କର୍ମୀ ଶ୍ରୀ ଗୌରୀଶଙ୍କର ରାୟ *
ମଧୁସୂଦନ ରାଓ
ଭକ୍ତକବି · ୧୮୫୩–୧୯୧୨ · ରାଧାନାଥ ଯୁଗ
- ସଂକଳନ: ବସନ୍ତ ଗାଥା
- ପଢ଼ିବା ସମୟ
- ୧ ମିନିଟ୍
- ଶବ୍ଦ
- ୮୦
- ସ୍ଥିତି
- ସାର୍ବଜନୀନ (Public domain)
ଶୁଭକ୍ଷଣେ ଜନ୍ମତବ ଉତ୍କଳ-ଉତ୍ସଙ୍ଗେ,କର୍ମ-ଯୁଗେ କର୍ମ ଯୋଗୀ, କେତେ ବିଘ୍ନ ସଙ୍ଗେଯୁଝି ନିତ୍ୟ ସୁସାହସେ ବିଶ୍ୱାସେ ବିକ୍ରମେ,ସାଧିଅଛ ସୁସଂକଳ୍ପ ପୁଣ୍ୟ ପରିଶ୍ରମେ ।ଜଣ କେତେ ସଦୃଦୟ, ସମର୍ଥ, ସହାୟ,ସତ୍ୟକାମ ସଖା, ଜିଣିବାରେ ଅନ୍ତରାୟ,ଲଭିଥିଲେ ପୁଣ୍ୟ-ବଳେ ପରମ ସୁକ୍ଷଣେତୁମ୍ଭପରି ଧୁରନ୍ଧର ବାନ୍ଧବ-ରତନେ ।ଶ୍ରୀ ବିଚିତ୍ରାନନ୍ଦ ପୁଣି ଶ୍ରୀ ଜଗମୋହନନାମ ସଙ୍ଗେ ତବ ନାମ ଯୁକ୍ତ ହେ ସୁଜନମଣି-କାଞ୍ଚନର ଯୋଗେ ରହିବ ଉତ୍କଳେ,ଯଶର ମନ୍ଦିର ମଧ୍ୟେ ପୁଣ୍ୟ ଭାଗ୍ୟବଳେ ।ନବ-ଯୁଗ-ଉଷା-ପ୍ରଭା “ଦୀପିକ ।” ପ୍ରକାଶି,ଧନ୍ୟ ତୁମ୍ଭେ ଏ ଉତ୍କଳେ, ସୁକୃତ-ବିଳାସୀ ।* ଶ୍ରୀ ବିଚିତ୍ରାନନ୍ଦ ଦାସ ଓ ଶ୍ରୀ ଜଗମୋହନ ରାୟ କଟକ ପ୍ରିଣ୍ଟ କମ୍ପାନୀର ପ୍ରବର୍ତ୍ତକ ।
ସମ୍ବନ୍ଧିତ ରଚନା
ସୂର୍ଯ୍ୟ ପ୍ରତି ଦୀପ
ଗଙ୍ଗାଧର ମେହେର
ତାରା-ସୂର୍ଯ୍ୟ
ଗଙ୍ଗାଧର ମେହେର