ଖଦ୍ୟୋତର ଖେଦ
ଗଙ୍ଗାଧର ମେହେର
ସ୍ୱଭାବ କବି · ୧୮୬୨–୧୯୨୪ · ରାଧାନାଥ ଯୁଗ
- ସଂକଳନ: ଅର୍ଘ୍ୟଥାଳୀ
- ପଢ଼ିବା ସମୟ
- ୧ ମିନିଟ୍
- ଶବ୍ଦ
- ୮୬
- ସ୍ଥିତି
- ସାର୍ବଜନୀନ (Public domain)
ଖେଦେ କହେ ଖଦ୍ୟୋତ ମୁଁ ଅତି କ୍ଷୁଦ୍ର ଜୀବକି ବିଚାରି ପକ୍ଷ ମୋତେ ଦେଇଛି ଦଇବ,ରଜନୀରେ ଉଡ଼େ ଲୁଚି ଉପବାସ ଡରେଅବା ଦୂରେ ବସିଥାଏଁ ପାଦପ ପତରେ ।ଅଙ୍ଗେ ମୋର ଜ୍ୟୋତି ଥିବା ନାହିଁ ମୋତେ ଜଣା,ନ ଚାହେଁ ମୁଁ ଜ୍ୟୋତିଷ୍କରେ ହେବା ପାଇଁ ଗଣା ।ତଥାପି ମାନବେ ମୋତେ ଉପହାସ କରିବୋଲନ୍ତି ଖଦ୍ୟୋତ କାହିଁ ହେବ ଚନ୍ଦ୍ରସରି ?କାହିଁ ଚନ୍ଦ୍ର, ମିଳେ ତାଙ୍କୁ ପ୍ରଭାକର କର,ମୋ’ ଜ୍ୟୋତିକଣିକା ନିଜ କ୍ଷୁଦ୍ର ଜୀବନର,କରି ନ ଜାଣଇ ପରଧନେ ଅଭିମାନ,କେମନ୍ତେ ପାରିବି ହୋଇ ଚନ୍ଦ୍ରମା ସମାନ ?ନ କର ମାନବେ କ୍ଷୁଦ୍ର ଜୀବେ ଉପହାସ,ନିଜର ଜୀବନ-ଜ୍ୟୋତି କର ପରକାଶ ।[୮/୫/୧୯୧୫ ସମ୍ବଲପୁର ହିତୈଷିଣୀ]
ସମ୍ବନ୍ଧିତ ରଚନା
ସୂର୍ଯ୍ୟ ପ୍ରତି ଦୀପ
ଗଙ୍ଗାଧର ମେହେର
ତାରା-ସୂର୍ଯ୍ୟ
ଗଙ୍ଗାଧର ମେହେର