କୋକିଳ
୧୮୪୮–୧୯୧୮
- ସଂକଳନ: କବିତା କଳାପ (ଦ୍ୱିତୀୟ ଭାଗ)
- ପଢ଼ିବା ସମୟ
- ୧ ମିନିଟ୍
- ଶବ୍ଦ
- ୨୨୦
- ସ୍ଥିତି
- ସାର୍ବଜନୀନ (Public domain)
ମଧୁସୁମଣ୍ଡିତ ମଧୁ ଧରାରେ ପ୍ରବେଶଏଣୁ ମଧୁମୟ ଦିଶେ ସବୁ ଚରାଚରସହସା ପୃଥିବୀ ହେଲା ଅତି ମନୋହରକେଉଁଠାରେ ଦୃଷ୍ଟ ନୁହେ ଅସୁନ୍ଦର ଲେଶ ।୧।ନବ ପତ୍ରୋଦ୍ଟମ ନବ ଲୋହିତ ବସନେଶୁଭବିଧାୟକ ପରିଧେୟ କାର୍ଯ୍ୟ କରିଅତି ହରଷିତଭାବେ ପାଦପବଲ୍ଲରୀପରସ୍ପର ମଣ୍ଡୁଛନ୍ତି ପ୍ରେମଆଲିଙ୍ଗନେ ।୨।ବିବିଧ ଜାତି କୁସୁମ ନିଆଳି କେତକୀଛୁରିଅନା, ମଲ୍ଲୀ ପୁଣି ପଳାଶ, ରଙ୍ଗଣୀବିକଶିତ ହୋଇ କି ସୁନ୍ଦର ଏ ଧରଣୀସାଜିଛି ଦେଖିଲେ ଚିତ୍ତ ଉଠୁଛି ମହକି ।୩।ତାରକାରଞ୍ଜିତ ନୀଳ ଗଗନର ଶୋଭାବଢ଼ଇ ଯେସନ ସୌମ୍ୟ ହିମାଂଶୁପ୍ରଭାରୁବସନ୍ତ ତେସନ ଚୂତବକୁଳହେତୁରୁନାନା ପୁଷ୍ପେ ଶୋଭିଣ ଅଧିକ ପୁଣି ଲୋଭା ।୪।ଏକାଳେ ଏ ବକୁଳର ମୋଦେ ଚୂତଶାଖେକୁହୁରାବେ ରାବୁଅଛୁ କେ ତୁ ସୁମଧୁର ?କହ କହ ଅଟୁ ସହଚର କି ମଧୁରଆସିଛି ଭୂପରେ ସେ କି ଘେନି ତୋତେ କାଖେ ।୫।ସଙ୍ଗୀତଶାସ୍ତ୍ରରେ ସ୍ୱର ଶୁଣିଛି ବହୁଳଉତ୍କଳ ପଶ୍ଚିମ ପୁଣି ବଙ୍ଗବାସିଙ୍କରଶୁଣିଅଛି ସୁଲଳିତ ଗୀତ ଚିତ୍ତହରଏମାନେ ତୋ ସ୍ୱର ସଙ୍ଗେ ଅଟନ୍ତି କି ତୁଳ ।୬।ଆହା ବିହି ତୋ କଣ୍ଠ କି ଗଢ଼ିଛି ବିରଳେନୋହିଲେ କାହୁଁ ଏ କଣ୍ଠ ପାଇଲୁ ତୁ କହ ?ଅବା ବୀଣାପାଣି ହେମବୀଣା ସୁଧାବହସ୍ୱର୍ଗ ଛାଡ଼ି ମର୍ତ୍ତ୍ୟଭୂମେ ଆସିଛୁ ଏ ଛଳେ ।୭।କହରେ ଫିଟାଇ କହ ମୁଁ ତ ହୀନନରଉର୍ବଶୀ ମେନକା ଅବା ଅପ୍ସରୀ କେବଣଦେବତା କେହି କି ଭେଖ ଧରିଛୁ ଏସନଶୁଣିଛି ଦେବତା ମାୟା ଦେବେ ଅଗୋଚର ।୮।ଆହା କି ସୁମିଷ୍ଟ ସ୍ୱର ମରି ଯାଏ ମୁଁହିଉପମା ଦେବାକୁ ଏହା ସଙ୍ଗରେ ବା କାହିଁଖୋଜି ଖୋଜି କ୍ଷିତିତଳେ ପାଉତ ମୁଁ ନାହିଁସଫଳ ଜୀବନ ତୋର ଧନ୍ୟ ଧନ୍ୟ ତୁହି ।୯।ତୋ ସ୍ୱରଶ୍ରବଣେ ଯେଉଁ ଆନନ୍ଦ ଉଦୟମନୋମଧ୍ୟେ ହୁଏ ତାହା ଜାଣେ ଏକା ମନବିବାହଉତ୍ସବେ ମିଳିଲେ ବା ପୁତ୍ର ଧନଦୁଷ୍ପ୍ରାପ୍ୟ ଯେ ସୁଖ ପୁଣି କଲେ ଶତ୍ରୁ ଜୟ ।୧୦।
ସମ୍ବନ୍ଧିତ ରଚନା
ସୂର୍ଯ୍ୟ ପ୍ରତି ଦୀପ
ଗଙ୍ଗାଧର ମେହେର
ତାରା-ସୂର୍ଯ୍ୟ
ଗଙ୍ଗାଧର ମେହେର
ଅଛତ ଅନ୍ତରେ
ଲକ୍ଷ୍ମୀନାରାୟଣ ସାହୁ
ଗୀତାଭିଧାନ
ଉପେନ୍ଦ୍ର ଭଞ୍ଜ