ମାନସୀ ପ୍ରତିମା
ଲକ୍ଷ୍ମୀକାନ୍ତ ମହାପାତ୍ର
୧୮୮୮–୧୯୫୩
- ସଂକଳନ: କଲ୍ଲୋଳ
- ପଢ଼ିବା ସମୟ
- ୧ ମିନିଟ୍
- ଶବ୍ଦ
- ୮୮
- ସ୍ଥିତି
- ସାର୍ବଜନୀନ (Public domain)
ହୃଦୟ ଉନ୍ନତ୍ତ ହୋଇ କେଉଁ ଆଡ଼େ ଧାଉଁ ?କି ଉଦ୍ଦାମ ଭାବେ ସଦା ହେଉ ରେ ବିଭୋର ?କି-ଗତ ପରାଣେ ସଦା ଏକ-ମୁଖୀ ଥାଉ ?କାହିଁ ସେ ଲାବଣ୍ୟନିଧି ତୋର ମନ-ଚୋର ?ସେ କିରେ ଉତ୍ତର-ମେରୁ-ଅୟୁସ୍କାନ୍ତ-ମଣି ?ଆରାଧ୍ୟ ଦେବତା ସେ କି ପ୍ରତି ହୃଦୟର ?ସେହି କିରେ ତ୍ରିଭୁବନ ସୁଷମାର ଖଣି ?କବିର କଳ୍ପନା-ସେ କି ମଧୁର-ସୁନ୍ଦର ?ନାହିଁକି ସ୍ୱରୂପ ତାର ? କଳ୍ପନା ଆଦର୍ଶସେ କି ? ତ୍ରିଭୁବନମୟ ରହି ଅଛି ଭରି ?ନାହିଁ କିରେ ତାର ରୂପ, ରସ, ଗନ୍ଧ, ସ୍ପର୍ଶ ?ଇନ୍ଦ୍ରିୟ ଅଗମ୍ୟ; ବାହ୍ୟେ ଧରିବୁ କିପରି ?ଦିବ୍ୟ ଦୃଷ୍ଟି ଦେଇ କଳି ଅନ୍ତରର ସୀମା,ଦେଖାରେ ମାନସ ମଧ୍ୟେ ମାନସୀ-ପ୍ରତିମା ।
ସମ୍ବନ୍ଧିତ ରଚନା
ଗୋପାଳକୃଷ୍ଣଙ୍କ ଚଉତିଶା
ଗୋପାଳକୃଷ୍ଣ ପଟ୍ଟନାୟକ
ନାନାବାୟା ଗିତ
ନନ୍ଦକିଶୋର ବଳ