ପାପିର ସ୍ୱପ୍ନଦର୍ଶନ
୧୮୪୮–୧୯୧୮
- ସଂକଳନ: କବିତା କଳାପ (ଦ୍ୱିତୀୟ ଭାଗ)
- ପଢ଼ିବା ସମୟ
- ୧ ମିନିଟ୍
- ଶବ୍ଦ
- ୧୪୦
- ସ୍ଥିତି
- ସାର୍ବଜନୀନ (Public domain)
ଅତ୍ୟାଚାରୀ ପାପୀ କରେ ସ୍ୱପନେ ଦର୍ଶନରେ,ଦୁଃଖୀ ରଙ୍କ ପ୍ରଜାଗଣ,ସମ୍ମୁଖେ ଦଣ୍ଡାୟମାନ,କହନ୍ତି ସ୍ୱାଧୀନଭାବେ ଯେ ଯାହା ବଚନରେ ।୧।ଶୁଣରେ ପାପିଷ୍ଠ ନରାଧମ ଦୁରାଚାରରେ,ଅତ୍ୟାଚାରେ କଳେବର,ହେଉଅଛି ଜର ଜର,ପାଇବୁରେ ପ୍ରତିଫଳ ଏହିଥର ତାରରେ ।୨।ଦେଖ ପାପି କଳାମେଘ ଆକାଶେ ଉଦିତରେ,ତୋର ସବୁ ମନୋରଥ,କ୍ଷଣିକ ଏ ଛାୟାପଥ,ଯେସନେ ଗଗନେ କ୍ଷଣେ ସେ ପ୍ରତିଫଳିତରେ ।୩।କଟାକ୍ଷେ ଚାହିଁ କେ ପ୍ରଜା ତେଜଭାବ ଧରିରେ,କହେ ମୋର ଦାନାମାରି,ଦେଲୁ ଭୂମି ଅନ୍ୟେ କରି,ମାରିବେ ପ୍ରଭୁ ତୋ ଦାନା ଗର୍ବ ଖର୍ବ କରିରେ ।୪।ମୁଁ ଅଟେ ନିର୍ଦ୍ଦୋଷୀ ପ୍ରଜା ଶୁଣ ତୁ ରାକ୍ଷସରେ,ମିଥ୍ୟାରେ ଚୋରି ପ୍ରମାଣ,କଲୁ ନେଲୁ ଧନ ମାନ,ଶେଷକୁ ଜୀବନ ନେଲୁ ଦେଲୁ କାରାବାସରେ ।୫।ଏ ପାପ କି ଦୁରାଚାର ଘୁଞ୍ଚିବ ତୋହରରେ,ଶତଗୁଣରେ ବର୍ଦ୍ଧନ,ହେବ ତୋ ଶିରେ ପତନ,ଭୋଗିବୁ ଭୋଗିବୁ ପାପି ସତ୍ୟ ସତ୍ୟ ମୋରରେ ।୬।ତୋ ଜୀବ ସହଜେ ଯିବ ଯେସନେ ଦୀପକରେ,ପବନଆଘାତ ପାଇ,ମୃତ୍ୟୁମୁଖେ ପଡ଼େ ଯାଇ,ଜଳବିନ୍ଦୁ ଯୋଗେ ଯେହ୍ନେ ଜଳର ଷ୍ଫୋଟକରେ ।୭।ପାପୀ ବସି କରୁଥିଲା ନାନାରୂପେ କୂଟରେ,ସ୍ୱପ୍ନାନ୍ତେ ହୃଦୟ ଛନ୍ନ,ଗାରେଡ଼ୀ ମନ୍ତ୍ରେ ଯେସନ,ପେଡ଼ାରେ ଗୋଖରସାପ ହୁଏ ଛଟପଟରେ ।୮
ସମ୍ବନ୍ଧିତ ରଚନା
ସୂର୍ଯ୍ୟ ପ୍ରତି ଦୀପ
ଗଙ୍ଗାଧର ମେହେର
ତାରା-ସୂର୍ଯ୍ୟ
ଗଙ୍ଗାଧର ମେହେର