ପଲ୍ଲୀପଥେ *
୧୮୯୮–୧୯୬୫
- ସଂକଳନ: ରୂପରେଖା
- ପଢ଼ିବା ସମୟ
- ୨ ମିନିଟ୍
- ଶବ୍ଦ
- ୩୪୫
- ସ୍ଥିତି
- ସାର୍ବଜନୀନ (Public domain)
ଜଳିଲାଣି ସନ୍ଧ୍ୟା-ଦୀପ, ବାଜିଲାଣି ଦୂରେଦେବତା ଅର୍ଚ୍ଚନା ଘଣ୍ଟି କାହିଁ କାହା ପୁରେ ।କିଲାଗି ସୁନ୍ଦରି, ତବ ମୁଖ-କୋକନଦଦେଖାଇ ସରସୀ-ତୀରେ ସାଧୁଛ ବିବାଦନୀର-ବିଳାସିନୀ ରକ୍ତ-କୋକନଦ ତୁଲେ ?ଲଜ୍ଜାନତ ଛାୟା ତାର ଖେଳେ ହେମ ଜଳେ ।ପଲ୍ଲୀପୁର-ବିହାରିଣି, କାହା ଆଗମନେଏ ପଲ୍ଲୀ ସରସୀ ତୀର ଛୁଉଁଛ ଚରଣେ ?ଏ ଭୁବନେ ନିର୍ଜନତା ଭୋଗି ଗୋ ରୂପସି,ତୁଟି ନାହିଁ ଆଶା ମୋର । ତୁମ ପଦେ ବସିଦେଖିବି ମୁଁ ସ୍ୱପ୍ନ ପୁଣି-ଗିରିଦରୀ ତଳେ,ସିନ୍ଧୁତୀରେ, ଦିଗବ୍ୟାପୀ ଶ୍ୟାମଳ ପ୍ରାନ୍ତରେ,ମହା ନିଶୀଥିନୀ ଦୂର ତାରକା-ଜଗତେ,ତୁମରି ନିର୍ବାକ ଛବି ଖେଳେ କେତେମନ୍ତେ !ନ ଫୁଟୁ ଅଧର ତବ ନ ହଲୁ ଚରଣ,ଥାଉ ଚିର ବିସ୍ଫାରିତ ଯୁଗଳ ନୟନଆକର୍ଣ୍ଣ ଉଦ୍ବେଗଭରେ । ସେ ଦୂର ଶଇଳେନିମିଷେ ନିବସୁ ରବି ଲାବଣ୍ୟ-ମହୀରେ ।ଏ ତବ ଲାବଣ୍ୟ ତନୁ କରି ସିକ୍ତ, ବାଳା,ହେମ-କଣ୍ଠେ ଯାଉ ଛୁଇଁ ତା ଲାବଣ୍ୟ ମାଳା !ପଦତଳେ କଳକଳ-ରହୁ, ଥିର ରହୁତରଳ ଏ ବୀଚିମାଳା । ତୁମରି ବିରହୁନେଇ ଗୋ ଉଧାର, ଫୁଲ ରହୁ ଦରଫୁଟା ।ନ ଉଠା ଚରଣ ବାରେ ନ ଉଠା ନ ଉଠା ।ଲଘୁପକ୍ଷ ବିହଙ୍ଗମ ସମ ଏ ଅଞ୍ଚଳଥରିଯାଏ; ଥରିଯାଏ ପରିପୂର୍ଣ୍ଣତରମୋ ଯୌବନ ସିନ୍ଧୁ ବୁକୁ । ପ୍ରଥମ ଯୌବନେଥରିଲା ଜୀବନ ଯଥା ସ୍ୱପ୍ନ ସମାଗମେ ।କର ଗୋ ଆଚ୍ଛନ୍ନ ଆଜି ତବ ଛାୟାତଳେଅଚଞ୍ଚଳା ଧରଣୀର ଏ ଚଞ୍ଚଳ ତୀରେଯେତେ ଏ ନିର୍ବାକ ମୂକ ନିଃସଙ୍ଗ ନିଖିଳ !ରୂପରାଣି, ନୁହ ତୁମେ ପଲ୍ଲୀ ଧରଣୀରଏକା ଧରାବନ୍ଧା ଧନ । ତବ ବୁକୁତଳେଜାଣି କି ନ ଜାଣି ତୁମେ, କେତେ କ୍ଷୁଧା ଜଳେ ।ରୂପମୁଗ୍ଧ ବେଶେ ନିତି ତବ ନେତ୍ରପଥେଧୂଳିଠାରୁ ମହାସିନ୍ଧୁ ଉଦ୍ବେଳେ ଜଗତେ ।ତୁମ ହେମ ଭୁଜଯଷ୍ଟି ସୁଗୋଲ ସୁନ୍ଦର,ତୁମରି ଚରଣପଦ୍ମ ବିଧାତା ହୁନ୍ଦର ।ତୁମରି ଲୋଚନ-ବିଭା ଯଉବନପଥେଚଳାଏ କାମନା-ବନେ ଭ୍ରାନ୍ତ ପ୍ରାଣରଥେ ।ଶେଷେ ଗୋ ସୁନ୍ଦରି, ତବ ନିର୍ବାକ ବଚନକରେ ପରା ଧରଣୀର ଜୀବନ ରଚନ !ଦିବା ଶେଷେ ଅନ୍ଧକାର ଛାଇଲେ ଧରଣୀଆଲୋକିତ କରି ପରା ତୁମେ ଗୋ ସରଣୀଜାଳି ଦୀପ ପ୍ରତି ନେତ୍ରେ ! ରହ କ୍ଷଣେ ରହବୁକୁ ଭେଦି ଉଠୁ ବାରେ ମୋ ପୂର୍ଣ୍ଣ ବିରହ
ସମ୍ବନ୍ଧିତ ରଚନା
ସୂର୍ଯ୍ୟ ପ୍ରତି ଦୀପ
ଗଙ୍ଗାଧର ମେହେର
ତାରା-ସୂର୍ଯ୍ୟ
ଗଙ୍ଗାଧର ମେହେର