ଯିବା ବାହି ତରୀ
୧୮୯୮–୧୯୬୫
- ସଂକଳନ: ରୂପରେଖା
- ପଢ଼ିବା ସମୟ
- ୧ ମିନିଟ୍
- ଶବ୍ଦ
- ୧୭୦
- ସ୍ଥିତି
- ସାର୍ବଜନୀନ (Public domain)
ଥିଲି ମୁଁ କିଶୋର, ତୁମେ ଥିଲା ଗୋ କିଶୋରୀ,ଉଠୁଥିଲା ବେନି ହୃଦେ କି କଥା ଅଙ୍କୁରି !ଜଳଧିର ଢଳଢ଼ଳ ବୀଚିମାଳା ଆସିହୃଦଭାବ ତୁଳେ ପରା ଯାଉଥିଲେ ମିଶି !ପାଖୁଡ଼ା ଫୁଟାଇ ଫୁଲ ଫୁଟିଲା କି ମନେ,ଫୁଟିଲା ଅଧରଧାରେ, ହେମ ଅପଘନେ ?ଏ କି ହେଲା ଆସି ପୁଣି ବରଷକ ପରେଧରା ଦେଲ ସୋହାଗିନି, ଏ କିଶୋର କରେ ।ଦେଖିଲି ମୁଁ ବୁକୁତଳ ରକ୍ତ ଢଳଢଳମିଶିଯାଇଅଛି ରଙ୍ଗେ ଅଧରଯୁଗଳ ।ଯୁଗଳ ନୟନ ତଳେ ଭୁବନ-ବାରତାରହିଲା ଗୋପନେ ଆସି, ଆଗେ ପରିଚିତା !ଅନାଇଲି ଏ ମୋ ପାଶେ ମୁହିଁ ସଚକିତେ–ନାହିଁ ମୁଁ ଗୋ ଆନ ଭଳି ଜୀବନେ କିଞ୍ଚିତେ ।ଆନ ଭାବେ ତୁମକୁ ମୁଁ ଦେଖିଛି, ସୁନ୍ଦରି,ସେ କିଶୋର ଲୀଳାଖେଳା ସବୁ ପଛେ ଧରି ।ଛାଡ଼ି ତୁମେ ତୁମ ନୀଡ଼ ଆସିଛ ଗୋ ଧାଇଁ,ଯିବା ଉଡ଼ି ଉଡ଼ି ତେଜି ଏ ବାସ୍ତବ ଭୂଇଁ ।ଦକ୍ଷିଣା ପବନେ, କାହିଁ ଫୁଲ ସଉରଭେ,ଚପଳା ଝଟକେ, ଅବା ଚନ୍ଦ୍ରିକା ଗରଭେ,ଅବା ରବି ରକ୍ତ ଲୀଳା ପଦ୍ମବନେ ବସି,ତଟିନୀ ତରଙ୍ଗ ରଙ୍ଗ ଗଣି, ମହୀୟସି !କି ଅବା ଅନାଦି ସିନ୍ଧୁ ମୁଖରିତ ଦେଶେ;ନିର୍ବାକ ଶିଖରୀ ଯହିଁ ଚୁମ୍ବେ ନୀଳାକାଶେ;ନିଜ ବାସ ନିଜେ ଆମେ ନେବା ବାଛି, ସହି,ନ ଥିବ ବଚନ ତହିଁ ନ ଥିବ ଏ ମହୀଏଭଳି ସ୍ୱରୂପେ । ଆମେ ଯିବା ବାହି ତରୀଜୀବନ ମଦିର-ନଦୀକୂଳ ସୀମା ଭୁଲି ।
ସମ୍ବନ୍ଧିତ ରଚନା
ସୂର୍ଯ୍ୟ ପ୍ରତି ଦୀପ
ଗଙ୍ଗାଧର ମେହେର
ତାରା-ସୂର୍ଯ୍ୟ
ଗଙ୍ଗାଧର ମେହେର