ଚୂତ ମୁକୁଳ ଅଶନ
୧୮୬୭–୧୯୪୩
- ସଂକଳନ: ମଧୁଚକ୍ର
- ପଢ଼ିବା ସମୟ
- ୪ ମିନିଟ୍
- ଶବ୍ଦ
- ୭୦୪
- ସ୍ଥିତି
- ସାର୍ବଜନୀନ (Public domain)
ହୋଇଲେ ସିନା କହଇ କୋକିଳ ବଚନ ।ନୟନ ନ ଥାଇ ଦେବ ଦରଶନେଗଲା ପ୍ରାୟ ଉପହାସ ।କି ବୋଲିବୋଲିବି ମଶାରୀ ମଶକପରାଏ ଭ୍ରମୁଛି ମନ ।ପର ଉପକାର ଯଶ ଥୋଇଲେ,ଦେଖ ମହାଦେବ ବିଷ ଖାଇଲେ ।ଅନଳେଦହିଲେ ସୁବାସକୁ ନିକିକେବେ ଛାଡ଼ଇ ଚନ୍ଦ୍ର ଚନ୍ଦନ ।ମୁର୍ଖକୁ ବୁଝାଇବାର ଅତିକଷ୍ଟ ଜାଣ ।ସଖୀ କହିଲେ ଦୁଃଖ ସହିଧଇର୍ଯ୍ୟ ହେଲେ କାର୍ଯ୍ୟ ଲଭି ଅବଶ୍ୟ,ହରି-ଅରିଘାତ ସହିରହିଲାକୁ ରାହୁ ପିଇଛି କି ପୀୟୂଷ ।ଦେଖ ଅନଳ, କାଷ୍ଠକୁ ନଷ୍ଟ କରି ନିଭେ ।ରୋଗ, ଋଣ, ଶତ୍ରୁ ଶେଷକୁ ରଖିଲେଆପଣାର ବାଧା ସେ କଥା ।ବଡ଼ହୋଇ କିସ ହୋଇବ,ଅର୍ଜିଲା କର୍ମ ସିନା ଭୋଗହୋଇବ,ସାଗର ମନ୍ଥନେ ଗରଳ ପାଇଲେଭାଗ କରିଟି ମହାଦେବ ।ଦୁଇ କରେ ଭୁଞ୍ଜେ ଭୋଖି ହେଲେ କି ସଖୀ ।ହିମଋତୁ ପ୍ରବେଶ ପଦ୍ମବନ କରେ ଧ୍ୱଂସମୂଳ ଥିବାରୁ ବସନ୍ତେ ପଲ୍ଲବେ ସତେ ।ମଧୁମକ୍ଷି ଉଚ୍ଛିଷ୍ଟ ଅମୃତାଦର ସୁରେ ।ଏ କଥା ଭାବ ତୁ ଚିତ୍ତ, ମଧୁମକ୍ଷିକା ସଞ୍ଚିତଦେବଭୋଗ୍ୟ ହୁଏ କେହି, ବିଚାର ସହି ଗୋ ।ଫଣୀ ଜାଗ୍ରତେ ଚନ୍ଦନ ଥିଲେହେଁ କର ଭାବନ,ଭୋଗ ହେଉଛି କି ନାହିଁ, ପରାଣସହିଗୋ ।ଯେବେଟି କୁସୁମ ଫୁଟେ, ତେବେ ସୁଗନ୍ଧ ପ୍ରକଟେ,ଯହିଁ ତହିଁ ନଦୀ ଜଳ, ସମୁଦ୍ରେ ଠୁଳ ଗୋ ।ଜଳକଳସେ ଚନ୍ଦ୍ରବିମ୍ବକୁ ଧରି,ପାରିଲି ନାହିଁ ସୁଧାଭୋଗକୁ କରି ଯେ ।ଏମନ୍ତ ଆଣ ତୋର ଅବଧାନକୁ,ପ୍ରଭୁ ସେ ବଡ଼ କରେ ଦାସ ଜନକୁ ।ତୁଷାର ନାଶ କରେ ଜନମସ୍ଥାନ ।ସୁରେନ୍ଦ୍ର ଦିଗରଙ୍ଗ କି ରଥାଙ୍ଗ ଚାହିଁଲା,ସୂତହୀନ ଦେଖିଲା କି ଚୂତବକୁଳିଲା ।ସୁମନ ବିକାଶ କିବା ମଧୁକର ଚାହିଁ,ଶାଳିଅନ୍ନମାସୋପବାସୀକି ଦେଲା ବିହି ।ସବୁ କାଳେ ବଡ଼ହୋଇ କେ ନାହିଁ ମନକୁ,ସ୍ୱର୍ଗ ତେଜି ଗଙ୍ଗା ଲଭେ ଲବଣସିନ୍ଧୁକୁ ଯେ ।ବଲ୍ଲୀଠାରୁ କାମୁକୀ ବଳି ନାହିଁ,ବିନୋଦକୁ କୁସୁମେ ଯେଣୁ ଦେଇ,ବିହଇ ଯେ ସମ୍ଭୋଗକୁ ମଧୁପ,ବେନି ସବୁ କାଳରେ ଅନୁରୂପ ।
[ଅର୍ଥ-ଲତାଠାରୁ ବଳି କାମୁକୀ କେହି ନାହିଁ, ସେ ପୁଷ୍ପବତୀ ହେବାମାତ୍ରେସମ୍ଭୋଗ ଦିଏ । ତାକୁ ଭୋଗ କରୁଥିବା ଭ୍ରମର ମଧ୍ୟ ସେହିପରି କାମୁକ । ସବୁ କାଳରେ କାମୁକ କାମୁକୀ ଦୁହେଁ ଅବିଧି ଆଚରଣ କରନ୍ତି । ]
ସମ୍ବନ୍ଧିତ ରଚନା
ସୂର୍ଯ୍ୟ ପ୍ରତି ଦୀପ
ଗଙ୍ଗାଧର ମେହେର
ତାରା-ସୂର୍ଯ୍ୟ
ଗଙ୍ଗାଧର ମେହେର