ପ୍ରଚାରି ଏ ସତ୍ୟ — ଗୋଦାବରୀଶ ମହାପାତ୍ର · ସ୍ୱର୍ଣ୍ଣଲିପିପାଲଟି ଯା’ ରାଇଫେଲ୍, ଗୁଡ଼ୁମ୍ଗୁଡ଼ୁମ୍ତୁ ମେସିନ୍ଗନ୍ଏ ଛିଣ୍ଡା ଦଉଡ଼ି ଦଳି ପାଲଟି ଯାଆରେନିଷ୍ଠୁର ନିର୍ମମ ।ପାଲଟୁ କମ୍ପୋଷ୍ଟ ଖତ ଏ ଛିଣ୍ଡା ଦଉଡ଼ିଆତ୍ମା ବିବର୍ଜିତନେବ ନବଜନ୍ମ ଏଥି ନବୀନ ଅଙ୍କୁରଆଗାମୀ ସଙ୍କେତ ।ଟଣାହେବ ସେତେବେଳେ ଏ ଜାତିର ରଥ,ଚକ ଅଛି ବୁଡ଼ିଅଙ୍ଗ ଆଜି ଶିଥିଳିତ, ଚିତ୍ତ ଜଡ଼ୀଭୂତ-ଏ ଛିଣ୍ଡା ଦଉଡ଼ି ![ଅପ୍ରେଲ୍୧୯୬୩]ଚୌକିଦାରହାତରୁ ଗଲା ଠେଙ୍ଗା କାହିଁ, ପଗଡ଼ି ନାହିଁ ଶିରେପଲ୍ଲୀ ଋଜୁ ସରଣୀ ତଟେ ଫେରୁଚ ଧୀରେ ଧୀରେ,ଶତାବ୍ଦୀର ବିଦାୟେ ତବ ପାଇଚ ଅଶ୍ରୁହାରଏଇ କବିର ନମସ୍କାର ଘେନ ହେ ଚୈାକିଦାର !ଯୁଗ-ଯୁଗର ରାତ୍ରି ଜାଗି, ଶାନ୍ତି ଜଗି ଜଗିଅଶାନ୍ତିର ବୋହିଲ ବୋଝ ଆହେ ଶାସନ-ଭାଗୀ ।ଦମ୍ଭ ଦେଲ ଛାତିରେ, କହି - ଯାତ୍ରୀ ଖରବଦାର !ଏଣିକି ଆଉ ଶୁଭିବ ନାହିଁ ଡାକରା - ହୁସିଆର !ଗାଆଁର ଭଳମନ୍ଦ ବାଣୀ ତୁମରି ବୁକେ ଜମାମରଣ କେତେ, ହରଣ କେତେ, ବରଣ କେତେ ଜଣା ।ଏ ଜନପଦ ଅରଣ୍ୟାନୀ ରାସ୍ତାଘାଟଭରିଏଇ ଶାସନ ଯାତ୍ରାପଥେ ଦିହୁଡ଼ି ଥିଲ ଧରି ।ହେ ବିଶ୍ୱାସି ! ରାତିରେ ଆସି ଦିନରେ ଯାଅ ଫେରିକି ଇତିହାସ ପରମ୍ପରା ତୁମକୁ ଥିଲା ଘେରି !ତୁମକୁ ଜାଣେ ଜୀବନ-ରଣେ ମରଣ ଆଗେ ଆଗେଯାଇଚ ଚାଲି, ଚାହିଁ ନ ଫେରି, ସତ୍ୟ ଅନୁରାଗେ ।ଶନିଆ, ବନା, ମାଗୁଣି, ମଧୁ, ବଇରା, ଧୋବା, ଘନା,ଏଇ ନାଆଁରେ ଥାନାରେ ଜଣା, ପାଇନ ବୁଝାମଣା ।ଦାରୋଗା ଆସି ଦାରୋଗା ଗଲେ, ଜଗିଚ ଥାନାଘରକି ଖରାତରା ବରଷା ଶୀତେ ରହିଲ ଉଜାଗର !ହାଉଆ ଗାଡ଼ି ଉଡାଏ ଧୂଳି, ଅବେଳ ବେଳ ନାଇଁମନ୍ତ୍ରୀ, ଲାଟ, ରାଜ୍ୟପାଳ ଗସ୍ତେ ଗଲେ କାହିଁ ।ପଗଡ଼ି ନୀଳ ସଙ୍କେତରେ ମୂର୍ତ୍ତି ଜୀବନ୍ତର -ଅପନ୍ତରା ଘାଟେ ଓ ବାଟେ ଜଗିଲ ନିରନ୍ତର,ମୁଠାଏ ମୁଢ଼ି, ଚୋଳାଏ ପାଣି ତୁମରି ଖାନାପିନାମଳିନ ତୁମ ମୁହଁରେ ଆଣେ ହାସର ରେଖା ସିନା ।ପେଟର ଦାଉ ସମ୍ଭାଳିଲ ଚାକିରି ଗଳେ ଭିଡ଼ିଶତାବ୍ଦୀର ପରମ୍ପରା ଆଜିଠୁ ଗଲା ଛିଡ଼ି ।[ଅପ୍ରେଲ-୧୯୬୩]ଶୁଣ ଦେବି ଦୁର୍ଗେ !ଶୁଣ ଦେବି ଦୁର୍ଗେ, ଧରି ଚଉବର୍ଗେଏତେ ଦିନ କାହିଁ ଥିଲପାତାଳେ ବା ସ୍ୱର୍ଗେ ?
ସମ୍ବନ୍ଧିତ ରଚନା
ସୂର୍ଯ୍ୟ ପ୍ରତି ଦୀପଗଙ୍ଗାଧର ମେହେର ଗଙ୍ଗାଧର ମେହେର
ତାରା-ସୂର୍ଯ୍ୟଗଙ୍ଗାଧର ମେହେର ଗଙ୍ଗାଧର ମେହେର
ହେଲୁ କେତେ ବ୍ୟସ୍ତ କରିଲନି ଗସ୍ତ
କେତେ ରବି ଉଇଁ କେତେ
ରବି ହେଲେ ଅସ୍ତ ।
ଆମ ଘର ଭଙ୍ଗା ବଜାର ମହଙ୍ଗା
ବିପଦ ସାଗରେ ପରା
ତୁମେ ଆମ ଡ଼ଙ୍ଗା ।
ଘରେ ନାହିଁ ଅନ୍ନ, କପାଳ ବିପନ୍ନ
କରଭାର କାରବାରେ
ତନୁ, ମନେ କ୍ଷୂର୍ଣ୍ଣ ।
ଜନପଦ ପ୍ରାନ୍ତେ ପଡ଼ିଚୁ ଏକାନ୍ତେ
ଜଣାଇବୁ ଦୁଃଖ ବୋଲି
ତୁମରି ଅଗ୍ରତେ ।
କି ଖାଉଚୁ ଖାଦ୍ୟ ଦେଖିଯିବ ଅଦ୍ୟ
ପୂଜିବାକୁ ନାଇଁ ଫୁଲ,
ଚନ୍ଦନ, ପାଦ୍ୟ ।
ନାଇଁ କଟୀବସ୍ତ୍ର, ଉଲଗନ ମାତ୍ର
ଖୋଲାଅଛି ଆମ ପାଇଁ
ଖାଲି ନୀତିଶାସ୍ତ୍ର !
ଶୁଣ ଖାଲି ଶବ୍ଦ- ଯୋଜନାର ଅବ୍ଦ
ଆମ ପାଇଁ ଜାଗ୍ରତ
ଡ଼ାକ୍ତର, ବୈଦ୍ୟ !!
ଶୁଣୁ ବସି ସ୍ୱାସ୍ଥ୍ୟ - ଔଷଧ ତଥ୍ୟ
ଖାଦ୍ୟ ତ ନାହିଁ, କାହିଁ
ପାଇବୁ ବା ପଥ୍ୟ ?
ଶୁଣୁ, ହେବ ଶସ୍ତା - ଧାନ, ମୁଗ ବସ୍ତା,
ଦିନୁଦିନ ପ୍ରସାରିତ
ମରଣର ରାସ୍ତା !
ଖାଲି ବସି କାନ୍ଦୁ, ଯାହା ଦେଲେ ବାନ୍ଧୁ
ଗୁହାରି କେ ନ ଶୁଣିଲେ
କପାଳକୁ ନିନ୍ଦୁ ।
ଖାଲି ଧରାବନ୍ଧା ଚାରିଆଡ଼େ ଚାନ୍ଦା,
ପଡ଼ିଲାଣି ଓଡ଼ିଶାଟା
ପଡ଼ିଶାରେ ବନ୍ଧା !!
କହି ତମ ଭକ୍ତ ନେଇ ଆମ ରକ୍ତ
ରାଜନୀତି ପୀଠେ କଲେ
ଆପଣାକୁ ଶକ୍ତ !
ମିଛ ନୁହେ ସତ୍ୟ ମାରିଥିଲ ଦୈତ୍ୟ
ଥିଲା ସେତେବେଳେ ଦେବି,
ଯୁଗ ନାମ ‘ସତ୍ୟ’ ।
ଏ ଯୁଗର ଫନ୍ଦି ଖାଲି ଅଭିସନ୍ଧି
ବନ୍ଦନା କରିଦେବେ
ହାତ ଗୋଡ଼ ଛନ୍ଦି ।
ମାରିବ କେମନ୍ତେ ଆଜି ଏଇ ଦୈତ୍ୟେ
ଟାଉଟର ଦଗାଦାର
ରାଜନୀତି ଭ୍ରାନ୍ତେ ?
[ସେପ୍ଟେମ୍ବର-୧୯୫୭]
ଖଣ୍ଡିଏ ପୁରୁଣା ଇଟା
ହେ ଇଟା, ନିଦ୍ରିତ ଇଟା ଉଠ ଆଜି ଡାକେ ରବିକର
ଡାକଚି ଏ ସମୀରଣ ଉଠିବାର ହେଲା ଏ ଯେ ବେଳ ।
ଶତାବ୍ଦୀ-ଜଡ଼ିତ ନିଦେ ପଡ଼ିଥିଲ ଶୋଇ କେବେ ଥରେ
କହି ନାଇଁ ଇତିହାସ, ଦେଇ ନାଇଁ ସଙ୍କେତ କାହାରେ ।
କେତେ ଯେ ବସନ୍ତ ଗଲା, କେତେ ଏଥି ଗଲା ବହି ଝଡ଼
ନିର୍ବାକ ହୋଇଚି ଏଠି ମାନବର ଦର୍ପ ଅହଙ୍କାର ।
ପୃଥିବୀ ବଦଳିଗଲା, ଦେଲା ନଦୀ ଗତି ବଦଳାଇ
ଉଠିଲେ ମହାଦ୍ରୁମ ତଥାପି କି ନିଦ ଭାଜୁନାଇଁ ?
ଦେବତା ଗଲେଣି କାହିଁ, ମୂର୍ତ୍ତି ଏଠି ନିର୍ଜୀବ ପ୍ରସ୍ତର
ବଂଶୀ ଅଛି, ଧ୍ୱନି ନାଇଁ, ନିରାଟ ଏ ନିର୍ଜନ ପ୍ରାନ୍ତର ।
କାଳ-ସିଂଧୁ-ତୀରେ ଏ କି ଉଦ୍ବେଳିତ ଶୁଭ୍ର ଫେନରେଖା
ଶତାବ୍ଦୀର ପଦଚିହ୍ନ ଗୋଟି ଗୋଟି ପଡ଼େ ଏଠି ଦେଖା ।
ନତଜାନୁ ଅତୀତ ହେ, ରହ ନାଇଁ ନତମସ୍ତକରେ
ଡାକେ ମୁହିଁ ବର୍ତ୍ତମାନ, ଶୁଣିବାକୁ ଇତିହାସ ଥରେ ।
ତୁମକୁ ଦେବତା କରି ପୂଜିବାରେ ନାହିଁ ଅବହେଳା
ଉଠ ହେ ନିଦ୍ରିତ ଇଟା, ଉଠିବାର ଏ ଯେ ବେଳ ହେଲା ।
ଦେବତା ସ୍ୱାକ୍ଷର ଆଜି ଦେଖେ ମୁହିଁ ତୁମ ଦେହେ ଇଟା
କାଳର ଅକ୍ଷତ ଅଙ୍ଗେ ତୁମେ ମାତ୍ର କ୍ଷୁଦ୍ର ବିନ୍ଦୁଛିଟା ।
ତୁମେ ତ ପୁନାଦି ଥିଲ ଏ ପ୍ରାଙ୍ଗଣ ପୀଠ ପରିସରେ
ବହି ତଥାଗତ ବୁଦ୍ଧ ଶୁଦ୍ଧ ମୂର୍ତ୍ତି ପୁଲକ ଅନ୍ତରେ ।
ସେ ଦିନର ସନ୍ଧ୍ୟାଲଗ୍ନେ କି ଘଟିଲା, ପାରିବି କି ଜାଣି
ଏ ଧନେ ସମାଧି ଦେଲା କାହାର କି ବିକମ୍ପିତ ପାଣି ?
ନିବଦ୍ଧ ଅନ୍ଧାରେ ଏଠି ଏ ମଣ୍ଡୁକ, ଏ ଶମ୍ବୁକ, ଗାତେ
ପ୍ରଚ୍ଛନ୍ନେ ରଖିଲା କିଆଁ ଏ ନେପଥ୍ୟ-ଭୂମେ ତଥାଗତେ ।
ସେ ଅଜ୍ଞାତ କୋଳୁ କହ ହେ ଅତୀତ ତୁମ ସତ୍ୟବାଣୀ
ମିଥ୍ୟା ଓ ଛଳନା ଆଜି ଚାରିଦିଗେ ଉଠୁଛି ଉଜାଣି ।
ଉଠାଅ ଆନତ ନେତ୍ର, ଟେକି ତୁମ କର ବରାଭୟ
ଡ଼ାକନ୍ତି ଆକୁଳକଣ୍ଠେ ଆଜି ଏଠି ଅନ୍ତେବାସୀଚୟ ।
[ନଭେମ୍ବର-୧୯୩୬]
ତୈଳ-ମର୍ଦ୍ଦନ
ଖାଣ୍ଟି ରାଶିତେଲ ବନ୍ଧୁ, ଲଗାଇଲେ ଶିରେ
ରୁକ୍ଷ ଅଙ୍ଗେ ସ୍ନିଗ୍ଧ ଶୋଭା ଫେରେ ଧୀରେ ଧୀରେ,
ଶ୍ରବଣ ଗହ୍ୱରେ ତେଲ ଦେଲେ ନିତି ନିତି
ଏ ଜନ୍ମେ ନଥିବ ଆଉ କାଲା ହେବା ଭୀତି ।
ନାକେ ଲଗାଇଲେ ତେଲ ଗାଢ଼ ହୁଏ ନିଦ
ଅଙ୍ଗ-ମର୍ଦ୍ଦନରେ ଯାଏ ଗ୍ଲାନି ସର୍ବବିଧ ।
କିନ୍ତୁ ସବୁଠାରୁ ଭଲ ଦେଲେ ପ୍ରଭୁପଦେ
ଅକର୍ମା ଜୀବନ କଟିଯାଏ ନିରାପଦେ ।
[ସେପ୍ଟେମ୍ବର-୧୯୫୭]
ଗତି
ଶଗଡ଼ କହିଲା ଦିନେ ସାଇକେଲ ଡାକି-
ତୁମକୁ ଆଡ଼େଇହେବି ଭାଗ୍ୟେ ଥିଲା ଏକି !
ସୃଷ୍ଟି ହେଲା ରାଜରାସ୍ତା ଯେବେ ଏ ମହୀରେ
କ୍ଷମତା ବିସ୍ତାରି ତହିଁ ଥିଲି ମୁଁ ପହିଲେ ।
ଦୁର୍ଗମ ଏ ପଥେ ମୋର ଦାଗ ଥିଲା ରହି
ଥିଲି ଏକମାତ୍ର ମୁହିଁ ଦେଶେ ଭାରବାହୀ ।
ଶୁଣି ସାଇକେଲ କହେ- ଶଗଡ଼େ ହକାରି
ଜାଣ ନା ତୁମଠୁଁ ମୁଁ ଯେ କେଡ଼େ ଦରକାରୀ ।
ତୁମେ କି ପାରିବ ଜାଣି ପିପାସା ଛାତିର -
କିଏ ବଡ଼ ଭାରବାହୀ ଆଜି ଏ ଜାତିର ?
କାହୁଁ ସେ ମୋଟରକାର ଦାରୁଣ ନିର୍ଘୋଷେ
ଦୁହିଁଙ୍କ ବିବାଦ ତହିଁ ତୁଟାଇଲା ଶେଷେ ।
ପଥପ୍ରାନ୍ତେ ସାଇକେଲ, ଶଗଡ଼ ଆଉଜି
ଲଜ୍ଜା ଆଉ ଅପମାନେ ଚକ୍ଷୁ ଦେଲେ ବୁଜି ।
ହେଲେ କୁହାକୁହି-ଏ ଯେ ଚାଲେ ଅଗ୍ରଗତି,
ପଛେଇଚେ ଆମେ ଯଥା ଏ ଓଡ଼ିଆ ଜାତି !
[ସେପ୍ଟେମ୍ବର-୧୯୬୨]
ସ୍ମରଣେ
ଆଉ ସେ ବକୁଳ ତପୋବନ ନାଇଁ
ମହର୍ଷି ଗଲେଣି ଚାଲି,
‘ଆଶ୍ରମ’ ରହିଚି, ନିଷ୍ଠା ନାଇଁ ଆଉ
ଆସନ ପଡ଼ିଚି ଖାଲି ।
ଲିଭୁଅଛି ଦୀପ, ଆଉ କେ ଜାଳିବ
ପାଳି କାଷ୍ଠା ଉଜାଗର,
ଏ ଜାତି କି ସତେ ତାମସ ଅନ୍ଧାରେ
ରହିଯିବ ଚିରକାଳ ?
ହେ କବି ସାଧକ ଫେରିଆସିବ କି
ଆନ ରୂପେ କୋଟି ଚିତ୍ତେ,
ଦିଗ ଦେଖାଇବ, ଶୁଣାଇବ ତବ
ସେହି ସୁଲଳିତ ଗୀତେ ।
ଡାକୁଚି ସଂଯୋଈ କଳଗୀତ ଗାଇ,
ସିଂହଭୂମି ରୁଦ୍ଧକଣ୍ଠେ,
ମହେନ୍ଦ୍ରତନୟା ଛାଡ଼ିନାହିଁ ମାୟା
ତୁମରି ସଂଗୀତ ରଟେ ।
ତରଳା ମଞ୍ଜୁଷା ପାରଳା ଉଦ୍ୟାନ-
ଖଣ୍ଡରେ ଉଠୁଛି ଧ୍ୱନି,
ଫେରି କି ଆସିବ ହେ କବି, ହେ ଗୁଣୀ
ସରଗୁ ଆଶିଷ ଘେନି ?
ସାରା ଭାରତରେ ସଂହତିପୀଠରେ
ଓଡ଼ିଶା ପଡ଼ୁଚି ବଳି
ଓଡ଼ିଶାର ସୀମା, ଓଡ଼ିଆ ସଂସ୍କୃତି
ନାମେ ବୋଳାହୁଏ କାଳି ।
ଏ ସଂକଟବେଳେ ହେ ଗୋଦାବରୀଶ
ନ ଶୁଭେ ଦୁନ୍ଦୁଭି ତବ,
ତୁମ ନାମ ଧରି ବରଷ ବରଷ
ଏ ଜାତି ସୁମରୁଥିବ ।
[ଜୁଲାଇ-୧୯୬୨]
ଅନ୍ଧାର
ଅନ୍ଧାର କହୁଚି ଆଜି ଓଡ଼ିଶା ଭିତରେ -
ମୋର ନିବେଦନ ବନ୍ଧୁ, ଘେନ ସୁଚିତ୍ତରେ ।
ଚାରିଆଡ଼େ ଆଲୋକ ଯେ, ଭିତରେ ମୁଁ ବନ୍ଦୀ
ନିଜ ସ୍ୱାର୍ଥେ ରହ ନାଇଁ ଆଉ ଏଥି ଛନ୍ଦି !
ଚାରିପାଖ ହୋଇଲାଣି ଖୋଲା ଜ୍ଞାନାଲୋକେ
ମୋତେ ଏଥି ବନ୍ଦୀ କରି ରଖିଚନ୍ତି ଥୋକେ ।
ବଙ୍ଗ, ଆନ୍ଧ୍ର, ମଗଧରେ ପଡ଼ିଅଛି ଡାକ -
ଅନ୍ଧାର ଗଲାଣି ଚାଲି, ଜାଗ ଦେଶଯାକ ।
ମୁଁ ଅନ୍ଧାର ଯିବି ଦୂରେ, ଛାଡ଼ ମୋତେ ବାଟ
ଓଡ଼ିଶାର ଅନ୍ତରାତ୍ମା ହୁଏ ଛଟପଟ ।
ଯୋଗ୍ୟର ଆଦର ନାହିଁ, ପାଣ୍ଡିତ୍ୟର ସ୍ଥାନ,
କିଏ ଜ୍ଞାନ-ବିବର୍ଜିତ, ସ୍ୱାର୍ଥେ ମୁହ୍ୟମାନ ।
ଖୋଲା କରିଦିଅ ଦ୍ୱାର, ଯିବି ମୁଁ ବାହାରେ
ଘୋର ଅରଣ୍ୟାନୀ କୋଳେ, ପର୍ବତ ଗୁହାରେ ।
[ଅକ୍ଟୋବର-୧୯୫୭]
ତୀର୍ଥ ପରିବର୍ତ୍ତନ
ଶୁଣାଥିଲା ତୀର୍ଥକ୍ଷେତ୍ରେ କୋଣାର୍କ ଓ ପୁରୀ,
ତୀର୍ଥ-ଦରଶନେ ପାପ ହେଉଥିଲା କ୍ଷୟ
ସେ ଚିନ୍ତା ହେଲାଣି ଆଜି ଆବର୍ଜନା ପରି,
ଦେବତାର ହେଲା ତହିଁ ମହାପରାଜୟ !
ଶିଳ୍ପୀ ତହିଁ ତାଡ଼ନାରେ ସାମନ୍ତବାଦୀର
ଦେଇ ଲୁହ-ଲହୁ କଲା ପାଷାଣ ମୂରତି -
ପ୍ରସରିଲା ଏଇ ବାଣୀ ଶାସନବିଧିର;
ସେ ନୁହେଁ ଦେବତା, ସେ’ଟା ଥିଲା ରାଜନୀତି !
ତୀର୍ଥ ଆଜି ନଦୀବନ୍ଧେ, ଦେବତା କଟକେ,
ଦେବତାମନ୍ଦିର ଆଜି ସେକ୍ରେଟେରୀଏଟେ
ଆଜି ତୀର୍ଥଯାତ୍ରୀ କୁଲି ଜୀବନ-ନାଟକେ
ଭଜେ ଅନାହାର ମୃତ୍ୟୁ ବନେ କରାପୁଟେ ।
ତୀର୍ଥ-ଦରଶନେ ଆଜି ଚାଲ ବନ୍ଧୁଗଣ
ରାଜନୀତି ନାମେ ଯହିଁ ବୁଣା ମାୟାଜାଲ
ନାହିଁ ଅନ୍ନ, ନାହିଁ ଜଳ, ତଥାପି ନିପୁଣ-
ପଣ୍ଡାଏ କରନ୍ତି ତହିଁ ଦେବତ୍ୱ ପ୍ରଚାର !
[ନଭେମ୍ବର-୧୯୫୭]
କବି
ହେ କବି ଲେଖିଲ ତୁମେ ଅନେକ କବିତା
ଅକ୍ଷରର ମାଳା ଗୁନ୍ଥି, ଶବ୍ଦର ବିଭବେ
ଚମକାଇ ଦେଲ ଚିତ୍ତ, ଦେଲ ଯେ ବାରତା
କୋଟୀ-ଜନମାନସର ସେ ଜୀବନ-ଗୀତା ।
ଦୁଃଖର ଆଲେଖ୍ୟ ଆଙ୍କି କଲମ ମୁନରେ
ଅଭାବ ବେଦନାଭରା ଗୋଟି ଗୋଟି ଛବି
ମୋ ମାନସକ୍ଷେତ୍ରେ ଆଜି ସହସ୍ର ଗୁଣରେ
ଘେନୁଛନ୍ତି ନବ ରୂପ ସୁମରି ତୁମରେ ।
କହୁଛନ୍ତି ସେ କବିତା ତୁମ କଥା ଆଜି
ବାଙ୍ମୟ ଆଲେଖ୍ୟ ରଚି ମାନସପଟରେ,
ସଂସାରର ନିର୍ଯାତନା ଦୁଃଖ-ସୁଖରାଜି
କିଭଳି ଦେଖାଇଦେଲ ଧାଡ଼ି ଧାଡ଼ି ସାଜି ।
ସମାଜର ପରିତ୍ୟକ୍ତ ଯେ ଅବହେଳିତ
ଖୋଜି ଆବର୍ଜନା ତଳୁ ଗୁନ୍ଥିଲ କି ମାଳା,
ଅଶ୍ରୁ ଆଉ ବେଦନାରେ କରଦେଇ ସିକ୍ତ
ସେ ମଧ୍ୟେ ରହିଲ ତୁମେ କେବଳ ବିବିକ୍ତ ।
ଇତିହାସ, ଜନଶ୍ରୁତି ସୁବର୍ଣ୍ଣ କାହାଣୀ
କାଳଗର୍ଭୁ ଖୋଜି ଖୋଜି ଦେଖାଇଲ କେତେ,
ମୃତ, ସୁଷୁପ୍ତର ମୁଖେ ଦେଲ ନବ ବାଣୀ
କରିଲ ଅମର, ମର-ଜଗତର ପ୍ରାଣୀ ।
ଗାଇଲ ସରଳ ସତ୍ୟ ଦେଖିଗଲ ଯାହା
ସେ କବିତା କହେ ଆଜି ସେହି କଥା ଡାକି,
ପାଠକ କହୁଚି ଆଜି ପଢ଼ି ଆହା ଆହା
ଦ୍ୟୁଲୋକରେ ଥାଇ ତୁମେ ଏ ଲୋକର ସାହା !
[ସେପ୍ଟେମ୍ବର-୧୯୬୨]
ବିପ୍ଳବୀ
ଦୀପ ଜଳେ ମନ୍ଦିରେ ଅନ୍ଧାର ଭାଙ୍ଗି,
କଂପିତ ଶିଖା ତାର ବିପ୍ଳବ ଭଙ୍ଗୀ ।
ନିର୍ଜୀବ ଶିଳା ତାର ସଙ୍ଗମେ କଂପେ,
ଦୁର୍ଗମ ଗଡ଼ ଗତଗୈାରବେ ଦର୍ପେ ।
ମୁକ୍ତିର ପୂଜାରୀ ସେ ଭକ୍ତର ବଂଧୁ
ସେ ଥରିଲେ ଥରୁଅଛି ଗିରି ବନ ସିନ୍ଧୁ ।
[୧୯୪୫]
ରାସ୍ତାରେ ଅଧିକାର
ରାସ୍ତାରେ କାହାର ବେଶୀ ଅଧିକାର
ସେ କଥା ବିଚାର କରିବ କିଏ ?
ବାଟୋଇ ଚାଲିଚି ତା’ ପାଦଗତିରେ
ପଥକର ହାତୁ ଗଣୁଚି ଯିଏ ।
ଯାଏ ରିକ୍ସାବାଲା ତା’ ଯାନ ଚଳାଇ
ଲାଇସେନ୍ସ ତାର କରିଚି ବୋଲି
ତିନିଟା ଚକରେ ଥାନ ମାଡ଼ି ଚାଲେ
ଘଣ୍ଟି ଟିଣିଟିଣି କରୁଚି ଖାଲି ।
ବଳଦଗାଡ଼ିଟା ହେଲେ ବି ପୁରୁଣା
ଗତି ତା’ ମନ୍ଥର ଖାତିରି ନାଇଁ
ଆଗରେ ଥିଲେ ସେ ବୁଲିବାକୁ ହେବ
ପଛେ ଥିଲେ ହେବ ଯିବାକୁ ଧାଇଁ ।
ଟ୍ରକ୍ ମାନେନାଇଁ ରିକ୍ସା ବା ଶଗଡ଼
ବାଟୋଇକି ଅବା ପଚାରେ କିଏ ?
ମୁଣ୍ଡଠାରୁ ତାର ଉଦର ଓସାର
କାଳ ପୂରିଯାଏ ଅଟକେ ଯିଏ ।
କେତେ ଯେ ଦାମିକା ମଟରକାର୍ ସେ
ତନୁ ଚକ୍ଚକ୍, ବିଜୁଳିଗତି
ଏପଟ ସେପଟ ଘୂରି ଉଡ଼ିଯାଏ
ସଡ଼କକୁ କରି ପିତୃ-ସମ୍ପତ୍ତି ।
ଛକମୁଣ୍ଡେ ଉଭା ପହରା ପୁଲିଶି
ହାତେ ଧଳାକନା, ଶିଶିରି ତୁଣ୍ଡେ
ଯେଣେ ହାତ ଟେକେ ତେଣେ ଅଟକନ୍ତି
ରିକ୍ସା, ପଥଚାରୀ ସେ ରାଜଦାଣ୍ଡେ ।
ମୋଟର୍କୁ ଆଗ ଦିଏ ଅଧିକାର
ଧନୀ ପୁଞ୍ଜିପତି ହାକିମ ଦେଖି
ରିକ୍ସା, ପଥଚାରୀ, ବଳଦ ଶଗଡ଼
ରହନ୍ତି ସକଳେ ପଥେ ଅଟକି ।
[ଜାନୁୟାରୀ-୧୯୬୨]
ବାଲି
ଓଡ଼ିଶାର ଚାରିଆଡ଼େ ବାଲି ଖାଲି ବାଲି
ଇତିହାସ ଗୋଟା ତାର ବାଲିରେ ସର୍ଜନା,
ବଡ଼ ବଡ଼ ନଦୀର ଏ ଅବଶେଷ ଖାଲି
ଏ ସତ୍ୟକୁ କେବେ କରିପାରିବନି ମନା !
ଦିଗନ୍ତ-ବିସ୍ତୃତ ଏଇ ଘୋର ବାଲିମେଳା -
ଝପଟି ଧାଇଁଚି ଘୋଡ଼ା, ଟାପୁ ଯାଏ ପଶି,
କିଛି ଶୁଭୁନାଇଁ ଶବ୍ଦ, ଓହୋ, ଏ କି ହେଲା ?
ଘୋଡ଼ାରୁ ଓହ୍ଲାଇ ରାଜା ତଳେ ଗଲେ ବସି !
କି ବାଜିଲା ପାଦେ ତାର ? ଉଖାରି ଉଖାରି
ଦେଖିଲେ ସେ ଲୁହା ମୁନ, ବାଲି ହେଲା ଖୋଳା ।
ବିରାଟ ମନ୍ଦିର ଏକ ନବରୂପ ଧରି
ହେଲା ଠିଆ, ସେ ବାଲିରେ ଇତିହାସ ଥିଲା !
ବର୍ଷ-ବର୍ଷ ଏବେ ସେଇ ବାଲି ମହାମେଳା
ଦେଖାଦିଏ ବନ୍ୟାଞ୍ଚଳେ, ଖୋଳୁଚି ଟ୍ରାକ୍ଟର,
ସେ ବାଲି ଆଡ଼େଇ ପଟୁ କରୁଚି ସୁଫଳା,
ବାଲିତଳେ ଜୀବନର ଚାଲେ ନବ ଖେଳ ।
ଭକ୍ତ ଲୋଡ଼େ ବାଲି ଏଠି, ମୁଠା ମୁଠା କରି
ଅଙ୍ଗେ ବୋଳି କହେ- ପ୍ରଭୁ, ତୁମ ପଦରଜ !
ଶରଧାବାଲିରେ ପାଦ ନ ପାରିଲେ ଚାଲି
ସୁମରି ଚିତ୍ତରେ ଭଜେ ସେ ପାଦସରୋଜ ।
କୋଣାର୍କ-ବେଳାରେ ଦିନେ ସିନ୍ଧୁ କୂଳେ କୂଳେ
ଖେଳୁଥିଲା ନବଯୋଷା ଯୈାବନସମ୍ଭାରେ
ଛାଡ଼ି ମହାଶୂନ୍ୟ ସୂର୍ଯ୍ୟ ଗୋଡ଼ାଇଲେ ଭୁଲେ
ସେ ବାଲି ପବିତ୍ର ହେଲା ରବି ତାପଜାଳେ ।
ସେ ବାଲିରେ ଶାମ୍ବ ଆସି କରିଲେ ତପସ୍ୟା
ସେ ବାଲିରେ ପୋତିହେଲା କୀର୍ତ୍ତି ଓଡ଼ିଶାର ।
ବିଦେଶୀ ଦସ୍ୟୁରେ ଦେଇ ସେଇ ବାଲି ଆଶା
ଏବେ ଖୋଜା ଚାଲିଅଛି ଭାଷା ସେ ବାଲିର ।
ଯୁଗ ଯୁଗ, ବର୍ଷ ବର୍ଷ କାଳସ୍ରୋତେ ଭାସି
ତୁଙ୍ଗ ଭୂଇଁ ବିଗଳିତ ବାଲିରୂପେ ଏଠି,
ସେଇ ବାଲି ସିମେଣ୍ଟ ଓ ଚୂନ ଦେହେ ମିଶି
କରୁଚି ଯୋଜନା ଏବେ ଗଠନେ ପ୍ରକଟି ।
ତେଣୁ ଓଡ଼ିଶାଟା ଖାଲି ବାଲିମେଳା ଜାଣ,
ହୁଏ ବାଲିଯାତ୍ରା ଏଠି ‘ମାଟିଯାତ୍ରା’ ନୋହି,
ଏଠୁ ଯାତ୍ରୀ ଯାଇଥିଲେ ଉଡ଼ାଇ କେତନ,
ଦରିଆ ସେପାଖେ ‘ବାଲି’ ସୁବର୍ଣ୍ଣକୁ କହି,
ବାଲିରେ ମର୍ଯ୍ୟାଦା ଦେଲେ ସୁବର୍ଣ୍ଣ ଆହରି !
ତା ଆଖିରେ ସବୁ ବାଲି - ଅଳୀକ ସଂସାର,
ଆଜି ଯେ ଝଲକି ଦିଶେ, କାଲି ବାଲି ପରି
ଉଡ଼ିଯିବ, ବୁଡ଼ିଯିବ କିବା ତା’ର ମୂଲ ?
[ଅକ୍ଟୋବର-୧୯୬୨]
ଭାଷା-ପଦ୍ମ
ଶ୍ୱେତପଦ୍ମାସୀନା ଦେବୀ ବାଣୀ ସନାତନି !
ଏ ଭାରତ-ସରୋବରେ ଭାଷା-କମଳିନୀ
ଫୁଟାଇଚ, ତେର ଭାଷା ତେର ରୂପ ଧରି
ଭାବରସଧାରା ତହୁଁ ପଡ଼ୁଅଛି ଝରି ।
ବିଦର୍ଭ, କର୍ଣ୍ଣାଟ, ବଙ୍ଗ, ଦ୍ରାବିଡ଼, ଗୁର୍ଜ୍ଜରେ
ସେ ଦୂର କେରଳ ତଟୁଁ କାମାକ୍ଷାମଣ୍ଡଳେ
ଚତୁର୍ଦ୍ଦିଗେ ତୁମ ପୂଜା, ତୁମ ଆରାଧନା
କରୁଚନ୍ତି କବି, ଗୁଣୀ ତୁମରି ସାଧନା ।
ସାହିତ୍ୟ-କମଳବନ-ବିହାରିଣୀ ଦେବି !
ଏ ପୂର୍ବ ସାଗରତଟେ ବସି ଦୀନ କବି
କିବା ଅର୍ଘ୍ୟ ଅରପିବ ଭାଳେ ବସି ମନେ
ଏ ଭାଷା-ସଙ୍କଟ ପଥେ ତୁମ ସନ୍ନିଧାନେ ।
ପଥ ଅତି ସଂକୁଚିତ, ଭାଷା ବିଡ଼ମ୍ବିତ
ପ୍ରାଚୀନ ଏ ଜାତିପ୍ରାଣ-କେନ୍ଦ୍ର ବିଚଳିତ ।
ଶୁଭେ ଚତୁର୍ଦ୍ଦିଗେ ଭାଷା-ମୁମୂର୍ଷୁର ବାଣୀ
ଆଗୋ ପଦ୍ମାଳୟା ! ତୁମେ ପାରୁଥିବ ଜାଣି ।
ଯେ ପଥ ଏ ଉତ୍କଳରେ ଭଞ୍ଜ-ପଦାଙ୍କିତ
କଲେ ବ୍ୟାସକବି, ଗଙ୍ଗାଧର ଆଲୋକିତ,
ବନ ଗିରି, ଜନପଦ, ନଦୀ, ସିନ୍ଧୁ ଧରି
ବୁହାଇଲେ ଗୋପବନ୍ଧୁ ଭାବ-ଗୋଦାବରୀ,
କଲେ ତନୁ ରୋମାଞ୍ଚିତ ଦୀନକୃଷ୍ଣ ଗୀତେ
ସେ ପଥେ କି ଊଣା ହେବ କରୁଣା କିଞ୍ଚିତେ ?
ସେଇ ଏ ପାଖୁଡ଼ା ଏକ ତୁମ ପଦ୍ମ-ଅଙ୍ଗେ
ଶିହରିବ ନାଇଁ ଭାବ-ସମୀରତରଙ୍ଗେ ?
ଏ ମହାନ୍ ସଂହତିର ଜୟ-ଯାତ୍ରାପଥେ
ଗାଇଗଲେ ଗୋପବନ୍ଧୁ ଦିନେ ପରା ଗୀତେ -
‘ଏ ଭାରତ-ସରୋବରେ ଉତ୍କଳ-କମଳ
ତା’ ମଧ୍ୟେ କେଶର ଅଟେ ପୁଣ୍ୟ ନୀଳାଚଳ !’
ପତିତୋଦ୍ଧାରଣ ବାନା ଉଡ଼େ ଆଜି ତହିଁ
ପତିତ ଜନତା ଡ଼ାକ କେହି ଶୁଣେ ନାହିଁ ।
ତୁମରି କମଳୁ ଉଠି ଭ୍ରମର ଗୁଞ୍ଜନ
କରୁ ଆଜି ଭାରତର ମାନସ ରଞ୍ଜନ
ଶୁଭୁ କବିକଣ୍ଠ ବାଣୀ ଋଗ୍ବେଦ ସମ୍ଭାର
ପ୍ରକମ୍ପାଇ ଆକୁମାରୀ ହିମାଚଳ ତଳ,
ଏ ଉତ୍କଳ ମଶାଣିର ହାଡ଼ ଉଠୁ ଥରି
ଯୁଗ-ଯୁଗାନ୍ତର ସ୍ୱପ୍ନ ନବ ରୂପ ଧରି ।
[ଜୁଲାଇ-୧୯୬୨]
ଜାଗ ରେ ଯବାନ !
(୧)
ଡାକେ ହିମାଚଳ ଥରାଇ ବିତଳଦେଇ ପ୍ରତିତାଳ ଗୁମ୍ଫାତଳେଉଠେ ସେ ଆବାଜ ଆଜି ସାଜ ସାଜ୍କନ୍ୟାକୁମାରୀ ସାଗରଜଳେ,ବଙ୍ଗ, ଆରବ ସାଗର ଡ଼ାକେକମ୍ପନ ଲାଗେ ବିନ୍ଧ୍ୟ ବୁକେ -ଜାଗ ରେ ଯବାନ୍ ବୀର ମହୀୟାନଆସିଚି ଡ଼ାକରା ଏତିକିବେଳେ ।
(୨)
ଜାଗିଛି ଶୁଭ୍ର ଶୀତଳ ଶିଖରବନ୍ଧନହୀନ ଅଭ୍ରଭେଦୀଶିବ ସୁନ୍ଦର ସତ୍ୟର ସେହିଯୁଗ ଯୁଗ ତୋର ସାଧନାବେଦୀ,କହି ଭାଇ ଭାଇ ଦସ୍ୟୁଦଳଭିତରେ ଭିତରେ ହେଲେଣି ଠୁଳଚାଲ ରେ ଯବାନ ଗାଇ ଜୟଗାନଉଡ଼ାଇ କେତନ ଶତ୍ରୁ ଖେଦି !
(୩)
ଏଇ ଅଭିଯାନ, ଜୀବନ, ମରଣଭିତରେ କରିବୁ ଯାତ୍ରା ଆଜିତୁହିନସାଗର ପାରିହେବୁ, ତୋରବାହୁ-ବିକ୍ରମେ ମୁକ୍ତି ଖୋଜି,ମରଣକୁ ଦଳି ଚରଣ ତଳେହଟାଇଦିଅ ତୁ ଦସ୍ୟୁଦଳେଆଗରେ ଯବାନ୍ ଧୂର୍ଜ୍ଜଟୀ-ରଣ-ସଙ୍ଗୀତ ଶୁଣ ଉଠଇ ବାଜି ![ନଭେମ୍ବର-୧୯୬୨]ତା ସୀମା ଦିଶିଲା ତାକୁ*ଅନ୍ଧ ଆଜି ଚକ୍ଷୁଷ୍ମାନ, ସୀମା ତା’ରେଦିଶେ ଜଳଜଳମନ ତାର ଖୋଜିବୁଲେ ସୁଦୂର ସେହିମାଚଳ ତଳ ।ବାନ୍ଧି ନାଇଁ ଦୁନିଆରେ କା’ରେ ସେହୁସ୍ନେହ-ପ୍ରୀତି-ଡୋରେପ୍ରୀତି ତାର ଭିକ୍ଷାବୃତ୍ତି, ଧରି ଝୁଲି ବୁଲେଦ୍ୱାରେ ଦ୍ୱାରେ ।ଜାଣେ ନାହିଁ କଳା ଧଳା, ଚିହ୍ନେ ନାହିଁବଡ଼ ଅବା ସାନସକଳେ ସମାନ ସ୍ୱରେ ଡ଼ାକି କହେ -ମୋର ଭଗବାନ !ଅଙ୍ଗ ତାର ଅର୍ଦ୍ଧାବୃତ; ଶୀତ, ଖରା,ବର୍ଷା ତାର ସାଥୀନ ଶୁଭିଲେ କୋଳାହଳ ବିଚାରେ ସେହୋଇଗଲା ରାତି ।ଅସୀମ ପଥର ଯାତ୍ରୀ ଯାଯାବରଅମୃତ ସନ୍ତାନବିଶାଳ ଧରଣୀ କୋଳେ ଜାଣେ ନାଇଁକେଉଁଠି ତା ଥାନ ।ଲୁହ ପାଇଁ ଆଖି ଅଛି, ଦୁଃଖ ତାରହୃଦୟରେ ଭରାମାଗିଲେ କହନ୍ତି ଲୋକେ - ଏ ଲୋକଟାଜଗତକୁ ଭାରା !କେତେ କଥା ଶୁଣିଚି ସେ ସ୍ମୃତିପଟେଅଛି ଲେଖା ତାର -ସେ ପାଖେ ହିମାଦ୍ରି ପୁଣି ଏ ପାଖରେଭାରତ ସାଗର ।ମଝିରେ କୁଟୀର ଖଣ୍ଡି, ଜାଣେ ନାହିଁକାହୁଁ କେତେ ବାଟନାମ ତାର ଜଣା ନାହିଁ, ଗ୍ରାମ ଅଟେସେହି ଜୋରହାଟ ।କେ କହିଲା ଦେଶ ତାର; ସୀମା ତାରହୋଇଛି ବିପନ୍ନକେତେ ଦୁରେ ? କେଉଁଠାରେ ?- ଖାଲି ଶୁଣେ ବସି ଅନ୍ଧଜନ ।ନ ରୁଚିଲା ଅନ୍ନ ପାଣି, ସବୁ ତାକୁହୋଇଗଲା ପିତାଖୋଲିଗଲା ଚକ୍ଷୁ ଅବା ପାଇ ସେହିବିପଦ ବାରତା !ସୁଦାମାର ଗଣ୍ଠିଧନ ସେ ଦିନରସର୍ବସ୍ୱ ତା ଧନପ୍ରକମ୍ପିତ କରଯୁଗେ ଦେଲା ଟେକି- ଘେନ ମୋର ଦାନ ।ହେଉ ତା ଆଠ’ ଣା ମାତ୍ର,ମୂଲ୍ୟ ତାର ବିରାଟ ବିପୁଳତା ସୀମା ଦିଶିଲା ତାକୁ ଶୁଭ୍ର ସେହିହିମାଦ୍ରିର ଚୂଳ ![ନଭେମ୍ବର-୧୯୬୨]ବସ୍ର ଆତ୍ମକଥାହେ ପାନ୍ଥ, ହେ ଯାତ୍ରୀ ମୋର ରହ ଏଥି କ୍ଷଣେଶୁଣ ବାରେ ଏ ଜୀବନ ଗୋପନ ରହସ୍ୟ,ଦିନୁଦିନ ହୁଏ କ୍ଷୀଣ ଜରାଜୀର୍ଣ୍ଣ ତନୁଆଉ କେତେ କାଳ ଅବା ଥିବ ଏ ବୟସ ?ଆଜିର ଏ ଜୀର୍ଣ୍ଣ ତନୁ ଦେଖୁଅଛ ବନ୍ଧୁଶତଲକ୍ଷ କୀଟପୂର୍ଣ୍ଣ ପୂତିଗନ୍ଧମୟ,ଯୌବନ-ଲାବଣ୍ୟେ ଦିନ ଥିଲା ରସାଣିତନୟନାଭିରାମ ଆହା କେଡ଼େ କମନୀୟ !ଏ ଜୀର୍ଣ୍ଣ ବନ୍ଧୁର ପଥେ ଚାଲି ବାରବାରଧରିଛି ମୁଁ ବୁକେ କେତେ ନବନୀତ ତନୁ,ବିଦେଶବାହୁଡ଼ା କେତେ ଉଦ୍ବିଗ୍ନ କାନ୍ତରେଭେଟାଇଛି କାନ୍ତାପାଶେ ନ ଯାଏ ତା ମନୁ ।ଆଜି ଶ୍ରାନ୍ତ କ୍ଳାନ୍ତ ପ୍ରାଣେ ଦେଖେ ସେ ଅତୀତପଥେ ରହି ମୁହୂର୍ମୁହୂଃ ଛାଡ଼ି ଦୀର୍ଘଶ୍ୱାସପଛରୁ ଠେଲିବା ପାଇଁ ଡରୁଛ କି ବନ୍ଧୁକର୍ମସାଧନରେ କେବେ ନ ହୁଅ ହତାଶ ।କର୍ମମୟ ଜୀବନେ ମୁଁ ନ ଚାହିଁ ପଛରେଉପାର୍ଜନ କରି ଆନେ ବିତରିଛି ଧନ,କେତେ ହୀନ ଅବାଞ୍ଚିତ ହୋଇ ଲକ୍ଷପତିଏ ସମାଜେ ଲଭିଛନ୍ତି ମହତ ଆସନ !ଅଜଣା ତରୁଣ କେତେ ତରୁଣୀମେଳରେଏ ମୋ କୋଳେ ହୋଇଛନ୍ତି ଆଦ୍ୟ ଚୁହାଁଚୁହିଁ,ତେଜିଛନ୍ତି ପରସ୍ପରେ ତପ୍ତ ଶ୍ୱାସ କେତେଜାଣିଛି ମୁଁ ଯାଇଛନ୍ତି ପରେ ଏକା ହୋଇ ।ଯୌବନ ପ୍ରାରମ୍ଭେ କେତେ ଅଲୋଡ଼ା ଅତିଥିଆସୁଥିଲେ ମୋର କୋଳେ, ଏବେ ବି ଆସନ୍ତି,କେହି ବସି ଗନ୍ଧ କରେ, କେହି ହୁଏ ଠିଆ,କେହି କେହି ରଡ୍ଧରି ଉପରେ ଝୁଲନ୍ତି ।ଯାଇଛି ମୋ ଯଉବନ, ହଜିଛି ସପନ,ଯିବା ପାଇଁ ବାନପ୍ରସ୍ତେ ବଳିଲାଣି ମନ ।ତଥାପି ଏ ‘ବିଶେଷଜ୍ଞ’ କହନ୍ତି ମୁଁ ଠିକ୍ଏ ଭଙ୍ଗା ମନରେ ଜାଗେ ରୁଦ୍ଧ ଅଭିମାନ !ତାଙ୍କରି ଭାଷାରେ ଅଛି ମୋ ଯୌବନ ପୂରି,କାହାରେ କି ଲାଗି କହିବି ମୁଁ ନାହିଁ ନାହିଁ ?ଆସ ଠିଆ ହୁଅ, ବସ୍ତା ସମ ହୁଅ ଖୁନ୍ଦି,ଅଟକିଲେ ଠେଲିବାକୁ ନାହିଁ କର ନାହିଁ ।ସରକାର ନେବେ ଟଙ୍କା ତୁମେ ଦେବ ଗଣିଅଚଳ ଦୋ’ଅଣି ନେଇ ଚାଲେ କାରବାର ।ଅଚଳ ଦୋ’ଅଣି ପରା ମନ୍ତ୍ରୀ ହରିସିଂହନ ଠେଲି ମୋତେ ହେ ବନ୍ଧୁ, ତାଙ୍କୁ ଠେଲିପାର ![ଜୁନ୍୧୯୬୩]ଜଳୁନାହିଁ ଦୀପଚାରିଆଡ଼େ ଦୀପାବଳୀ, ମୋ ଘରେ ଅନ୍ଧାର,କିଏ ସେ ବୁଝିବ ତତ୍ତ୍ୱ ଗୋଲକଧନ୍ଦାର ?ଦୂର ଜ୍ୟୋତିର୍ମ୍ମୟ ଦେଶେ କେ ଅଛ ଦେବତାଯା ଲାଗି ଜାଳୁଚି ଦୀପ ଘେନି ପ୍ରାଣେ ବ୍ୟଥା !ପଡ଼ୁଚି ଯା ଲାଗି ସ୍ତୁତି ଏ କଣ୍ଠ ଫଟାଇକେ ପାରିବ ଏ ସନ୍ଦେହ-ପରଦା ଉଠାଇ ?ଅନ୍ଧକାରେ ଆସି କିଏ ଯିବ ହେ ଆଲୁଏତର୍ପଣ ଘେନିବ କିଏ ଏ ଜାତିର ଲୁହେ ?ଆହେ ଦଶଦିଗପାଳ ଦ୍ୟୁଲୋକବିହାରୀନିରନ୍ନ କଙ୍କାଳ ମୁଖୁ ଶୁଣ ଏ ଗୁହାରି ।ଆହେ ପିତୃ ପିତାମହ ସ୍ୱର୍ଗଲୋକବାସୀମହା ଉତ୍କଳର ଯେତେ ଅମର-ବିଳାସୀ,ଆସିବ କିଏ ଅନ୍ଧାରେ ସ୍ୱର୍ଗୁ ଅବତରିଡାକୁଛି ଏ 'ନିଆଁଖୁଣ୍ଟା’ ଦୀପାବଳୀ ଧରି ।ଶୁଣିବ କି ଓଡ଼ିଶାର କରୁଣ କାହାଣୀ -ଘରେ ଘରେ କରେ ଖେଳା ଘର ମା! ଡାହାଣୀ !ପୁରଜନପଦେ ଶୁଭେ ରବ ହାହାକାରଶୁଭେ ଚତୁର୍ଦ୍ଦିଗୁ ଖାଲି ମରୁଡ଼ି ଚିତ୍କାର ।ନାହିଁ ଅନ୍ନ, ନାହିଁ ଜଳ, ନାହିଁ ଅଙ୍ଗେ ବାସଶୁଭୁଅଛି ପଡ଼ୋଶୀର କ୍ରୂର ପରିହାସ ।ଭିକାରିକୁ ଭିକ ନାହିଁ - ଦାତା ନାହିଁ କେହି,ଘରେ ଓ ବାହାରେ ଶୁଭେ ଅନ୍ନ ଦେହି ଦେହି’ ।ଧାନ ଯାଏ ବଜାରକୁ ଯୋଜନା କାମରେକାନ୍ଦୁଅଛି ପୁଞ୍ଜପତି ଚାଷୀଙ୍କ ନାମରେ ।ଏତେବେଳେ ଆସ ପିତୃ, ଦେବଗଣ ଆସ,ଆସ ମଧୁ, ଗୋପବନ୍ଧୁ, ହେ ଗୋଦାବରୀଶ,ପଥଭ୍ରଷ୍ଟ ଏ ଜାତିରେ. ପଥ ଦିଅ କହିପ୍ରାଣେ ପ୍ରାଣେ ଜାତିପ୍ରେମ-ବହ୍ନିକୁ ଜଳାଇ ।ଜଳୁନାହିଁ ହାତେ ଦୀପ, ଜଳାଅ ହେ ଆସିଜାତିର ପରମ ପୂଜ୍ୟ ସ୍ୱର୍ଗଲୋକବାସୀ ।[ଅକ୍ଟୋବର-୧୯୫୭]ଦୁଇ ଭଗବାନସେ ଦିନ ବୁଝିଲି ଦୁଇ ଭଗବାନଧରଣୀରେ ହେଲେ ବିଜେଆଗ ଭଗବାନ ପଛ ଭଗବାନଏଇ କଥା ମୁହିଁ ବୁଝେ ।ଦୁଇ ଭଗବାନ ଦୁଇଟା ଢଙ୍ଗେଖେଳ ରଚିଗଲେ ଜନତା ସଙ୍ଗେତଫାତ୍ ରହିଲା ତ୍ରେତା ଓ ଦ୍ୱାପର -ଯୁଗର ମହିମା କି ଯେ,ଆଗ ଭଗବାନ ବସନ ଦେଲେ,ପଛ ବସ୍ତ୍ର ହରିଲେ ନିଜେ ।ଆଗ ଭଗବାନ ନଗରେ ନରହିସତ୍ୟ ପାଳିଲେ ବଣେପଛ ଭଗବାନ ପିଲାଟିଦିନରୁବଣର ହୋଇଲେ ଜଣେ ।ଆଗ ଭଗବାନ ହେଲେ ଜଣକରଜଣକୁ କରିଲେ ପରାଣସୋଦର,ପଛ ଭଗବାନ ଷୋଳ ସହସ୍ରେଡାକିଲେ ବଂଶୀସ୍ୱନେଦୁଇ ଭଗବାନେ କିଏ ପାରିବାର -ସେ କଥା ବିଚାରେ ମନେ ।ଆଗ ଭଗବାନ ସରଯୁ କୂଳରେଆପଣେ ଅରପି ଗଲେପଛ ଭଗବାନ ବଂଶ ବୁଡ଼ାଇପାଣିରେ, ବଣରେ ମଲେ ।ଦ୍ୱାପରରେ ଥିଲେ ଆଗ ଭଗବାନକରି ନ ଥାନ୍ତେ ବସ୍ତ୍ରହରଣ,ପଛ ଭଗବାନ ତ୍ରେତାରେ ଥିଲେସେ ବୃଥାରେ ବଂଶୀ-କରେବଣ ଛାଡ଼ି ଘରେ ଫେରିଥାଆନ୍ତେ .ନ ପାଇ ଗୋପିକାଦଳେ ।[ସେପ୍ଟମ୍ବର-୧୯୫୬]ଚିଲିକାର ଫସଲମରାଳମାଳିନୀ ରମ୍ୟା ଏ ନୀଳାମ୍ବୁ ଚିଲିକାର ଜଳଭାରବାହୀ କୈବର୍ତ୍ତର ନେତ୍ର କରେ ଆଜି ଛଳଛଳ ।କହୁଚି ଚିଲିକା ଡାକି - ମୋ ଫସଲ ଯାଉଚି ଉଜୁଡ଼ିକଇବର୍ତ୍ତ ଫେରେ ତାର କାନ୍ଧେ ଧରି ନିତି ଶୂନ୍ୟ ଝୁଡ଼ି ।ରୂପାର ଫସଲ ମୋର ସୁବର୍ଣ୍ଣର ଥାଳିପରେ ସଜାକୁଟୀରେ ଘେନଇ ଦୁଃଖୀ, ଉଆସରେ ଭୋଗକରେ ରଜା,ଜୀବନର ରସସିକ୍ତ ଖଙ୍ଗା ଆଉ ବାଗଦା, ଶାହାଳଦିନ ଦିନ ମାସ ମାସ ବର୍ଷ ବର୍ଷ ଯୁଗ ଯୁଗ କାଳ,କରିଗଲେ ପ୍ରାଣଦାନ ଆପଣାରେ ନିତି ଦେଇ ବଳି `ହତଭାଗ୍ୟ ଓଡ଼ିଶାରେ ଆଜି ତାହା ଯାଉଚି ଉଜୁଡ଼ି ।ଗର୍ଭ ମୋର ପଙ୍କେ ଭରା, ଦଳେ ଛନ୍ଦା ତ୍ୟକ୍ତ ତଟଭୂଇଁକବିବର ରାଧାନାଥ ଆଉ ଥରେ ଦେଖିଯିବେ ନାହିଁ ?[ଏପିଲ୍୧୯୬୨]ବାଟୋଇଗାଆଁବାଟେ ଗଲା ଚାଲି ଦୂର ଗାଆଁ ବାଟୋଇଖରାତରା ତଳେ ଯହିଁ ନିତି ଫୁଲ ଫୁଟଇ ।ନିତି ଯହିଁ ପରଶଇ କାହା ନବ-ବଧୂରଶଂକିତ ପଦଯୁଗ କମଳ କି ମଧୁର !ବାଟେ ଗଲା, ବାଟୋଇ ସେ ନ କହିଲା ବଚନଚଞ୍ଚଳ ଗତି ତାର କଲା ଗୀତି ରଚନ ।ବସିଥିଲା ବାତାୟନ ପଥଧାରେ ତରୁଣୀ,ପଲ୍ଲୀ-ଅଳସ ଦିନ ସତେ ତାର ସରୁନି ।କହିଲା ସେ ସଙ୍ଗିନୀ ଅଞ୍ଚଳ ଓଟାରି -ଏ ଯେ ଗଲା କେତେ ଦୂରେ କହିବୁ କି ବିଚାରି ?କେଉଁ ପୁରେ ପୁରବାଳା ବସିଥିବ ଅନାଇଁପୋଷା ଶୁଆ ଶାରୀକି ତା’ ପିଞ୍ଜରେ ମନାଇଁ ।ଅବା କାହିଁ ମାଆ କା’ର ମନ ମାରି ମଉନେବିରସେ ବିତାଉଥିବ କାଳ, ପୁଅ ବିହୁନେ ।ଦୂରର ବାଟୋଇ ଆଜି ଦୂରେ ଯାଏ ଫେରି ତସାଗରପୁଳିନେ ଧାଏଁ ଅବା ଗିରି-ସରିତ !ନୁହେ କି ସାଗର ଏ ଗୋ ପୁରବାସ ବିହାରଉଠେ ନିତି କେତେ ଦୁଃଖ ସୁଖ ଭଟ୍ଟା ଜୁଆର ।ସାଗରତଳକୁ ପୁଣି ଏ ଯେ ହୃଦ-ସାଗର,କି ଅତଳ ବିତଳ ଏ ପ୍ରୀତି ଅନୁରାଗର !ବାଟୋଇ ସେ ଗଲା କାହିଁ ବାଟ ତାର ସୁମରି,ବୁକୁତଳେ କିଏ କିଆଁ କଥା କହେ ଆମରି ?ଚମ ତଳେ କିଆଁ ଥରେ ଏ ତତଲା ରକତଅଜଣା ଜନରେ ହୁଏ କିଏ ଅନୁରକତ ?ଆମ ପରି କିଏ ବସି ଚାହିଁଥିବ ସରଣୀକେତେ ଫୁଲେ ଶୋହୁଥିବ କାହା ମଧୁ ଧରଣୀ ।ରାଜା ହେବ ବାଟୋଇ ଏ ଯାଇ ସେଇ ରାଇଜେପାଣି ପାଇଁ ଯିବା ଚାଲ, ବେଳ ଆଉ ନାଇଁ ଯେ ![ଫେବୃଆରୀ- ୧୯୪୬]ଏଇ ହେଲା ସମାଧାନ
(୧)
ଅୟି ପ୍ରାଣ ପ୍ରିୟତମେ !କଟକୁ ଲେଖୁଚି ଆଜି ଏ ଚିଟାଉଅଫିସି କିରାଣି ଜଣେ ।କହିଆସିଥିଲି ମାସକ ଅନ୍ତେଚିଠି ତୁଲେ ଦେବି ଠେଲିଏଣୁତେଣୁ କରି ଟଙ୍କା ଦଶଟାଏଥିରେ ବି ଫେଲ୍ ହେଲି ।
ଅଛତ ଅନ୍ତରେଲକ୍ଷ୍ମୀନାରାୟଣ ସାହୁ