ପଞ୍ଚଧାର
୧୮୬୭–୧୯୪୩
- ପଢ଼ିବା ସମୟ
- ୬୪ ମିନିଟ୍
- ଶବ୍ଦ
- ୧୦୨୭୯
- ସ୍ଥିତି
- ସାର୍ବଜନୀନ (Public domain)
ଘନ କେଳିମଞ୍ଚଗିରି ପଞ୍ଚଧାର,ପ୍ରକୃତିଦେବୀଙ୍କରତ୍ନ-ଗନ୍ତାଘର ।ଅମର ସ୍ୱରୁପୀଅମର ବାଞ୍ଛିତ,ଦୂରରୁ ଆକର୍ଷେଦର୍ଶକର ଚିତ୍ତ ।ଅଷ୍ଟମଲ୍ଲିକରମାରାଗ ପ୍ରାଚୀର,ତୋଳିଅଛି ନଭେଦର୍ପୋନ୍ନତ ଶିର ।ଭେଦି ବନ-ସିନ୍ଧୁନୀଳ ଜଳରାଶି,ପ୍ରକାଣ୍ଡ ମଗରଉଠିଛି କି ଭାସି !କିମ୍ବା ଲାଗିଅଛିସ୍ୱର୍ଗକୁ ନିଶୁଣି,ଅଥବା ଶୋଇଛିଉଦୀଚୀ ହାତୁଣୀ ।ଅବା ଧରି ମର୍ତ୍ତ୍ୟ-ତୀର୍ଥାଟନ ବ୍ରତ,ଓହ୍ଲାଇ ଆସିଛିସ୍ୱର୍ଗୁ ଐରାବତ ।ଯୋଖୁଥିଲେ ତୋତେଉପମା ଶୈଳେଶ,ଉପମା ଭଣ୍ଡାରହୋଇଯିବ ଶେଷ ।ମହୀରେ ଅତୁଳଯାହାର ସୁଷମା,କେଉଁ ଲୋଡ଼ା ତାରବହୁଳ ଉପମା ?ଖଞ୍ଚିଲେ ଭୂଷଣଅଙ୍ଗେ ଯାକି ଯାକି,ସ୍ୱଭାବ ସୌନ୍ଦର୍ଯ୍ୟଯାଏ ତହିଁ ଢାଙ୍କି ।ବଢ଼ାଏ ମସଲାବ୍ୟଞ୍ଜନର ସ୍ୱାଦ,ଅଧିକ ପ୍ରୟୋଗେହୁଏ ସେ ଅଖାଦ୍ୟ ।ସ୍ୱଳ୍ପ ଫୁଲେ ସିନାଗୋଲାପ ସୁନ୍ଦରୀ,ନିଏ ଦର୍ଶକରପ୍ରାଣମନ ହରି ।ଚିର-ସୁନ୍ଦର ତୁବୈଚିତ୍ର୍ୟ-ମଣ୍ଡିତ,ଉପମା ତୋ ପାଶେହୁଏ ପରାଜିତ ।ଉପମାର ପ୍ରତି-ଉପମା ତୁ ଗିରି,କରେ ଆଲୋକିତଚୌଦିଗେ ତୋ ଶିରୀ ।ସୌନ୍ଦର୍ଯ୍ୟ-ବୈଚିତ୍ର୍ୟସର୍ଜନା ତୋହର,ସୁନ୍ଦରପଣେ ତୁତୋତେ ପଟାନ୍ତର ।ଅସୀମ ଅତୁଳତୋହର ମହତ୍ତ୍ୱ,କବି, ଯୋଗୀ ସିନାବୁଝନ୍ତି ଏ ତତ୍ତ୍ୱ ।ଲୋଡ଼ନ୍ତି ସେ ତେଣୁ
ସମ୍ବନ୍ଧିତ ରଚନା
ସୁଭଦ୍ରା
ଚିନ୍ତାମଣି ମହାନ୍ତି
ସୁରଙ୍ଗୀ କାବ୍ୟ
ଚିନ୍ତାମଣି ମହାନ୍ତି