ନବ ନୀଳାଚଳ
୧୮୭୫–୧୯୨୮
- ସଂକଳନ: ନିର୍ମାଲ୍ୟ
- ପଢ଼ିବା ସମୟ
- ୨ ମିନିଟ୍
- ଶବ୍ଦ
- ୨୮୮
- ସ୍ଥିତି
- ସାର୍ବଜନୀନ (Public domain)
“ସର୍ବେ ହୋଇବେ ଏକାକାରନ ଥିବ ବେଦର ବିଚାର ।”-ଭାଗବତପୁରାଣ ପବିତ୍ର ଥିଲା ନୀଳାଚଳଧାମ,ଭୂଭାରତେ ଧରିତ୍ରୀର ଖ୍ୟାତ ଯାର ନାମ ।କାହିଁ ଗଲା ଗୌତମଙ୍କ ମହାଧର୍ମ ଦୀକ୍ଷା-“ଅହିଂସା ପରମ ଧର୍ମ” ଏ ମହତୀ ଶିକ୍ଷା ।ଆଚଣ୍ଡାଳ ବ୍ରାହ୍ମଣ ହିଁ ସମସ୍ତେ ସମାନବାସନା ବିନାଶେ ନର ଲଭଇ ନିର୍ବାଣ ?ସ୍ୱାର୍ଥାନ୍ଧ ଦ୍ୱିଜାତିଙ୍କର କ୍ରୂର ନୀତିବଳେଭେଦନୀତି ହେଲା ପୁଣି ସ୍ଥାପିତ ଉତ୍କଳେ ।କାହିଁ ଗଲା ଗୌତମଙ୍କ ଚରେଣ୍ୟ ନିର୍ବାଣଶଙ୍କରାଚାର୍ଯ୍ୟଙ୍କ ତତ୍ତ୍ୱ ବେଦାନ୍ତ ମହାନ ?ବ୍ରହ୍ମଜ୍ଞ ଶଙ୍କରାଚାର୍ଯ୍ୟ ବିଶ୍ୱାସୀ କବୀରଶ୍ରୀଚୈତନ୍ୟ, ରାମାନନ୍ଦ ଆଦି ପ୍ରେମବୀର;ହରିଦାସ, ଜଗନ୍ନାଥ, ତୁଳସୀ, ଅଚ୍ୟୁତକରିଥିଲେ ଏହି ଭୂମି ଉଜ୍ଜୀବିତ ପୂତ ।ନିଖିଳ ଭାରତେ ଶ୍ରେଷ୍ଠ ଠାବ ଏ ଉତ୍କଳଥିଲା ଜ୍ଞାନ−ପୂଣ୍ୟ−ଭକ୍ତି−ସମନ୍ୱୟ ସ୍ଥଳ ।ସମଗ୍ର ଭାରତେ କରେ ଭ୍ରାତୃତ୍ୱେ ବନ୍ଧନଶ୍ରୀକ୍ଷେତ୍ର କରିଣ ସାମ୍ୟଧର୍ମ୍ମ ସଂରକ୍ଷଣ ।ଶତବୀର ଶିଳ୍ପୀ କବି ଭକ୍ତ ଯେଉଁ ଦେଶେଜନ୍ମିଲେ, ପତିତ ସେହି ଆହା ଦୀନବେଶେ !ଜଗନ୍ନାଥ, ବଳରାମ, ଅଚ୍ୟୁତ, ଅନନ୍ତ,ଅରକ୍ଷିତ ଦାସ, ବୀରସିଂହ, ଯଶୋବନ୍ତ,ଏ ପୁଣ୍ୟ ଉତ୍କଳେ ଜନ୍ମି ଭ୍ରମି ଗ୍ରାମେ ଗ୍ରାମେପ୍ରଚାରି ପବିତ୍ର କଲେ ପରଂବ୍ରହ୍ମ ନାମେ ।ସାମ୍ୟ ଆଲୋକରେ ଦୀପ୍ତ ଉତ୍କଳମଣ୍ଡଳପଡ଼ିଗଲା ସଂକୀର୍ଣ୍ଣତା କରାଳ କବଳ !ପ୍ରାଚୀନ ଭାରତେ ତାର ଥିଲା ଯେଉଁ ସ୍ଥାନଫେରିବ କି ଉତ୍କଳର ସେ ମହା ସମ୍ମାନ ?ଶ୍ରେଷ୍ଠ ତୀର୍ଥ ହେବ ଏହା ନବ ଯୁଗ ଧର୍ମେଜଗତ−ଆଦର୍ଶ ଜ୍ଞାନ−ପୁଣ୍ୟ−ଯୋଗ କର୍ମେ ?ଅଭ୍ରଭେଦୀ ସୁବିଚିତ୍ର ଉତ୍ତୁଙ୍ଗ ମନ୍ଦିରଖଣ୍ଡ ଦେବତାଙ୍କୁ ପୂଜୁଥିଲା ସେ ସୁଚିର;ମାନବ ମାନସ ପୀଠ ମହାନ ବିଚିତ୍ରସତ୍ୟ−ଶିବ−ସୁନ୍ଦରର ପ୍ରତିମା ପବିତ୍ରହେବ ଏ ଦେଶୀୟଙ୍କର, ଦିଗଦିଗନ୍ତରେପ୍ରଚାରିତ ହେବ ତାହା ଅବନୀ ମଧ୍ୟରେ ?ନବଯୁଗେ ନବତୀର୍ଥ, ନବ ଧର୍ମବଳ,ଧରି ହୃଦେ ବିରାଜିବ ନବୀନ ଉତ୍କଳ ?ପୁରାଣ ଶ୍ରୀକ୍ଷେତ୍ର ହେବ ନବତୀର୍ଥସ୍ଥଳଦିଗଦିଗନ୍ତରାଗତ ଯାତ୍ରୀରେ ଗହଳ ।ଆସିବ କି ସେହି ଶୁଭଦିନ ଏ ଉତ୍କଳେବୌଦ୍ଧ, ବଇଷ୍ଣବ, ଶୈବ, ଜୈନ ଏ ସକଳେମହାସମନ୍ୱୟ ଧର୍ମେ ହସ୍ତ ଧରାଧରିହୋଇଣ, ଦେଖିବେ ବିଶ୍ୱମୟ ଏକ ହରି ?“ସର୍ବେ ହେବେ ଏକାକାର, ନ ଥିବ ବେଦରବିଚାର” ଏ ବାଣୀ ସତ୍ୟ ହେବ କି ଶାସ୍ତ୍ରର ?ଉପଧର୍ମ କୁସଂସ୍କାର ଜାତିଭେଦ ଜ୍ଞାନପବିତ୍ର ଉତ୍କଳୁଁ ଦୂରେ କରିବ ପ୍ରୟାଣ ?ଉତ୍କଳୀୟେ ଏକଜାତିରୂପେ ପରିଣତହୋଇ ଜଗତରେ ପୁଣି ହେବେ ସୁମହତ ?ସକଳ ଉତ୍କଳ ପୁଣି ନିଖିଳ ଭାରତବିଶାଳ ଧରଣୀ ସଙ୍ଗେ ହେବ ସୁମହତ ?ଜ୍ଞାନ, କର୍ମ ପ୍ରେମେ ଭାରତୀୟେ ସମୁତ୍ଥିତସାଧିବେ ସୁସଭ୍ୟ ଜାତି ସଙ୍ଗେ ବିଶ୍ୱହିତ ?
ସମ୍ବନ୍ଧିତ ରଚନା
ଜରା-ମରଣ
ନନ୍ଦକିଶୋର ବଳ
ତୀର୍ଥ ଯାତ୍ରା
ନନ୍ଦକିଶୋର ବଳ
ସେହିପରି ଏ ମୋର ହୃଦୟ
ନନ୍ଦକିଶୋର ବଳ
କଥା ଓ ଜୀବନ
ନନ୍ଦକିଶୋର ବଳ