ନିବେଦନ* — ଗୋଦାବରୀଶ ମହାପାତ୍ର · ସ୍ୱର୍ଣ୍ଣଲିପିଅପରିଚିତାର ପାଇ ଏ ଚିଟାଉ ମାନ୍ୟବରବିଚାରିବ ନାହିଁ କରୁଚି ତୁମକୁ ମୁଁ ହରବର ।ଜାଣେ ନାଇଁ ମୁହିଁ ଚିଠି ଲେଖିବାର, ପଢ଼ିନି ପାଠଜଳୁଚି ହୃଦୟ, ଜାଳେ ମୁଁ ଯେଭଳି ଚୁଲିରେ କାଠ ।କାଠ ପୋଡ଼ି ସିନା ପାଉଁଶ ହେଉଚି, ମୋ ବୁକୁତଳେଦହକି ରହିଚି ରଡ଼ନିଆଁ ସବୁ ଭାବନାବଳେ ।ରାତି ନିଦ ନାଇଁ, ଦିନର କଥା ବା କହିବି କିସଜୀବନ ଧରି ମୁଁ ରହିଚି ଯାହା ହେ ନ ଖାଇ ବିଷ !ତୁମକୁ କହିବି ଆଜି ଏ ଦେଶର ଦଣ୍ଡଧରଯେତେ ଦୁର୍ନୀତି ତୁମେ ପରା ସବୁ ବନ୍ଦ କର ।ମନ୍ଦ କର ବା ଛନ୍ଦ କର ହେ ଛତ୍ରପତିଫିସ୍ ନ ଦେଇ ମୁଁ ମାଗୁଚି ବିଚାର, ଜରୁରି ଅତି ।ତୁମରି ଶାସନେ ଦୁଃଶାସନ କି ହେଲେ ମୋ ପତିତୁମେ କି ପାରିବ ନାଇଁ ବଦଳାଇ ଦୁଷ୍ଟମତି ?ଆଇନ ଭିତରେ ବଞ୍ଚି ମୁଁ ଯେବେ ପାରିବି ନାଇଁରାମ-ରାଇଜରେ ଏଇ ମୁଁ ସୀତାର ମୂଲ୍ୟ କାହିଁ ?[ଫେବୃଆରୀ- ୧୯୬୦]ଡକାୟତ*ତୁମେ ଡକାୟତ ଚମ୍ବଲ କୂଳେବିନୋବା ଚରଣେ ବସହତ୍ୟା କରିଚ ବ୍ୟକ୍ତିଜୀବନ,ଧନୀକେ କରିଚ ଶେଷ ।ବ୍ୟକ୍ତ କରିଚ ଏତେ ଦିନପରେଲଜ୍ଜାରେ ମଥା ନୋଇଁ --ଅପହରଣର ବୃତ୍ତି ତୁମରମାନିନେଲ କାହିଁପାଇଁ ?ବରଣ କରିଲ ଚିରକଳଙ୍କଦୁର୍ଗମ ଗିରିପଥେଆତତାୟୀ ତୁମେ କରିଚ ହତ୍ୟାନିରୀହ ଜନତା କେତେ !ଶିଶୁ କ୍ରନ୍ଦନେ, ଅବଳା ରୋଦନେଫାଟିନାଇଁ ତବ ହିଆକେତେ ଜନପଦେ ମଶାଣି କରିଚିତୁମରି ମଶାଲ ନିଆଁ ।ଥିଲେ କି ସେ ବନେ ରତ୍ନାକର ହେପୁରାଣ-ଯୁଗର ରଷିସାଧୁ ପାଲଟିଲ ସାଧୁର ନାମରେ‘ମରା’ ନାମ ଖାଲି ଘୋଷି ?ଥିଲେ ସେ ଗୋଟିଏ, ତୁମେ ଯେ କୋଟିଏହତ୍ୟାକାରୀର ଦଳକେତେ ରାମାୟଣ ଲେଖିବ ତୁମେ ତଦେଖିବାକୁ ଅଛି ବେଳ !!ଚମ୍ବଲକୂଳେ ଗିରିପଦତଳେଲୁଟି କରୁଥିଲ ତୁମେ,ଜାଣିଚ କି ତୁମେ ତୁମରି ଧର୍ମ୍ମୀଏଇ ସମତଳ ଭୂମେଏ ରାଜନୀତିର ବର୍ମ୍ମ ଭିତରେବୋଲାଇ ବୈଧାନିକନିତି ନିତି କେତେ ତୋଟି କାଟନ୍ତିଦେଖାଇ ଆଇନ ଟେକ ?ବାପୁଜୀ ହାରିଲା ଏଇ ଡକାୟତେ,
ସମ୍ବନ୍ଧିତ ରଚନା
ସୂର୍ଯ୍ୟ ପ୍ରତି ଦୀପଗଙ୍ଗାଧର ମେହେର ଗଙ୍ଗାଧର ମେହେର
ତାରା-ସୂର୍ଯ୍ୟଗଙ୍ଗାଧର ମେହେର ଗଙ୍ଗାଧର ମେହେର
ଦେଲା ସେ ଆତ୍ମବଳି,
ଦିବ୍ୟଲୋକରୁ ଏବେ ବି ତାହାର
ଲୋତକ ପଡ଼ୁଛି ଝରି ।
କିଏ ସେ ଆସିବ ଆବର ବିନୋବା
କି ଭଳି ଅସ୍ତ୍ରେ ସାଜି
କି ଭଳି ଧରିବ ଏଇ ଡକାୟତେ
. ବିଚାର ପଡ଼ିଛି ଆଜି ।
ସେଦିନ ଦେବ ସେ କିବା ଆହ୍ୱାନ
ଅଙ୍ଗୁଳି ସଙ୍କେତ
ସେଦିନ ତାହାର ନେତ୍ର -ଅନଳେ
ହେବେ ଏ ଭସ୍ମୀଭୂତ ।
ଭୁଷୁଡ଼ି ପଡ଼ିବ ଦୁର୍ଗ ପ୍ରାଚୀର
ଦୁର୍ନୀତି ମୂଳଦୁଆ
ସେଦିନ ହୋଇବ ତୁମର ବିଚାର
ସେ ଦଳ ତୁଲରେ ନୂଆ ।
ତୁମେ ଡକାୟତ, ଏ ବି ଡକାଏତ,
ଦୁହେଁ ହେବ କୋଳାକୋଳି
ପୁର ଜନପଦ ନଗ୍ର ବୁକୁରେ
ଅଗ୍ନି ଉଠିବ ଜଳି ।
ସେ ଦିନ ହୋଇବ ସବୁ ସମାଧାନ
ଜନତାର ଚିର ଆଶା
ଶାନ୍ତି ମୈତ୍ରୀ ସତ୍ୟ ଭିତରେ
ମୁଖରେ ଫୁଟିବ ଭାଷା !
[ଜୁନ୍୧୯୬୨]
ମାଆ
ଦିନ ସପ୍ତାହ ମାସ ମାସ ଖାଲି ଆମେ ରହିଥିବୁ ଚାହିଁକି
ତୁମେ ଆସ ଖାଲି ବରଷକେ ଥରେ ଆମକୁ
ତାରିବା ପାଇଁକି ?
ଆମେ ଚାହୁନାହୁଁ ସଂଚିବା ପାଇଁ
ଏ ଯେ ରଣଭୂଇଁ ବଞ୍ଚିବା ପାଇଁ
ମରୁଡ଼ି ମଡ଼କ ବନ୍ୟା ଭିତରେ ପଥ କାହିଁ ?
ପଥ ନାହିଁ କି ?
ମୂକ ଜନତା ଏ ବୁଝିପାରୁନାଇଁ ନୀତିର ଗୋଲକଧନ୍ଦା
ଅନ୍ତର କଥା କହିବାକୁ ଆଜି ମୁଖ ଯେ ହେଉଚି ବନ୍ଧା !
ମାନସଚାରିଣୀ ଆଜି ଏତେବେଳେ
ମନକଥା ବୁଝିପାରୁଥିବ ବଳେ
ଯାତ୍ରାପଥରେ ପୁରପ୍ରାନ୍ତରେ ଆଇନି ହେଲାଣି ଛନ୍ଦା ।
ମଦ-ପଦଭରେ କମ୍ପୁଛି ଧରା, ନ୍ୟାୟ ନୀତି ଆଜି ବନ୍ଦୀ,
ପୁଞ୍ଜିପତିରେ ପରିବେଷ୍ଟିତ ରିକ୍ତ ଡାକୁଚି କାନ୍ଦି,
ଖେତ ଖମାରର ଜନ କିଙ୍କର
କାରଖାନା ତଳ ଶ୍ରମିକ ନିକର
ଜୟ ପରାଜୟ ଭିତରେ ଦେଖୁଚି ଶାସନ ଚକ୍ର ଫନ୍ଦି ।
ଥରୁଚି ଧରଣୀ ପଦତଳେ ଆଜି, ମାରୁଚି ବଜ୍ର ଶିରେ
ଡାକିବାକୁ ଆଜି ଭାଷା ବନ୍ଦିନୀ, ନିଆଁ ଜଳେ ଅନ୍ତରେ,
କର ଆଜି ମାଆ ମୂକକୁ ମୁଖର
ଧରାଅ ଶ୍ରୀକର ଖର କରବାଳ
ଜାଗୁ ସ୍ପନ୍ଦନ, ଛିଡ଼ୁ ବନ୍ଧନ ଆଜି ଏ ଯାତ୍ରା ଫଳେ !
[ଅକ୍ଟୋବର-୧୯୬୨]
ଛାଇର ଛବି
ଯେତେ ଥର ତାକୁ ଚିଠି ଲେଖିବସେ
ଚିଠିଟା ହୁଏନି ଶେଷ
ଫେଲ୍ମାରେ ମନ କରିବାକୁ ତାକୁ
ମୋର ମନୋମତ ବେଶ ।
ଯେତେ ଥର ତାକୁ ଦେଖିବାକୁ ଗଲେ
ଦୁଆର ହୋଇନି ଖୋଲା
ଦେଖି ନ ପାରି ମୁଁ ଫେରାଇ ଆଣର
ଚପଳ ଚକ୍ଷୁଡୋଳା ।
ଯେତେ ଥର ତାର କଥା କହିବସେ
ଅଧାରେ ରହଇ କଥା
ଗାଇପାରେ ନାଇଁ ଦିନେ ଶେଷ କରି
ତାର ମହିମ୍ନ ଗାଥା ।
ତଥାପି ସେ ମୋର ଅତି ଆପଣାର,
ଛାଡ଼ବି, ନ ପାରେ ଭାବି
ତନୁ ହେଲେ ମୁହିଁ, ସେ ପରା ମୋହର
ଏକଇ ଛାଇର ଛବି ।
[ମାର୍ଚ୍ଚ-୧୯୫୮]
ସତ୍ୟ ଓ ମିଥ୍ୟା
ସତ କଥା କହିଲେ ଯେ ନିନ୍ଦା ହୁଏ -
ଏ କଥା ମୁଁ ବୁଝେ ନାଇଁ ମୋଟେ ତ କିଛି
ଯିଏ କହେ ସତ୍ୟର ଆଢୁଆଳରେ
ମିଥ୍ୟାର ଆସନ ସେ ନିଅଇ ବାଛି ।
ମିଥ୍ୟାର ଆବରଣ ସତ୍ୟ ଆଗେ
ପାରେ ନାହିଁ ରହି କେବେ ଭୁଲାଇ ଆନେ
ନିଆଁକୁ କେ ରଖିପାରେ ଘୋଡ଼ାଇ କରି
ଫୁଟିଉଠେ ସତ୍ୟଟା ଦିନେ ନା ଦିନେ ।
[ମାର୍ଚ୍ଚ ୧୯୫୮]
ପ୍ରାଣର ବ୍ୟଥା
ଜୀବନର ସ୍ୱାଦ ଯହିଁ ସତ୍ୟ- ସୁନ୍ଦର-ସନ୍ଧାନେ
ସେଠି କି ସମ୍ଭବ ବନ୍ଧୁ, ଆବିଳତା ଅଙ୍ଗାରି ପାଣିର,
ହାସ୍ୟ ଯହିଁ ସୁନିର୍ମଳ ସ୍ୱଚ୍ଛୋଦକ ନିର୍ଝରିଣୀ ଗାନେ
କଟାକ୍ଷର ଉପହାସ କି କରିବ ଦୁର୍ଜନ ବାଣୀର ?
ନାମ ତା ‘ପଙ୍କଜ’ ବୋଲି ସର୍ବେ ସିନା କହନ୍ତି କଥାରେ
ପଙ୍କରୁ ଯେ ଜାତ ପଦ୍ମ ସ୍ୱଚ୍ଛ ଶୁଭ୍ର ବାସ ସମାହିତ,
ବହି ଯେ ଶଶାଙ୍କ ନାମ ବୁକେ ବହେ ଶଶକ ବ୍ୟଥାରେ
ସିଏ ବି ବିତରି ଜ୍ୟୋତ୍ସ୍ନା ପରପ୍ରାଣ କରଇ ମୋହିତ
ଲଭିଚି ଜନମ ଯର୍ହିଁ ମୁମୂର୍ଷୁ ଏ ଜନପଦ ତଳେ
ସେଠି କି ପଙ୍କଜ ସମ ହସି ମୁହିଁ ନ ପାରିବି ବନ୍ଧୁ ?
ସବୁ ଲାଞ୍ଚନାର ଦାଗ ଲାଛି ହେଲେ ଏ ମୋ ବୁକୁପରେ
ଖେଳାଇ କି ନ ପାରେ ମୁଁ ସ୍ନେହ-ପ୍ରୀତି-
ଉଦ୍ବେଳିତ ସିନ୍ଧୁ ।
[କୁମାରାଙ୍ଗ, ତା ୧ । ୨ ।୫୮]
ନୂତନ ବର୍ଷର କବିତା
ଶତାବ୍ଦୀର ଛାୟାତଳେ 'ଏକଷଠି' ଲୁଚିଗଲେ ବନ୍ଧୁ !
ନବ ନବ ରୂପ ରଚେ ଉଦ୍ବେଳିତ ମହା କାଳ-ସିନ୍ଧୁ ।
ବର୍ଷ ପରେ ବର୍ଷ ହୁଏ ସେ ଅନନ୍ତ ବକ୍ଷେ ସବୁ ଲୀନ
ଆଜିର ଯେ ଆଡ଼ମ୍ବର କାଲି ନିଏ ସମାଧିରେ ସ୍ଥାନ ।
ହେ ବନ୍ଧୁ, ପଢ଼ିବ ଆସ ଇତିହାସ ପୃଷ୍ଠା ଲେଉଟାଇ
ଦିଶିଲାଣି ଗ୍ରହଲୋକେ ଅଭିଯାତ୍ରୀ ମଣିଷର ଛାଇ
ମର୍ତ୍ତ୍ୟର ମାନବପୁତ୍ର ଗ୍ରହଲୋକେ କରୁଚି ଆହ୍ୱାନ-
ସଂକୀର୍ଣ୍ଣ ଏ ଧରାପୃଷ୍ଠ, ହେ ଅଜ୍ଞାତ ! ଛାଡ଼ିଦିଅ ସ୍ଥାନ ।
ହେ ସମୁଦ୍ର ! ଘୁଞ୍ଚିଯାଅ, ଘୁଞ୍ଚି ଅତଳ ବିତଳ,
ମଣିଷ ଖୋଜୁଚି ସ୍ଥାନ ଚାରିଆଡ଼ ହେବ ସମତଳ ।
ସାମ୍ୟବାଦ ନାଦେ ଆଜି ତ୍ରିଭୁବନ ହୁଏ ନିନାଦିତ
ଜାଗ୍ରତ ଏ ଦୁନିଆର ଯେତେ ଯେତେ ସୁପ୍ତ ନିଷ୍ପେଷିତ ।
ପର୍ତ୍ତୁଗାଲୁ ମୁକ୍ତ ଗୋଆ, ଆଲ୍ଜେରିଆ ଖୋଜେ ମୁକ୍ତିପଥ
ଆଙ୍ଗୋଲାର ମୁକ୍ତିସେନା ବାହିଚାଲେ ବୈଜୟନ୍ତୀ ରଥ ।
କଙ୍ଗୋ ଘନ ବନତଳେ ଲୁମୁମ୍ବାର ଆତ୍ମା ଦିଏ ଡାକ-
ଅନ୍ଧାରିତ ଆଫ୍ରିକାରେ ଜାଳି ଦୀପ କଙ୍ଗୋ ହେଉ ଏକ !
ପୃଥିବୀର ମାନଦଣ୍ଡ ହିମାଚଳ ନଗ ଅଧିରାଜ
ଭାରତ ଉଦୀଚୀ ପ୍ରାନ୍ତେ ଦିଏ ଆଜି ସତର୍କ ଆବାଜ -
ଉଦ୍ଘୋଷିତ ‘ପଞ୍ଚଶୀଳ' ଲଙ୍ଘି ଆଜି କେ ମାଓସେତୁଙ୍ଗ
ଗ୍ରାସଇ ଭାରତ ସୀମା ଦେଖାଇ ତା କୁଟିଳ ଭ୍ରୂଭଙ୍ଗ !
ଏତେବେଳେ ହେ ବନ୍ଧୁ ! ହେ ବାଆଷଠି !
ଅଛତ ଅନ୍ତରେଲକ୍ଷ୍ମୀନାରାୟଣ ସାହୁ