ଅନ୍ଧକାରର ଆତ୍ମପ୍ରସାଦ
ସ୍ୱଭାବ କବି · ୧୮୬୨–୧୯୨୪ · ରାଧାନାଥ ଯୁଗ
- ସଂକଳନ: ଅର୍ଘ୍ୟଥାଳୀ
- ପଢ଼ିବା ସମୟ
- ୧ ମିନିଟ୍
- ଶବ୍ଦ
- ୧୫୭
- ସ୍ଥିତି
- ସାର୍ବଜନୀନ (Public domain)
ମନେ ମନେ ହସି ଭାବି ବୋଲେ ଅନ୍ଧକାର,ବିଚିତ୍ର ଅଟଇ ସିନା ଲୋକବ୍ୟବହାର ।ଦେଖ ମୋତେ କରିଥାନ୍ତି ଦୁଃଖର ଉପମ,କରନ୍ତି ଅଜ୍ଞାନ-ବିଷ ବିପଦରେ ସମ ।ଆଲୋକରେ ଭ୍ରମି ଭ୍ରମି ପ୍ରାଣୀ ହୁଏ ଶ୍ରାନ୍ତ,ବଳେ ତାକୁ କୋଳେ ଧରି କରଇ ମୁଁ ଶାନ୍ତ ।ଅଜ୍ଞାନର ସମତାରେ ନାହିଁ ମୋର କ୍ଷୋଭ,ଅଜ୍ଞାନର ସନ୍ତୋଷରେ ବରଞ୍ଚ ମୋ’ ଲୋଭ ।କେଉଁ ଶ୍ରେୟ ଅଛି ଭବେ ଜ୍ଞାନୀ ନାମ ବହି,କେତେ ଜ୍ଞାନବାନ ଦେଇଥାନ୍ତି ଦହି ।ସନ୍ନିପାତେ ହୋଇଥାଏ ବିଷ ପ୍ରୟୋଜନ,ସୁଖୀ ମୁହିଁ ହୋଇ ତାର ଉପମାଭାଜନ ।ବିପଥଗାମୀକି କରେ ବିପଦବାରଣ,ଇଚ୍ଛୁକ ମୁଁ ସଦା ତାର ମିତ୍ରତା କାରଣ ।କେହି ମୋତେ ବୋଲିଥାନ୍ତି ଚୋରର ସହାୟମାନବର କି ଅଦ୍ଭୁତ ବିବେଚନା ହାୟ !ଆଲୋକରେ ଦେଖେ ଚୋର ଧନିକର ଧନ,ଆଲୋକରେ ତଡ଼ି ମୋତେ କରେ ତା’ ହରଣ ।କେହି ଅବା ବୋଲେ ମୋତେ ଲମ୍ପଟର ବନ୍ଧୁମୋ’ ଯୋଗେ କୁପଥେ ପରା ଯାଏ କୁଳବଧୂ ।କୁଳବଧୂ ମୁଖ କିଏ କରେ ପ୍ରଦର୍ଶନ,କିଏ ବା କରାଏ ତାର ଚିତ୍ତ ଆକର୍ଷଣ ।ନ ଧରନ୍ତି କେହି କେବେ ତେଜସ୍ୱୀର ଦୋଷ,ସ୍ୱଭାବେ ଶୀତଳ ମୁହିଁ, ସ୍ୱଭାବେ ମୋ’ ତୋଷ ।ଗୁଣ ଘେନିବାକୁ ଲୋକେ ନ ଥିଲେହେଁ ଅନ୍ୟ,ମୋ’ ଗୁଣ ବିଚାରି ନିଜେ ବୋଲେ ମୁହିଁ ଧନ୍ୟ ।[୧୯୧୫ ମାର୍ଚ୍ଚ, ଉତ୍କଳ ସାହିତ୍ୟ]
ସମ୍ବନ୍ଧିତ ରଚନା
ସୂର୍ଯ୍ୟ ପ୍ରତି ଦୀପ
ଗଙ୍ଗାଧର ମେହେର
ତାରା-ସୂର୍ଯ୍ୟ
ଗଙ୍ଗାଧର ମେହେର