ଖଣ୍ଡଗିରି
୧୮୭୫–୧୯୨୮
- ସଂକଳନ: ନିର୍ମାଲ୍ୟ
- ପଢ଼ିବା ସମୟ
- ୧ ମିନିଟ୍
- ଶବ୍ଦ
- ୧୩୮
- ସ୍ଥିତି
- ସାର୍ବଜନୀନ (Public domain)
ନିଭୃତ ନିର୍ଜନ ଏହି ପୁଣ୍ୟ ଖଣ୍ଡଗିରିଥିଲା ଦିନେ ଏ ଗିରିର କିବା ପୁଣ୍ୟ ଶିରୀ ।ଶ୍ରମଣ ବେଶରେ କେତେ ନୃପତି କୁମରେ-କେତେ ବୌଦ୍ଧଭିକ୍ଷୁ ବସି ଏ ଗିର କନ୍ଦରେ;ଅଚଳ, ଅଟଳ ଅଦ୍ରିତୁଲ୍ୟ ଯତିବେଶେସାଧିଲେ ନିର୍ବାଣ ତତ୍ତ୍ୱ ଏହି ଦରୀଦେଶେକୋଟିକଣ୍ଠ−କଳକଳେ ପର୍ବତକନ୍ଦରକୁହରିତ କରୁଥିଲା “ଲଳିତ ବିସ୍ତର ।”ମଧୁର ମହାନ ଗୀତେ, ଶତକଣ୍ଠୁ ଶଦ୍ଦଶୁଣି ଏଣଏଣୀଗଣ ହେଉଥିଲେ ସ୍ତବ୍ଧ ।କାହିଁ ଯାଇଛନ୍ତି ବୌଦ୍ଧ ଋଷିଯୋଗୀ ଆଜିମଉନ ବିଷଣ୍ଣ ଆହା ଗିରିବନରାଜି ।କାହିଁ ଗଲା ଗୌତମଙ୍କ ମହାଧର୍ମ ଦୀକ୍ଷା‘ଅହିଂସା’, ‘ପୁରୁଷକାର’, ‘ସାମ୍ୟ’, ‘ମୈତ୍ରୀ’ ଶିକ୍ଷା,ଶିଳାଖୋଳା ବିଳମାଳା କିବା କ୍ଷୁଦ୍ର ତୁଚ୍ଛସେ ପୁତ ସଂସ୍ପର୍ଶେ ହୋଇଥିଲା ପୁଣ୍ୟେ ଉଚ୍ଚଅପାର୍ଥିବ ପୁଣ୍ୟ ଧୂଳି ସ୍ତୂପ ସହ ସ୍ଥିତହୋଇ କରିଥିଲା ତାହା ମୁକୁଟ ମଣ୍ଡିତ ।ଚାନିଗଲା ପୁଣ୍ୟ ପ୍ରାଣ, ରହି ଜଡ଼କାୟାଯୁଗଯୁଗନ୍ତର ରଖିଅଛି ଛାୟାମାୟା ।ଏ ପୁଣ୍ୟ ସମାଧି−କ୍ଷେତ୍ରେ ହେ ଉତ୍କଳବାସି !ବସି ପିତୃପୁରୁଷଙ୍କୁ ସ୍ମରିଯାଅ ଆସି ।ବୃଥା କି କହିବି ପଡ଼ି ଏ ପୂତ ଶ୍ମଶାନନ ହେବକି ବୀରଭକ୍ତ ଜ୍ଞାନୀଙ୍କ ଉତ୍ଥାନ ?“ଉତିଷ୍ଠ” ବୋଲିଣ ଆତ୍ମା ଛାଡ଼ ହେ ଚହଳପ୍ରବୃଦ୍ଧ ଜାଗ୍ରତ ହେଉ ପତିତ ଉତ୍କଳ !
ସମ୍ବନ୍ଧିତ ରଚନା
ଜରା-ମରଣ
ନନ୍ଦକିଶୋର ବଳ
ତୀର୍ଥ ଯାତ୍ରା
ନନ୍ଦକିଶୋର ବଳ
ସେହିପରି ଏ ମୋର ହୃଦୟ
ନନ୍ଦକିଶୋର ବଳ
କଥା ଓ ଜୀବନ
ନନ୍ଦକିଶୋର ବଳ