ମହର୍ଷି ଦେବେନ୍ଦ୍ରନାଥ ଠାକୁର
ଭକ୍ତକବି · ୧୮୫୩–୧୯୧୨ · ରାଧାନାଥ ଯୁଗ
- ପଢ଼ିବା ସମୟ
- ୪ ମିନିଟ୍
- ଶବ୍ଦ
- ୬୫୫
- ସ୍ଥିତି
- ସାର୍ବଜନୀନ (Public domain)
(୧)
ସାରି ଦିବ୍ୟ ଜୀବନର ପୁଣ୍ୟ ପର୍ଯ୍ୟଟନଧର୍ମକ୍ଷେତ୍ର କର୍ମକ୍ଷେତ୍ର ଭବେ,ସାଧି ମହାତପୋବ୍ରତ ଭୁବନପାବନସମାଧିର ପ୍ରଶାନ୍ତ ଉତ୍ସବେ !ନବଯୁଗେ ଭାରତର ହେ ନବ ମହର୍ଷିହେ ଦେବେନ୍ଦ୍ର, ହେ ଦେବ ବ୍ରାହ୍ମଣ,ବ୍ରହ୍ମପ୍ରାଣ ବ୍ରହ୍ମସଖା ହେ ତତ୍ତ୍ୱଦରଶୀ,ବ୍ରହ୍ମଭକ୍ତ ହେ ବ୍ରହ୍ମନନ୍ଦନ !ଯଥାକାଳେ ତେଜି ତନୁ ଅନିତ୍ୟ ସଂସାରେମହାମହେଶଙ୍କ ମହାହ୍ୱାନେ,ଗଲ ଚାଲି ମହାନନ୍ଦେ ତମଃପରପାରେବିଧାତାର ମଙ୍ଗଳ-ବିଧାନେ ।
(୨)
ଯୌବନର ଉଷାକାଳେ ଭାଗୀରଥୀ-ତୀରେବିତାମହୀ-ମୃତ୍ୟଶଯ୍ୟାପାଶେ,ମଜ୍ଜି ପୂର୍ଣ୍ଣିମାର ପୁଣ୍ୟ ଜ୍ୟୋସ୍ନା-ପୟୋଧରେ,ଜାଗି ପୁଣ୍ୟ ବୈରାଗ୍ୟ-ଉଲ୍ଲାସେ ।ଲୋଡ଼ିଲ ହେ ଧ୍ୟାନାସନେ ନିସ୍ତବ୍ଧ ନିର୍ଜନେଭେଦି ହେଳେ ଏ ଭବତିମିର,ସେ ପରମ ଜ୍ୟୋତିର୍ମୟ ବ୍ରହ୍ମ ସନାତନେମୂଳାଧାର ଯେ ବିଶ୍ୱସୃଷ୍ଟିର ।କଠୋର ସଙ୍କଳ୍ପ-ଖଡ଼୍ଗେ ଆସକ୍ତିର ପାଶେଛେଦିଲ ହେ ପରମ ନିର୍ଭରେଭସାଇଲ ପ୍ରାଣ-ତରୀ ପରମ ପ୍ରୟାସେଉର୍ଦ୍ଧ୍ୱନେତ୍ରେ ଅନାଇ ଅମ୍ବରେ ।
(୩)
ଅନନ୍ତର ପରିଚୟ ଅନନ୍ତ ଆକାଶୁଲଭି ଆହେ ଅନନ୍ତ ତନୟ,ଦେଖି ହେ ଅନନ୍ତ ଦେବେ ଅନନ୍ତ ଜିଜ୍ଞାସୁ,ଜ୍ଞାନଯୋଗେ ହୋଇଲ ତନ୍ମୟ ।ଦେଖିଲ ହେ ନିତ୍ୟ ସତ୍ୟ ଜ୍ଞାନମୟ ବ୍ରହ୍ମପରମ ପୁରୁଷ ନିରାକାର,ବ୍ୟାପିରହିଛନ୍ତି ବିଶ୍ୱ ସ୍ଥାବର ଜଙ୍ଗମଜଡ଼ ଜୀବ ନିଖିଳ ସଂସାର ।ଅନନ୍ତ ଇଚ୍ଛାର ଲୀଳା ଦରଶନେ ତବତୁଟିଲା ହୃନ୍ଦ-ଗ୍ରନ୍ଥିଚୟ,ବୁଝିଲ ଅନନ୍ତ ଭୁମା ଧର୍ମର ଗୌରବଦେଖି ପ୍ରାଣେ ସେ ଧର୍ମର ଜୟ ।
(୪)
ଧର୍ମବୀର କର୍ମବୀର ଶ୍ରୀ ରାମମୋହନେଶୁଣି ତାଙ୍କ ସତ୍ୟପୂତ ବାଣୀସ୍ମରି କ୍ଷୁଦ୍ର ପରିମିତ ପ୍ରତିମା ଅର୍ଚ୍ଚନେତ୍ୟଜିଲ ହେ ପ୍ରାଣେ ବ୍ରହ୍ମ ଜାଣି ।ମହାକ୍ଷଣେ ମହାମନ୍ତ୍ର ଉପନିଷଦର‘‘ବ୍ରହ୍ମେ ବିଶ୍ୱ କର ଆଚ୍ଛାଦିତ’’ଦୈବବାଣୀରୂପେ ତବ ବିମଳ ଅନ୍ତରବ୍ରହ୍ମାନନ୍ଦେ କରିଲା ପ୍ଲାବିତ ।ସେହି ବ୍ରହ୍ମନନ୍ଦ-ସ୍ୱାଦ ଅନୁଭବି ପ୍ରାଣେହୃଦ-ଉତ୍ସୁଁ ଉଠିଲା ଉଚ୍ଛ୍ୱାସି,ମହାସଂକଳ୍ପର ସ୍ରୋତ ମହେଶ ଆହ୍ୱାନେ,ଧନ୍ୟ ଧନ୍ୟ ହେ ବ୍ରହ୍ମଦରଶି ।ଦୀନହୀନ ଅବଜ୍ଞାତ ମୃତ ଭାରତରଏକମାତ୍ର ସୁଦା ସଞ୍ଜୀବନୀ,ପୂର୍ଣ୍ଣବ୍ରହ୍ମ ଉପାସନା ନାହିଁ ଗତ୍ୟନ୍ତରଜାଣି ସେହି ଭୁବନପାବନୀ ।ବ୍ରହ୍ମପୂଜା ପ୍ରଚାରିବା ମହାଲକ୍ଷ୍ୟ ପ୍ରାଣେମହାନାଦେ କରିଣ ଧାରଣ,ଧର୍ମେ ବ୍ରହ୍ମେ ନିତ୍ୟ ଯୋଗ ବୁଝି ଦିବ୍ୟଜ୍ଞାନେବ୍ରାହ୍ମଧର୍ମ କରିଲ ଗ୍ରହଣ ।ଗାୟତ୍ରୀର ପୁଣ୍ୟଗାଥା ଓଁକାର ସାଧନାୠଷି-ହୃଦୟର ଉଦ୍ବୋଧନ,ସତ୍ୟମନ୍ତ୍ର-ଉଚ୍ଚାରଣେ ବ୍ରହ୍ମ ଆରାଧନାଅନନ୍ତେ କ୍ଷୁଦ୍ରର ବିସର୍ଜନ;ଅନିତ୍ୟର ମୋହପାଶୁଁ ମୁକ୍ତିର ପ୍ରାର୍ଥନାପ୍ରାଣାକାଶେ ବ୍ରହ୍ମର ପ୍ରକାଶେ,ହୃଦେ ସ୍ୱରଗର ଶାନ୍ତି-ମନ୍ତ୍ରର ଧାରଣାପ୍ରେମ-ଆଶା-ବିଶ୍ୱାସ-ଆଶ୍ୱାସେ;ଏ ବ୍ରହ୍ମପୂଜାର ବ୍ରତେ ଶକ୍ତିର ସାଧନାଭାରତର ନିଶ୍ଚିତ ଉଦ୍ଧାର,କି ଆନନ୍ଦ-ବଳେ ଏହି ପରମ ଘୋଷଣାଏ ଭାରତେ କରିଲ ପ୍ରଚାର ।
(୫)
ଏବେ ଧର୍ମ-ପରୀକ୍ଷାର ସଙ୍କଟ-ମୁହୂର୍ତ୍ତସମାଗତି ବିଧିର ବିଧାନେ,ମହାଧନୀ ମହାଯଶା ପିତା ହେଲେ ମୃତବିଦେଶରେ ଇଂଲଣ୍ଡ ସଂସ୍ଥାନେ ।‘‘ପିତୃଶ୍ରାଦ୍ଧେ ପାଳ କୁଳଧର୍ମ-କୂଳାଚାରେ’’ଲୋକମୁଖେ ଏହି ଉପଦେଶ,‘‘କର ଶ୍ରାଦ୍ଧ ବ୍ରାହ୍ମଧର୍ମ-ବ୍ରତ ଅନୁସାରେ’’ଅନ୍ତରେ ଘୋଷିତ ବ୍ରହ୍ମାଦେଶ ।ଏକଆଡ଼େ ସଂସାରିକ ଧର୍ମର ଶାସନକେତେ ବିଭୀଷିକା ପ୍ରରୋଚନା,ଅନ୍ୟଆଡ଼େ ଅନ୍ତରରେ ମହାଧର୍ମ-ରଣବିଭୁପଦେ ବଳର ପ୍ରାର୍ଥନା ।ଏ ଘୋର ସଂଗ୍ରାମେ ଦିନେ ନିଶା ଅନ୍ଧକାରେକ୍ଷୁବ୍ଧଚିତ୍ତେ ଶୋଇ ଶଯ୍ୟା-ତଳେ,ଦେଖିଲି ଅଭୁତ ଦୃଶ୍ୟ ତନ୍ଦ୍ରାର ସଂଜ୍ଞାରେନିଦ୍ରା-ଜାଗରଣ ସନ୍ଧିସ୍ଥଳେ ।ଛାୟା-ପୁରୁଷର ସରି କେ ଆସି ଡାକଇ‘‘ଉଠ ଉଠ ଆସ ପଛେ ମୋର’’ଚଳିଲ ପଶ୍ଚାତେ ତାର ଆଜ୍ଞା ତାର ବହିଗୃହଦ୍ୱାର ଫିଟିଲା ସତ୍ୱର ।ତା ସଙ୍ଗେ ବାହାରି ପଥେ ଆସିଲ ଚକିତେଉର୍ଦ୍ଧ୍ୱକୁ ସେ ଉଠିଲା ଗଗନେ,ତା ପଛେ ଚଳିଲ ଉର୍ଦ୍ଧ୍ୱେ ତାହାରି ଇଙ୍ଗିତେଭେଦି କେତେ ନକ୍ଷତ୍ରଭୁବନେ ।ଶେଷେ ଉତ୍ତରିଲ ଏକ ଶ୍ୱେତ ଶୁଭ୍ର ଦେଶେଉଦ୍ଭାସିତ ପ୍ରଶାନ୍ତ ଜ୍ୟୋତିରେ,ଭ୍ରମୁ ଭ୍ରମୁ ତହିଁ ଦିବ୍ୟପୁରୁଷ ଆଦେଶେପ୍ରବେଶିଲ ପ୍ରଶସ୍ତ ମନ୍ଦିରେ ।ସେ ନସ୍ତବ୍ଧ ଗୃହେ ପଶି ଦେଖିଲ ସେ ଛାୟାଲୀନ ହୋଇଗଲା ଆଚମ୍ବିତେ !ଏ କି ଇନ୍ଦ୍ରଜାଲ; କି ଅଭୁତ ମାୟା,ଭାଳୁଛି ବିସ୍ମୟ-ସ୍ତବ୍ଧ ଚିତ୍ତେ ।ଏ ସମୟେ ଅପସାରି ଦ୍ୱାର-ଯବନିକାଉଭାହେଲେ ସମ୍ମୁଖେ ତୁମ୍ଭର,ତୁମ୍ଭରି ଜନନୀ ଯେହ୍ନେ ଜ୍ଞାନାନଳ-ଶିଖାନାଶିବାକୁ ସଂଶୟ ପ୍ରାଣର ।ଭାଷିଲେ ‘‘ରେ ବତ୍ସ ! ତୋତେ ଦେଖିବାର ପାଇଁଡକାଇ ଆଣିଲି ଏଥି ଆଜ,ଫିଟିଛି ତୋ ପ୍ରଜ୍ଞା-ନେତ୍ର ବ୍ରହଜ୍ଞାନ ପାଇଯାଉ ଭାଜି ତୋର ଭୟ ଲାଜ ।ଜନନୀ କୃତାର୍ଥ ତୋର, କୁଳ ପବିତ୍ରିତ,ଧନ୍ୟ ତୁହିରେ କୁଳପାବନ’’ଶୁଣନ୍ତେ ଏ ଦିବ୍ୟବାଣୀ ପରମ ନିଶ୍ଚିତେଆନନ୍ଦରେ ଭାଜିଲା ସ୍ୱପନ ।
(୬)
ବଢ଼ିଥିଲା ଏତେ କାଳ ବିଭବ-କ୍ରୋଡ଼ରେସଂସାରର ସୌଭାଗ୍ୟ-ସମ୍ପଦେ,ଭାଗ୍ୟଚକ୍ର ଆବର୍ତ୍ତନେ କ୍ଷଣକଭିତରେଦଶ ଦିଗ ଆଚ୍ଛନ୍ନ ବିପଦେ ।ନିଦାରୁଣ କୁଳ-ୠଣ ଶୁଝିବାର ପାଇଁଗମ୍ଭୀର ପ୍ରଶାନ୍ତ ମାନସରେସକଳ ସମ୍ପତ୍ତି ହେଳେ ଦେଲ ହେ ଭସାଇଅକୁଣ୍ଠିତ ସନ୍ତୋଷରେ ।ସରଳ ନିର୍ମଳ ପ୍ରାଣେ ବିଭୁପଦ ଧ୍ୟାୟିଅନୁସରି ବୈରାଗ୍ୟ ଅଭୟେକଠୋର ସଂଯମେ ପୁଣି ପ୍ରାଣ-ତରୀ ବାହିପ୍ରବେଶିଲ ସୌଭାଗ୍ୟ-ଆଳୟେ ।
(୭)
ନିର୍ମଳ ସବଳ ମୁକ୍ତ ଜ୍ଞାନେ ସମୁଜ୍ଜ୍ଜଳହେ ମହର୍ଷେ, ତବ ମହାପ୍ରାଣ,ଭକ୍ତିଭରେ ଦେବ, ଉପନିଷଦ ସକଳକରିଲ ହେ ଅଧ୍ୟୟନ ଧ୍ୟାନ ।ସେ ଶାସ୍ତ୍ର-ସାଗରୁ କେତେ ମହାପ୍ରବଚନଊଦ୍ଧାରିଲ ଶିଷ୍ୟୋଚିତ ଚିତ୍ତେ,କିନ୍ତୁ ସେଥି ମଧ୍ୟେ ଦେଖି ଅଯୋଗ୍ୟ କଳ୍ପନାଲୋଡ଼ିଲେ ହେ ଜଗତତ ହିତେ,ଧର୍ମର ପତ୍ତନ-ଭୂମି ଏକାଗ୍ର ଅନ୍ତରେପ୍ରତ୍ୟେକ୍ଷ ସତ୍ୟର ପ୍ରତୀକ୍ଷାରେ,ସହସା ଅମୃତ ଜ୍ୟୋତି ପୁଣ୍ୟ ଅବସରେସ୍ଫୁରି ପ୍ରାଣେ ତମଃ ପରପାରେଦେଖାଇଲା ତବ ତପଃ-ମାର୍ଜିତ ନୟନେଧରମର ପୁଣ୍ୟ ଅଧିଷ୍ଠାନ,ସତ୍ୟପ୍ରାର୍ଥୀ ବ୍ରହ୍ମପ୍ରାର୍ଥୀ ହୃଦୟ-ଗଗନେବ୍ରହ୍ମଯଜ୍ଞାନଳେ ଦୀପ୍ୟମାନ ।
(୮)
ଯୋଗଯୁକ୍ତ ହେ ତପସ୍ୱି, ଧରମର ମୂଳଦେଖି ଶୁଦ୍ଧ ଆତ୍ମପ୍ରତ୍ୟୟରେ,ଜ୍ଞାନେ ପ୍ରେମେ ସୁଭାସ୍ୱର ବ୍ୟଖ୍ୟାନ ଅତୁଳରଚିଲ ହେ ବିଶ୍ୱାସ ନିର୍ଭରେ ।ଘୋଷିଲ ହେ ଶୁଦ୍ଧ ସତ୍ୟ ପବିତ୍ର ଭାଷାରେଧରମର ଅମୃତ ସମ୍ବାଦ,ଧର୍ମାନ୍ୱେଷୀ କେତେ ସାଧୁ ସ୍ୱର୍ଗୀୟ ଆଶାର;ଲୋଡ଼ିଲେ ହେ ତବ ଆଶୀର୍ବାଦ ।ପ୍ରାଣାଧିକ ଶ୍ରୀକେଶବ ବରି ପୁତ୍ରପଦେବ୍ରହ୍ମାନନ୍ଦ ନାମ ସମ୍ବୋଧନେ,ଧନ୍ୟ କଲ ଯେ ଅତୁଳ ପ୍ରେମର ସମ୍ପଦେଏ ଭୁବନ ଧନ୍ୟ ସେହି ଧନେ ।ପ୍ରଶାନ୍ତ ଗମ୍ଭୀରଚେତା ରାଜନାରାୟଣଧନ୍ୟ ହେଲେ ତବ ସଙ୍ଗଲାଭେ,ମହତ ଅଥବା କ୍ଷୁଦ୍ର କେତେ କେତେ ଜନହୋଇଲେ କୃତାର୍ଥ ମହାଭାବେ ।
ସମ୍ବନ୍ଧିତ ରଚନା
ସୂର୍ଯ୍ୟ ପ୍ରତି ଦୀପ
ଗଙ୍ଗାଧର ମେହେର
ତାରା-ସୂର୍ଯ୍ୟ
ଗଙ୍ଗାଧର ମେହେର
ଅଛତ ଅନ୍ତରେ
ଲକ୍ଷ୍ମୀନାରାୟଣ ସାହୁ
ଗୀତାଭିଧାନ
ଉପେନ୍ଦ୍ର ଭଞ୍ଜ