କାଳି ଦାସ
ମଧୁସୂଦନ ରାଓ
ଭକ୍ତକବି · ୧୮୫୩–୧୯୧୨ · ରାଧାନାଥ ଯୁଗ
- ସଂକଳନ: ବସନ୍ତ ଗାଥା
- ପଢ଼ିବା ସମୟ
- ୧ ମିନିଟ୍
- ଶବ୍ଦ
- ୬୮
- ସ୍ଥିତି
- ସାର୍ବଜନୀନ (Public domain)
ଭାବମୟୀ ଭାରତୀୟର ଅମର ନନ୍ଦନ !କଳ୍ପନା-ନନ୍ଦନ-ବନ-ବିହାର ରସିକ !ହେ କବୀନ୍ଦ୍ର କାଳି ଦାସ କବି-କୁଳ-ଧନ !ବିଶ୍ୱ-ଶୋଭାରାଣୀଙ୍କର ପରମ ପ୍ରେମିକ ।କ୍ଷୁଦ୍ର ଭାରତର କ୍ଷୁଦ୍ରତର ଉଜ୍ଜୟିନୀନରନାରୀ ରାଜ-ସଭା-କବି ଥିଲ କେବେ,ନିଖିଳ ମାନସ-ସଭା ମାନସ ରଞ୍ଜିନୀ,ସେ ରାଜ ସଭାର ରାଜ-କବି ତୁମ୍ଭେ ଏବେ ।ଆହା କି ଅମୃତ ସୃଷ୍ଟି କି ମହା ଉତ୍ସବ,ନିତ୍ୟ ନବ ସଙ୍ଗୀତର ଅପୂର୍ବ କୌଶଳ,ମେଘଦୂତ, ରଘୁବଂଶ, କୁମାରସମ୍ଭବବିକ୍ରମ-ଉର୍ବଶୀ, ଅଭିଜ୍ଞାନ ଶକୁନ୍ତଳ ।ଧନ୍ୟ ଧନ୍ୟ ମହା କବି, ମହା ଚିତ୍ରକର,ପ୍ରକୃତିର କୃତି ପୁତ୍ର, ଅଜର ଅମର ।
ସମ୍ବନ୍ଧିତ ରଚନା
ସୂର୍ଯ୍ୟ ପ୍ରତି ଦୀପ
ଗଙ୍ଗାଧର ମେହେର
ତାରା-ସୂର୍ଯ୍ୟ
ଗଙ୍ଗାଧର ମେହେର