କପୋତ କପୋତୀ
ଉତ୍କଳ ବ୍ୟାସ କବି · ୧୮୪୩–୧୯୧୮ · ରାଧାନାଥ ଯୁଗ
- ସଂକଳନ: ଅବସର ବାସରେ
- ପଢ଼ିବା ସମୟ
- ୧ ମିନିଟ୍
- ଶବ୍ଦ
- ୧୨୮
- ସ୍ଥିତି
- ସାର୍ବଜନୀନ (Public domain)
କପୋତ କପୋତୀ ବସିଛନ୍ତି ଅନ୍ତରାଳେ ।କୁହୁଉ କୁହୁଉ ରାବୁଛନ୍ତି ବାରେ ବାରେ,ପାଳି କରି ଦୁହେଁ ଗୋଟି ଗୋଟିକ ଉତ୍ତାରେ ।ନିରୀହ ଯୁଗଳ କ୍ଷୁଦ୍ର, ପ୍ରାଣୀ ପରସ୍ପରେସାହା ହୋଇ ଦିନ କାଟୁଛନ୍ତି ଆନନ୍ଦରେ ।ନାହିଁ ଦ୍ୱେଷ ହିଂସା କ୍ରୋଧ ଭାବ ଆନ ପ୍ରତି,ଆତ୍ମକାର୍ଯ୍ୟେ ରତ ସଦା ନିରୀହ ଦମ୍ପତି ।କ୍ଷଣେ କାହାଠାରୁ କେହି ନୁହନ୍ତି ଅନ୍ତର,ଆହାର ବିହାରେ ସଦା ସାହା ପରସ୍ପର ।ପ୍ରକୃତି ପୁରୁଷ ଦୁହିଙ୍କର ଏହି ରୀତି,ଦେଖାଉଛି ନିଦର୍ଶନ ବିହଗଦମ୍ପତି ।ଦିବା ଅବସାନ ପ୍ରାୟ ସୂର୍ଯ୍ୟ ଯାନ୍ତି ବୁଡ଼ି,ବିଶ୍ରାମ ନିମନ୍ତେ ନୀଡ଼େ ଯାଉଛନ୍ତି ଉଡ଼ି ।ଅସ୍ତଗତ ଦିନମଣି ସୁବର୍ଣ୍ଣ କିରଣେ,ବିଚିତ୍ର ବିବିଧ ବର୍ଣ୍ଣ ବାରିଦ ଗଗନେ ।ତରଳ ଆଲୋକ ବିସ୍ତାରିଛି ଶୋଭାରାଶି,ଦୁଇଗୋଟି ପ୍ରାଣୀ ଯାଉଛନ୍ତି ଭାସି ଭାସି ।ନାହିଁ ଚିନ୍ତା, ନାହିଁ ଦୁଃଖ, ବିଷାଦ, ଭାବନା,କି ସୁଖରେ ଛନ୍ତି, କରି ନ ପାରେ କଳ୍ପନା ।ସାୟାହ୍ନ ସଜଳାନଳ ଶୈତ୍ୟ ଗୁଣ ଢାଳେ,ଉଡ଼ୁଛନ୍ତି ପକ୍ଷୀ ଡେଣା ବିଞ୍ଚି ତାଳେ ତାଳେ;ଭିଡ଼ା ଭିଡ଼ି ଦୁହେଁ ପକ୍ଷ କରି ଲଗା ଲଗି,ଚାହୁଁଛନ୍ତି ପରସ୍ପରେ କର ଗ୍ରୀବାଭଙ୍ଗି ।
ସମ୍ବନ୍ଧିତ ରଚନା
ଗୋଟିଏ ପ୍ରାର୍ଥନା
ଫକୀରମୋହନ ସେନାପତି
ବୃକ୍ଷବାଟିକା
ଫକୀରମୋହନ ସେନାପତି