ବ୍ୟାଧ ଜାଲେ ପତିତ ପଶୁରାଜ
୧୮୪୮–୧୯୧୮
- ସଂକଳନ: କବିତା କଳାପ (ଦ୍ୱିତୀୟ ଭାଗ)
- ପଢ଼ିବା ସମୟ
- ୭ ମିନିଟ୍
- ଶବ୍ଦ
- ୧୦୪୨
- ସ୍ଥିତି
- ସାର୍ବଜନୀନ (Public domain)
ବିଧାତାଲିଖନ କେ କରେ ଅନ୍ତରବ୍ୟାଧଜାଲେ ଆଜି ବନ ରାଜ୍ୟେଶ୍ୱରପଡ଼ି ବ୍ୟାକୁଳିତ ହେଉଅଛି ଚିତ୍ତଅତି କ୍ରୋଧାନ୍ୱିତ ତନୁ ଜର୍ଜ୍ୱରିତନାହିଁ ତା କିଞ୍ଚିତ ଉଦ୍ଧାରଆଶା ।ଏ ଭାବ ଉଦିତ ଥିଲା କି କାହାରଦିବାକର ଯେହ୍ନେ ରାହୁର ଆହାରଦୁରନ୍ତ ମଳିନ ପାପାଚାରୀ ହୀନଅତି ଅକିଞ୍ଚନ ମ୍ଳେଚ୍ଛ ତୁଚ୍ଛଜନବ୍ୟାଧ ଘଟାଇଛି ସିଂହଦୁର୍ଦ୍ଦଶା ।୧।ବନପଶୁକୁଳେ ଯେହୁ ଶ୍ରେଷ୍ଠତରତା ମନେ ଏ ଭାବ ଅତି ଉଗ୍ରତରଉତ୍ସାହ ଅନଳ ଜଳିଲା ପ୍ରବଳଡକାଇ ସକଳ ବନପଶୁକୁଳକହଇ ସତେଜେ ଆସରେ ସର୍ବେ ।ଅସହ୍ୟ ହେଉଛି ଏ ସବୁ ଯାତନାକହିଲେ ଘେନିଲେ ନାହିଁ କେବେ ମନାଏଥର ଆମ୍ଭର କରରେ ସତ୍ୱରଏଥି ପ୍ରତିକାର ଉରିତ ପ୍ରହାରଅସ୍ଥିର ଏ ବନ ବିପକ୍ଷଗର୍ବେ ।୨।ଦେବଭୂମି ଅଟେ ଏ ରମ୍ୟକାନନପବିତ୍ର ଧାର୍ମିକ ଋଷିବରଗଣଯୋଗେ ନିମଗନ ଈଶ୍ୱରଭଜନକରନ୍ତି ସାଧନ ପ୍ରେମ ତତ୍ତ୍ୱ ଜ୍ଞାନରଜନୀ ଦିବସ ଏକାନ୍ତ ମନେ ।ତହିଁ ଅତ୍ୟାଚାରୀ ଏହି ବ୍ୟାଧଜାତିଘାତୁକତାକାର୍ଯ୍ୟ କରି ଦିବାରାତିକେତେ ରକ୍ତପାତ କରୁଛନ୍ତି ଜାତଦେଖିଣ ନିଶ୍ଚିନ୍ତ ହେବା ଅବିହିତଚେଷ୍ଟା କର ଅରାତିଙ୍କ ମରଣେ ।୩।ଏହି ରବେ ଡାକୁଅଛି କଲ୍ଲୋଳିନୀଶୁଣ ପଶୁକୁଳ ମୁହିଁ ଅନାଥିନୀଅତଳ ନିର୍ମଳ ଏ ପବିତ୍ରଜଳବ୍ୟାଧକରତଳ ପଡ଼ି ଢଳ ଢଳପାପେ କ୍ଷୀଣସ୍ରୋତା ହେଲି ପ୍ରକାଶ ।ବନଖଣ୍ଡେ ପୁଣି ଉଠେ କୋଳାହଳବଢ଼ିଛନ୍ତି ଏବେ ପାପୀ ବ୍ୟାଧଦଳଉଠରେ ସକଳ ଲଗାଅ କୌଶଳଦେଖାଇ ଚଞ୍ଚଳ ନିଜ ନିଜ ବଳକର ପଶୁକୁଳ ଶତ୍ରୁବିନାଶ ।୪।ଏ କାଳେ ଆକାଶୁଁ ହେଲା ଉଚ୍ଚବାଣୀଶୁଣରେ ମୃଗେନ୍ଦ୍ର ସବୁ କଥା ଜାଣିଏଡ଼େ ଦୁଃସାହାସ କରି ତୁ ମାନସମାନବଙ୍କ ସଙ୍ଗେ ମାତି ରଣରଙ୍ଗେପାଇବୁ କି ଯଶଃ କରୁ ବାସନା ।ଏ ବାସନା ତୋର କଠିଣ ବ୍ୟାପାରସବୁ ପରିଶ୍ରମ ହୋଇବ ଅସାରପଶୁଙ୍କ ପ୍ରକୃତି କ୍ଷଣକେ ବିକୃତିନାହିଁରେ ଏକତା ଦେଖାଉ କ୍ଷମତାବିରତ ହୁଅରେ କରଇ ମନା ।୫।କେବେ ଶୁଣି ନାହିଁ କେଶରୀ ତୋ କାନଫ୍ରେଞ୍ଚରାଜ୍ୟେ ଥିଲେ ଯେ ନେପୋଲିୟନତାଙ୍କ ସମ ବୀର କାହିଁ ଏ ମହୀରସେତ ପରାଧୀନ ହୋଇଣ ବନ୍ଧନନୀତ ହୋଇଥିଲେ ସେଣ୍ଟହେଲେନା ।ଜନକନନ୍ଦିନୀ ଶ୍ରୀରାମରମଣୀସତୀଶିରୋମଣି ସୀତା ଠାକୁରାଣୀସେତ ପରାଧୀନା ରାବଣ ଦୁର୍ମନାଲଙ୍କାପୁରେ ନେଲା ତାଙ୍କୁ ବନ୍ଦି କଲାତୋ କଥା କରିବା କିବା ତୁଳନା ।୬।ତୋପରି ମୃଗେନ୍ଦ୍ର ବହୁ ଲୋକଗତିସର୍ବେ ପରାଧୀନ ତାହାଙ୍କ ସନ୍ତତିସ୍ୱାଧୀନ ସମ୍ପତ୍ତି ହରାଇଅଛନ୍ତିପରପାଦତଳେ ଲୁଟନ୍ତି ସକଳେଦେଖ ଏହିପରି ଜଗତରୀତି ।କରି ନାହୁଁ ତୁହି କେବେରେ ଶ୍ରବଣକେତେ ଜନପଦ ଆଜି ଉଚ୍ଚ ସ୍ଥାନତାକୁ ପୂର୍ବକାଳେ ନିଜ ତେଜବଳେକରି ପରାଧୀନ ଦେଲେ ଅପମାନଥିଲେ ଯେଉଁମାନେ ବଳିଷ୍ଠଜାତି ।୭।ଯେବେରେ ବିଧାତା ହେବ ଅନୁକୂଳଏକତାରେ ବନ୍ଧା ହେବେ ପଶୁକୁଳପ୍ରବଳସ୍ରୋତରେ ସେ ବନ୍ଧକୁ ବାରେଟଳାଇବା ପାଇଁ ଆଉ କେହି ନାହିଁଏହି କଥା ଦୃଢ଼େ ଧରଇ ମନ ।ଅପେକ୍ଷା କରରେ ତୁହି ସେହି କାଳଛିଡ଼ିବ ଏ ତୋର ବନ୍ଧନ ଶୃଙ୍ଖଳନ ହୁଅ କାତର ମନ ଧୀର କରଦୟାଳୁ ଈଶ୍ୱର ସଦା ଚିତ୍ତେ ଧରମିଳିବ ତୋହର ସ୍ୱୀଧୀନଧନ ।୮।ଆଶ୍ଚର୍ଯ୍ୟସ୍ୱପ୍ନ(ଯମାଳୟ ଦର୍ଶନ)ଦିନେ ଅର୍ଦ୍ଧନିଶାକାଳରେ ଯାଇ,ସ୍ୱପନ ଦେଖିଲି ଯାହା ମୁଁ ଭାଇ,କହେ ସତ୍ୟ କଥା ନ ମଣିବ ମିଥ୍ୟା,ଏଥିରେ ଅଳୀକ କିଞ୍ଚିତେ ନାହିଁ,ସ୍ୱପ୍ନେ ଭଲ ମନ୍ଦ ଫଳ ଘଟଇ,ଏ ସ୍ୱପ୍ନେ କି ହେବ ମୁଁ ନ ଜାଣଇଁ ।୧।ଯମଦୂତମାନେ ଆସି ତେଜରେ,ଘେରିଲେ ମୋ ଶଯ୍ୟାଚାରିପାଶରେ ।ମାର ମାର ମାର ଧର ଧର ଧର,ଏ ଶବ୍ଦ ଉଠଇ ପ୍ରତିମୁଖରେ ।କୃଷ୍ଣବର୍ଣ୍ଣ ବେଶ ବନ୍ଧୁକ କରେ,ଦୀର୍ଘକାୟ ଲାଲ ପଗଡ଼ି ଶିରେ ।୨।ଦେଖି ଭୟଙ୍କର ରୂପ ତାଙ୍କର,ରକତ ଶୁଖିଲା ଦେହୁଁ ମୋହର,ବିନୟ ବଚନ କଲି ସମ୍ଭାଷଣ,ଅନୁଗ୍ରହ କରି ମୋତେ ନ ଧର,ଦୁରାତ୍ମାଙ୍କର କି ଅଛି ବିଚାର,ଧରି କରି ନେଲେ ଯମଙ୍କ ଘର ।୩।ଦେଖନ୍ତେ ଯମଙ୍କ ବିକଟାନନ,ମୁଦ୍ରିତ ନୟନ ଶୁଷ୍କ ବଦନ,ନିଶ୍ୱାସ ପ୍ରଖର ହେଲା କମ୍ପଜ୍ୱର,ଗାତ୍ର ଥରହର କ୍ଳେଶିତପ୍ରାଣ,କଣ୍ଠରୋଧେ ବାକ୍ୟ ନୁହେ ସ୍ଖଳନ,ଭାବିଲି ରଖ ହେ ବିଶ୍ୱକାରଣ ।୪।ଦଣ୍ଡଧର କ୍ରୋଧେ ଦେଲେ ଉତ୍ତର,କି ପାପ କରିଛି ଏ ଦୁରାଚାର,ଚିତ୍ରଗୁପ୍ତ ଗଲେ ଶିରସ୍ତା ଦେଖିଲେ,କିଛି ଲେଖା ନାହିଁ ପାଞ୍ଜିଭିତର,ଶୂନ୍ୟ ପଡ଼ିଅଛି ନାମେ ମୋହର,ନୁହେ ଅପରାଧୀ ହେଲା ବିଚାର ।୫।ଯମରାଜେ କଲି ମୁଁ ନମସ୍କାର,ଆହ୍ଲାଦେ ପୁରିଲା ମୋର ଅନ୍ତର,ଦେଖିଲେ ଯେସନ ଚନ୍ଦ୍ରମା କିରଣଉତ୍ସଳିତ ହୁଏ ନୀଳସାଗର,କିନ୍ତୁ ଯମ ଭୟେ ହେଲେ କାତର,ନିଜ ଭ୍ରମ ଚିନ୍ତି ଦେଲେ ଉତ୍ତର ।୬।ନିରପରାଧିକି ଭ୍ରମେ ଆଣିଲ,କଳଙ୍କ ଆମ୍ଭର ଶିରେ ନିହିଲ,କର ଏହା ମନ ଅତି ସୁପ୍ରସନ୍ନଦେଖାଯାଉନାହିଁ ଏ କାର୍ଯ୍ୟେ ଭଲ,ଏପରି ଅନୀତି କିପାଁ ବିହିଲ,ଜଗତେ ବହୁତ ନିନ୍ଦା ରଖିଲ ।୭।କରାଅ ଏହାକୁ ପୁରଦର୍ଶନ,ଯେତେକ ପ୍ରସାଦ ସେ ଉପବନ,ନରକପଙ୍କତି ଦେଖି ତାର ମତିଫେରିବ ହୋଇବ ଅତି ପ୍ରସନ୍ନ,ଚିତ୍ରଗୁପ୍ତ ତୁମ୍ଭେ କର ଗମନ,ଦେଖାଅ ସମସ୍ତ ଯମ ଭବନ ।୮।ଯମଙ୍କ ଆଦେଶେ ପାଞ୍ଜିଲେଖକ,ଡାକିଲେ ଆସ ହେ ନବଦର୍ଶକ,ସମ୍ମୁଖେ ନୟନ ବିସ୍ତାରି ଲୋକନକର ଯେ ଦିଶୁଛି ଏହି ନରକ,ଜଗତେ ଯେତେକ ଜୀବନାଶକ,ତାଙ୍କର ହୁଏ ଏ କ୍ଳେଶଦାୟକ ।୯।ଦେଖ ଦେଖ ଅଗ୍ନିକୁଣ୍ଡ ଜଳୁଛି,ନାରକୀଜନଙ୍କୁ କେଡ଼େ ପୀଡ଼ୁଛି,ଯେଉଁ ଅତ୍ୟାଚାରୀ କିଛି ନ ବିଚାରିଦୁଖିଙ୍କି ପ୍ରାଣରେ କ୍ଳେଶ ଦେଉଛି,ଏହି ଅଗ୍ନିକୁଣ୍ଡେ ସେହି ପଡ଼ୁଛି,ଅସହ୍ୟ ଯାତନା ସଦା ପାଉଛି ।୧୦।ଜାଣିଛ ଭାରତେ ପୂର୍ବ କାଳରେ,ସରାଜଉଦ୍ଦୌଲା ବଙ୍ଗଦେଶରେ,ସତୀନାରୀଙ୍କର ସତୀତ୍ୱାପହାରପୂର୍ଣ୍ଣନାବ ମଗ୍ନକଲା ଜଳରେ,ଅନ୍ଧକୂପହତ୍ୟା ମହାକାଣ୍ଡରେ,କଳଙ୍କ ରହିଛି ଯା ମସ୍ତକରେ ।୧୧।ଦେଖ ସେ ସିରାଜ ଅବସ୍ଥା ଆଜି,ତପ୍ତବାଲୁକାରେ ହେଉଛି ଭାଜି,ଯେ ପୁଣି ଦେଖୁଛି ଧିକ୍କାର ଦେଉଛିଭୋଗୁଛି ଯେ ଫଳ ଅଛି ଅରଜି,ପାପ ପୁଣ୍ୟ କଥା ସେ ହେଜି ହେଜି,ଚଳିଥିଲେ କିପାଁ ହୁଅନ୍ତା ଗଞ୍ଜି ।୧୨।ଦେଖ ଦେଖ ମିର୍ଜାଫର ଦୁର୍ଜନ,ମାନ ଅପମାନ ଯାର ସମାନ,ପଲାସୀସମରେ ସିରାଜସଙ୍ଗରେକରିଥିଲା ଯେ କପଟବିଧାନ,ସେହି ଅପରାଧେ ଯମରାଜନ,ଦେଉଛନ୍ତି ତାକୁ ଅତି କଷଣ ।୧୩।ଅତି ଦୁରାଚାରୀ ପାପୀ ମରଣ,କଲେକ ଯା ନାମ ମନେ ସ୍ମରଣ,ଗାତ୍ର ଥର ହର ଆସେ କମ୍ପ ଜ୍ୱରନିର୍ଦ୍ଦୋଷେ ନେଲା ଯେ ସିରାଜପ୍ରାଣ,ଦେଖ ଏ ତାହାର ବିକଟାନନ,କୁମ୍ଭୀପାକନର୍କେ ହୁଏ ଶାସନ ।୧୪।ଦେଖ ହେ ଦର୍ଶକ କ୍ଳାଇବ ବୀର,ଯା ନାମ ଶୁଣିଲେ ଭୟେ ଅଧୀର,ଭାରତବରଷେ ଅସୀମ ସାହସେକଲା ବୀର ଧର୍ମ ସତ୍ୟ ପ୍ରଚାର,ଉମିଚାନ୍ଦେ ପ୍ରବଞ୍ଚନା ତାହାର,ତେଣୁ ଯମପୁରେ ଏ ନାରଖାର ।୧୫।ଫ୍ରେଞ୍ଚସେନାପତି ଦୁରାତ୍ମା ଲାଲି,କେତେ ଅତ୍ୟାଚାର କରିଛି ବୋଲି,କୀଟ ସଲବଲେ ପ୍ରାଣ କଲବଲେପଡ଼ିଛି ଭାବୁଛି କି ପାପ କଲି,ପଣ୍ଡୁଚେରିବାସିଙ୍କି ମୁଁ ତଡ଼ିଲି,ଯମପୁରେ ଏବେ ପଡ଼ି ସଡ଼ିଲି ।୧୬।ଦିଲ୍ଲୀଅଧୀଶ୍ୱର ଏ ଜାହାଙ୍ଗୀର,ନୁର ଯାହାନୀୟା ସତୀ ନାରୀର,ସତୀତ୍ୱ ରତନ କଲାକ ହରଣ,ନ କରିବେ ଯାହା ମୂର୍ଖ ପାମର,ସେ ଦୋଷେ ପାଉଛି କେତେ ପ୍ରହାର,କାହିଁ ବାଦଶାହୀ ସେ ଅଧିକାର ।୧୭।ଅତି ଅତ୍ୟାଚାରୀ ‘‘ନୀରୋ’’ ରାଜନ,ରୋମରାଜ୍ୟେ ଥିଲା ଯା ଅଧିଷ୍ଠାନ,ନିର୍ଦ୍ଦୟ ରୂପରେ ବିନା କାରଣରେ,ହରିଥିଲା ମାତା ଗୁରୁ ଜୀବନ,ସେହି ଅପରାଧେ ଯମଭବନ,ମଧ୍ୟେ ତପ୍ତଲୋହେ ପାଏ ଗଞ୍ଜନ ।୧୮।ଇଂଲଣ୍ଡ ରାଜା ଅଷ୍ଟମ ହେନରୀ,ହିତାହିତ କଥା ଯେ ନ ବିଚାରି,ବହୁ ବିଭା ହେଲେ ତାହାଙ୍କୁ ଦହିଲେ,ନିର୍ଦ୍ଦୟ ନିର୍ମମ ଘାତୁକ ପରି,ଏବେ ପଡ଼ିଛନ୍ତି କପାଳ ଧରି,ଆଉ ଭାଗ୍ୟେ ନାହିଁ ଲଣ୍ଡନପୁରୀ ।୧୯।କେତେ ବାଦଶାହା କେତେ ରାଜନ,ପ୍ରଜାଙ୍କୁ ଯେ କରିଥିଲେ ପୀଡ଼ନ,ଏଠାରେ ଅଛନ୍ତି ହୋଇ ପନ୍ତି ପନ୍ତିଆରତେ କରନ୍ତି ଦୀର୍ଘରୋଦନ,ହସ୍ତ ପଦେ ବେଡ଼ି ଅଛି ବନ୍ଧନ,ପାଉଛନ୍ତି ନାନାବିଧ କଷଣ ।୨୦।ବିଚାରଆସନେ ବସି ଅନେକ,ପକ୍ଷପାତ କଲେ ନୋହି ବିବେକ,ସେହି ଅପରାଧେ ପଡ଼ିଣ ଅବାଧେଲଭନ୍ତି ପ୍ରହାର ପଶୁ ପ୍ରାୟେକ,ଧୂମଚକ୍ରେ ଉଡ଼ୁଛନ୍ତି କେତେକ,ଖୁମ୍ପୁଛନ୍ତି ନୀଚ ପକ୍ଷୀ ଯେତେକ ।୨୧।ଏଠାରେ ଉତ୍କୋଚଗ୍ରାହକ ଶ୍ରେଣୀ,ବନ୍ଧନରେ କର ଚରଣ ବେନି,ଦେଖ ଯୋଡ଼ି ବେତ ବାଜୁଛି ନିୟତଛାଟି ପିଟି ହେଉଅଛନ୍ତି ଟାଣି,ଲାଞ୍ଚ ନେଇଥିଲେ ପୂର୍ବରେ ଛାଣି,ମଣି ଥିଲେ ସତେ ସର ଲବଣି ।୨୨।ଜନକ ଜନନୀ ପଦ ସେବନ,ନ କରନ୍ତି ଯେଉଁ ଦୁଷ୍ଟ ନନ୍ଦନ,ତାହାଙ୍କ ବଚନ କରନ୍ତି ଲଙ୍ଘନନ ଦିଅନ୍ତି ତାଙ୍କୁ ଗ୍ରାସ ବସନ,ଏହିପରି ପାପୀ ସନ୍ତାନଗଣ,ପାଉଛନ୍ତି ତପ୍ତ ଜଳେ କଷଣ ।୨୩।ପରଦ୍ରବ୍ୟ କରେ ଯେହୁ ହରଣ,ଜ୍ଞାନୀଜନେ ଦିଏ ଯେ ଅପମାନ,ହିଁସା ଅହଙ୍କାର ବହେ ନିରନ୍ତରଅକୃତଜ୍ଞ ପ୍ରବଞ୍ଚକ ଯେ ଜନ,ତାଙ୍କର କି ଦଶା କର ଲୋକନ,ମୁଖେ ଅପବିତ୍ର ଦ୍ରବ୍ୟ ଲେପନ ।୨୪।ଦେଖି ମୁଁ ଡରିଲି ଭାବିଲି ଚିତ୍ତେ,ପ୍ରାଣାନ୍ତେ ସୁଦ୍ଧା ମୁଁ ଏହି ଜଗତେ,ପାପେ ନ ପଡ଼ିବି ସୁଖେ କାଳ ନେବିଏହି ବୁଦ୍ଧି ଦିଅ ହେ ବିଶ୍ୱପତେ,ଆଉ ଯମପୁର ନୟନପଥେ,ନ ଦେଖିବି ଦୟା କର ହେ ମୋତେ ।୨୫।ନିଦ୍ରାଭଙ୍ଗ ହେଲା ଏଥି ମଧ୍ୟର,ଚାହେଁ ଚାରିପାଶେ ଘୋର ଅନ୍ଧାର,କାହିଁ ଯମପୁର କାହିଁ ଏ କୁଟୀରଚିତ୍ରଗୁପ୍ତ ଗୁପ୍ତେ କାହିଁ ଅନ୍ତର,ନିର୍ବେଦିତ ହେଲା ଚିତ୍ତ ମୋହର,ରାମ ରାମ ଶବ୍ଦ କଲି ପ୍ରଚାର ।୨୬।ଧନ୍ୟ ମନୋବୃତ୍ତି ଧନ୍ୟ ଈଶ୍ୱର,କି କଉତୁକ ଏ ତୁମ୍ଭ ରାଜ୍ୟର,ମାୟା ମୋହେ ନର ସବୁ ଆପଣାରଭାବଇ ମନରେ ସ୍ୱପ୍ନ ପ୍ରକାର,କିନ୍ତୁ ପ୍ରକୃତରେ ନୁହେ ତାହାର,ତୁମ୍ଭରି ମହିମା ଏ ଖେଳଘର ।୨୭।
ସମ୍ବନ୍ଧିତ ରଚନା
ସୂର୍ଯ୍ୟ ପ୍ରତି ଦୀପ
ଗଙ୍ଗାଧର ମେହେର
ତାରା-ସୂର୍ଯ୍ୟ
ଗଙ୍ଗାଧର ମେହେର
ଅଛତ ଅନ୍ତରେ
ଲକ୍ଷ୍ମୀନାରାୟଣ ସାହୁ
ଗୀତାଭିଧାନ
ଉପେନ୍ଦ୍ର ଭଞ୍ଜ