ବିଚ୍ଛେଦ
ମଧୁସୂଦନ ରାଓ
ଭକ୍ତକବି · ୧୮୫୩–୧୯୧୨ · ରାଧାନାଥ ଯୁଗ
- ସଂକଳନ: ବସନ୍ତ ଗାଥା
- ପଢ଼ିବା ସମୟ
- ୧ ମିନିଟ୍
- ଶବ୍ଦ
- ୮୮
- ସ୍ଥିତି
- ସାର୍ବଜନୀନ (Public domain)
ବିଚ୍ଛେଦେ *ହଜି ନାହିଁ ଯାର କେବେ କିଛିହିଁ ରତନ,ଏ ମର୍ତ୍ତ୍ୟ ସଂସାରେ ସେହି ଦୀନ ଅକିଞ୍ଚନ ।ସେ ପୁଣି ଦରିଦ୍ରତର ହରାଇ ରତନ,ଏ ଭବ ଭବନେ ତାହା ପାଶୋରେ ଯେ ଜନ ।ସେ ପୁଣି ଦ୍ରରିଦ୍ରତମ କୃପା-ପାତ୍ର ଅତିହରାଇ ପାଶୋରିବାକୁ ବଳେ ଯାର ମତି ।ଶୋକର ଅସୀମ ମସୀମୟ ଅନ୍ଧକାରେପ୍ରେମର ପ୍ରଦୀପ ଜାଳି ମର୍ମ ବେଦନାରେ,ଯେ ଜନ ଜପଇ ଶିବ-ରାତ୍ରି ଜାଗରଣେଅଶ୍ରୁ-ପୂତ ପ୍ରେମ-ମନ୍ତ୍ରେ ହୃଦୟ ରତନେ,ସେହି ଏକା ଏ ଜଗତେ ମହାଧନେ ଧନୀଅକ୍ଷୟ ଭଣ୍ଡାର ତାର ଦିବସ ରଜନୀ ।ପ୍ରଭୁ ହେ ଶାଶ୍ୱତ ତବ ଶ୍ରୀ କୋଠ ଭଣ୍ଡାରେରଖ ବନ୍ଧୁ-ହୃଦ-ନିଧି ଲକ୍ଷ୍ମୀ-ପ୍ରତିମାରେ ।* ଜଣେ ବନ୍ଧୁଙ୍କର ପତ୍ନୀ-ବିୟୋଗ-ଶୋକକୁ ଲକ୍ଷ୍ୟ କରି ଲିଖିତ ।
ସମ୍ବନ୍ଧିତ ରଚନା
ସୂର୍ଯ୍ୟ ପ୍ରତି ଦୀପ
ଗଙ୍ଗାଧର ମେହେର
ତାରା-ସୂର୍ଯ୍ୟ
ଗଙ୍ଗାଧର ମେହେର