କବି ଶ୍ରୀ ଫକୀର ମୋହନ ସେନାପତି
ମଧୁସୂଦନ ରାଓ
ଭକ୍ତକବି · ୧୮୫୩–୧୯୧୨ · ରାଧାନାଥ ଯୁଗ
- ସଂକଳନ: ବସନ୍ତ ଗାଥା
- ପଢ଼ିବା ସମୟ
- ୧ ମିନିଟ୍
- ଶବ୍ଦ
- ୬୬
- ସ୍ଥିତି
- ସାର୍ବଜନୀନ (Public domain)
ଜନ୍ମଭୂମି ଉତ୍କଳର ପରମ ଭକତ !ସୁକ୍ଷଣେ ଜନମ ତବ ଆହେ ପୁଣ୍ୟବ୍ରତ !ଆଦି କବି ବାଲ୍ମୀକି କବି-କୁଳଧନ,କବିଗୁରୁ ସତ୍ୟବତୀ-ସୁତ ଦ୍ୱୈପାୟନ,ଉଭୟେ ବିମଳ ତବ ଭକ୍ତି-ଦରଶନେ,ଦେଇଛନ୍ତି ମହାଦରେ ସୁପ୍ରସନ୍ନ ମନେନିଜନିଜ ବିଶ୍ୱଜିଣା ବୀଣା ତବ କରେ ।ସେ ବୀଣା ବଜାଇ ଗାଉଅଛ ଆନନ୍ଦରେପୁଣ୍ୟ ରାମାୟଣ ମହାଭାରତର କଥା,ଗମ୍ଭୀର ମଧୁର କେତେ ଅମୃତ ବାରତା ।ସରଳ ତରଳ ତବ ସଂଗୀତ-ତରଙ୍ଗେ,ହରଷେ ଭସାଅ କବି ନାନା ରସ ରଙ୍ଗେଉତ୍କଳ-ଧରଣୀ-ଜନ-ହୃଦୟ ତରଣୀ ।ଧନ୍ୟ ହେଉ ବିଭୁ-ବରେ ତବ ସୁଲେଖନୀ ।
ସମ୍ବନ୍ଧିତ ରଚନା
ସୂର୍ଯ୍ୟ ପ୍ରତି ଦୀପ
ଗଙ୍ଗାଧର ମେହେର
ତାରା-ସୂର୍ଯ୍ୟ
ଗଙ୍ଗାଧର ମେହେର
ଅଛତ ଅନ୍ତରେ
ଲକ୍ଷ୍ମୀନାରାୟଣ ସାହୁ
ଗୀତାଭିଧାନ
ଉପେନ୍ଦ୍ର ଭଞ୍ଜ