ପ୍ରଭାତ
୧୮୪୮–୧୯୧୮
- ସଂକଳନ: କବିତା କଳାପ (ପ୍ରଥମ ଭାଗ)
- ପଢ଼ିବା ସମୟ
- ୧ ମିନିଟ୍
- ଶବ୍ଦ
- ୧୨୦
- ସ୍ଥିତି
- ସାର୍ବଜନୀନ (Public domain)
ବିଗତା ରଜନୀ ହେଲା ପ୍ରଭାତପୂର୍ବର ଆକାଶ ହୋଇଲା ବିକାଶଧୀରେ ଧୀରେ ବହେ ଶୀତଳ ବାତ ।୧।ପକ୍ଷୀଗଣ କଲେ ସଙ୍ଗୀତ ଗାନବିଟପୀ ଉପରେ ଶାଖାସଦନରେବସି ଆନନ୍ଦରେ, ମୋହିତ ପ୍ରାଣ ।୨।ସଞ୍ଚିତଶିଶିର ବୃକ୍ଷପର୍ଣ୍ଣରେପଡ଼େ ଧରାତଳ ଦିଶେ ମୁକ୍ତାଫଳସମାନ, ମାନବ ମାନସ ହରେ ।୩।ପୂର୍ବଦିଗଦ୍ୱାର ଫେଡ଼ ବହନଲୋହିତବରଣ ଉଠିଲା ତପନଛାଡ଼ିଲା ମେଦିନୀଖଣ୍ଡେ କିରଣ ।୪।ଶିଖରୀଚୂଡ଼ାରେ ତପନକରପଡ଼ି କିବା ଶୋଭା ଅତି ମନୋଲୋଭାହେମମୟ ଦିଶୁଅଛି ଶିଖର ।୫।ପାଇ ନିଜପତିତପନଭାତି ।ସରସିଂହାସନେ ସହାସ୍ୟବଦନେପଦ୍ମନୀ ପ୍ରକାଶେ ନିର୍ମ୍ମଳକାନ୍ତି ।୬।ଭୟେ ନିଶାଚରବିହଙ୍ଗମାନେପର୍ବତକନ୍ଦରେ ଅରଣ୍ୟପ୍ରାନ୍ତରେରହିଲେ ବୃକ୍ଷର ନିବିଡ଼ସ୍ଥାନେ ।୭।ଉନ୍ମତ୍ତ ହୋଇଣ ଭ୍ରମରଚୟପୁଷ୍ପିତ ଉଦ୍ୟାଦ ମଧ୍ୟେ ମଧୁପାନକଲେ ଗୁଞ୍ଜରବ ଆନନ୍ଦମୟ ।୮।ଶଯ୍ୟା ତ୍ୟାଗ କରି ଧାର୍ମିକଗଣପବିତ୍ର ଭାବରେ ଏକାନ୍ତ ମନରେକଲେ ବିଶ୍ୱପତିନାମ ଭଜନ ।୯।ଗୋପାଳେ ଗୋଧନ ଘେରି ଚଳିଲେକୃଷିଜୀବୀଗଣ କ୍ଷେତ୍ରକରଷଣମାନସେ କ୍ଷେତ୍ରକୁ ଧୀରେ ଗମିଲେ ।୧୦।ଯେ ଯାହାର କାର୍ଯ୍ୟେ ନିବିଷ୍ଟଚିତ୍ତଅଳସୁଆନର ନିଜକଳେବରକେବଳ ଶଯ୍ୟାରେ କଲେ ଭୂଷିତ ।୧୧।
ସମ୍ବନ୍ଧିତ ରଚନା
ସୂର୍ଯ୍ୟ ପ୍ରତି ଦୀପ
ଗଙ୍ଗାଧର ମେହେର
ତାରା-ସୂର୍ଯ୍ୟ
ଗଙ୍ଗାଧର ମେହେର