ନୈରାଶ୍ୟ
ଉତ୍କଳ ବ୍ୟାସ କବି · ୧୮୪୩–୧୯୧୮ · ରାଧାନାଥ ଯୁଗ
- ସଂକଳନ: ଅବସର ବାସରେ
- ପଢ଼ିବା ସମୟ
- ୩ ମିନିଟ୍
- ଶବ୍ଦ
- ୪୨୯
- ସ୍ଥିତି
- ସାର୍ବଜନୀନ (Public domain)
ମଙ୍ଗଳଜୀବନର ସୁଖସୂର୍ଯ୍ୟ ହୋଇଛି ତ ଅସ୍ତ-ନିର୍ବାଣ ଆନନ୍ଦ, ତୃପ୍ତି, ଉତ୍ସବ ସମସ୍ତ ।ମାଡ଼ି ଆସେ ଚତୁଦିଗୁଁ ଘୋର ଅନ୍ଧକାର,ହାହାକାର! ହାହାକାର! ହାହାକାର ସାର!ସମସ୍ତ ତାରକାଜ୍ୟୋତି, ଚନ୍ଦ୍ରମାକିରଣତିରୋହିତ! ଶୂନ୍ୟମୟ ହୃଦୟଗଗନ ।ନୈରାଶ୍ୟପବନ ବହେ ମହାଭୟଙ୍କରେ,ବିପଦବାରିଦ ଆଚ୍ଛାଦିତ ଗଗନରେ ।ପୂର୍ବେ ବା ପଶ୍ଚିମେ ଚାହେଁ, ଦକ୍ଷିଣେ, ଉତ୍ତରେ,କାହାକୁ ତ ଦେଖୁ ନାହିଁ- ନିମ୍ନ ବା ଉର୍ଦ୍ଧ୍ୱରେ ।ମସ୍ତକ ଗୁଞ୍ଜିବାପାଇଁ ନାହିଁ ମାତ୍ର ସ୍ଥାନ,ଜଣା ଯାଏ ଭୟଙ୍କର ପୃଥ୍ୱୀ ବର୍ତ୍ତମାନ ।ଉଚ୍ଚାଟନ, ଉଦାସୀନ, ଜୀବନ ଚଞ୍ଚଳ,ବ୍ରହ୍ମାଣ୍ଡଟା ହେଉଅଛି ଯେହ୍ନେ ଟଳମଳ ।ମୁହୁର୍ମୁହୁ ଶୁଭେ ଭୟଙ୍କର ବଜ୍ରାଘାତ,ଆସେ କରି ଦେବାପାଇଁ ମୋତେ ଧୂଳିସାତ ।ଆଶାବିଦ୍ୟୁତ୍ କ୍ଷଣେ କ୍ଷଣେ ପ୍ରକାଶି କେବଳଝଲସାଇ ଦେଉଅଛ ନୟନ ଯୁଗଳ ।ବିଦ୍ୟୁତର ପ୍ରଭା ଯେତେବେଳେ ଯାଏ ଛାଡ଼ି,ଶତଗୁଣେ ଅନ୍ଧକାର ଆସେ ପୁଣି ମାଡ଼ି ।ପ୍ରାଣ ପିଣ୍ଡ ଏବେ ହୋଇ ଯିବ ଖଣ୍ଡ ଖଣ୍ଡ,ସମସ୍ତ ଶରୀର ହୋଇଯିବ ଲଣ୍ଡଭଣ୍ଡ ।ପ୍ରଳୟର ରୁଦ୍ରମାନେ ଆସୁଛନ୍ତି ଧାଇଁ,ମୋର ମନ ପ୍ରାଣ ଗ୍ରାସ କରିବାର ପାଇଁ ।କ୍ରମଶଃ ବିଲୁପ୍ତ ହୋଇ ଆସେ ବାହ୍ୟ ଜ୍ଞାନ,ପୃଥ୍ୱୀ ଯିବ ରସାତଳେ ହୁଅ ଅନୁମାନ ।ସହସ୍ରେକ ବଜ୍ର ଆସି ପଡ଼ିବ କି ଶିରେ,ଧୂଳିସାର ହୋଇଯିବି ଏବେ ପୃଥିବୀରେ ।ବର୍ତ୍ତମାନ ଚତୁର୍ଦିଗ ଦେଖୁଛ ଅନାଇ,ସହାୟ, ଭରସା, ଆଶା, କିଛିମାତ୍ର ନାହିଁ ।ଛିନ୍ନ ଭିନ୍ନ ଗ୍ରହ ତାହା ଆକାଶ ମାର୍ଗରେ,ପଡ଼ିବେ କି ଭାଙ୍ଗି ଆସି ମୋ ମସ୍ତକରେ?ଜଗତ କି ହୋଇ ଯାଇଅଛି ଛିନ୍ନ ଭିନ୍ନ?ଆଶା ମାତ୍ର ଦେଖୁନାହିଁ ଆଶ୍ରୟର ଚିହ୍ନ ।ଆହା ମୋର ଭାଗ୍ୟର କି ଏଡ଼େ ବିଡ଼ମ୍ବନା!ଘୁଣାକ୍ଷରେ ପୂର୍ବେ ମୋତେ ଥିଲା ନାହିଁ ଜଣା ।ସହସ୍ର ପିଶାଚ ଭୟଙ୍କର ରୂପ ଧରିଦଳି ଦେଉଛନ୍ତି ମୋତେ କ୍ଷୁଦ୍ର କୀଟ ପରି!ଯାଉ ସବୁ, ରହିଲି ମୁଁ ଏବେ ନିଶ୍ଚିନ୍ତରେ,ମନ ପ୍ରାଣ ସମର୍ପଣ କରି ପ୍ରଭୁ କରେ ।ଅଶାର ମେଲାଣିଭାଗବତ ବୃତ୍ତଯାଇଛି କେତେକାଳ ବହି, କି ହେବ ପୂର୍ବକଥା ବହି ।ହୃଦୟ ମୋର ଚିନ୍ତାନଳେ ପୋଡ଼ି ତ ଯାଉଛି ବିକଳେ ।ରହିଛି ଭସ୍ମ ଅବଶେଷ, ନାହିଁ ତ ସୁଖାଲୋକଲେଶ ।ବିଳାପ କଷ୍ଟ ହାହାକାର ଜୀବନେ କରିଛି ମୁଁ ସାର ।ଯାଇଛି ସୁଖ ଶାନ୍ତି, ଯାଉ, ବାହୁଡ଼ି ନ ଲୋଡ଼ଇ ଆଉ ।ଯାଇଛି ସୁଖଭୋଜି ସଡ଼ି, ଉଚ୍ଛିଷ୍ଟ ମାତ୍ର ଅଛି ପଡ଼ି ।ଆଉ ସେ ମହାକାଳ ଫଳ ଜୀବନ ନ କରୁ ଚଞ୍ଚଳ ।କିପାଇଁ ଆଶା ଭୟେ ଭୟେ ପ୍ରବେଶ କରୁ ମୋ ହୃଦୟେ?ଆଣିଛୁ କି ଦ୍ରବ୍ୟ ନୂତନ ମୋହିତ କରିବୁ ଜୀବନ?ଦେଇଛି ତୋତେ ତ ମେଲାଣି, କିପାଁ ଆସିଛୁ ଠାକୁରାଣୀ?ନାହିଁ ତୋ ପ୍ରତି ଅନୁରାଗ, ସ୍ୱଚ୍ଛନ୍ଦେ କଲି ପରିତ୍ୟାଗ ।ନୂତନ କିଛି ଉପକାର, ଅବା ନୂତନ ସମାଚାର,ଆସିଛୁ ଘେନି ବର୍ତ୍ତମାନ, ଯାହା ମୁଁ କରିବି ସମ୍ମାନ ।ତୋତେ ମୁଁ ଭଲରୂପେ ଜାଣେ ମେଲାଣି ଦେଲି ପୂର୍ଣ୍ଣପ୍ରାଣେ ।ତୁମ୍ଭଙ୍କୁ ମଣି ମୁହିଁ ଦେବୀ ଚିରଜୀବନ ଥିଲି ସେବି ।ଜାଣିଲି ଭଲରୂପେ ପରା, ପିଶାଚୀ ଦେବୀ ରୂପାନ୍ତରା ।ତୁମ୍ଭଙ୍କୁ ଭଜୁ ବା ନ ଭଜୁ, କୌଶଳେ ବାନ୍ଧ ମାୟାରଜ୍ଜୁ,କରିବ ମାନବେ ବନ୍ଧନ, ଜଗତେ କରୁଛ ଭ୍ରମଣ ।ପଡ଼ିଣ ତୁମ୍ଭର ବନ୍ଧନେ ଭ୍ରମନ୍ତି ଲୋକେ ଅଚେତନେ ।ରଖିଛ ମାନବଙ୍କୁ ଟାଣି ଜଗତେ ତୁମ୍ଭେ ଠାକୁରାଣୀ!ଦେଉଛ ସୁଖର ଆଶ୍ୱାସ, ମାତ୍ର ମୁଁ ନ କରେଁ ବିଶ୍ୱାସ ।ତୁମ୍ଭେ ତ ବିଶ୍ୱାସଘାତିନୀ, ଜଗତେ ଯନ୍ତ୍ରଣାଦାୟିନୀ ।ମରେଁ ମୁଁ ପଛେ କଷ୍ଟ ପାଇ, କିପାଇଁ ରଖିଛ ଭୁଲାଇ?କପଟ ବନ୍ଧୁ ପ୍ରତାରଣା ଯମକୁ ବଳି ଯେ ଯନ୍ତ୍ରଣା ।ଜୀବନଯାକ କଷ୍ଟ ବିତି ବୁଝିଛି ଦେବୀ ତୁମ୍ଭ ରୀତି ।ତୁମ୍ଭ କୌଶଳ ଅଛି ଜଣା, ନ କର ଆଉ ପ୍ରତାରଣା ।ଦେଇ ସକଳ ଜଳାଞ୍ଜଳି ରହିଛି ପରକାଳ କଳି ।ମୋଠାରେ ତୁମ୍ଭର କୌଶଳ ଜାଣିବ ଅନର୍ଥ କେବଳ ।ଦେଖାଉଛ ତ ସୁଖ ଛାୟା, ନାହିଁ ମୋ ତହିଁ ପ୍ରତି ମାୟା ।ତୁମ୍ଭଠୁଁ ହେଲେ ମୁଁ ବିମୁଖ, ଲଭିବି ପ୍ରୀତି ଶାନ୍ତି ସୁଖ ।ଇଚ୍ଛାରେ ଦେଉଛି ମେଲାଣି, ଅନ୍ୟତ୍ର ଯାଅ ଠାକୁରାଣୀ!ନ ଆସ ପାଶେ ପୁନର୍ବାର, ଯାଉନ୍ତୁ ଦେବୀ! ନମସ୍କାର!
ସମ୍ବନ୍ଧିତ ରଚନା
ଗୋଟିଏ ପ୍ରାର୍ଥନା
ଫକୀରମୋହନ ସେନାପତି
ବୃକ୍ଷବାଟିକା
ଫକୀରମୋହନ ସେନାପତି
ମୋ- ମୋହନ ବଂଶୀ
ଫକୀରମୋହନ ସେନାପତି
କ୍ଷଣିକ
ଫକୀରମୋହନ ସେନାପତି