ନର ଓ ନାରୀ
ନନ୍ଦକିଶୋର ବଳ
୧୮୭୫–୧୯୨୮
- ସଂକଳନ: ପ୍ରଭାତ-ସଙ୍ଗୀତ
- ପଢ଼ିବା ସମୟ
- ୧ ମିନିଟ୍
- ଶବ୍ଦ
- ୮୬
- ସ୍ଥିତି
- ସାର୍ବଜନୀନ (Public domain)
ନର—ଆଗୋ ନାରୀ ! ଅଟ ତୁମ୍ଭେ ଅତୀବ ଅଜ୍ଞାନୀ,ନାରୀ—ତୁମ୍ଭ ଅତ୍ୟାଚାର ଫଳ ନୁହେଁ କି ତା ଜ୍ଞାନି ?ନାରୀ—ନାରୀ ତୁମ୍ଭ ମଧ୍ୟେ ବହୁ ଅଛନ୍ତି ଅସତୀ,ନାରୀ—କିଏ ତାହା କରାଇଲା ଆହେ ଯତି−ଜାତି ?ନର—ନାରୀଏ କଳହପ୍ରିୟା, ଜଗତେ ବିଖ୍ୟାତ,ନାରୀ—ଶିକ୍ଷା ଅଭାବରୁ ନୁହେ କି ଏ ଦୋଷ ଜାତ ?ନର—ନାରୀଙ୍କୁ ବିଶ୍ୱାସ ଶାସ୍ତ୍ରେ ଅଟେ ଅବିହିତ,ନାରୀ—ସେ ମଧ୍ୟେ ତୁମ୍ଭର ମାତୃଦେବୀ ଅଛନ୍ତି ତ ?ନର—ନାରୀଏ ସନ୍ତାନମଳ ସ୍ୱହସ୍ତେ ପୋଛନ୍ତିନାରୀ—ତା ନୋହିଲେ ଶିଶୁବେଳେ ବଞ୍ଚନ୍ତ କିମତି ?ନର—ସ୍ୱାମି−ପୁତ୍ର−ପକ୍ଷପାତୀ ସଙ୍କୀର୍ଣ୍ଣ ସେ ମନ,ନାରୀ—ସେ ଦୋଷ କି ଗୁଣ ରୂପେ ନ ହୁଏ ଗ୍ରହଣ ?ନର—ଅଳପ କଥାରେ ନାରୀ କରନ୍ତି କ୍ତିନ୍ଦନ,ନାରୀ—ନିଃସହାୟ ଅବସ୍ଥା କି ନୁହେଁ ତା କାରଣ ?
ସମ୍ବନ୍ଧିତ ରଚନା
ନାନାବାୟା ଗିତ
ନନ୍ଦକିଶୋର ବଳ
ଗୋପାଳକୃଷ୍ଣଙ୍କ ଚଉତିଶା
ଗୋପାଳକୃଷ୍ଣ ପଟ୍ଟନାୟକ