ମରିଯାଏ ମନେ ମନେ
୧୮୯୮–୧୯୬୫
- ସଂକଳନ: ବଙ୍କା ଓ ସିଧା
- ପଢ଼ିବା ସମୟ
- ୨ ମିନିଟ୍
- ଶବ୍ଦ
- ୩୮୨
- ସ୍ଥିତି
- ସାର୍ବଜନୀନ (Public domain)
ଅୟି ପ୍ରାଣ ପ୍ରିୟତମେ ।
(୨)
ଅୟି ପ୍ରିୟବତୀ କାନ୍ତା !ଏଠାର ବଜାର ଅତି ଚଢ଼ାଦରତୁମ ସ୍ମୃତି ଖାଲି ଶସ୍ତା ।ଝରଣା ଶାଢ଼ୀର କଳ୍ପନା ମୋରଝୁରି ଝୁରି ଗଲା ମରିସଂକଟ ନୁହେ ବସ୍ତ୍ର ଉପରେ,ତୁମେ ସଂକଟ ଗୋରି !ତୁମେ ଦିନ-ରାତି ଚିନ୍ତାଅୟି ପ୍ରିୟବତୀ କାନ୍ତା !
(୩)
ହେ ମୋର ରଙ୍ଗମୟି !ବୁଲି ବୁଲି ଆଜି ବଜାରୁ ଫେରୁଚିଛୁଞ୍ଚି ଓ ସୂତା ନେଇ ।ନାହିଁ ତ ବସ୍ତ୍ର, ଅମୋଘ ଅସ୍ତ୍ର -ସିଲେଇ କରିବ ଶାଢ଼ୀଜନଗଣନାରେ ହୋଇବ ଡବଲଏଇ ବିଶ୍ୱାସ ଧରି ।ଆଉ ବେଳ ନାଇଁ, ନାଇଁ,ହେ ମୋର ରଙ୍ଗମୟି !
(୪)
ହେ ମୋର ପ୍ରଣୟ ରାଧା !ବୁଝିପାରୁଥିବ ବ୍ୟଞ୍ଜନା ମୋରନ କହି କହିଲି ଅଧା !ଜୀବନର ଏଇ ଯାତ୍ରାପଥରେଆମେ ତ ଯୁଗଳ ଯାତ୍ରୀମୁହିଁ ହେବି ନାହିଁ ଜୀବନରେ ପିତାତୁମେ ହେବ ନାହିଁ ଧାତ୍ରୀ ।ଜନ୍ମର ଅବସାନ -ଏଇ ହେଲା ସମାଧାନ ![ମାର୍ଚ୍ଚ ୧୯୫୯]କୂଅମୂଳେକିଏ, ଗୋ ବାଳା ତୁମେ ଲଜ୍ଜାବତୀକଳସୀକାଖେ କର ଅଳସ ଗତିକେତକୀ-କିଆ-ଘେରା ଏ ରୁଜୁ ପଥବିଜନ ଖରାବେଳେ ବିଷମ ଅତି ।କୋଇଲି ଡାକଦେଲେ କୁହୁକୁ କୁହୁଛାତିରେ ପଶେ ଦକା ମୁହୂର୍ମୁହୂଃ,ବଦନ ପୋତି ତଳେ ଚାଳୁଚ ପାଦକାହାର ଦୁହିତା ବା କାହାର ବୋହୂ ।ବସନ ଓଦା କରେ ଚହଲି ପାଣିସାଗର-ମନ୍ଥନୁ ଲକ୍ଷ୍ମୀ ଜାଣି !ତନୁରେ ଓଦା ବାସ ଦର୍ପଣ ବାଏ କବି ଦେଖେ ତବ ଅଙ୍ଗଠାଣି !ଚରଣେ ଫୁଟେ ଫୁଲ ଚାଲିଲାବେଳେସର୍ପଗତି ସମ ପଣତ ହଲେ,ଦର୍ପ କରେ ଚୂନା ଉର୍ବଶୀରକବି ମୁଁ ଲେଖେ ଗୀତ ଏ ମଫସଲେ ।[ମେ-୧୯୬୧]ପାଇପ୍ମୂଳେବଦଳିଗଲା ରୂପ ସଭ୍ୟତାର,ଲବଣି ତନୁ ତଳେ ବହିଲା ଝାଳ,
ସମ୍ବନ୍ଧିତ ରଚନା
ସୂର୍ଯ୍ୟ ପ୍ରତି ଦୀପ
ଗଙ୍ଗାଧର ମେହେର
ତାରା-ସୂର୍ଯ୍ୟ
ଗଙ୍ଗାଧର ମେହେର