ପ୍ରିୟର କାମନା
୧୮୯୮–୧୯୬୫
- ସଂକଳନ: ରୂପରେଖା
- ପଢ଼ିବା ସମୟ
- ୧ ମିନିଟ୍
- ଶବ୍ଦ
- ୨୧୫
- ସ୍ଥିତି
- ସାର୍ବଜନୀନ (Public domain)
ଫୁଲ-ବୁକେ ରୂପସି, କି ହସିଦେଲ ସତେବାରୁଣୀ ଅଳକ ତଳେ ରବି ରତରତେ ?କିଶୋର ମରମେ ତୁମେ କରିଲ ପରଶ–ବରଷ କରୁଣାଧାରା ବରଷ, ବରଷ ।ପରଶ ଅଧର ମୋର ତୁମରି ଅଧରେ,ତୁମରି ଦର୍ଶନ ପାଇଁ ଏ କାମନା ଧରେ ।ଗୁପ୍ତ ବୃନ୍ଦାବନେ ତୁମେ ରାଧା ଛାୟାମୟୀ,ଅଧେ ହସି ଅଧେ ରଖ ଅଧେ କଥା କହି ।ଫୁଟିବ ପରାଣ ସିନା ଅଧା ପରଶରେଆର ଅଧା ପାଇବାକୁ ଏ ଖିଳ ବିଶ୍ୱରେ ।ଗଲେ ସରି ଆଶା ପଥେ ଥାଏ କି ଜୀବନ ?ସରା-ବିଶ୍ୱେ ରହିବାକୁ ବଳେ ନାଇଁ ମନ ।ଅସରା କାମନା ମୋର ଖୋଜିବୁଲେ ଖାଲିଯୌବନ-ସାଗରେ ତୁମ ଭଳି ବୀଚି-ମାଳି ।ନ ସରନ୍ତୁ ରବି ଶଶୀ, ନ ସରୁ ତାରକାନ ସରନ୍ତୁ ନଭୋଦେଶେ ଏ ବିଦ୍ୟୁମାଳିକା ।ନ ସରୁ ଏ ତରୁକୁଞ୍ଜେ ମୋହନ ସୁମନନ ସରୁ କୋକିଳ କଣ୍ଠୁ ଅମିୟ ବଚନ ।ଦୂର ନିର୍ଝରିଣୀ କୋଳୁ ନ ତୁଟୁ ଲହରୀଦେବକନ୍ୟା ଉଷା ହସୁଥାଉ ଏହିଭଳି ।ଡାକିଯାଉଥାଉ ବାରେ ବାରେ ବଜ୍ର ଉଚ୍ଚେପରଶୁ ଏ ଗନ୍ଧବହ ନିତି ଉଚ୍ଚେ ନୀଚେ ।ବରଷୁ ବରଷାଧାରା ବରଷ ବିହାରେଗରଜୁ ଅକୂଳ ମହାସିନ୍ଧୁ କୂଳେ କୂଳେ ।ନ ତୁଟୁ ତୁମରି ଭଳି କିଶୋରୀ ଆନନନ ଲୁଚୁ ଏ ହେମଗୌର ରମ୍ୟ ଅପଘନ ।ନ ତୁଟୁ ମାନବ ବୁକେ ପ୍ରେମପ୍ରୀତିଧାରାନ ତୁଟୁ ପ୍ରେୟସୀ ପ୍ରାଣ ସୋହାଗ-ପସରା ।ନ ତୁଟୁ ଏ ଆଡ଼ବାଙ୍କ ଚାହାଣି ଜଗତେନ ତୁଟୁ ଏ ମଧୁମୟ ଭାବ ହୃଦଗତେ ।ନ ତୁଟୁ ଏ ସୁଧାପ୍ରୀତି ବଚନ ସୁନ୍ଦରନ ତୁଟୁ ଏ ଦେଖା, ପୁଣି ଅଦେଖା ହୁନ୍ଦର ।ନ ଶୁଖୁ,ଏ ବୁକୁତଳ ଆଶା-ନିର୍ଝରିଣୀଅଧେ ହସ, ହସ, ଅଧେ ପ୍ରାଣ-ସୋହାଗିନି !ଗଲେ ହଜି ମର ଆଶା, ତୁଟିଲେ ବାସନାସଂସାର ଶ୍ମଶାନ ସିନା, ଆଉ କି ଯାଚନା ?
ସମ୍ବନ୍ଧିତ ରଚନା
ସୂର୍ଯ୍ୟ ପ୍ରତି ଦୀପ
ଗଙ୍ଗାଧର ମେହେର
ତାରା-ସୂର୍ଯ୍ୟ
ଗଙ୍ଗାଧର ମେହେର