ଗ୍ରୀଷ୍ମ ଓ ବର୍ଷା
ନନ୍ଦକିଶୋର ବଳ
୧୮୭୫–୧୯୨୮
- ସଂକଳନ: ପ୍ରଭାତ-ସଙ୍ଗୀତ
- ପଢ଼ିବା ସମୟ
- ୧ ମିନିଟ୍
- ଶବ୍ଦ
- ୯୯
- ସ୍ଥିତି
- ସାର୍ବଜନୀନ (Public domain)
ବର୍ଷା କହେ, “ଖରା ! ତୁହି ବଡ଼ ନିଦାରୁଣ,ଶୁଖାଉ ତୁ ଜଳାଶୟ ପୋଡ଼ୁ ପତ୍ରତୃଣ;ଦେଖ ମୁଁ ଅଜସ୍ର ଜଳଧାରା କରି ଦାନବଞ୍ଚାଏ କିପରି ଖିଳ ପ୍ରକୃତିର ପ୍ରାଣ ।ତୋ ରାଜ୍ୟ ଶ୍ରୀହୀନ ଆଉ ମରୁଭୂମି ସରିଧୁଉ ଧୁଉ ଜଲେ * ଧରା, ପତ୍ର ପଡ଼େ ଝରି ।ମୋ ରାଜ୍ୟ ଶ୍ରୀମନ୍ତ କେଡ଼େ, ନନ୍ଦନର ସରିକଳ କଳ ଜଳେ ଧରା ନିର୍ଝରରୁ ଝରି ।* ଜଳେ—ପ୍ରଜ୍ଜ୍ୱଳିତ ହୁଏ । ଜଳେ—ଜଳଦ୍ୱାରା ।ମୁହିଁ କେଡ଼େ ଦାତାଷଣ୍ଢ ତୁ କେଡ଼େ କୃପଣ,ନେଉ ପ୍ରାଣ, ଦିଏ ମମ ଜୀବନ * ଜୀବନ ”କହେ ଗ୍ରୀଷ୍ମ, “କିପାଁ ବର୍ଷା କରୁ ବୃଥା ଗର୍ବ,ମୋ ଯୋଗୁଁ ତୋହର ସିନା ଏ ସମ୍ପଦ ସର୍ବ !ଧରାବକ୍ଷୁଁ ବାରି ଯେବେ ନ ନିଅନ୍ତି ନଭେପାଆନ୍ତୁ କିଜଳ ତୁହି ବରଷାର ଲବେ ?”
ସମ୍ବନ୍ଧିତ ରଚନା
ନାନାବାୟା ଗିତ
ନନ୍ଦକିଶୋର ବଳ
ଗୋପାଳକୃଷ୍ଣଙ୍କ ଚଉତିଶା
ଗୋପାଳକୃଷ୍ଣ ପଟ୍ଟନାୟକ