ନିଦରାଣୀ
ଲକ୍ଷ୍ମୀକାନ୍ତ ମହାପାତ୍ର
୧୮୮୮–୧୯୫୩
- ସଂକଳନ: କଲ୍ଲୋଳ
- ପଢ଼ିବା ସମୟ
- ୧ ମିନିଟ୍
- ଶବ୍ଦ
- ୧୨୩
- ସ୍ଥିତି
- ସାର୍ବଜନୀନ (Public domain)
ଆସ ମୋ କୁଟୀରେ ବାରେଗୋ ନିଦ-ରାଣୀସିରି ସିରି ମେଘୁଆ ପବନେଉଡ଼ି ଉଡ଼ି ଧୂସରି ଗଗନେବିଞ୍ଚି ଦେଇ ମେଘାମ୍ବରୀ- ପଣତ-କାନି ।ଅପରାଜିତା ଫୁଲ ଗଭାରୁ ଝରିପଡ଼ୁ ପ୍ରାଙ୍ଗଣେ ମୋର ଫିଟି କବରୀ ।ତରଳ-ଜଳଦ-କୋଳ-ଦାହିନୀମଳିନ ଜ୍ୟୋତ୍ସ୍ନା ଆବଗାହିନୀ ଗୋ ।ଶ୍ରାନ୍ତ ନୟନେ ମୋର ଶାନ୍ତି-ବିଧାୟିନୀହରିତ ଶସ୍ପ-ଶେଯ-ଶାୟିନୀ ଗୋ ।କୋମଳ-ଶ୍ୟାମଳ ଦୁର୍ବାଦଳୋପରିନବ କିଶଳୟ ସଜାଇମୋତେ ଦିଅ ଗୋ ବିଛଣା ବିଛାଇ;ନୀଳ କମଳମାଳ ବକ୍ଷରୁ କାଢ଼ଲମ୍ବାଇ ଦିଅ ମା ମୋର ଗଳେ ।ସ୍ନିଗ୍ଧ କଜ୍ଜ୍ୱଳ ଦିଅ ଲଗାଇଅଜଣା ସୁପ୍ତି ଦିଅ ଜଗାଇଅଳସ ଆଖିପତା ପଡ଼ୁ ଗୋ ମାଡ଼ିତୋହର ପରଶ-କାଠି ବଳେ ।କାନ ପାଖେ ଗାଇ ଦିଅନିଦ ପରା ଗୀତ ପଦେ;ଧୀରେ ଧୀରେ ଅଧ ଅଧ-ଭାଷେ ପ୍ରେମ ଗଦଗଦେ ।ବକ୍ଷ ପାଶେ ନିଅ ମୋତେ ଟାଣି,ମୃଦୁ ଚୁମ୍ବନଟିଏ କପୋଳେ ଥୋଇସକଳ ସନ୍ତାପ ଦିଅ ଧୋଇଆରାମେ ଯାଏଁ ଭୂଲି ଦୁଃଖ କାହାଣୀ ଗୋ ।ଆସ ମୋ କୁଟୀର ଦ୍ୱାରେ ଗୋ ନିଦରାଣୀ ।
ସମ୍ବନ୍ଧିତ ରଚନା
ଗୋପାଳକୃଷ୍ଣଙ୍କ ଚଉତିଶା
ଗୋପାଳକୃଷ୍ଣ ପଟ୍ଟନାୟକ
ନାନାବାୟା ଗିତ
ନନ୍ଦକିଶୋର ବଳ