ମୃତ୍ୟୁଶଯ୍ୟାରେ
ଫକୀରମୋହନ ସେନାପତି
ଉତ୍କଳ ବ୍ୟାସ କବି · ୧୮୪୩–୧୯୧୮ · ରାଧାନାଥ ଯୁଗ
- ସଂକଳନ: ଅବସର ବାସରେ
- ପଢ଼ିବା ସମୟ
- ୧ ମିନିଟ୍
- ଶବ୍ଦ
- ୮୮
- ସ୍ଥିତି
- ସାର୍ବଜନୀନ (Public domain)
ସମାପତ ଶ୍ରମକ୍ଳାନ୍ତି ଆଜି ମୁଁ ଲଭିଲି ଶାନ୍ତିଜୀବନରେ ଭୁଲ ଭ୍ରାନ୍ତି ହେଲା ଅବଶେଷ-ବ୍ୟାକୁଳତା ଦିବାନିଶି ଶ୍ମଶାନ ଚିତାରେ ମିଶିଯିବ ସୁଖଦୁଃଖରାଶି ନ ରହିବ ଲେଶ ।ପ୍ରେମ ଆଳାପନ କଥା ଜୀବନର ସର୍ବବ୍ୟଥାସ୍ନେହ ପ୍ରୀତି ମଧୁରତା ସର୍ବ ହେବ ଦୂର,ବିଶ୍ୱ ବ୍ରହ୍ମାଣ୍ଡ ଆଲୋକ ସୁଖ ବା ଦୁଃଖଦାୟକଗଲା ଯାଉ ଏବେ ସୁଖ ଲଭିବି ପ୍ରଚୁର ।ଏ କି ବନ୍ଧୁଙ୍କ ବେଭାର ଦେଇ ପୁଷ୍ପ ଉପହାରସଜାଇ ପ୍ରତିମାକାର ଆଣିଛନ୍ତି ମୋତେ,ମୋହ ପକ୍ଷେ ବର୍ତ୍ତମାନ ପଙ୍କ ଚନ୍ଦନ ସମାନସମ୍ମାନ ଅପମାନ ନ କଲେ ପରତେ ।ବୋଲ ହରି ହରି ବାଣୀ ଘେନୁଛି ଏବେ ମେଲାଣିଜନ୍ମଭୂମି ଠାକୁରାଣୀ ! କରେଁ ନମସ୍କାର,କାଟିଛି ଜୀବନକାଳ କରି ବହୁତ ଜଞ୍ଜାଳନିଅ ଦେହ ଚିତାନଳ ଭସ୍ମ ଉପହାର ।
ସମ୍ବନ୍ଧିତ ରଚନା
ଗୋଟିଏ ପ୍ରାର୍ଥନା
ଫକୀରମୋହନ ସେନାପତି
ବୃକ୍ଷବାଟିକା
ଫକୀରମୋହନ ସେନାପତି
ମୋ- ମୋହନ ବଂଶୀ
ଫକୀରମୋହନ ସେନାପତି
କ୍ଷଣିକ
ଫକୀରମୋହନ ସେନାପତି