ନର ଓ ବ୍ୟାଘ୍ର
ନନ୍ଦକିଶୋର ବଳ
୧୮୭୫–୧୯୨୮
- ସଂକଳନ: ପ୍ରଭାତ-ସଙ୍ଗୀତ
- ପଢ଼ିବା ସମୟ
- ୧ ମିନିଟ୍
- ଶବ୍ଦ
- ୧୦୧
- ସ୍ଥିତି
- ସାର୍ବଜନୀନ (Public domain)
“ହେ ବ୍ୟାଘ୍ର ! ତୁ ନର ଖାଉ, ଅଧର୍ମୀ ତୁ ଅତି,ତୋତେ କିପାଁ ସୃଜିଥିଲେ ପ୍ରଭୁ ଜଗତ୍ପତି ?ଏ ବଡ଼ ଅଦ୍ଭୁତ, ବୁଝି ନ ପାରଇ ମୁହିଁ;ଜଗତରେ କିସ ଉପକାର କରୁ ତୁହି ?”କହେ ବ୍ୟାଘ୍ର, “ହେ ମାନବ ! କର ତ ବିଚାରତୁ କି ମେଷ, ଛାଗ ମତ୍ସ୍ୟ ନ କରୁ ଆହାର ?ତାଙ୍କର କି ପ୍ରାଣ ନାହିଁ ? ତାହା କିପାଁ ଧର୍ମ,ମୋ ଜୀବିକା ହେଲା କିପାଁ ଉତ୍କଟ ଅଧର୍ମ ?ନିରପେକ୍ଷ ବିଚାରେ ମୁଁ ଯେବେ ଭୟଙ୍କର,ନୁହଁ ତୁମ୍ଭେ ମାନବ କି ଭୟଙ୍କରତର ?ମୁଁ ସିନା ଜଙ୍ଗଲ ଜନ୍ତୁ ନିପଟ ଅଜ୍ଞାନ,ନାନା ଶାସ୍ତ୍ର ପଢ଼ି ପରା ଅର୍ଜିଅଛ ଜ୍ଞାନ ?କେତେ ଜୀବ ମାରି କର ସତତ ଆହାରଜୀବନ୍ତରେ ତତୋଧିକ କର ଅତ୍ୟାଚାର ।”* ଜୀବନ—ଜଳ । ଜୀବନ ପ୍ରାଣ ।
ସମ୍ବନ୍ଧିତ ରଚନା
ନାନାବାୟା ଗିତ
ନନ୍ଦକିଶୋର ବଳ
ଗୋପାଳକୃଷ୍ଣଙ୍କ ଚଉତିଶା
ଗୋପାଳକୃଷ୍ଣ ପଟ୍ଟନାୟକ