’’ ଧର୍ମେ ଅନ୍ୟେ ନାହିଁ ।୨୦।
ସମ୍ବନ୍ଧିତ ରଚନା
ସୂର୍ଯ୍ୟ ପ୍ରତି ଦୀପ
ଗଙ୍ଗାଧର ମେହେର
ତାରା-ସୂର୍ଯ୍ୟ
ଗଙ୍ଗାଧର ମେହେର
ଅଛତ ଅନ୍ତରେ
ଲକ୍ଷ୍ମୀନାରାୟଣ ସାହୁ
ଗୀତାଭିଧାନ
ଉପେନ୍ଦ୍ର ଭଞ୍ଜ