କବିତା କଲ୍ଲୋଳ — ଗଙ୍ଗାଧର ମେହେର · ସ୍ୱର୍ଣ୍ଣଲିପିସମ୍ବଲପୁରଭବଦୀୟ ଚିରଭକ୍ତଇଂ-ତା ୧୨/୦୩/୧୯୧୨ଶ୍ରୀ ଗଙ୍ଗାଧର ମେହେରବେଦବ୍ୟାସବେଦବ୍ୟାସ ଗିରି ମଞ୍ଜୁ କୁଞ୍ଜମୟ,ବେଦବ୍ୟାସ ପୂତ ଜନମ ନିଳୟ ।କାନନକୁସୁମ ପରାୟେ କାନନ-ମଧ୍ୟରେ ଉତ୍କଳେ କରିଛି ଆସନ ।ପୂର୍ବଭାଗେ ତାର ସୂତିକା କନ୍ଦର,ବିବିଧ ପାଦପ ପ୍ରସୂନେ ସୁନ୍ଦର ।ଭାରତମଣ୍ଡଳେ ଯଥା ନୀଳାଚଳ,ହୋଇଅଛି ପୁଣ୍ୟନିଚୟେ ଉଜ୍ଜ୍ୱଳ ।କଣ୍ଟମାଳତୀର ପୁଷ୍ପବହୁଳତା,ସଙ୍ଗେ ବାଦେ ରତ ତହିଁ କୁଞ୍ଜଲତା ।ନିଜ ନିଷ୍କଣ୍ଟକ ବିଗ୍ରହ ଲମ୍ବାଇ,ଦର୍ଶକଙ୍କ ଆଗେ ହେଉଛି ଦେଖାଇ ।ଜମ୍ବୁନଦ କାନ୍ତି ଚାରୁ ଗନ୍ଧାଫୁଲ,ଶୋଭାବୃଦ୍ଧି ପାଇଁ ହୋଇଛି ପ୍ରଫୁଲ୍ଲ ।ଶ୍ୟାମ କିଶଳୟ ପଟଳେ ତା’ ଦୃଶ୍ୟ,ନୀଳନଭେ ରମ୍ୟ ତାରକା ସଦୃଶ ।କେତେ ଅତିଥିଙ୍କ ନାମ-ମାଳା ବହି,ସାଧୁଭାବେ ଅଛି କ-ପାଦପ ରହି ।ଯା’ କରେ ହୋଇଛି ଖୋଦିତ ବିଗ୍ରହ,ତା’ ନାମ ଜପୁଛି ପ୍ରକାଶି ଆଗ୍ରହ ।ନ ହୋଇ ବିଶାଳ ଊର୍ଦ୍ଧ୍ୱେ ଟେକି ମୁଣ୍ଡ,ଶାଳ ତରୁଗଣ ହୋଇଛନ୍ତି ରୁଣ୍ଡ ।କୁସୁମ ଚାମର ଢାଳନ୍ତି ସେ ସନ୍ତେ,ଅତିଥି ହୁଅନ୍ତି ଯେ ତହିଁ ବସନ୍ତେ ।୧। ଗାଙ୍ଗପୁର ରାଜ୍ୟର ନାଗରା ଜମିଦାରୀସ୍ଥ ଏକ ପର୍ବତ ।କର୍କଶ ବିଗ୍ରହ ତିନ୍ଦୁକ ପାଦପ,ଛାୟା ଦେଉଅଛି ଉଚ୍ଚେ କରି ଦର୍ପ ।ବାହାରେ କର୍କଶ ଦିଶିଲେ କି ହେବ,ଉଚ୍ଚେ ସେ ରହିବ ଯେହୁ ଶାନ୍ତି ଦେବ ।ମଧ୍ୟେ ମଧ୍ୟେ କେଳି କଦମ୍ବନିଚୟ,ଉଠି ମଣ୍ଡିଛନ୍ତି ରମ୍ୟ ଶିଳୋଚ୍ଚୟ ।ପ୍ରାବୃଟ ସମୟ ହେଲେ ସମାଗତ,କୁସୁମାର୍ଘ ଧରି କରନ୍ତି ସ୍ୱାଗତ ।ଗିରିପାଦେ ଗିରି ଗରବ ସମ୍ଭୂତ,ଜଳେ ପୂର୍ଣ୍ଣ ବେଦବ୍ୟାସ ସ୍ନାନେ ପୂତ ।ସରସ୍ୱତୀ କୁଣ୍ଡୁଁ ବହେ ସରସ୍ୱତୀ,କ୍ଷୀଣାଙ୍ଗୀ ଉତ୍କଳେ ଯଥା ସରସ୍ୱତୀ ।ନିକଟରେ ଶଙ୍ଖ ସ୍ରୋତ ସଙ୍ଗ ପାଇ,ଦେଉଅଛି ନିଜ ଜୀବନ ମିଶାଇ ।ସଂସ୍କୃତ ଭାରତୀ ଉତ୍କଳେ ଯେସନ,ମିଶ୍ରିତ କରିଛି ନିଜ ଅପଘନ ।ଉତ୍ତର ଦିଗରୁ ବହିଆସି ଶଙ୍ଖ,ଏଠାରେ ଲଭିଛି କୋଇଲିର ଅଙ୍କ ।ଏକ ଅଙ୍ଗେ ଦୁହେଁ ଯାଉଛନ୍ତି ବହି,
ସମ୍ବନ୍ଧିତ ରଚନା
ଅଯୋଧ୍ୟା ଦୃଶ୍ୟଗଙ୍ଗାଧର ମେହେର ଗଙ୍ଗାଧର ମେହେର
ରାଧାନାଥ ରାୟ
ପବିତ୍ର ‘ବ୍ରାହ୍ମଣୀ’ ନାମଟିକୁ ବହି ।
ବିମିଶ୍ରିତ ହେଲେ ବିଭିନ୍ନ ବରଣ,
ଭିନ୍ନ ନାମ ସଦା କରନ୍ତି ଧାରଣ ।
ନଦୀରୁ ଦେଖିଲେ ବ୍ୟାସ ଜନ୍ମଦରୀ-
ସାନୁଦୃଶ୍ୟ ନିଏ ମନୋଦୁଃଖ ହରି ।
ଥିଲେହେଁ ଅନେକ ଗୁଳ୍ମ ମହୀରୁହ,
ଆବାଳ ବୃଦ୍ଧର ନୁହେଁ ଦୁରାରୁହ୍ୟ ।
ସରିତଶଯ୍ୟାରୁ ସାନୁବକ୍ଷ ଯାଏ,
ସୁରମ୍ୟ ସୋପାନପଂକ୍ତି ଶୋଭା ପାଏ ।
ତହିଁ ସମତଳେ ମଣ୍ଡପ ଶୋଭିତ,
ତହୁଁ ଉର୍ଦ୍ଧ୍ୱେ ପୁଣି ସୋପାନ ଉତ୍ଥିତ ।
ବ୍ୟାସ ଜନ୍ମସ୍ଥଳେ ପ୍ରଶସ୍ତ ପ୍ରାଙ୍ଗଣ,
ଛାୟା ଦେଉଛନ୍ତି ତାକୁ ତରୁଗଣ ।
ତହୁଁ ଉପରକୁ ସୋପାନରେ ଚଳ,
ସାନୁଶିର ସୁଧା-ଲିପ୍ତ ସମତଳ ।
ପୁଣି ସୋପାନରେ ହୁଅ ସମୁତ୍ଥିତ,
ଶିଖର ମଣ୍ଡପେ ହେବ ଉପସ୍ଥିତ ।
ଏ ମଣ୍ଡପ ସାନୁ ମୁକୁଟ ସଦୃଶ,
ଦର୍ଶକ ନୟନେ ଦୂରୁ ହୁଏ ଦୃଶ୍ୟ ।
ବେଦବ୍ୟାସଙ୍କର ଲଭି ସୁପ୍ରସାଦ,
ଅନିରୁଦ୍ଧ ସହ ଚୈତନ୍ୟପ୍ରସାଦ ।
ପ୍ରାସାଦର ପନ୍ତି ସାଧାରଣ ଅର୍ଥେ,
କରି ଦେଇଛନ୍ତି ସାଧାରଣ ଅର୍ଥେ ।
ଜନଗଣ ମୁଖୁଁ ପାଇ ସେ ସମ୍ବାଦ,
କିଏ ବା ନ ଦେବ ତାଙ୍କ ଧନ୍ୟବାଦ ।
ଯାହା କଲେ ହୋଇପାରେ ଲୋକହିତ,
ସ୍ୱାର୍ଥ ନ ଥିଲେହେଁ କରିବା ବିହିତ ।
ଲୋକହିତ-କର୍ମ ମାନବ ଧରମ,
ତାହା ସିନା ତାର ଉଦ୍ଦେଶ୍ୟ ପରମ!
ଲୋକହିତେ ଯେଉଁ ଲୋକ ଧନ-ପଣ-
ମନ ବିୟୋଗରେ ହୁଅନ୍ତି କୃପଣ ।
ସେମାନେ କେବଳ ନିଜ ପାଇଁ ନର,
ଧର୍ମ-ଜଗତର ଅପୁଚ୍ଛ ବାନର ।
ଏଠାରେ ମୋ ସ୍ମୃତି କଲା ସୁଧାପାନ,
ଚଢ଼ି ବୁଢ଼ାରଜା ଶିଖରୀ-ସୋପାନ ।
ମନ ଗଲା ତାରା-ତାରିଣୀ ପୟରେ
ପାବଚ୍ଛ ପଥରେ ଉଠି ନିର୍ଭୟରେ ।
ତହୁଁ ଜବେ ଯାଇ ପାପକ୍ଷୟ ଘାଟ,
ସୋପାନେ ନ୍ୟଗ୍ରୋଧ ତଳେ କଲା ନାଟ ।
୧। ଅନିରୁଦ୍ଧ ପଟେଲ-ଗାଙ୍ଗପୁର ରାଜ୍ୟର ଦେବାନ ଓ ଚୈତନ୍ୟପ୍ରସାଦ ତହିଁରେ ଜଣେ ଡାକ୍ତର ଅଟନ୍ତି ।
ନ ପାରିଲା ପଶି ନୃସିଂହନାଥରେ,
ଗ୍ରୀଷ୍ମକାଳେ ଯହିଁ ଶୀତେ ତନୁ ଥରେ ।
ଦୁରାରୋହ ଗିରି ଚଢ଼ିବାକୁ ଡର,
ଅତିଥି-ବିଶେଷେ ଧରେ ପୁଣି ଜ୍ୱର ।
ନାରଙ୍ଗ ରଙ୍ଗରେ ମନୋହର ବନ,
ତରୁରାଜି ଉଠି ଚୁମ୍ବନ୍ତି ଗଗନ ।
କରିବାକୁ ଡରି ଗିରି ବିଚରଣ,
ଦୂରୁ ପ୍ରଣମିଲା ନୃସିଂହଚରଣ ।
ପ୍ରଣମିଲା ହରିଶଙ୍କର ପୟରେ,
ବାହୁଡ଼ି ଆସିଲା କ୍ଷୋଭ ବିସ୍ମୟରେ ।
ମୁକୁଟ-ମଣ୍ଡପେ ଆସ ଏବେ ଯିବା,
ବ୍ୟୋମଯାନଚଢ଼ା ସୁଖରେ ମଜ୍ଜିବା ।
ତହିଁ ଥାଇ ଥରେ ବୁଲାଇ ନୟନ,
ମନେ କର ନବ ଭାବ ଆନୟନ ।
ଦୂରେ ଚଉଦିଗେ ଧରାଧରରାଜି,
ପ୍ରାଚୀର ପରାଏ ଅଛନ୍ତି ବିରାଜି ।
ଚକ୍ରବ୍ୟୂହ କି ତା’ ହୋଇଛି ରଚିତ,
ପାପ ଆକ୍ରମଣୁ ହେବାକୁ ରକ୍ଷିତ ।
କ୍ଷଣେ ରହି ପୁଣି ଘୁଞ୍ଚାଇ ଚରଣ,
ବେଦୀ ପରମ୍ପରେ କର ବିଚରଣ ।
ନିଶ୍ଚୟେ ମାନସେ ହେବ ଅଭିଳାଷ,
କରିବାକୁ ମଧୁ ପ୍ରଦୋଷେ ବିଳାସ ।
ପୃଷ୍ଠଭାଗେ ଦେଖ ସୁରମ୍ୟ ଅଟବୀ,
ଘନ କିଶଳୟ ତରୁ ଶ୍ୟାମଛବି ।
କୃଷ୍ଣସାରଙ୍କର ପ୍ରିୟ ଲୀଳାସ୍ଥଳ,
ବିହରନ୍ତି ଯହିଁ ବିହଙ୍ଗପଟଳ ।
ମଧ୍ୟେ ପୁଷ୍କରିଣୀ କାନନ-ଦର୍ପଣ,
ଦେଖି କର ମନ ନୟନ ତର୍ପଣ ।
ଜଳେ ତା’ର ଶ୍ୱେତ ରକତ କୁମୁଦ,
ଫୁଟି ଦେଉଛନ୍ତି ମାନସକୁ ମୁଦ ।
ସେ କୁସୁମ ତହିଁ ଥିବାରୁ ଅଳପ,
ଭାବୁକ-ହୃଦୟେ ପକାନ୍ତି ତଳପ ।
ତାପରେ ଉତ୍ତର, ପୂରୁବ, ଦକ୍ଷିଣ-
ଦୃଶ୍ୟରେ କରାଅ ଦୃଷ୍ଟି ପ୍ରଦକ୍ଷିଣ ।
ସାନୁତଳ ଦେଶେ ଶ୍ରୀଚନ୍ଦ୍ରଶେଖର,
କୁସୁମବାଟିକା ମଧ୍ୟେ ମନୋହର ।
ସମୀପେ ଶଙ୍ଖର ଅଗଭୀର ଧାର,
ନମୁଛି ଶଙ୍କର ପଦେ ବାରମ୍ବାର ।
ତା’ପରେ କୋଇଲି ପ୍ରବାହ ଗଭୀର,
ନିର୍ଭୟରେ ଯହିଁ ବିହରେ କୁମ୍ଭୀର ।
ମଧ୍ୟେ ଶୁଭ୍ର ବାଲି ତ୍ରିକୋଣପୁଳିନ,
କ୍ରମ-ସୂକ୍ଷ୍ମ ଶିର ଜଳେ କରେ ଲୀନ ।
ପୃଷ୍ଠଭାଗେ ତାର ତ୍ରିକୋଣ ଆକାର,
ବନଭୂମି ଅନ୍ତରୀପ ପରକାର ।
ଉଭୟ ପାର୍ଶ୍ୱରେ ଶୁଭ୍ର ବେନି ନଦୀ,
ଦିଶନ୍ତି ଯେସନେ ଚିତା ରାମାନନ୍ଦୀ ।
ଜୀବ ବ୍ରହ୍ମ ପ୍ରାୟେ ତଟିନୀଯୁଗଳ,
କେତେ ଦୂରୁଁ ବହିଆସି ଅନର୍ଗଳ ।
ଏକ ହୋଇ ଏହି ପବିତ୍ର ଧାମରେ,
ଅଭିଖ୍ୟାତ ହେଲେ ବ୍ରାହ୍ମଣୀ ନାମରେ ।
କିବା ଶଙ୍ଖ ପୁଂଶ କୋଇଲି ଯୋଷିତ,
ସଙ୍ଗମେ ବ୍ରାହ୍ମଣୀ ହୋଇଛି ଜନିତ ।
ଲାମ୍ପଟ୍ୟ ଫଳର ଦେବା ପାଇଁ ସାକ୍ଷ୍ୟ,
ପାଷାଣ ସ୍ୱରୂପ ହୋଇ ସହସ୍ରାକ୍ଷ ।
ଶଙ୍ଖଗର୍ଭେ ଛନ୍ତି ଯାଇ ସନ୍ନିକଟ,
ଦେଖ ନେତ୍ର ସବୁ ହେଉଛି ପ୍ରକଟ ।
ତହୁଁ ଦୃଷ୍ଟି ଯେବେ ବନ ଶିରେ ଚଳେ,
ଦେଖିବ ଅଦୂରେ ବ୍ରାହ୍ମଣୀ ଅଚଳେ ।
ତରୁ ବକ୍ଷେ ତରୁ, ତରୁ ତାର ବକ୍ଷ
ଭେଦି ଉଭା ହୋଇଛନ୍ତି ଲକ୍ଷ ଲକ୍ଷ ।
ଯା’ ସଙ୍ଗେ ଯାହାର ନାହିଁ ତାରତମ୍ୟ,
ସେ ଦିଶୁଛି ଉଚ୍ଚେ ଥାଇ ଉଚ୍ଚତମ ।
ଏହିପରି ସିନା ସଂସାର-ଗହନେ,
ଉଚ୍ଚ ଉଚ୍ଚତର ହୋଇଛନ୍ତି ଜନେ ।
ମଧ୍ୟେ ରହିଅଛି କାନନ ପଥର,
ମାନବୀ ଆକୃତି ବ୍ରାହ୍ମଣୀ ପଥର ।
ବୃଷ୍ଟି ବିନା ଯେବେ ହୁଅନ୍ତି ଆକୁଳ,
ଅନାର୍ଯ୍ୟ କୃଷକ ସୀମନ୍ତିନୀକୁଳ ।
ସେହି ମୂରତିର କରନ୍ତି ଅର୍ଚ୍ଚନା,
ବନଫୁଲେ କରି ସୁବେଶ ରଚନା ।
ମଖାଇ ସିନ୍ଦୂର କଜ୍ଜ୍ୱଳ ହଳଦୀ,
କର୍ଦ୍ଦମ ଗୋମୟ ଦେଇଥାନ୍ତି ଲଦି ।
ତାହେଲେ ଅଚିରେ ବରଷି ବାସବ,
ପ୍ରକ୍ଷାଳନ କରିଦିଅନ୍ତି ସେ ସର୍ବ ।
ଏଣୁ ସେ ମୂର୍ତ୍ତିକି ବୋଲନ୍ତି ଅହଲ୍ୟା,
ଇନ୍ଦ୍ରମନ-ଲୌହ ଚୁମ୍ବକ ଅବଳା ।
ମୋହନାର ଚାହିଁ ପାଷାଣ ମୂରତି,
ପାଶେ କି ପାଷାଣ ରୂପ ସୁରପତି ?
ଅଦ୍ୟାପି ଇନ୍ଦ୍ରଙ୍କ ଯାଇ ନାହିଁ ଆଶ,
ସୁରନାଥ ହୋଇ ସ୍ୱଭାବର ଦାସ ।
ସମ୍ମୁଖରେ ଦେଖ ଗୌତମ ପର୍ବତ,
ବନଲକ୍ଷ୍ମୀଙ୍କର ଶ୍ୟାମ ତମ୍ବୁବତ ।
ତା’ ପଛକୁ ସାନୁ ଯୁଗଳ ବର୍ତ୍ତୁଳ,
ମୁଖଶାଳା ସହ ଦେଉଳର ତୁଳ ।
ତାଙ୍କ ପଛେ ରାଜେ ପରାଶର ଗିରି,
ଧରି ଦୃଷ୍ଟିରମ୍ୟ ନୀଳବର୍ଣ୍ଣ ଶିରୀ ।
ଥିଲା ପରାଶର ପୁଣ୍ୟାଶ୍ରମ ଖ୍ୟାତ,
ତେଣୁ ସେହି ନାମେ ହୋଇଛି ଆଖ୍ୟାତ ।
ଏହିଠାରୁ ଆସି ପରାଶର ଯତି,
ଭେଟିଲେ ବ୍ରାହ୍ମଣୀକୂଳେ ସତ୍ୟବତୀ ।
ସତ୍ୟବତୀ ପିତା ଥିଲେ ଦାସପତି,
ପାଶେ ରହିଅଛି ତାହାଙ୍କ ବସତି ।
ନାହିଁ ସିନା ତାଙ୍କ ନିବାସ ଆଗାର,
ରହିଅଛି ବାସଭୂମି ସ୍ତୂପାକାର ।
ଚତୁର୍ଦ୍ଦିଗେ ତାର ବେଢ଼ିଛି ପରିଖା,
ନିକଟକୁ ଯାଇ କର ତା’ ପରୀକ୍ଷା ।
ଅଦ୍ୟାବଧି ଦାସ-ବଂଶଧରମାନେ,
ଅଛନ୍ତି ଏ ରାଜ୍ୟେ ବହୁପରିମାଣେ ।
ଗଡ଼ଖାଇ ଦେଖି ଯଦି ବୋଲ ସାନ,
କର୍କରେ ତୁଲ୍ୟ କି ପ୍ରକାଣ୍ଡ ପାଷାଣ ।
ଦେଖ ଗୋବର୍ଦ୍ଧନ ପ୍ରଭାସ ପୁଷ୍କର,
ଯାହାଙ୍କ ମହତ୍ତ୍ୱ କଳନ ଦୁଷ୍କର ।
ପୁରାଣରେ ଅଛି ଯେ ରୂପ ଉଲ୍ଲେଖ,
ଆଉ କି ସେମାନେ ସେହିପରି ଦେଖ ?
ପ୍ରତିଭା-ପ୍ରଦତ୍ତ ପ୍ରତିଚକ୍ଷୁ ଲଭି,
ସାନକୁହିଁ ବଡ଼ ଦେଖିଥାନ୍ତି କବି ।
ବ୍ରାହ୍ମଣୀ ନଦୀର ଅପ୍ରଶସ୍ତ ଧାର,
କୁମାରୀ ନାବିକା କରୁଥିଲା ପାର ।
ମୁନି ଦାସସୁତା ନଉକାରେ ବସି,
ମୁଗ୍ଧ ହେଲେ ତାର ରମ୍ୟ ରୂପେ ରସି ।
ବାଞ୍ଛିଲେ ସଙ୍ଗମ ବିଧାନ ନ ହୁଡ଼ି,
ଅନ୍ଧକାର ପାଇଁ ସୃଜିଲେ କୁହୁଡ଼ି ।
ଅଦ୍ୟାପି ଏଠାରେ ଗାଢ଼ କୁଜ୍ଝଟିକା,
ଶୀତ ପ୍ରାତେ ନିତି ରହେ ତ୍ରିଘଟିକା ।
ଯେ ପୁଣ୍ୟଭୂମିରେ ପର୍ବତ ବ୍ରାହ୍ମଣୀ,
ବ୍ରାହ୍ମଣୀ ହୋଇଛି ପଥର ରମଣୀ ।
ପବିତ୍ର ସଲିଳା ସରିତ ବ୍ରାହ୍ମଣୀ,
ମୁନି ସେ ସ୍ଥଳକୁ ବ୍ରହ୍ମମୟ ମଣି ।
ଦାସକନ୍ୟା ବୋଲି ନ କରି ବିଚାର,
ବ୍ରହ୍ମଜ୍ଞାନେ କରେ ପୀରତି ସଞ୍ଚାର ।
ବ୍ରହ୍ମକ୍ଷଣେ କଲେ ବ୍ରହ୍ମରେତ ନ୍ୟାସ,
ଜାତ ହେଲେ ତହିଁ ବ୍ରହ୍ମବିଦ ବ୍ୟାସ ।
ଚାହିଁ ନବଜାତ ଶିଶୁ ବ୍ୟାସ-ମୁଖ,
ଭାରତ ଭାରତୀ ଉପେକ୍ଷିଲା ଦୁଃଖ ।
ଭକ୍ତ ପାଇଁ ଭକ୍ତ ପୀରତି ପ୍ରବୀଣା,
ସଜାଡ଼ିଲା ନବ ନବ ତାରେ ବୀଣା ।
କୀର୍ତ୍ତିଦେବୀ କୀର୍ତ୍ତିମନ୍ଦିର ସାଜିଲେ,
ଯଶସ୍ୱୀଙ୍କ ପଥ ଚାହିଁ ବିରାଜିଲେ ।
ପରଂବ୍ରହ୍ମ ହୋଇ ପରମ ପ୍ରସନ୍ନ,
ହୃଦପଦ୍ମେ ତାଙ୍କ ସ୍ଥାପିଲେ ଆସନ ।
ବିଦ୍ୟାଧର କର-ମୁକ୍ତ ପୁଷ୍ପଚୟ,
ଆମୋଦିତ କଲା ସୂତିକା-ଆଳୟ ।
କେତେ ପୁଷ୍ପ ପଡ଼ି ବ୍ରାହ୍ମଣୀ ସଲିଳେ,
ବୀଚିପୃଷ୍ଠେ ବସି ଚଳିଲେ ସଲୀଳେ ।
କିନ୍ନରୀଏ ସୁର-କର୍ଣ୍ଣ-ରସାୟନ,
କଲେ ମଧୁମୟ ମଙ୍ଗଳ ଗାୟନ ।
ଜଳଦ ଆକାର ଧରି ଭକ୍ତିରସ,
ଛାୟାଦାନ କଲା ଘୋଟି ବିହାୟସ ।
ଭବିଷ୍ୟତ ଦେବ ପର୍ବତ ଆକାରେ,
ଗଦା କଲେ ଗ୍ରନ୍ଥ ଭାରତ ଆଗାରେ ।
ଭାରତୀଭୂଷଣ ଉପାଦାନରାଶି,
ଅଇଲେ କୋଇଲି ସ୍ରୋତେ ଭାସି ଭାସି ।
ପର୍ବତ ସରିତ ଆଦି ତୀର୍ଥଗଣେ,
ଅନାଇଲେ ବ୍ୟାସେ ସତୃଷ୍ଣନୟନେ ।
ଘେନିଯିବା ପାଇଁ ତାଙ୍କୁ କୋଳକରି,
ପରସ୍ପରେ ହେଲେ ଓଟରାଓଟରି ।
ପରାଶର ଏଡ଼ି ତାହାଙ୍କ ଜଞ୍ଜାଳ,
ପୁତ୍ରେ ରଖିନେଲେ ନିଜେ କିଛି କାଳ ।
କାହିଁ ଜନ୍ମି ବ୍ୟାସ କେଉଁଠି ବଢ଼ିଲ,
କେତେ କେତେ ବେଦପୁରାଣ ଗଢ଼ିଲ ?
ଜନମ କାସାର ପଙ୍କଜ ଯେସନ,
ତେଜି କରେ ଦେବ-ମସ୍ତକେ ଆସନ ।
ଏ କ୍ଷୁଦ୍ର ଶଇଳଶୃଙ୍ଗେ ହୋଇ ଜାତ,
ହିମାଦ୍ରି ମସ୍ତକେ ଶୋଭି ହେଲେ ଖ୍ୟାତ ।
ଝରା ସୀମନ୍ତିନୀ ଲଭିଥାଏ ହୀରା,
ହୀରା ଦେଇ ପୁଣି କିଣିଆଣେ ଜିରା ।
ସେ ହୀରା ଶୋଭଇ ରାଜେନ୍ଦ୍ର ମୁକୁଟେ,
ତୁମ୍ଭେ ହେଲ ତଥା ଗିରିରାଜକୂଟେ ।
ପୂର୍ବାପର ସିନ୍ଧୁ-ଲହରୀ-ପଟଳ,
ଚୁମ୍ବୁଛନ୍ତି ସଦା ଯା’ର ପାଦତଳ ।
ଘନରୂପେ ପୁଣି ଉଠି ବିହାୟସେ,
ସୁରାଗ ରଞ୍ଜନ କରନ୍ତି ଉରସେ ।
ମନ୍ଦାକିନୀ ମୁକ୍ତା-ପ୍ରଭାଜୟୀ ନୀର,
ନିତି ଅଭିଷିକ୍ତ କରେ ଯା’ର ଶିର ।
ହରି ବିଦାରିତ କରିରାଜ ମୋତି-
ପଟଳ ଯା’ ଦେହେ ବିକାଶନ୍ତି ଜ୍ୟୋତି ।
ସେହି ଗିରିରାଜ ହିମାଚଳଶ୍ରେଣୀ,
ହୋଇଥିଲେ ତୁମ୍ଭ କ୍ରିଡ଼ାର ନିଃଶ୍ରେଣୀ ।
ସସାଗରାଧରା ଚତୁର୍ଦ୍ଦଶପୁର,
ନ ରହିଲେ ତୁମ୍ଭ ନୟନକୁ ଦୂର ।
ବିଶ୍ୱ ଥିଲା ତୁମ୍ଭ ସମକ୍ଷ ଗୋଲକ,
ଅବନୀମଣ୍ଡଳ ହସ୍ତ ଆମଳକ ।
ଆଜ୍ଞାବହ ଥାଇ ଅଷ୍ଟାଦଶ ସିଦ୍ଧି,
ପାଦତଳେ ଥୋଇଥିଲେ ସର୍ବନିଧି ।
ପାଇଥିଲ ଯେଣୁ ସାଯୁଜ୍ୟ ଶର୍କର,
ମଣୁଥିଲ ଅନ୍ୟ ସବୁକୁ କର୍କର ।
ମହାଭାରତର ସଂଗ୍ରାମକୌଶଳ,
ଭ୍ରାତୃବିବାଦର ବିଷମୟ ଫଳ ।
ପଶାଖେଳେ ଯେଉଁ ଦଶା ହୁଏ ଲାଭ,
କୁମନ୍ତ୍ରୀର ଥାଏ ଯେମନ୍ତ ସ୍ୱଭାବ ।
ଧର୍ମପଥେ କେତେ ଭୀଷଣ ଆପଦ,
ହେଲେହେଁ ଧାର୍ମିକ ନ ଘୁଞ୍ଚାଏ ପଦ ।
ଅଧରମ ପଥ ପାଶେ ରତ୍ନସ୍ତୂପ;
ତା’ପଛେ କିଭଳି ଭୟଙ୍କର କୂପ ।
କିରୂପେ ଗର୍ବୀର ଗର୍ବ ହୁଏ ଖର୍ବ,
ଗୋଟି ଗୋଟି କରି ଦେଖାଇଲ ସର୍ବ ।
ଶ୍ରୀକୃଷ୍ଣଙ୍କୁ କରି ବିଷ୍ଣୁ ଅବତାର,
ଦେଖାଇଲା ତାଙ୍କ ମହିମା ଅପାର ।
ସେ ଯେ ନ କରନ୍ତି ଜାତିର ବିଚାର,
କଲ ତାହା କେତେ ପ୍ରକାରେ ପ୍ରଚାର ।
ସରଳା ନିର୍ମଳା ଭାଗବତୀ ନୀତି,
ତହିଁ ଦେଖାଇଲ ଭଗବତପ୍ରୀତି ।
ଶୂଦ୍ର ହୋଇ ସୂତ ଥିବାରୁ ବିଦ୍ୱାନ,
ଦିଆଇଲ ମୁନିସମାଜେ ସମ୍ମାନ ।
ଗରବେ ମହତେ କଲେ ପରିହାସ,
କି ମହାମହିମ ବଂଶର ବିନାଶ ।
ତାହା ଦେଖାଇଲ ହୋଇ ଅକୁଣ୍ଠିତ,
ଧନ୍ୟ ଧନ୍ୟ ମୁନିପୁଙ୍ଗବ ପଣ୍ଡିତ ।
କିନ୍ତୁ ଯେ ତୁମ୍ଭର ଜନମ ଆଗାର,
ନ ପଡ଼ିଲା ତାର ନାମେ ଏକ ଗାର ।
ସଫଳ କଲ କି ବୋଲ ଯା ସଂସାର,
ପ୍ରଦୀପର ତଳଦେଶ ଅନ୍ଧକାର ।
ପାଶେ ବାଷ୍ପରଥ କରୁଛି ଗମନ,
କରି ବ୍ରାହ୍ମଣୀର ବକ୍ଷ ବିକମ୍ପନ ।
ଲକ୍ଷ ଲକ୍ଷ ଯାତ୍ରୀ ଯାଉଛନ୍ତି ଚଳି,
ଲକ୍ଷ୍ୟ ନ କରନ୍ତି ତୁମ୍ଭ ଜନ୍ମସ୍ଥଳୀ ।
ଏ ଯେ ଶଙ୍ଖ ଗଙ୍ଗା ତ୍ରିଦଶବନ୍ଦନା
କୋଇଲି ଯମୁନା କଳିନ୍ଦନନ୍ଦନା ।
ସରସ୍ୱତୀ ମିଶି ପବିତ୍ର ତ୍ରିବେଣୀ,
ଏ ଭାବକୁ କେହି ନ ପାରନ୍ତି ଘେନି ।
ଶଙ୍ଖ ଗଙ୍ଗା ଘେନି ଶୋଭେ ଯେଣୁ ଉର
ଏହି ରାଜ୍ୟ ନାମ ପରା ଗାଙ୍ଗପୁର ।
ଶ୍ରୀମୁଖୁ ନିଃସୃତ ହେଲା ନାହିଁ ତାହା,
ଏ ପବିତ୍ର ତୀର୍ଥ ଲୁଚିଗଲା ଆହା!
ହ୍ରସ୍ୱ ହେବ ବୋଲି ମହତ ଲକ୍ଷଣ,
ନିଜ ମାହାତ୍ମ୍ୟ କି ନ କଲ ବର୍ଣ୍ଣନ ?
ଜାଣିଛନ୍ତି କିନ୍ତୁ ଆଦିମ ନିବାସୀ,
ପୂର୍ବପୁରୁଷଙ୍କ ଅସ୍ଥି ଧରି ଆସି ।
ଏ ତ୍ରିବେଣୀ ଧାରେ ଦିଅନ୍ତି ମଜ୍ଜାଇ,
ବସନ୍ତି ସେମାନେ ଉଚ୍ଚସ୍ୱର୍ଗେ ଯାଇ ।
ଏହି ଯେ ସୁରମ୍ୟ ଶୁଭ ବାଲିକୁଦ,
ବାଲ୍ୟେ ଖେଳି ଯହିଁ ଲଭୁଥିଲ ମୁଦ ।
ଏହି ଯେ ନିକଟ ତଟ ତରୁଗଣ,
ପୁଳିନକୁ କରୁଛନ୍ତି ଆଲିଙ୍ଗନ ।
ନ ଥିଲେ କି ଧରି ପୁଷ୍ପ ସେ କାଳରେ,
ତୋଳୁ ନ ଥିଲ କି ଉଠି ସକାଳରେ ?
ପଡ଼ିଲେ ନବୀନ ଭାସ୍କର କିରଣ,
କରୁ ନ ଥିଲ କି ଏଥି ବିଚରଣ ?
ଏ ଯେ ସ୍ରୋତ ଲାଗି ରହିଛି ପାଷାଣ
କରୁ ନ ଥିଲ ଏଥିଁ ବସି ସ୍ନାନ ?
ଏହି କୋକିଳାଦି ବିହଙ୍ଗମମାନେ,
ତୋଷୁ ନ ଥିଲେ କି ମନ ମଧୁଗାନେ ?
ଖେଳୁ ନ ଥିଲେ କି ଡେଇଁ ଡାଳେଡାଳେ,
ଥରେ ଥରେ ରହି ପତ୍ର ଅନ୍ତରାଳେ ?
ଆସୁ ନ ଥିଲେ କି ଏଠାକୁ ଭ୍ରମରେ,
ଏ କେଳିକଦମ୍ବ ପୁଷ୍ପକୁ ଭ୍ରମରେ ?
ସେହି ଯେ ସେ କୂଳ ପାଦପପଟଳ,
ସମୁତ୍ତୁଙ୍ଗେ ରହିଅଛନ୍ତି ଅଟଳ ।
ଦିନାନ୍ତ ଦ୍ୟୁମଣି କନକ କିରଣ-
କାନ୍ତି କରୁଛନ୍ତି ଅଙ୍ଗ ଆଭରଣ ।
ତଟଭୂମି ଦିଶୁଅଛି ହେମମୟ,
ନିଶ୍ଚେଁ ହରିଥିବ ତୁମ୍ଭର ହୃଦୟ ।
ସେ ଯେ ବକଯୁଗ ବୁଲି ଅଳ୍ପ ନୀରେ,
ମତ୍ସ୍ୟ ଲୋଡ଼ୁଛନ୍ତି ପାଦ ଚାଳି ଧୀରେ ।
ସେ ଯେ ଚକ୍ରବାକ ଦମ୍ପତି ଆସିଲେ,
ସ୍ରୋତ ପାଶେ ଗାଢ଼ପ୍ରେମେ ବିଳସିଲେ ।
ଏ ଦୃଶ୍ୟ ବା ପଡ଼ି ନ ଥିବ ଲୋଚନେ,
ନିରତ ଥିବାରୁ ଶାସ୍ତ୍ର ଆଲୋଚନେ ।
ବସନ୍ତ ସୁଧାଂଶୁ ଶୀତଳ କିରଣ,
ବୀଚି ଆଲିଙ୍ଗନେ ସ୍ନିଗ୍ଧ ସମୀରଣ ।
ବନଫୁଲ ମନୋମୋହନ ସୁଗନ୍ଧ,
ଆସୁ ନ ଥିଲେ କି ଭେଦି ତରୁରନ୍ଧ୍ର ?
ରମ୍ୟ ବଦରିକାଶ୍ରମେ ବୁଲି ବୁଲି,
ବାଲ୍ୟ କଥା କେବେବ ନ ଥିବ ତ ଭୁଲି ।
ଏ ସକଳ ବର୍ଣ୍ଣିଥିବ ସ୍ଥାନାନ୍ତରେ,
ଅନ୍ତର୍ଗତ ଭାବ ଘୋଡ଼ାଇ ଅନ୍ତରେ ।
ମତ୍ସ୍ୟଗନ୍ଧା ରୂପେ ଭୁଲିଗଲା ମନ,
କରିବାକୁ ସେହି ଲଜ୍ଜା ପ୍ରଶମନ ।
ତୁମ୍ଭ ଆବୀର୍ଭାବ କାଳରୁ ଚଞ୍ଚଳ,
ପିତା ଯଦି ଚଳିଥିବେ ଭିନ୍ନାଞ୍ଚଳ ।
ତୁମ୍ଭେ ତହିଁ ଛାଡ଼ିଥିଲେ ଏ ପ୍ରଦେଶ,
ଅଜ୍ଞେୟ ତୁମ୍ଭର ନୁହେ ସେ ସନ୍ଦେଶ ।
ନିଶ୍ଚେ ଲେଖିଅଛ କଉଣସିଠାରେ,
ନ ଖୋଜିଲୁ ପଡ଼ି ଅଜ୍ଞତା-ଅଠାରେ ।
ଶାସ୍ତ୍ର ଲୋଡ଼ିବାକୁ ଅବସର ନାହିଁ,
ପେଟ ପାଇଁ ବୋଲୁଅଛୁଁ ତ୍ରାହି ତ୍ରାହି ।
ଅପ୍ରକାଶ ନୁହେ ଏ ତୀର୍ଥ କେବଳ,
ଏହିରୂପେ ରହିଅଛି ବହୁ ସ୍ଥଳ ।
ଚିତ୍ରୋତ୍ପଳା ପୂତନୀର ପୂତୋପଳ,
ଯହିଁ ରାଜେ ରାମ ଶ୍ରୀପଦ-କମଳ ।
ପାପ-କ୍ଷୟ-କର ପାପ-କ୍ଷୟ-ଘାଟ,
ମୁକ୍ତ-ପାପ ଯହିଁ ଉତ୍କଳ-ସମ୍ରାଟ୍ ।
ପାପ ଅପସରି ସେଠାରେ ରହିଲା,
ସାକ୍ଷ୍ୟଦେବା ପାଇଁ ରହିଛି ‘‘ରହିଲା’’ ।(୧)
ଚରଦାଶଙ୍କର ରହି ନିଦର୍ଶନ,
କରୁଛନ୍ତି ସେହି ସ୍ଥାନ ପ୍ରଦର୍ଶନ ।
ପରଶୁରାମଙ୍କ ପ୍ରିୟ ବାସସ୍ଥଳ,
ସିଦ୍ଧନିସେବିତ ମେହନ୍ଦ୍ର ଅଚଳ ।
ଉତ୍ପବୀଜ ରୂପେ ଛନ୍ତି ଏ ସକଳ,
ଲଭି ନାହିଁ କବିମାଲ୍ୟ ହସ୍ତଜଳ ।
କିବା ନୀଳାଚଳ ନିକଟବର୍ତ୍ତିତ୍ୱ,
କରୁଅଛି ତାଙ୍କୁ ତହିଁରୁ ବଞ୍ଚିତ ।
ଚନ୍ଦ୍ର ପାଶେ ଯଥା ତାରକାମଣ୍ଡଳ,
ନ ପାରନ୍ତି କରି ପ୍ରତିଭା ପ୍ରବଳ ।
କହିଛ, ‘‘ସକଳ ତୀର୍ଥ ଘେନି ହରି,
ଅଛନ୍ତି ଉତ୍କଳ ଦେଶେ ବିଜେ କରି ।’’
ତୁମ୍ଭେ ଚିରଜୀବୀ ହରିପ୍ରିୟ ଦାସ,
ନିରତେ ରହିଛ ଶ୍ରୀହରିଙ୍କ ପାଶ ।
ତୁମ୍ଭେ ଥାଉଁ ଥାଉଁ ଆମ୍ଭର ଏ ଦଶା,
ଲୋକେ ପାଉଅଛୁଁ କେତେ ଲୋକହସା ।
ଏ କି ଉତ୍କଳର କପାଳର ଦୋଷ,
ଅଦ୍ୟାପି ରହିଛି ବିଧି ଅସନ୍ତୋଷ ।
ନ ହେଲେ କି ଥାଉଁ ଥାଉଁ ସ୍ୱକ୍ଷମତା,
ଶ୍ରୀରାମଚନ୍ଦ୍ର(୨)ଙ୍କ ନୁହନ୍ତା ମମତା ?
ବାସୁଦେବ(୩) ଦେବ ଅବନୀଭୂଷଣ,
ଅକାଳେ ଲୋଡ଼ନ୍ତେ ସ୍ୱର୍ଗର ଆସନ ।
ରାଜାଳୟେ ଜନ୍ମି ଶ୍ରୀଚନ୍ଦ୍ରଶେଖର,
ଆଳୟେ ହୁଅନ୍ତେ ଦାରିଦ୍ର୍ୟ ଦୁଃଖର ।
୧। ମହାନଦୀକୂଳସ୍ଥ ଏକ ଗ୍ରାମ, ୨। ମୟୂରଭଞ୍ଜ ମହାରାଜା, ୩। ସ୍ୱର୍ଗୀୟ ବାମଣ୍ଡା ମହାରାଜା ।
ରାଧାନାଥ ହୋଇ ଚିରରୁଗ୍ଣକାୟ,
ନେଇଥାନ୍ତେ ଇହଧାମରୁ ବିଦାୟ ।
ଏତେ ଏତେ ରାଜା ବିଳାସିତାପ୍ରିୟ,
ବ୍ରାହ୍ମଣେ ପାଚକ ଯାଚକ ନିଷ୍କ୍ରିୟ ।
ସୌଭାଗ୍ୟ ଥିଲେ କିଏ ବିପାକ ଘଟେ,
ଭଲ ଲେଖା ନାହିଁ ଏହା ଭାଲପଟେ ।
ନା ନା ଏହା ମୋର ବୁଝିବା ଭରମ,
ଦେବୀ କହିଦେଲେ ସକଳ ମରମ ।
ସେହି ପରାଶର ସେହି ଗଉତମ,
ଜାଣନ୍ତି ଏ ସ୍ଥଳ ପବିତ୍ର ଉତ୍ତମ ।
ନିତି ଆସି ଏଥି କରୁଛନ୍ତି ସ୍ନାନ,
କରୁଛନ୍ତି ବେଦବ୍ୟାସ ବେଦଗାନ ।
ରହିଛନ୍ତି ସ୍ନେହ ବହି ସତ୍ୟବତୀ,
ବାସବମୋହିନୀ ଅହଲ୍ୟା ଯୁବତୀ ।
ଅହଲ୍ୟାଙ୍କ ପଦସ୍ପରଶ ଲାଳସେ,
ଅଶ୍ମ ହୋଇଛନ୍ତି ଇନ୍ଦ୍ରପ୍ରୀତିବଶେ ।
ମୁନିମାନେ ନିଜ ନିମନ୍ତେ ଏ ସ୍ଥଳ,
ରଖିଛନ୍ତି ଶାସ୍ତ୍ରେ ନ କରି ଚହଳ ।
ବିଜ୍ଞାନବିନୋଦ ବଜ୍ଞ ବିଜ୍ଞପ୍ରିୟ,
ବିଜ୍ଞ ଦେଖି ବାଣୀ-ସୁଧା ଢାଳିଦିଅ ।
ହେ ସଚ୍ଚିଦାନନ୍ଦ ତ୍ରିଭୁବନ ରାଜା,
ଶୁଭିଲାଣି ତୁମ୍ଭ ବାଣୀ-ବୀଣା ବାଜା ।
ତୁମ୍ଭ ଅନୁରୂପ ଅବରଜଗଣ,
ଭାରତ ଭାରତୀ ଭାବେ ବିଚକ୍ଷଣ ।
ଗଙ୍ଗବଂଶ-ପଦ୍ମରାଗମଣି ଗର୍ଭେ
ଜନମିଛ ପଦ୍ମରାଗ-ମଣି ସର୍ବେ ।
ପ୍ରଧାନପାଟରେ ବସନ୍ତନିବାସ,
ନିର୍ମାଣିଛ ତାହା ଲେଖିଲେଣି ବ୍ୟାସ ।
ପ୍ରପାଦ-ଶୀକର-ବାହୀ ସମୀରଣ
କରୁଅଛି ତହିଁ ସଦା ବିଚରଣ ।
ଅଟବୀ, ଅଚଳ, ଘନଶ୍ୟାମ କାନ୍ତି,
ନେତ୍ରେ ଦେଉଥାନ୍ତି ମଧୁମୟ ଶାନ୍ତି ।
ତୁମ୍ଭ ଆମନ୍ତ୍ରଣେ ବ୍ୟାସେ ଲଭି ତୋଷ,
ବସିବେ ସେ ପୁରେ ଫେଇ କାବ୍ୟ-କୋଷ ।
କୃପାମୟ ଦେବ ପ୍ରତିଭା-ବିନୋଦ,
କବି ବୁଧ ଦେଖି ଲଭିଥାଅ ମୋଦ ।
ଶ୍ରୀ କିଶୋରଚନ୍ଦ୍ର ତାଳଚେରପତି
କୀର୍ତ୍ତିକି ମଣୁଛ ପ୍ରଧାନ ସମ୍ପତ୍ତି ।
ଆଶା ହେଉଅଛି ତୁମ୍ଭେମାନେ ମିଳି,
ଉତ୍କଳ-ଦୁର୍ଦ୍ଦଶା-ଦ୍ୱାର ଦେବ କିଳି ।
ଉତ୍କଳ-ଜନନୀ-ଯୋଗ୍ୟତମ ସୁତ,
ଶ୍ରୀ ମଧୁସୂଦନ ସର୍ବଗୁଣପୂତ ।
ଫିଟାଇବେ ପର ସୌଭାଗ୍ୟର ପଥ,
ସେପରି କାର୍ଯ୍ୟକୁ ସେ ଏକା ସମର୍ଥ ।
ଚନ୍ଦ୍ର-ରଜନୀ
(୧)
ପୂର୍ଣ୍ଣିମା ପ୍ରଦୋଷେ ପୂର୍ଣ୍ଣଚନ୍ଦ୍ର ଆଗମନ,ଚାହିଁ ତରତରେ ସଜ ସଜନୀ ରମଣୀ;ଲଲାଟେ ଘେନିଲା ଶୁକ୍ର ଉଜ୍ଜ୍ୱଳ ରତନ,କର୍ଣ୍ଣଯୁଗେ ଧ୍ରୁବାଗସ୍ତ୍ୟ ମନୋହର ମଣି ।ରଙ୍ଗାଧରେ ମନ୍ଦହାସ କରି ପରକାଶ,ଦେଖାଇଲା ସୁବିମଳ ପ୍ରସନ୍ନ ବଦନ;ହୃଷ୍ଟପୁଷ୍ଟ କଳେବରେ ଉଜ୍ଜ୍ୱଳି ଆକାଶ,ଚନ୍ଦ୍ରହିଁ କୋମଳ କରେ କଲେ ଆଲିଙ୍ଗନ ।ମଧୁରେ ମଧୁର ମିଶି ହେଲା ମଧୁମୟ,ଏ ଯୋଗ ମିଳଇ ହେଲେ ସୌଭାଗ୍ୟସମୟ ।
(୨)
କୁସୁମ-କୋମଳ ତନୁ ରଜନୀ ଧନୀର,କାନ୍ତ କର ସ୍ପରଶରେ ହେଲା କଣ୍ଟକିତ;ପ୍ରେମେ ଉଲ୍ଲସିଲା-ହୃଦ-ସାଗର ଗମ୍ଭୀର,କକୁଭ କପୋଳ ହେଲା କାନ୍ତି ବିଭାସିତ ।କିଶୋରୀ କିଶୋର ଲଭି ସଙ୍ଗ ପରସ୍ପର,କଲେ ନିଜ ନିଜ ପୂର୍ଣ୍ଣ ଶୋଭାର ବିକାଶ;ଶୋଭାରେ ମଣ୍ଡିତ ହେଲା ବିଶ୍ୱ ଚରାଚର,ଜଳ ସ୍ଥଳ ସହିତରେ ଅବନୀ ଆକାଶ ।ସେ ଶୋଭାର ଉପମାକୁ ବିଶ୍ୱେ ନାହିଁ ସ୍ଥାନ,ମୁକୁତାକୁ ଗରଗଡ଼େ କେ କରେ ସମାନ ।
(୩)
ସେ ଶୋଭାରେ ଉଲ୍ଲସିଲା ପାଷାଣ-ହୃଦଜଳାଶୟେ ଉଲ୍ଲସିଲା କୁମୁଦ-କାନନ;ଧରାଧରେ ଉଲ୍ଲସିଲା ଓଷଧିନିଚୟ,ଗଗନେ ଉଲ୍ଲାସମୟ ଚକୋର ଗାୟନ ।ଜନପଦେ ପୁରେ ପୁରେ ପ୍ରଦୀପ ଉଲ୍ଲାସ,ଉଲ୍ଲସିତ ଦେବାଳୟ ଶଙ୍ଖଘଣ୍ଟା-ସ୍ୱନେ;ହୃଦୟେ ହୃଦୟେ ମହାଉଲ୍ଲାସ ବିକାଶ,ଉଲ୍ଲାସେ ଖେଳନ୍ତି ଠାବେ ଠାବେ ଶିଶୁଗଣେ ।ଉଲ୍ଲାସ ନେଇଛି କରି ବିଶ୍ୱ ଅଧିକାର;ପ୍ରବଳର ଆଧିପତ୍ୟ ସର୍ବତଃ ସ୍ୱୀକାର ।
(୪)
ବାଟରେ ଗଉଡ଼ ବେଣୁ ବଜାଇ ବଜାଇ,ଧାଇଁ ଧାଇଁ ହମ୍ବାରବ କରି ଗୋରୁମାନେ;ବାଛୁରୀ ଗୋଶାଳେ ଲାଞ୍ଜ ହଲାଇ ହଲାଇ,ହଚୁକି ହୁଚୁକି ହୋଇ ରତ କ୍ଷୀରପାନେ ।ହାଟରୁ ହଟାରି ପେରି ଗୀତ ଗାଇ ଗାଇ,ଘାଟରୁ କେଉଟ ଆସି ପ୍ରଫୁଲ୍ଲ ବଦନେ;ନାଟ୍ୟଶାଳେ ନଟ ହସ୍ତ ଖେଳାଇ ଖେଳାଇ,ନବରଙ୍ଗେ ନାଚି ଚାହିଁ ବଙ୍କିମ ନୟନେ ।ଆନନ୍ଦ ପ୍ରକଟ କଲେ ବିବିଧ ମଜାରେ,କୋଳାହଳ ପଡ଼ିଗଲା ଆନନ୍ଦବଜାରେ ।
(୫)
‘‘ନିର୍ମଳ ଚନ୍ଦ୍ରମଣ୍ଡଳ ଶରଦେ ବିରାଜି’’,ଚନ୍ଦ୍ର ଚାହିଁ ମୁଦେ ଗାଏ କେ ରସିକବର;‘‘ଦିଶେ ଯଥା ଦର୍ପକ ଦର୍ପଣ ଥିଲେ ମାଜି’’,ଗାଏ ତା’ ପଛେ ପୁଣି ପ୍ରିୟ ସହଚର ।‘‘ଚାହିଁ କୁମର କାତର’’ ବୋଲଇ ପ୍ରଥମ,ଦ୍ୱିତୀୟ ରସିକ କରି ସୁଲଳିତ ସ୍ୱର;ଉଚ୍ଚାରେ ଚତୁର୍ଥ ପାଦ ଗାଇ ମନୋରମ,‘‘ଲେଖି ଆାରମ୍ଭିଲା ବସି ବିନୟ ପତର ।’’ବୁଲନ୍ତି ଯୁବକଯୁଗ ସୁଧାଂଶୁ କିରଣେ,ଭଞ୍ଜକବି ବିରଚିତ ପଦ କରି ମନେ ।
(୬)
କୌମୁଦୀ କୋମଳ ବପୁ କୁମାରୀଙ୍କ ଦଳ,ନାନା ରଙ୍ଗେ ଯୋଡ଼ାଯୋଡ଼ି ଗୀତ ଗାଇଗାଇ;ଖେଳାଇ ଅଞ୍ଜନାଞ୍ଚିତ ନୟନ ଚଞ୍ଚଳ,କେବେ ବା ଖେଳିଲେ ଖେଳ ବସି ଉଠି ଧାଇଁ ।କର-ଚରଣରେ ବାଜି ମଞ୍ଜୁ ଅଳଙ୍କାରକରୁଥାନ୍ତି ସମୁତ୍ସାହ ଦାନର ବ୍ୟଞ୍ଜନା;ଅଯତନବନ୍ଧ ଖୋଷା ଫିଟି ଅବା କା’ର,ପାଉଥିଳା କୁମାରୀର ମଧୁର ଗଞ୍ଜନା ।ଉଲ୍ଲାସ ନଦୀରେ ହେଲେ ପ୍ରବଳ ଲହରୀ,ଖେଳନ୍ତି ବାଳାଏ ତହିଁ ପହଁରି ପହଁରି ।
(୭)
ରାଜପୁରେ ରାଜସୁତା ସଖୀ ସଙ୍ଗେ ଖେଳେ,ସାମନ୍ତ ଭବନେ ତଥା ସାମନ୍ତନନ୍ଦିନୀ;ପ୍ରଜାପୁରେ ପ୍ରଜାସୁତା ପ୍ରଜାସୁତା-ମେଳେ,ଚନ୍ଦ୍ରମା କିରଣ ହେଲା ଖେଳ-ବିନୋଦିନୀ ।କୁମାରୀ କୋମଳକଣ୍ଠ ମଧୁର ବଚନ,ସୁଧାକର ସୁଧାକରେ ମିଶି ମନୋହର;ମୂଲ୍ୟ ତାର ତ ବୁଝନ୍ତି ଅଭାବକୁ ଜନ,ଯେ ବୁଝଇ ତାକୁ ତାହା ଅତି ପ୍ରୀତକର ।ବୃନ୍ଦାବନେ ହେଉଥିଲା ମୁରଲୀ ନିଃସ୍ୱନ,ଆନ କେ ବୁଝିଲା ତାହା ଛାଡ଼ି ଗୋପିଗଣ !
(୮)
ରାଜା ରାଜକାର୍ଯ୍ୟ ସାରି କଟି ସଳଖାଇ,ବିଚରଣ କଲେ ତରେ ଚାହିଁ ଚନ୍ଦ୍ରକର;ପାଠକ ଫିଟାଇ ପୋଥି ଡାକି ସହାଧ୍ୟାୟୀ,ବୋଲେ ଦେଖ ଭାଇ ପଢ଼ାଯାଉଛି ଅକ୍ଷର ।କ୍ଷେତ୍ରରୁ କୃଷକ ଆସି ପୁତ୍ର କୋଳକରି,ଚନ୍ଦ୍ରକରେ ବୁଲି କରେ ବଦନ ଚୁମ୍ବନ;ଜନନୀ ରୋରୁଦ୍ୟମାନ ପୁତ୍ର କାଖେ ଧରି,‘ଜହ୍ନମାମୁ’ ଡାକେ କରି ପ୍ରିୟ ସମ୍ଭାଷଣ ।ଶିଶୁହିଁ ଚନ୍ଦ୍ରମା ଚାହିଁ ଲଭଇ ଆମୋଦ,ଦିବ୍ୟରୂପେ ନ ହୁଅଇ କାହାର ବିନୋଦ !
(୯)
ପଥିକ ଚାଲଇ ପଥଶ୍ରାନ୍ତି ତେଜି ମନୁ,ବରଞ୍ଚ ଆନନ୍ଦେ ତାର ହୃଦୟ ପ୍ଳାବିତ;କୌମୁଦୀ-ସ୍ରୋତରେ ଯେହ୍ନେ ଭାସୁଅଛି ତନୁ,ମନେ ମନେ ଗାଉଥାଏ ମନୋରମ ଗୀତ ।ଫୁଟିଯାଉଥାଏ କାହା ଅସ୍ଫୁଟ ଗାୟନ,ଲାଜବଶେ ଘୁଞ୍ଚେ ପୁଣି ସୁକଣ୍ଠର ବିନା;କାହାର ସମୁଚ୍ଚସ୍ୱର ଭେଦଇ ଗଗନ,ତହିଁ ସଙ୍ଗେ ବାଜୁଥାଏ ଦିଗଙ୍ଗନା-ବୀଣା ।କାହିଁ ଗୋରୁ ଚାଲୁଥାଏ ମୁଦେ ଟାଣି ଗାଡ଼ି,ଚାଳକ ଗାଉଛି ଗୀତ ସ୍ଥିର କରି ବାଡ଼ି ।
(୧୦)
ଯାତ୍ରିଦଳ ଚାଲୁଥାନ୍ତି ଆନନ୍ଦରେ ଭାସି,ଉଚ୍ଚେ କେହି ବୋଲେ, ‘‘ଜୟ ଜଗନ୍ନାଥ ଜୟ’’;ତହିଁ ସଙ୍ଗେ ଆଉମାନେ ସେହିପରି ଭାଷି,କରୁଥାନ୍ତି ଜଗନ୍ନାଥ ପାଦେ ମନ ଲୟ ।ବିଲରେ କୃଷକ ଥାଇ ସେ ଶବଦ ଶୁଣି,ବୋଲିଦିଏ ଥରେ, ‘‘ଜୟ ଜଗନ୍ନାଥ ଜୟ’’;ଦ୍ୱିଗଣ ଉଚ୍ଚରେ ସେହି ଯାତ୍ରିଦଳ ପୁଣି,ଆନନ୍ଦେ ବୋଲନ୍ତି, ‘‘ଜୟ ଜଗନ୍ନାଥ ଜୟ’’ ।ଜଗନ୍ନାଥ ଜୟ ସ୍ୱର ପୁଣି ଶୁଭେ ଦିଶେ,ତରୁଲତା ଜଗନ୍ନାଥ ରଟୁଥାନ୍ତି କି ସେ ?
(୧୧)
ପକ୍ଷୀଟିଏ ଶୋଇଥାଏ ଊର୍ଦ୍ଧ୍ୱେ ଟେକି ପଦ,ସ୍ୱରଗ ପଡ଼ିଲେ ମାଡ଼ି ତନୁରକ୍ଷା ପାଇଁ;ଦେଖ କେଡ଼େ ସାବଧାନ ଜଗିଛି ଆପଦ,ସ୍ୱରଗ ପଡ଼ିଲେ ସୁଦ୍ଧା ଭୟ ତାର ନାହିଁ ।‘‘କେକେରେ, କେକେରେ’ ରାବି ଟେଣ୍ଟୋଇ ଗଗନେ,ବୁଲୁଥାଏ ପଥିକର ପରତେ ଜିଜ୍ଞାସି;ପଥିକ ଉତ୍ତର ଦେଇ ବିହଙ୍ଗ ପ୍ରଶନେ,ଚାଲିଯାଏ ‘‘ଶ୍ରୀରାମଙ୍କ ଲୋକ’’ ବୋଲି ଭାଷି ।ବିହଙ୍ଗହିଁ ଚଳିଯାଏ ତହୁଁ ଦିଗନ୍ତର,ରାମ ନାମ ଦୃଢ଼ ହୁଏ ହୃଦେୟ ପାନ୍ଥର ।
(୧୨)
କୃଷ୍ଣସାରଗଣ ବଧୂ ଶାବକ ସହିତ,ଶସ୍ୟକ୍ଷେତ୍ର ଲକ୍ଷ୍ୟକରି କରନ୍ତି ଗମନ;ଗତିପଥେ କରି କବି-ବଚନ ଫଳିତ,ଚୌଦିଗେ ଫେରାନ୍ତି ଚାରୁ ଚକିତ ଲୋଚନ ।ଥରେ ଥରେ ଆଚମ୍ବିତେ ହୋଇ ଚମକିତ,ଡିଅଁନ୍ତି ବିଚିତ୍ର କରି ଗଗନ ମଣ୍ଡନ;ଥିବାରୁ କି ମୃଗଧର ପୂର୍ବପରିଚିତ,ଲୋଡ଼ନ୍ତି ସହସା ଭୟେ ତଦୀୟ ଶରଣ ।ସବୁଠାରେ ଦେଖାଯାଏ କ୍ଷୁଦ୍ରର ଏ ଦଶା,ପାଉ ବା ନ ପାଉ ଫଳ ମହତେ ଭରସା ।
(୧୩)
ଅଦ୍ୱିଜ ବାଦୁଡ଼ିଗଣ ଶମ୍ବୁକ(୧)ର ପରି,ତରୁଡାଳେ ଝୁଲୁଥିଲେ ହୋଇ ନିମ୍ନମୁଖ;ରଜନୀ ଆଗମ ଦେଖି ଦ୍ୱିଜଭାବ ଧରି,ଚୌଦିଗେ ଭ୍ରମଣ କଲେ ହୃଦେ ଭରି ସୁଖ ।ପେଟୁକ ବ୍ରାହ୍ମର ପରି କରି ଉଦ୍ଗୀରଣ,କଲେ ନବ ନବ ଫଳ ପଲ୍ଲବ ଆହାର;ଗ୍ରାମେ ଗ୍ରାମେ ଘରେ ଘରେ ଲଭିଲେ ଭୋଜନ,କଞ୍ଚା ହେଉ ପକା ହେଉ ଯା’ ଥିଲା ଯାହାର ।ଅଦ୍ୱିଜର ହୋଇପାରେ ଦ୍ୱିଜପରାକ୍ରମ,ଜଗତରେ ରୁଧ୍ୟ ନୁହେ ପ୍ରକୃତିର ଧର୍ମ୍ମ ।
(୧୪)
ପୃଥୁଳ ବିଗ୍ରହ ବିଧୁ ମୃଦୁ ମନୋହର,ବିଧିରେ ଉଠିଲା ତାଙ୍କ ଉର୍ଦ୍ଧ୍ୱକୁ ଆସନ;କର ଦେଇ ଦେଇ ହେଲେ କୃଶୁ କୃଶତର,କିନ୍ତୁ ବେଳୁଁ ବେଳ ହେଲା କାନ୍ତି ବରଧନ ।ଉଚ୍ଚକୁ ଉଠିଲେ ସାଧୁ ହୁଅଇ ଭାସ୍ୱର,ସ୍ୱଭାବତଃ ସୂକ୍ଷ୍ମତର ହୁଏ ତାର ମନ;ଲୋକହିତ ପାଇଁ ଦାନେ ନ ହୁଏ କାତରସେହି ଗୁଣେ ଗରୀୟାନ ଚନ୍ଦ୍ର ମହାଜନ ।ଚନ୍ଦ୍ରର ସହିତ ଏକା ଚନ୍ଦ୍ରର ତୁଳନ,ଗଗନର ତୁଲ୍ୟ ଯଥା ଅଟଇ ଗଗନ ।
(୧୫)
ଏହି ଚନ୍ଦ୍ର ଥାଇ ଦିନେ ପ୍ରଭାକର ଘରେ,ନିଜର ପ୍ରଭାବ ସବୁ କରିଥିଲେ ନାଶ;ମୃତ ଜ୍ଞାନ କରି ତାଙ୍କୁ କେତେକ ବା ନରେ,ଦୁଃଖ ପ୍ରଦର୍ଶନ କଲେ କରି ଉପବାସ ।ହେଲେ ଦିନୁ ଦିନ ତହୁଁ ଯେତିକି ଅନ୍ତର,ସେତିକି ପ୍ରଭାବ ହୋଇ ଆସିଲା ବିକାଶ;ପୂର୍ଣ୍ଣ ଦୂରେ ଥାଇ ଆଜି ପୂର୍ଣ୍ଣ-କଳାକର,ପ୍ରଭାବଳେ କରୁଛନ୍ତି ତିମିର ବିନାଶ ।ଯେଡ଼େ ଲୋକ ହେଉ କଲେ ପରଗୃହେ ବାସ,ନିଜ ଗୁଣ ଯଶ ସବୁ ହୋଇଥାଏ ହ୍ରାସ ।
(୧୬)
ଏହି ଚନ୍ଦ୍ର ଥିଲେ ଦିନେ କ୍ଷୀଣ ତନୁ ଧରି,ଉଜ୍ଜ୍ୱଳି ରଜନୀମୁଖ କ୍ଷଣେକ ମାତର,ଚାଲିଗଲେ; ସେ ବିରହ-ଦୁଃଖେ ବିଭାବରୀ,କାଟୁଥିଲେ ବିଷାଦରେ ମଜ୍ଜି ଅବସର ।୧। ରାମରାଜ୍ୟରେ ଶମ୍ବୁକନାମା ଶୂଦ୍ର ତପସ୍ୟାକରୁଥିବା କଥା ରାମାୟଣରେ ଦ୍ରଷ୍ଟବ୍ୟ ।୨। ଅମାବାସ୍ୟା ଦିନ ନଷ୍ଟଚନ୍ଦ୍ରୋପବାସ କରନ୍ତି, ଅମାବାସ୍ୟା ଦିନ ଚନ୍ଦ୍ର ଓ ସୂର୍ଯ୍ୟ ଏକ ରାଶିରେ ଥାଆନ୍ତି ।କୁମୁଦିନୀ ସହିତରେ ତାରାଗଣ ମିଶି,କରିନେଲେ ରଜନୀର ଦୁଃଖାପନୋଦନ;ସପତ୍ନୀ ବିଚାରି କିଛି ମାନସେ ନ ହିଂସି,ଦେଖାଇଲେ ନିଜ ନିଜ ସହୃଦୟପଣ ।ପରିବାର ମଧ୍ୟ ଜଣେ ପଡ଼ିଲେ ଆପଦେ,ସମ୍ଭାଳି ନିଅନ୍ତି ଆଉମାନେ ପଦେ ପଦେ ।
(୧୭)
ପତି ଆଗେ ତାରାଗଣ ନ ଦେଖାଇ ମୁଖ,ଭାରତ ଲଳନା ପ୍ରାୟ ଲୁଚିଥାନ୍ତି ଘରେ;ବ୍ରିଟିଶ ରମଣୀ ଭାବେ ମଣି ମହାସୁଖ,ରଜନୀ ଭ୍ରମଇ ସ୍ୱାମୀ କର ଛନ୍ଦି କରେ ।ତାରାଗଣ ସବୁଦିନେ ଥା’ନ୍ତି ଘରେ ଘରେ,ସ୍ୱାମୀ ସଙ୍ଗେ ବୁଲିବାକୁ ନାହିଁ ଅଧିକାର;‘‘ଅଗମ୍ୟ’’ ନୁହଇ ଲେଖା ନିଶାର ଶାସ୍ତ୍ରରେ,ବିଦେଶ ବା ନଦ, ନଗ, ନଗର, ବଜାର ।ମଣୁଥାନ୍ତି ଆପଣାକୁ ଉଚ୍ଚ ତାରାଗଣ,ରଜନୀ-ରାଜ୍ୟରେ ସିନା ଉଜ୍ଜ୍ୱଳ ବଦନ ।
(୧୮)
ରଜ ନୀର ଯୋଗେ ଚନ୍ଦ୍ର ଏତେ ପ୍ରୀତିକର,ରଜନୀ ହସ୍ତରେ ତାଙ୍କ ବିଭବସକଳ;ରଜନୀ ଦୁଆରେ ଆସି ହୋଇ ନୃତ୍ୟପର,ଖଟିଥାନ୍ତି ଗଗନର ଜ୍ୟୋତିଷ୍କମଣ୍ଡଳ ।ରଜନୀ ଯୋଗିନୀ ଅତି ଶକତିଶାଳିନୀ,ଦୃଷ୍ଟିଶକ୍ତିପ୍ରଦାୟିନୀ ଦିବସ ଅନ୍ଧାର;ସ୍ନେହମୟୀ ଅଦ୍ୟୁତିର ଦ୍ୟୁତିବିଧାୟିନୀ,ତା’ ପ୍ରସାଦେ ଖଦ୍ୟୋତହିଁ ହୁଏ ଜ୍ୟୋତିଷ୍କର ।ଅଭୟଦାୟିନୀ ନିଶା ସଭୟ ଜୀବର,ଅଜୟର ଜୟ ପାଇଁ ମନ୍ତ୍ରଣାର ଘର ।
(୧୯)
ସପ୍ତଋଷି ରଜନୀର ମଧୁର ମୂରତି,ଦଶରଥ ପାଇଁ ଚାହିଁ ବସିଥାନ୍ତି ପଥ;ସାଦରେ କରନ୍ତି ଆଦ୍ୟ ମଙ୍ଗଳ ଆରତି,ଉଦୀଚୀ ହସ୍ତରେ ସାଜି ପ୍ରଦୀପ ସପତ ।ଲାଜରେ ଲୁଚାଇ ମୁଖ ଚାହିଁ ଅରୁନ୍ଧତୀ,ମନ୍ଦ ମନ୍ଦ ହସି କରୁଥାନ୍ତି ଉପହାସ;ରଜନୀକି ବୋଲୁଥାନ୍ତି ଧନ୍ୟ ରେ ଯୁବତୀ,ସ୍ୱର୍ଗୀୟ ମୁନୀନ୍ଦ୍ରଗଣ ହେଲେ ତୋର ଦାସ ।ତୁ କାଳରୂପିଣୀ କାଳୀ ମୋହିଲୁ ଜଗତ,ମାନବ ଦାନବ ଦେବ ସର୍ବେ ତୋ’ ଭକତ ।
(୨୦)
ସୁକୁମାର ବୁଧ ଦ୍ୱିଜରାଜଙ୍କ କୁମର,ନାଚି ଖେଳି ମଣ୍ଡେ ଆସି ରଜନୀ ପ୍ରାଙ୍ଗଣ;କୁମରମଣିର ରୀତି ଚାହିଁ ତରତର,କୋଳୁ କୋଳେ ଘେନି ନେଇଯାନ୍ତି ତାରାଗଣ ।ଋଷି ବୁଧ ପୁଣି ଆସି ରଜନୀର କୋଳେ,ରଜନୀ ଆଉଁସି ଶିଶୁ ସୁନ୍ଦର ବଦନ ।ହୋଇ ସ୍ନେହ-ଜରଜର ଭିଡ଼ି ପ୍ରେମଭୋଳେ,ହାସ-ବିଶୋଭିତ ଗଣ୍ଡେ ଦିଅଇ ଚୁମ୍ବନ ।ମାତାର ନ ମାନେ ଶିଶୁ କଠିନ ବାରଣ,ଯା’ର ସ୍ନେହ ତାର କୋଳେ କରେ ବିଚରଣ ।
(୨୧)
କବି ଅବିରତ ଏହି ରଜନୀ ପୟର,ସେବି ଲଭି ଦିବିଷଦବାଞ୍ଛିତ ପ୍ରସାଦ;ଅମିୟଭାବିତ ଛବି ଦେଖାଏ ସ୍ୱର୍ଗର,ନ ଗଣଇ କୋଳାହଳ ସଂସାର - ପ୍ରମାଦ ।
୧। ବୁଧଗ୍ରହ ନକ୍ଷତ୍ରମାନଙ୍କରେ ଅନ୍ୟାନ୍ୟ ଗ୍ରହମାନଙ୍କ ଅପେକ୍ଷା ଅତି ଅଳ୍ପଦିନ ରହେ ଏବଂ କିଛିଦିନ ଅଦୃଶ୍ୟ ହୋଇଯାଏ- କିଛି ଦିନ ପୂର୍ବରେ ଏବଂ କିଛି ଦିନ ପଶ୍ଚିମରେ ଉଦିତ ହୁଏ ।
୨। ଭାବିତ – ସିକ୍ତ ।ସୁଧାକରପ୍ରିୟା ସୁଧାରଭଣ୍ଡାର କବାଟ,ଦେଇଥାଏ ଫେଡ଼ି ପ୍ରିୟ ଭକତର ପାଇଁ ।ଅଭାବୁକ ନୟନକୁ ନ ଦିଶେ ସେ ବାଟ,ଭ୍ରମଇ ସେ ସୁପ୍ତିଦେଶେ ସ୍ୱପନକୁ ପାଇ ।ଭାବି କବି ଭାବ-ରାଜ୍ୟେ ରଖେ ଅଧିକାର,ପ୍ରତିଭା କଳ୍ପନା-ରଖେ ସାରଥି ଯାହାର ।
(୨୨)
ଯୋଗୀ ଭୋଗୀ ସବୁରି ସେ ପ୍ରମୋଦଦାୟିନୀ,ଯୋଗୀକି ଦେଖାଏ ବିଶ୍ୱ ଘଟନାନିଚୟ;ଭୋଗୀକି ଭେଟାଏ ଚାରୁ ମାନସମୋହିନୀ-ଭାବିନୀ ବଦନ ମୃଦୁକାନ୍ତି ମଧୁମୟ ।ଯୋଗୀ ପାଇଁ ଯୋଗତତ୍ତ୍ୱ ଶାଣଶୁଦ୍ଧମଣି,ପୁଞ୍ଜ ପୁଞ୍ଜ ଘେନି ଶୋଭେ ରଜନୀନିଳୟ;ଭୋଗୀ ପାଇଁ ସୁକୋମଳ ସୁଷୁପ୍ତି ଜନନୀ-ଶଯ୍ୟା, ତହିଁ ବିଷୟରେ ଚିନ୍ତା ଲଭେ ଲୟ ।ଦୀପାଲୋକ ଚନ୍ଦ୍ରାଲୋକ ବିଦ୍ୟୁତ୍ ଆଲୋକେ,ରଜନୀ-ରାଜ୍ୟରେ ଭୋଗି ମୁଗ୍ଧ ଭବଲୋକେ ।
(୨୩)
କିଏ ତୁ ବସିଲୁ ଆସି ହୋଇ ଏକାକିନୀ ?କିପାଇଁ ବିକଳେ ବସି କରୁଛୁ ରୋଦନ;କାନ୍ତ କିପାଁ ସଙ୍ଗେ ତୋର ନାହିଁ ଅଭାଗିନୀ ?କରୁଣ ଭାଷଣେ ତୋର କମ୍ପୁଅଛି ବନ ।ତୁ ପରା ସେ ଚକ୍ରବାକୀ ପତିସୁହାଗିନୀ,ପ୍ରେମେ କରୁଥିଲୁ କାନ୍ତ ବଦନ ଚୁମ୍ବନ;ତୋ’ କେଳିରେ ଚଳୁଥିଲା ନବ କମଳିନୀ,କମ୍ପୁଥିଲା ତା’ ଜନନୀ ସରସା-ଜୀବନ ।ଅଲଙ୍ଘ୍ୟ ବିଧିର ବିଧି କରି ନୁହେ ଆନ,ସୁଖ ପଛେ ପଛେ ଦୁଃଖ ବିଧିର ବିଧାନ ।
(୨୪)
ବିଧିର ଜନନୀ ସୂର୍ଯ୍ୟବଲ୍ଲଭା ନଳିନୀ,ରହିଛି ବିଷାଦେ କରି ମଳିନ ବଦନ;ଛାଡ଼ିଯାଇଛନ୍ତି ଏବେ ହରିପ୍ରଣୟିନୀ-ଲକ୍ଷ୍ମୀ, ଶୂନ୍ୟ କରି ତାଙ୍କ ଅଙ୍କ-ସିଂହାସନ ।ବିଧାନ ରଚିଲା ବିଧି ମାତାକୁ ନ ହେଜି,ଲେଖିଦେଲା ସୁଖ ପଛେ ଦୁଃଖ ଏକ ଧାଡ଼ି;ପାରୁଛି କି ଦୁଃଖ ଏବେ ନଳିନୀକି ତେଜି,ସୁଖ ପଛେ ପଛେ ଆସି ବସିଅଛି ମାଡ଼ି ।ଲୋକେ ଯାହା ଭଲ ମନ୍ଦ ଆଚରନ୍ତି, ପରେଅବଶ୍ୟ ଫଳଇ ତାହା ନିଜର ଉପରେ ।
(୨୫)
ବିଷ୍ଣୁଶର୍ମାଙ୍କର ଶଶା କହିଥିଲା ଯାହା,ସେ କଥାକୁ ତିଳେମାତ୍ର ନ ପକାଇ ମନେ;କ୍ରୀଡ଼ନ୍ତି ବାରଣଗଣ ଉର୍ଦ୍ଧ୍ୱେ ଟେକି ବାହା,କମ୍ପିତ ଶଶାଙ୍କ ଛାୟା ସରସୀର ବନେ ।ଦ୍ୱିତୀୟା ଶଶାଙ୍କ ସମ ମୂଳ କମଳର,ଖାଆନ୍ତି କଚାଡ଼ି ଜଳେ କରି ଉନ୍ମୁ ଳନ;ନଳିନୀର ଦଶା ଏବେ ମନ୍ଦୁ ମନ୍ଦତର,ରକ୍ଷାର ଉପାୟ ଆଉ ନାହିଁ ତ୍ରିଭୁବନ ।ଗଜ ମୂର୍ଖେ ଦେଲା ବିଧି ଏଡ଼େ ଅଧିକାର,ବିଧିର ଏ ବିଧାନକୁ ସହସ୍ର ଧିକ୍କାର ।
(୨୬)
ମଧ୍ୟ-ନଭେ ହେଲେ ଶୋଭା ସାମ୍ରାଜ୍ୟ ସମ୍ରାଟ୍,ନୟନରଞ୍ଜନ ବିଧୁ ଜ୍ୟୋତିଷ୍କଶେଖର;ରଖିଥିଲେ ବାଛି ବାଛି ଅତି ଅଳ୍ପ ଥାଟ,ଉଜ୍ଜ୍ୱଳ ଉଜ୍ଜ୍ୱଳ ରକ୍ଷଯୋଗ୍ୟ ସହଚର ।୧। ଶଶା ଓ ଗଜର କଥା ହିତୋପଦେଶରୁ ଅନୁସନ୍ଧେୟ ।ଥିଲା ଯେଉଁ ରକ୍ଷଙ୍କର ପ୍ରତିଭା ପ୍ରବଳ,ପାଇଥିଲେ ସମାଦରେ ସମୁଚ୍ଚ ଆସନ;ପ୍ରତିଯୋଗେ ନ ପୂରିଲା ଯାହା ଯାହା ବଳ,ଘୁଞ୍ଚି ରହିଗଲେ ହୋଇ ମଳିନ ବଦନ ।ମହତ ମହତ ସଙ୍ଗେ ହୁଏ ସୁଶୋଭିତ,ଅମହତ ହୁଏ ତହିଁ ସଦା ବିକ୍ଷୋଭିତ ।
(୨୭)
କୁନ୍ଦର ଭିତରେ ରନ୍ଧ୍ର-ଭେଦି-ଚନ୍ଦ୍ରକର,ଦିଶେ କୃଷ୍ଣ ମଖମଲେ ବଜ୍ର(୧) ଖଣ୍ଡ ପରି ।ବିଧୁ କି ତା ମାରିଛନ୍ତି ଦୀପ୍ତିମୟ ଶର,ସୂତିକାସଦନଶାୟୀ ତମେ(୨) ଲକ୍ଷ୍ୟ କରି ।ବନଗର୍ଭେ ଚାହିଁ ଖଣ୍ଡ କୌମୁଦୀନିକର,ମନେହୁଏ ପଳାୟିତ ତିମିରିର ପିଠି ।ପଡ଼ି ବିଦ୍ଧ ହୋଇଅଛି ନାନାବିଧ ଶର,ଧାବମାନ ଚନ୍ଦ୍ରମାର ଲଘୁହସ୍ତ ଫିଟି ।ରୁଧିର ଝରଇ କିବା ହିମବିନ୍ଦୁ ଛଳେ,ପଡ଼ିଛି ତିମିର ମୁହଁ ମାଡ଼ି ଭୂମିତଳେ ।
(୨୮)
ଦେଖିଲେ ପ୍ରକୃତି-ରାଜ୍ୟେ ଶାନ୍ତିର ବିରାଜ,ଶାନ୍ତେ ବହେ ସୁଶୀତଳ ଧୀର ସମୀରଣ;ଶାନ୍ତିକୋଳେ ସୁଖସୁପ୍ତ ମାନବସମାଜ,ଶାନ୍ତି ଲଭିଅଛି ଘରେ ଘରେ ହୁତାଶନ ।ଶାନ୍ତି ପାଇ କାନନର କୁସୁମସକଳ,ପ୍ରଫୁଲ୍ଲବଦନେ କଲେ ଗନ୍ଧ ବିତରଣ;ଘନ ହେଲାପର୍ବତର ସୁଶୀତଳ ଜଳ,ଧରଣୀମଣ୍ଡଳ ହେଲା ଶାନ୍ତି ନିକେତନ ।ଅଚ୍ଛିନ୍ନ ପ୍ରଲମ୍ବ ସ୍ୱରେ ଝିଲ୍ଲିକାନିସ୍ୱନ,ଚତୁର୍ଦ୍ଦିଗେ କଲା ସେହି ଶାନ୍ତି ବିଘୋଷଣ ।
(୨୯)
ଗାଇଲେ ଶାନ୍ତିର ଗୀତ ମଧୁପମଣ୍ଡଳ,ବୁଲି ବୁଲି ଜଳ, ସ୍ଥଳ, ବନ, ଉପବନେ;ବଜାଇଲେ ଶାନ୍ତି-ବାଜା ସରିତ ସକଳ,ପାଦପ ପଲ୍ଲବଚୟ ମରମର ସ୍ୱନେ ।ସୁଶାନ୍ତେ ନାଚିଲେ ଜଳେ ତରଙ୍ଗପଟଳ,ତହିଁ ସଙ୍ଗେ ଯୋଗଦେଲେ ମୁଦେ ମୀନଗଣ;ନାଚିଲେ ମେଦିନୀବକ୍ଷେ ଶ୍ୟାମ ଦୁର୍ବାଦଳ,ବଲ୍ଲୀରାଜି ନାଚି ନାଚି ମଣ୍ଡିଲେ ଗଗନ ।ଶାନ୍ତିରସେ ମଜ୍ଜି ବିଧୁ ଗ୍ରହ ତାରା ସର୍ବେ,ନୃତ୍ୟ କଲେ ପ୍ରତିବିମ୍ବରୂପେ ଜଳଗର୍ଭେ ।
(୩୦)
ଶୁଣିଲେ ପଶ୍ଚିମେ ବିଧୁ ସାଗର-ଗର୍ଜ୍ଜନଦେଖିଲେ ଜୁଆର ମାଡ଼ି ଆସୁଅଛି କୂଳ;କରିବାକୁ ତହୁଁ ଜଳରାଜ୍ୟ ସୁଶାସନ,ପଶ୍ଚିମକୁ ଗଲେ ସଙ୍ଗେ ଘେନି ରକ୍ଷକୁଳ ।ବରୁଣପୁର ପ୍ରାଚୀର ପ୍ରତୀଚୀ ଅଚଳଲଙ୍ଘି, ରତ୍ନମୟପୁରେ ହୋଇ ଆମନ୍ତ୍ରିତ;ଜନକର ସ୍ନେହମୟ କୋଳ ସୁକୋମଳ,ଶଯ୍ୟାରୂପେ ପାଇ ସୁଖେ ହେଲେ ନିମଜ୍ଜିତ ।କିବା ଜଳ କିବା ସ୍ଥଳ କି ନଗ ନଗର,ଯହିଁ ଯାଏ ତହିଁ ପାଏ ଗୁଣୀ ସମାଦର ।
୧। ବଜ୍ର-ହୀରା, ୨। ତମ-ରାହୁ (ସିଂହିକାପୁତ୍ର); ସୁତରାଂ ଗିରିକନ୍ଦର ତାହାର ଜନ୍ମସ୍ଥାନ ହେବା ସ୍ୱାଭାବିକ, ୩। ପୂର୍ବ-ସାଗର (ପ୍ରଶାନ୍ତ-ମହାସାଗର) ଅପେକ୍ଷା ପଶ୍ଚିମ-ସାଗର (ଆଟ୍ଲାଣ୍ଟିକ ମହାସାଗର)ର ଉତ୍ତାଳ ତରଙ୍ଗ ଅତି ଭୟଙ୍କର ।
ବସନ୍ତ-ବାସରପାହିଲା ରଜନୀ ଧରା ଦିଶିଲା ଉଜ୍ଜ୍ୱଳ,ଉଜ୍ଜ୍ୱଳ ଦିଶିଲା ଉର୍ଦ୍ଧ୍ୱେ ଆକାଶମଣ୍ଡଳ ।ଅନ୍ଧାରେ ଯା’ ଦିଶୁଥିଲା ଆଲୋକେ ତା’ ନାହିଁ,ଭିନ୍ନ ଦୃଶ୍ୟ ଠିଆହେଲା ଆଲୋକର ପାଇଁ ।ଯେତେବେଳେ ଥିଲୁଁ ଆମ୍ଭେ ତିମିରମଗନ,ସାହା ଥିଲେ ନିକଟରେ ବନ୍ଧୁ ଗ୍ରହଗଣ ।ସାନ ହୋଇ ବଡ଼ ରୂପେ କଲେ ଉପକାର,ଅବଶ୍ୟ କରିବୁଁ ଆମ୍ଭେ ସେକଥା ସ୍ୱୀକାର ।ବଡ଼ ବଡ଼ ବନ୍ଧୁ ଗ୍ରହ ବଡ଼ ଦୂରେ ଥାଇ,ଯଥାସାଧ୍ୟ ହିତ କରୁଥିଲେ ଆମ୍ଭ ପାଇଁ ।ତହୁଁ ଦୂରେ ଦୂରେ ଥାଇ ତାରା-ବନ୍ଧୁକୁଳ,ବନ୍ଧୁତା ଦେଖାଇ ହୋଇଥିଲେ ଅନୁକୂଳ ।ଯେତେ ଦୂରେ ଥିଲେ ବନ୍ଧୁ ଆପଦ ସମୟେ,ଆନୁକୂଲ୍ୟ ପ୍ରଦର୍ଶାଇଥାନ୍ତି ସୁହୃଦୟ ।ନ ଦିଶିଲେ ଆଉ ସେହି ଜ୍ୟୋତିଷ୍କସକଳ,ଯହିଁ ଥିଲେ ତହିଁ ହେଲା ତାଙ୍କ ଅସ୍ତାଚଳ ।କେ ଥିଲେ ପୂରୁବେ କେବା ମଧ୍ୟ-ଆକାଶରେ,କେତେ ଢଳି ପଡ଼ିଥିଲେ ପଶ୍ଚିମ ଦିଗରେ ।ଆଶ୍ରୀଥିଲେ କେ ଉତ୍ତର କେ ଅବା ଦକ୍ଷିଣ,ଯେ ଯହିଁରେ ଥିଲେ ତହିଁ ହୋଇଗଲେ ଲୀନ ।ପୂର୍ବ ଦିଗୁଁ ଉଠି ଏକ ଆଲୋକ ଲହରୀ,କ୍ଷଣକରେ ଦ୍ୟୁଲୋକକୁ ଦେଲା ଗ୍ରାସକରି ।ସେ ପ୍ରଳୟ-ଲହରୀର ଆକ୍ରମଣ ସହି,ଦୁଇ ଏକ ଜ୍ୟୋତିଷ୍କର ଯାଇଥିଲେ ରହି ।ଆନାସା ପ୍ଳାବନ-ବେଗେ ହୋଇ ସେ ଅସ୍ଥିର,ଅନାୟତ୍ତବଶେ ଶେଷେ ମଜ୍ଜାଇଲେ ଶିର ।ଜ୍ୟୋତି ଆସି ବିନାଶିଲା ଜ୍ୟୋତିଷ୍କରଗଣ,ବେଣ୍ଟରୂପୀ ବନ-କାଷ୍ଠ କାଟେ ଯଥା ବନ ।ନବ ବନ୍ଧୁ ଜନମିଲେ ବାସବ-ଭବନେ,ଅନ୍ତୁଡ଼ି-ଅନଳ-ଶିଖା ଉଠିଲା ଗଗନେ ।ଦେଖୁଁ ଦେଖୁଁ ଆସିଗଲେ ସେ ଦିନ-ବାନ୍ଧବ,ମଧୁର କିରଣେ କଲେ ଶୀତର ଲାଘବ ।ପ୍ରକାଣ୍ଡ ମୂରତି ଧରି ଦେଇ ଦରଶନ,ଆହ୍ଳାଦରେ ହରିନେଲେ ହୃଦ ସଙ୍ଗେ ମନ ।
୧। ବୁଧ, ଶୁକ୍ର, ମଙ୍ଗଳ ଗ୍ରହତ୍ରୟ ପୃଥିବୀର ନିକଟରେ ଅଛନ୍ତି । ସେମାନେ ଅନ୍ୟାନ୍ୟ ଗ୍ରହ ଅପେକ୍ଷା ଛୋଟ ହେଲେହେଁ ନିକଟବର୍ତ୍ତିତା ହେତୁ ଅଧିକ ଉଜ୍ଜ୍ୱଳ ଦିଶନ୍ତି ।
୨। ବୃହସ୍ପତି, ଶନି, ୟୁରେନ୍ସ ଓ ନେପଚୁନ୍ ଗ୍ରହମାନେ ବୃହଦାକାର ଓ କ୍ରମଶଃ ଦୂରବର୍ତ୍ତୀ ।ଆଉଁସି କଦୁଷ୍ଠ କରେ ଗିରିତରୁ ଶିରୁ,ପୋଛିଦେଲେ ପ୍ରକୃତିର ନୟନର ନୀର ।ହସିଲା ଧରଣୀ ରଙ୍ଗ ପଲାଶ-ଦଶନେ,ଶାଳ୍ମଳୀ ଲାଗିଲା ରଙ୍ଗ କୁସୁମ ବର୍ଷଣେ ।ଲାଗିଲା କୌତୁକ ବନେ ଅଟବୀ-ଦେବୀର,ଉଡ଼ିଲା କମଳାଗୁଣ୍ଡି ସୁରଙ୍ଗ ଅବିର ।ଧାତକୀ କୁସୁମ ରଙ୍ଗ ନବ କିଶଳୟ,କାନନ-ଅଙ୍ଗକୁ କରିଦେଲେ ରଙ୍ଗମୟ ।ଜଳରେ ରକତ-ପଦ୍ମ ସ୍ଥଳେ ସ୍ଥଳପଦ୍ମ,ଅବନୀ ରଞ୍ଜିତ କଲେ ହୋଇ ପଦ୍ମ ପଦ୍ମ ।ଜଳରେ ଜଳଜଦଳ ସ୍ଥଳେ ଦୁର୍ବାଦଳ,ଶ୍ୟାମଳ ବର୍ଣ୍ଣରେ କଲେ ଲୋଚନ ଶୀତଳ ।ଉର୍ଦ୍ଧ୍ୱରେ ଗଗନ ତାର ପ୍ରତିବିମ୍ବ ତଳେ,ନୀଳିମାରେ ଭୁବନକୁ ଆଚ୍ଛାଦିତ କଲେ ।ପ୍ରପାତ-ଶୀକର ପୁଣି ସାଗର-ତରଙ୍ଗେ,ଇନ୍ଦ୍ରଦନୁ ବିଳସିଲା ବହୁବିଧ ରଙ୍ଗେ ।ନୀଳବାସ ବେଶେ ଉଭା ଦୂରସ୍ଥ ଅଚଳ,ନିକଟ ପର୍ବତ ବାସ ଘେନିଲା ପାଟଳ ।ସୌଧେ ସୌଧେ, ବିରାଜିଲା ଧବଳ ବରଣ,ମଲ୍ଲିକା ନିଆଳୀ କଲେ ତା’ ଅଂଶ ଗ୍ରହଣ ।ନୀଡ଼ ତେଜି ବିହଙ୍ଗମେ ତରୁଡାଳେ ବସି,ଜୀବନ-ସଂଗ୍ରାମ ପକ୍ଷ ଧନୁ ଗୁଣ କସି ।ଚଞ୍ଚୁକରେ ଲୋମ ସାଞ୍ଜୁ କରି ସୁସଜ୍ଜିତ,ଦଳ ବାନ୍ଧି ପଦ୍ମବ୍ୟୂହ କଲେ ବିରଚିତ ।ଆଳସ୍ୟ-ଅସୁର ରଣେ ମୁଗ୍ଧ ଥିଲେ ଜନେ,ସଂଜ୍ଞା ଆସି ଢାଳିଦେଲା ଅମୃତ ବଦନେ ।କଷ୍ଟେ କଷ୍ଟେ ହେଉଥିଲା ନେତ୍ର ଉନ୍ମୀଳନ,ନବ ବନ୍ଧୁ ନିଜ କରେ ଦେଲେ ସୁଧାଞ୍ଜନ ।ନବ ପ୍ରାଣ ନବ ବଳ ଲଭି ନବ ମନେ,ଜନଗଣ ବିଚରିଲେ ସଂସାର-ଗହନେ ।ପ୍ରାଚୀର ମସ୍ତକେ ବସି ଚଟକନିକର,ପ୍ରାଚୀର ମସ୍ତକେ ଚାହିଁ ନବ ଦିନକର ।ବିହଙ୍ଗ ସ୍ୱଭାବେ ହେଲେ ଫୁଲ୍ଲ ଅପଘନ,ବିହଙ୍ଗ ସ୍ୱଭାବେ ତେଣେ ଫୁଲ୍ଲ ସଂହନନ ।ମଶକପଟଳ ପାଇ ତପନ-କିରଣ,ପୁନଃ ପୁନଃ ଅଧଃ ଉର୍ଦ୍ଧ୍ୱେ କଲେ ସନ୍ତରଣ ।ପତଙ୍ଗ ଉତ୍ଥାନେ ଏଣେ ଉତ୍ଥିତ ପତଙ୍ଗନବରଙ୍ଗ(୫) କିରଣରେ କଲେ ନବ ରଙ୍ଗ ।ପଶୁମାନେ ନିଦ୍ରା ତେଜି ଉଠିଲେ ଶୟନୁ,ସଜୃମ୍ଭଣେ ଉନ୍ନୟନେ ସଳଖିଲେ ତନୁ ।ଡାଳୁଡାଳେ ଡେଇଁ ଲୀଳା ଲଗାଇଲେ କିଶେ,କେନ୍ଦୁ ଫଳେ ସୁଧା ଲଡ଼ୁ ପାଉଥିଲେ କି ସେ !ଏହି କାଳେ କମଳିନୀ ଚାହିଁ ପତି-ମୁଖ,ସଜଳନୟନ ହୋଇ ଦେଖାଇଲା ଦୁଃଖ ।କହି ନ ପାରିଲା ଦରସ୍ଫୁଟିତ-ବଦନା,ମଧୁକର ଆସି ସବୁ କଥା କଲା ଜଣା ।ବିନୟେ ବୋଇଲା ଦେବଦେବ ଗ୍ରହରାଜ,ଲୋକଙ୍କର ବ୍ୟବହାର କି କହିବି ଆଜ ।ମୁଁ ଦୀନ ଭିକ୍ଷୁକ ନିତି ଦ୍ୱାରେ ଦ୍ୱାରେ ବୁଲି,ମଧୁ ଭିକ୍ଷା କରୁଥାଏଁ କାଖେ ଧରି ଝୁଲି ।କମଳିନୀଠାରେ ମୋର ବଡ଼ ଆଶା ଥାଏ,ତା’ ମୁଷ୍ଟି ମଧୁରେ ଝୁଲିଗୋଟି ଭରିଯାଏ ।ନିତି ଭିଖାରିର ଲୋକେ ନ ଥାଏ ଆଦର,ଏହା ଭାବି ଥରେ ଭ୍ରମି ଗଲି ଦେଶାନ୍ତର ।ଦେଖିଲି ମାନବଙ୍କର ତହିଁ ଅତ୍ୟାଚାର,ସ୍ୱାର୍ଥ ପାଇଁ ନ କରନ୍ତି ଧର୍ମର ବିଚାର ।୧। ପ୍ରାଚୀର-କାନ୍ଥ । ୨। ପ୍ରାଚୀର-ପୂର୍ବଦିଗର ।୩। ବିହଙ୍ଗ-ପକ୍ଷୀ ଓ ସୂର୍ଯ୍ୟ । ୪। ପତଙ୍ଗ-ସୂର୍ଯ୍ୟ ଓ ଶଲଭ । ୫। ନବରଙ୍ଗ-ନୂତନ ଲାଲ ରଙ୍ଗ ଓ ନାନା କୌତୁକ ।ମହୁମାଛିମାନେ ମୋହ ପରି ଭିକ୍ଷା କରି,ମଧୁ-ଧନ ରଖିଥିଲେ ଭଣ୍ଡାରରେ ଭରି ।ମାନବେ ପ୍ରବେଶି ତହିଁ ଲଗାଇ ଅନଳ,ତଡ଼ି ତାଙ୍କୁ ନେଇଗଲେ ସେ ଧନ ସକଳ ।ଗତକାଲି ଆସୁଥିଲି ଏହି ସରୋବରେ,ବଡ଼ ବଟବୃକ୍ଷଟିଏ ଦେଖିଲି ବାଟରେ ।ତା’ ମୂଳରେ ଲୋକମାନେ ଦେଇ ଦେଇ ଜଳ,ଶୀତଳ ଛାୟାକୁ କରୁଥିଲେ ସୁଶୀତଳ ।ଜନ୍ମକାଳୁଁ ପୁଷ୍ପ ତାର ଦେଖି ନାହିଁ କେବେ,ଦେଖିଲି ସୁରମ୍ୟ ରଙ୍ଗ ରଙ୍ଗ କିସ ଏବେ ।ମଣ୍ଡିତ ହୋଇଛି ତହିଁ ବଟ କଳେବର,ବୋଇଲି ନିଶ୍ଚୟ ପୁଷ୍ପ ହେବ ପାଦପର ।ଜବେ ଯାଇ ବସି ଚୁମ୍ବି ଆରମ୍ଭିଲି ଲୋଭେ,ଅଣୁମାତ୍ର ମଧୁ ବିନା ବାହୁଡ଼ିଲି କ୍ଷୋଭେ ।ଭୀତ ନୁହେଁ ଯେ ପାଦପ ଛାମୁଙ୍କ ପ୍ରତାପେ,ଅସଂଖ୍ୟ ପାଦରେ ଉଭା ହୋଇଅଛି ଆପେ ।ଏଡ଼େ ବୃକ୍ଷ ନ ପାରିଲା କରି ମୋତେ ତୁଷ୍ଟମାନିଲି କେବଳ ନିଜ କପାଳ ମୋ ଦୁଷ୍ଟ ।ସେ ତରୁ ପ୍ରଶାଖାଟିଏ ଧରନ୍ତେ ବାରଣ,ଲୋକମାନେ ମିଳି ତାକୁ କଲେ ନିବାରଣ ।ବାରଣ ଚଳିଲା ତହୁଁ ସର ଅଭିମୁଖେ,ପଦ୍ମିନୀ ସଦ୍ମରେ ଆସି ପ୍ରବେଶିଲା ସୁଖେ ।ସୁକୁମାରୀ ପଦ୍ମିନୀକି କଲା ଆକ୍ରମଣ,ନ ସହି ମୁଁ କଲି ଗଜ କପୋଳେ ଦଂଶନ ।ଗଜ ନ ମାରନ୍ତେ ଗଲି ଦଉଡ଼ି ନଗରେ,କାନ୍ଦି କାନ୍ଦି ଗୁହାରିଲି ପଶି ଘରେ ଘରେ ।ଲୋକମାନେ ମୋଦେ ଥିଲେ କର୍ଣ୍ଣେ ଖୋସି ଫୁଲ,କାନ୍ଦିଲି ସେ କର୍ଣ୍ଣ ପାଶେ ହୋଇ ମୁଁ ଆକୁଳ ।ରାଗେ ମୋତେ ତଡ଼ିଦେଲେ ଅଇଲି ପଳାଇ,ଛାମୁକୁ ଆସିଛି ଏବେ ସେ କଥା ଜଣାଇ ।ଲୋକମାନେ ନେଇଥାନ୍ତି ପଦ୍ମ ଭାର ଭାର,ବିପଦକାଳକୁ ତାର ପ୍ରତି ଏ ବେଭାର ।କୁସୁମବିହୀନ ବଟେ ଏତେ ସମାଦର,ଧର୍ମ ଅବତାର ଯାହା ଇଚ୍ଛା ତାହା କର ।ତରୁଣ ଭାସ୍କର ଉଚ୍ଚ କୃଶ କଳେବର,ମହୀକି ଲମ୍ବାଉଥିଲେ ଅପ୍ରଖର କର ।ସେତିକି ବେଳରୁ ତେଜପୂର୍ଣ୍ଣ ଅପଘନ,କଠୋର ନୀତିରେ କଲେ ଅବନୀ ଶାସନ ।ଆମ୍ଭଠାରେ ନ ରଖିଲେ ନବବନ୍ଧୁ ଭାବ,ରାଜତ୍ୱ ପ୍ରଚାର କଲେ ପ୍ରକାଶି ପ୍ରଭାବ ।ଏକଛତ୍ର ଚକ୍ରବର୍ତ୍ତୀ ଦେବ ବିକର୍ତ୍ତନ;ପ୍ରଚଣ୍ଡ ନିୟମାବଳୀ କଲେ ପ୍ରବର୍ତ୍ତନ ।ପ୍ରଚଣ୍ଡ ଶାସନ-ଦଣ୍ଡ କରେ ଧରି ନିଜେ,ପ୍ରକାଣ୍ଡ ଗଗନ-ଗଜପୃଷ୍ଠେ କଲେ ବିଜେ ।ବଢ଼ିଲା ବେଳକୁ ବେଳ ତାହାଙ୍କ ପ୍ରତାପ,ଅଧିକୁଁ ଅଧିକ ଦେଲେ ଧରଣୀକି ତାପ ।ଗାଢ଼େ କଲେ ଧରଣୀର ଜୀବନ ଶୋଷଣ,ନ ବୁଝିଲେ ହେବ ତହିଁ ବିପକ୍ଷ ପୋଷଣ ।ଦେଖିଲେ ମହୀକି ସାହା ହେଉଅଛି ଛାୟା,ତା’ ପ୍ରତି ନିଷ୍ଠୁର ହେଲେ ତେଜି ପତ୍ନୀମାୟା ।ଛାୟା କରିଥିଲା ଯେତେ ଭୂମି ଅଧିକାର,କ୍ରମରେ ହରିଲେ କରି ସ୍ୱକର ବିସ୍ତାର ।ସ୍ୱାମୀ ଅବାଧ୍ୟତା ଚାହିଁ ଛାୟା ଅପସରି,ରହିଗଲା ପାଦପର ତଳ ଆଶ୍ରା କରି ।ମସ୍ତକ ଉପରେ ଚଢ଼ି ପ୍ରଚଣ୍ଡ ତପନ,କରାଘାତେ ବିକମ୍ପିତ କଲେ ଜୀବଗଣ ।ପ୍ରଜାପୁଞ୍ଜ ବିଚଳିତ ହୋଇ ରବି ତ୍ରାସେ,ଆଶ୍ରୟ ଲୋଡ଼ିଲେ ଯାଇ ଛାୟାରାଣୀ ପାଶେ ।ଦର୍ପଣେ ଫଳିତ ହୋଇ କାଚବାଡ଼ ଭେଦି,ଇଚ୍ଛିଲେ ଭାସ୍କର ଗୃହେ ଛାୟା ତନୁ ଛେଦି ।ଛାୟାକୁ ଧରିବା ଲାଗି ହୋଇ କ୍ରୋଧଭର,ଲୋଡ଼ି ଲୋଡ଼ି ଛିଦ୍ରମାନ ଲମ୍ବାଇଲେ କର ।ତପନ ତାପରେ ହେଲା ଧରଣୀ ବିକଳ,ରସନା ଲମ୍ବାଇ ଶ୍ୱାନ ଲୋଡ଼େ ଛାୟାତଳ ।ତରୁଡାଳେ ବସି ପକ୍ଷୀ ବିବୃତ ବଦନ,କ୍ୱଚିତ ଶୁଭଇ ତାର ନିଶୀର୍ଣ୍ଣ ନିଃସ୍ୱନ ।କ୍ୱଚିତ ଉଡ଼ଇ ଏକ ବୃକ୍ଷୁଁ ବୃକ୍ଷାନ୍ତର,ଅବିଳମ୍ବେ ବସେ ହୋଇ ଆତପକାତର ।କୁକାଳ ଆସିଲା ବୋଲି ପାରାବତଗଣ,କୁକୁକୁକୁକୁକୁ ରବ କରି ବିଘୋଷଣ ।ନିସ୍ତେଜ ଲୋଳିତ ନବକିଶଳୟଚୟ,ନତମୁଖେ ଲୋଡ଼ୁଥାନ୍ତି ଛାୟାର ଆଶ୍ରୟ ।ଗୋରୁଏ ପଡ଼ିଲେ ଆଶ୍ରା କରି ତରୁତଳ,ଧୀରେ ଧୀରେ କରୁଥାନ୍ତି ରୋମନ୍ଥ କେବଳ ।ମାନବ କେ ଆଶ୍ରା କଳା ପ୍ରାସାଦର ଛାଇ,କେ ଅବା ରହିଲା ନିଜ କୁଟୀରକୁ ଯାଇ ।ପଥିକ ଚାଲିଲେ ପଥ ଛତ୍ର ଧରି କରେ,ନ ଗଲେ ନ ଚଳେ ବୋଲି ବିଚାରି ମନରେ ।ହେଲେହେଁ ତପତ ଶାନ୍ତି ଲଭିବା ଆଶାରେମହିଷ ସକଳ ଯାଇ ପଡ଼ିଲେ କାସାରେ ।ପଲଳ ଭିତରେ ପଶି ସକଳ ବରାହ,ତପତ ତରଳ ପଙ୍କେ କଲେ ଅବଗାହ ।ଝର୍ଝର ଶବଦ ପୂର୍ଣ୍ଣ ନିର୍ଝର ସଲିଳେ,ବନ ମତଙ୍ଗକଗଣ ପ୍ରବେଶି ଖେଳିଲେ ।ସର୍ବଂସହା ସହି ନେଲା ସେ ତପ୍ତ ପ୍ରହାର,ସହିଲା ବୋଲି ତା ହେବ ଭାବି ଉପକାର ।ଜୀବନ କଣିକା ଦେବା ନୁହଇ ଅସାର,ସେ କଣିକାରାଶି ହୁଏ ଅମୃତର ଧାର ।କଣିକା କଣିକା ଯାଇଅଛି ଯେ ଜୀବନ,ଶୋଷକେ ଗ୍ରାସିବ ତାହା କାଳେ ହୋଇ ଘନ ।ଯମର ଜନକ ବୋଲି ନ ରହିବ ଭୟ,କର୍କଟ ରବି କି ନିଶ୍ଚେ କରିବ ଅଥୟ ।ସିଂହରେ ବିରାଜି ହୋଇ କାଳିକାବତାରଚିହ୍ନ ବର୍ଣ୍ଣ ନ ରଖିବ ଆଉ ସବିତାର ।ଦେଖୁଁ ଦେଖୁଁ ଦିବାକର ଖସିଲେ ଗଗନୁ,କ୍ରମେ କ୍ରମେ ତେଜ ଋଣା ହୋଇଗଲା ମନୁ ।ଯେତିକି ଉପରେ ହୋଇଥିଲେ ସମୁତ୍ଥିତ,ତେତିକି ତଳରେ ଯାଇ ହେଲେ ନିପତିତ ।ବୁଡ଼ିଲେ ବୁଡ଼ିଲେ ବୋଲି ପଡ଼ିଲା ଚହଳ,ହାଟେ ବାଟେ ହେଲା ନର ଯାଦବୀ ଗହଳ ।ଗଛେ ଗଛେ ପକ୍ଷିଗଣ ହୋଇ ଦଳ ଦଳ,ବ୍ୟସ୍ତ ହୋଇ ନାନା ରଙ୍ଗେ କଲେ କଳକଳ ।ଉଡ଼ୁଥାନ୍ତି ବସୁଥାନ୍ତି ନ ଛାଡ଼ି କାକଳି,କାହିଁକି ସେ କୋଳାହଳ ହୁଏ ନାହିଁ କଳି ।କି ଭୟରେ ପୁଣି ସର୍ବେ ଉଡ଼ି ଫରଫର,ଆଶ୍ରୟ ନିୟନ୍ତି ଯାଇ ଅନ୍ୟ ପାଦପର ।ରବି ଅସ୍ତେ ଆଗମନ ଭୁବନେ ସନ୍ଧ୍ୟାର,ବେଳୁଁ ବେଳ ଗାଢ଼ ହୋଇ ଆସିଲା ଅନ୍ଧାର ।ଶିଶୁ ଥିଲେ ଦିନକର ଯୁବା ହେଲେ କ୍ରମେ,ବୃଦ୍ଧ ହେବି ବୋଲି ମନେ ଥିଲା ନାହିଁ ଭ୍ରମେ ।ଜରା ଆକ୍ରମଣେ ତାଙ୍କ ତେଜ ହେଲା କ୍ଷୟ,ଚରମଦଶାରେ ତନୁ ପ୍ରାପ୍ତ ହେଲା ଲୟ ।ନାହିଁ ଦିବାକର ଆଉ ନାହିଁ ସେ ପ୍ରତାପ,କମଳିନୀ ବସିଅଛି କରି ମନସ୍ତାପ ।ଲୋକଲୋଚନକୁ ସବୁ ଦିଶିଲା ଏମନ୍ତ,ପ୍ରକୃତେ ନୁହନ୍ତି ରବି ଉଦୟ ବା ଅସ୍ତ ।ପ୍ରଥମେ ପଡ଼ିଲେ ନେତ୍ରେ ବୋଲୁଁ ତା’ ଉଦୟଚକ୍ଷୁରନ୍ତରାଳ ହେଲେ କହିଥାଉଁ ଲୟ ।୧। ଜୀବନ-ଜଳ ।, ୨। ଅମୃତ-ଜଳ, ୩। କର୍କଟ-ଶ୍ରାବଣ, ୪। ସିଂହ-ଭାଦ୍ରବ, ୫। କାଳିକା-ମେଘମାଳ, ୬। ଯାଦବୀ-ଗୋମହିଷାଦି ଧନ ।ଅନନ୍ତ କାଳର ରବି ଜ୍ୟୋତିର ସେ ଧାମ,ଦୃଶ୍ୟ ଅନୁରୂପେ ଭିନ୍ନ ଭିନ୍ନ ମାତ୍ର ନାମ ।ନ ହୁଅନ୍ତି ଶିଶୁ ଯୁବା ଅଥବା ସ୍ଥବିର,ଅଟଳ ବୟସ ହିତକାରୀ ପୃଥିବୀର ।ଆଜି ଯେହୁ ଅସ୍ତ ହେଲେ କାଲି ସେ ଉଦିତ,ତାହାଙ୍କ ଏ ଭାବେ ଏକା ବ୍ରହ୍ମ ଉପମିତ ।ପ୍ରକାଶିତ ହେଲେ ବ୍ରହ୍ମ ପ୍ରାଣଟିଏ ଧରେ,ବ୍ରହ୍ମ ଲୁଚିଗଲେ ଜନ୍ତୁ ପ୍ରାଣମାତ୍ର ମରେ ।ଭାସ୍କର ଅନ୍ତର ହେଲେ ଦିନମାତ୍ର ଶେଷ,ଭାସ୍କର ମନରେ ନାହିଁ ସୁଖ ଅବା କ୍ଳେଶ ।ଦିନକୁ ଗ୍ରାସଇ ଘନ ଆଚ୍ଛାଦି ଆକାଶ,ଯାଇ ନ ପାରଇ କେବେ ଦିବାକର ପାଶ ।ପ୍ରାଣକୁ ଧରନ୍ତି ରୋଗ ଶୋକ ମୋହ ଆଦି,ନ ପାରନ୍ତି ବ୍ରହ୍ମଙ୍କର ଅଶୁଭ ସମ୍ପାଦି ।ଯେ ପାଖେ ଦିଶନ୍ତି ରବି ସେହି ପାଖେ ଦିନବ୍ରହ୍ମରେ ଜଡ଼ିଲେ ପ୍ରାଣ ହୁଏ ଦୁଃଖହୀନ ।ହୁଅ ମନ ସେ ପରମବ୍ରହ୍ମରେ ତନ୍ମୟ,ତୋ’ପକ୍ଷେ ଜଗତ ହେବ ସୁଖର ଆଳୟ ।କୋଟି କୋଟି ସୂର୍ଯ୍ୟ ଯା’ର କରକ୍ରୀଡ଼ନକ,ପ୍ରେମେ ଜ୍ଞାନୀ କରେ ତାଙ୍କୁ ହୃଦର ପଦକ ।କରନ୍ତି ସେ ଶାନ୍ତି ଦାନ ହୃଦ-ତାପ ହରି,ଶୋକ ମୋହ ନ ରହନ୍ତି ପାଶେ ତାଙ୍କୁ ଡ଼ରି ।ସେହି ଏକା ଜୀବନରେ ଆଜନ୍ମ ବାନ୍ଧବ,ତାଙ୍କ ଯୋଗୁଁ ଜଗତରେ ସକଳ ବିଭବ ।ଜଗିଛନ୍ତି ଜୀବ ପଛେ ଜାଗ୍ରତେ ଶୟନେଶତ ଶତ ଅପରାଧ ନ ଘେନନ୍ତି ମନେ ।କଦାପି କୁତ୍ରାପି ଯଦି ହୋଇଥାଏ କ୍ଷତ,ତାହା ପୂର୍ଣ୍ଣ କରିବାକୁ ହୋଇଥାନ୍ତି ବ୍ୟସ୍ତ ।ପ୍ରତି ଜୀବପ୍ରତି ତାଙ୍କ ଏହି ବ୍ୟବହାର,ପ୍ରତିକ୍ଷଣେ କରୁଛନ୍ତି ବିଶ୍ୱ ଉପକାର ।ତାଙ୍କର ବିଧାନେ ଗ୍ରୀଷ୍ମ, ବରଷା, ଶରଦ,ହେଉଛନ୍ତି କାଳଚକ୍ରେ ଭ୍ରମ ହିତ-ପ୍ରଦ ।ହେମନ୍ତ, ଶିଶିର ଆସି ନେଲେ ଅବସର,ହିତ ସାଧି ଆସିଅଛି ‘ବସନ୍ତବାସର’ ।କରୁଅଛି ପାଦପଙ୍କ ଜୀର୍ଣ୍ଣ ସଂସ୍କରଣ,ମାନବ ଶରୀରେ ନବ ରକ୍ତସଞ୍ଚରଣ ।ପ୍ରଭାତେ, ପ୍ରଦୋଷେ ଦେଇ ମଧୁର ପବନ,ପଲ୍ଲବିତ କରୁଅଛି ମାନବ-ଜୀବନ ।ଅମଳ କମଳ ଜଳେ, ଉପବନେ ମଲ୍ଲୀ,କାନନେ ନିସର୍ଗ କୋଳେ କୁସୁମିତ ବଲ୍ଲୀ ।ନବୀନ ଜୀବନେ ହେଉଛନ୍ତି ଉଲ୍ଲସିତ,ତହିଁ ସଙ୍ଗେ ମନ ଥରେ ହୁଅ ଉଦ୍ଭାସିତ ।କରି ମହାମହିମଙ୍କ ମହିମା ସ୍ମରଣ,ନିଅ ସେ ମଙ୍ଗଳମୟ ଚରଣେ ଶରଣ ।ସୋମନାଥ-ବିଜୟ
(୧)
ଦେବଦେବ ସୋମନାଥ ଭୂତସହଚରଜ୍ଞାନ-ନୟନରେ କରି ଭବିଷ୍ୟ-ଦର୍ଶନ ।ଭୂତମେଳ ଛାଡ଼ି ଆସି କରିଅଛ ଘରମନୋହର ସ୍ଥାନ ଖଣ୍ଡି କରି ନିର୍ବାଚନ ।ବାୟବ୍ୟେ ରହିଛି ଯା’ର ଛତର ସାଗରଶ୍ୱେତଶତଦଳମାଳେ ମଣ୍ଡି ଅପଘନ ।ପୂର୍ବେ ବାଲିବନ୍ଧା ରଙ୍ଗ-କମଳ ଆକାରଆପାଦମସ୍ତକ ସେତୁ ସୋପାନ-ସମ୍ପନ୍ନ ।ସୋପାନ ପଥରେ ଉଠି ବାଲିବନ୍ଧା ଜଳନିତି ଧୋଉଅଛି ତୁମ୍ଭ ଚରଣକମଳ ।
(୨)
ଦକ୍ଷିଣରେ ମହାନଦୀ ହୁଏ ପ୍ରବାହିତବିଶ୍ୱନାଥ ପାଶେ ଯଥା ସୁରତରଙ୍ଗିଣୀ ।କିନ୍ତୁ ସେ ଧବଳବେଣୀ ବୃଦ୍ଧାରେ ଗଣିତ,ଏ ସୁରମ୍ୟ ନୀଳ ବେଣୀ ମାନସରଞ୍ଜିନ ।ଦିଗ୍ଗଜ ପରାଏ କେତେ ପ୍ରକାଣ୍ଡ ଉପଳମହାନଦୀ ଜଳେ ହୋଇଛନ୍ତି ନିମଜ୍ଜିତ ।କେତେ ଅବା ତୋଳିଛନ୍ତି ମସ୍ତକ କେବଳ,ପୁଳିନରେ ହୋଇଛନ୍ତି କେତେ ଦଣ୍ଡାୟିତ ।ଭାବିଛନ୍ତି ପରା ମନେ ପୂଳିନ ପଥରେମଜ୍ଜିବା ପ୍ରାବୃଟ କାଳେ ମନୋମତ ଥରେ ।
(୩)
ଭିକ୍ଟୋରିଆଘାଟ ଚିଟନବିସଙ୍କ ଘାଟହୋଇଛି ଯା’ ସୁମଞ୍ଜୁଳ ସୋପାନେ ସଜ୍ଜିତ ।ମହାନଦୀ ମେଳ ପାଇଁ ଏ ସୁଗମ ବାଟହେବ ପରା ଥିଲା ତୁମ୍ଭ ମାନସେ ସଞ୍ଚିତ ।କୈଳାସବିହାରଶଧ ମେଣ୍ଟାଇବା ପାଇଁସଜ୍ଜିତ ହୋଇଛି ପାଖେ ବୁରୁଜ ମସ୍ତକ ।ସୁଗମ ସୋପାନପଥେ ଉଠି ଦେବସାଇଁବସି ତହିଁ ପଢ଼ୁଥାଅ ପ୍ରକୃତି ପୁସ୍ତକ ।ପାରିବେ ଦର୍ଶନ କରି ତୁମ୍ଭ ଶ୍ରୀଚରଣରାଜଘାଟ-ଶ୍ମଶାନରୁ ତୁମ୍ଭ ଭୂତଗଣ ।
(୪)
ଛତର ସାଗରୁ ଆସି ଶ୍ୱେତପଦ୍ମବାସବକମ କୁସୁମ ବାସ ସଙ୍ଗେ ଘେନି ପଥେ ।ନାସିକା ତର୍ପଣ ପାଇଁ ତୁମ୍ଭ ଚଉପାଶପ୍ରଦକ୍ଷିଣ କରୁଥିବ ତହିଁ ଅବିରତେ ।ବାଲିବନ୍ଧ କମଳର ପରିବଳ ଆସିଜଳ-ଦଳ ଦଳବାତେ ହୋଇ ଆମନ୍ତ୍ରିତ ।ସେ ସଙ୍ଗେ ମିଶିବ ଜାତି ସେନେହ ପ୍ରକାଶିତାଙ୍କ ସେ କୌତୁକେ ନିଶ୍ଚେ ହେବ ହରଷିତ ।ହୃଦୟେ ସେକାଳେ ହେବ ଶାନ୍ତିର ବିକାଶଜଗତରେ ଯହିଁ ଶାନ୍ତି ସେହି କଇଳାସ ।
(୫)
ତେଣେ ଦାନୀମଠୁଁ ଏଣେ ରସାଳବନରୁଆସୁଥିବ ପିକଧ୍ୱନି ଶ୍ରମଣରଞ୍ଜନେ ।ଜଳଚର ପକ୍ଷିନାଦ ଉଠି ସରୋବରୁମଧୁମୟ ହେଉଥିବ ମଧୁପ ଗୁଞ୍ଜନେ ।ତରଙ୍ଗିଣୀ ତରଙ୍ଗର କଳକଳ ରବକର୍ପୂର-ଧବଳ ବାଲିବନ୍ଧ ଅତିକ୍ରମି ।ନିଭୃତ ସମୟ ପାଇ କରୁଥିବ ସ୍ତବନଗରର କୋଳାହଳ ମଧ୍ୟରେ ନ ଭ୍ରମି ।ତରଙ୍ଗ-ଶୀକର-ସ୍ନିଗ୍ଧ ଦକ୍ଷିଣ ପବନନିତି ନିତି କରୁଥିବ ପଦ ପ୍ରକ୍ଷାଳନ ।
(୬)
କାନ୍ଦୁଅଛି ରାଜପୁର କପୋତ ବଦନେବିକଳ ଉଚ୍ଛ୍ୱାସେ କରି ସକୁରଣ ସ୍ୱର ।ପୂର୍ବ ଗଉରବମାନ ସ୍ମରି ସ୍ମରି ମନେତମ ବ୍ୟାଜେ ଦୁଃଖେ ଭରି ହୃଦୟ-କନ୍ଦର ।ଯେ ଉଜ୍ଜ୍ୱଳ ଅବରୋଧ ଉଜ୍ଜ୍ୱଳ ବସନେଉଜ୍ଜ୍ୱଳ ରତନେ ହେଉଥିଲା ଉଦ୍ଭାସିତ ।ତାକୁ ଆଜ ଲୂତାତନ୍ତୁ ଜାଲ ଢାଙ୍କେ ଘନେକରୁଅଛି ଚର୍ମଚଟୀ ମଳ ଦୁର୍ବାସିତ ।ଦେଖ ନାଥ! ଯାଉଅଛି ଫାଟି ତାର ହୃଦ,ପାଶେ ଥାଉଁ ଥାଉଁ ତୁମ୍ଭେ ଅନାଥସୁହୃଦ ।
(୭)
ପୂର୍ବ ପଶ୍ଚିମରେ ଥାଉ ରମ୍ୟ ଶ୍ୟାମ ବନଗଗନକୁ ଟେକିଛନ୍ତି ଲମ୍ବ ଲମ୍ବ ଚୂଳ ।ବାଲିବନ୍ଧା ଜଳ ତଳ ପାତାଳ ଭବନମଣୁଛନ୍ତି ନିମ୍ନଶିରେ ଭେଦି ବେନି କୂଳ ।ଦିଶୁଛନ୍ତି ବେନି ବନ ପରସ୍ପର କର-ପ୍ରସାରଣ କରୁଛନ୍ତି ଛନ୍ଦିବାର ଲୋଭେ ।ଜଳ ଲଙ୍ଘନରେ ହୋଇଛନ୍ତି ଅଗ୍ରସର,ନ ପାରି ନୀରବେ ଯେହ୍ନେ ରହିଛନ୍ତି କ୍ଷୋଭେ ।ଲୋଭର ପୂରତି ନାହିଁ, କ୍ଷୋଭ ତାର ଫଳଆଶ୍ରିତେ ଫଳାଉଛ କି? ଆଶ୍ରିତବତ୍ସଳ !
(୮)
ମୁଚୁକୁନ୍ଦ ଗନ୍ଧ ଯେବେ ମରୁତ ବାହନେଆରୋହି ସଗର୍ବେ କରିଥିବ ଦିଗ୍ବିଜୟ ।ନ ପାଇ ସ୍ୱସମ ବୀର ଭୂତଳେ ଗଗନେ,ନାସାରନ୍ଧ୍ର ପଥେ ପଶି ଜିଣିବ ହୃଦୟ ।ମଞ୍ଚମନ ବାନ୍ଧି ନେଇ ତା ପଞ୍ଚକଟକେ,ଅବରୋଧି ଦେବ ଶୁଦ୍ଧ ପ୍ରସାଦ ଆହାର ।ଶ୍ଳାଘ୍ୟ ମଣୁଥିବ ମନ ଥିଲେହେଁ ଅଟକେ,ନ ବାଞ୍ଛିବ ଆଉ ନିଜ ସ୍ୱଚ୍ଛନ୍ଦ ବିହାର ।ଭାଗ୍ୟ ଥିଲେ ସେହି କାଳେ ପ୍ରପଞ୍ଚ ଜୀବନସ୍ମରିବ ତୁମ୍ଭର କୃପା ହେ ପଞ୍ଚବଦନ !
(୯)
ଯେତେବେଳେ ଲାଗିଥିବ ଚନ୍ଦନଉତ୍ସବଜଳେ ସ୍ଥଳେ ହେଉଥିବ ଚନ୍ଦ୍ରିକାର ଲାସ୍ୟ ।ବୀଚି ବୀଚି ଫୁଟୁଥିବ ତା’ କାନ୍ତି ଚାରବପର୍ଣ୍ଣେ ପର୍ଣ୍ଣେ ପ୍ରକଟିତ ହେଉଥିବ ହାସ୍ୟ ।ହେଉଥିବ ଅଙ୍ଗେ ଅଙ୍ଗେ ଚନ୍ଦନବର୍ଷଣସଙ୍ଗେ ସଙ୍ଗେ ପ୍ରାଣେ ପ୍ରାଣେ ପୁଲକ ସଞ୍ଚାର ।କେଳିକଦମ୍ବର ହୋଇ ରୋମ ପ୍ରହର୍ଷଣସଉରଭ ଛଳେ ହେବ ହରଷ ପ୍ରଚାର ।ତୁମ୍ଭ ଯୋଗେ ବର୍ତ୍ତମାନ ଏ ସୁଖର ହାଟ,କର ତାକୁ ବର୍ଦ୍ଧମାନ ପ୍ରଥମ ସମ୍ରାଟ୍ ।
(୧୦)
ବସନ୍ତେ ଅନାଇଁ ଦୂରୁଁ ଶାଳ୍ମଳୀର ରଙ୍ଗନିଶ୍ଚୟ ଆସିବେ ଏଠେ ହୋଇ ଦଳ ଦଳ ।ଗଗନମଣ୍ଡନ କରି ତେଲିଆ-ବିହଙ୍ଗକରିବାକୁ ଶାଳ୍ମଳୀର ବିକାଶ ସଫଳ ।ଫୁଲେ ଫୁଲେ ବସି ପୁଣି ଡେଇଁ ଫୁଲ ଫୁଲ,ଚାଖି ଚାଖି ଦୁଇ ତିନି ମିଶି ମକରନ୍ଦ ।ଚଞ୍ଚଳ ଚଞ୍ଚୁରେ ଖାଉଥିବେ ପୁଷ୍ପଚୂଳ,ସୁମଧୁର ରାବି ରାବି ପ୍ରକାଶି ଆନନ୍ଦ ।ହେଉଥିବ ପୁଣି ତଳେ କୁସୁମବର୍ଷଣ,ସେ ଦୃଶ୍ୟ କରିବ ତବ ଚିତ୍ତ ଆକର୍ଷଣ ।
(୧୧)
‘ବର୍ହାକାନୀ’ ଆମ୍ରବନୁ ଆସିବେ ଭ୍ରମରେ,ସୁଖେ ଲଙ୍ଘି ସ୍ୱଚ୍ଛ ନୀର ସୁନାମୁହୀ ଧାର ।ବିଚକୁଦୁଳୀରେ କ୍ଷଣେ ଅଟକି ଭ୍ରମରେ,ଘନସାର ଦ୍ୱୀପମଣି କରିବେ ସଞ୍ଚାର ।ନ ପାଇ କୁସୁମ ତହିଁ ଉଡ଼ିବେ ସତ୍ୱର,ପାଇବେ ଏଠାରେ ପୁଷ୍ପ-ବିଭବ-ଭଣ୍ଡାର ।ଅଳଂକୃତ କରେ ତୁମ୍ଭ ପ୍ରାସାଦେ ଚତ୍ୱରଆକାରକୁ ଅନୁକରି ମାଣିକ୍ୟ ଧଣ୍ଡାର ।ହିଞ୍ଜଳ କୁସୁମ ଝୁଲୁଥିବ ମାଳ ମାଳ,ବିସ୍ମରି ପାରିବେ ନାହିଁ ତାକୁ କାଳ କାଳ ।
(୧୨)
ସ୍ଥାନେ ସ୍ଥାନେ ନଗରରୁ ସୋପାନ ଆବଳୀଯାଇ ହେଉଅଛି ସାନ ଧାରରେ ପ୍ରବେଶ ।ତହୁଁ ଚାହିଁ ନାଗରିକେ ହୋଇ କୃତାଞ୍ଜଳିବନ୍ଦିବେ ଶ୍ରୀପଦ ବୋଲି ‘ନମୋ ବ୍ୟୋମକେଶ’ ।ପୁଣ୍ୟମାସ ପ୍ରଭାତରେ ପୁରାଙ୍ଗନାଗଣଘାଟେ ଘାଟେ ସ୍ନାନ କରି ବିଶୁଦ୍ଧ ହୃଦୟେ ।ଗାଇ ସୁମଧୁର ଗୀତ ତୋଷିବ ଶ୍ରବଣ,ଗୁହାରି କରିବେ ଯାହା ଘେନିବ ସଦୟେ ।ମୃଦୁକଣ୍ଠବିନିଃସୃତ ସେ ଅମିୟ ଗାନଶୁଣି କିନ୍ନରୀଏ ମନୁ ତେଜିବ ଗୁମାନ ।
(୧୩)
ନଗର ଦିଶିବ ତହୁଁ ପାଦପସଙ୍କୁଳ,ଚିତ୍ତେ ଆସି ଉପୁଜିବ କାନନର ଭ୍ରମ ।କ୍ୱଚିତ ଦିଶିବ ଖଣ୍ଡ ଖଣ୍ଡ ସୌଧଚୂଳଧରାଧର ତନୁଲିପ୍ତ ବରଫର ସମ ।ଦୃଶ୍ୟ ହେବ ପଶ୍ଚିମରେ ନଦୀତୀରବକ୍ଷେକମ୍ପାନୀର ଦୀର୍ଘକାୟ ଭାସମାନ ସେତୁ ।ଲହଣ୍ଡାଗିରିରୁ ଯେହ୍ନେ ପରପାର ଲକ୍ଷେମହୋରଗ ଆସେ ରେଳ ବଂଶୀଧ୍ୱନି ହେତୁ ।ଜଳ ଦେଖି ତା’ ଉପରେ ରହିଛି ପହଁରିଲୌହ ଢୋଳ ଦିଶେ ଅଙ୍ଗ ନୀଳରେଖାପରି ।
(୧୪)
ନଦୀଗର୍ଭେ ମନୋହର ଧବଳ ସୈକତ,ତହିଁ ମଧ୍ୟେ ମନୋହର ସ୍ୱଚ୍ଛ ଜଳଧାର ।ତବ କୋଳେ ଗିରିରାଜସୁତା ଶ୍ୟାମାବତକରୁଅଛି ନୟନରେ ପୀରତି ସଞ୍ଚାର ।ତହୁଁ ଯେତେ ଦୂର ଦୃଷ୍ଟି କରଇ ଗମନଘନଶ୍ୟାମ ବନ ଗିରିରାଜି ବିରାଜିତ ।ଅବନୀର ସୁଷମାରେ ହୋଇ ନିଗମନହୃଦୟର ଦୁଃଖରାଶି କରେ ବିତାଡ଼ିତ ।ଆଗ୍ନେୟ ଦିଗରେ ସାନୁପଟଳର ଘନ-ସନ୍ନିବେଶ ମଧ୍ୟେ ପଶି ରହିଯାଏ ମନ ।
(୧୫)
ବଢ଼ିଥିବ ନଦୀ ଯେବେ ଚାପି କୂଳଦ୍ୱୟପ୍ରକାଣ୍ଡ ଉପଳପଲ ଯାଇଥିବେ ବୁଡ଼ି ।ନାଚୁଥିବ ଶିରେ ତାଙ୍କ ତରଙ୍ଗନିଚୟ,ଭାସୁଥିବେ କାଷ୍ଠମାନ ସ୍ରୋତରେ ଦଉଡ଼ି ।କାଷ୍ଠ ଆଣୁଥିବେ ଲୋକେ କରି ସନ୍ତରଣ,ନାବକେଳି କରୁଥିବେ କଉତୁକୀ ଦଳ ।କରୁଥିବେ ସୁମଧୁର ସଙ୍ଗୀତ ଗାୟନ,ତହିଁ ସଙ୍ଗେ ବାଜୁଥିବ ସୁସ୍ୱର ମର୍ଦ୍ଦଳ ।କୃପା ବହି ଦେଉଥିବ ତାହାଙ୍କୁ ଅଭୟ,ସହର୍ଷେ ବୋଲିବେ ‘‘ଜୟ ସୋମନାଥ ଜୟ ।’’
(୧୬)
ରାମେଶ୍ୱର ବିଷମରେ ତେତେବେଳେ ନାବନାଚୁଥିବ ସମୁତ୍ତୁଙ୍ଗ ତରଙ୍ଗ-କାନନେ ।‘‘ଜୟ ସମଲାଈ ଜୟ’’ ବୋଲି ଉଚ୍ଚ ରାବକରୁଥିବେ ମାଝିଗଣ ଆରକ୍ତ ଆନନେ ।ଆବର୍ତ୍ତରେ ହେଉଥିବ ସ୍ରୋତ ବାଟବଣା,ଆରୋହୀଙ୍କ ହେଉଥିବ ଜୀବନ-ସଂଶୟ ।ସିକ୍ତ କରୁଥିବ ତାଙ୍କୁ ବୀଚି ଜଳକଣା,ମାଝୀ ସହ ବୋଲୁଥିବେ, ‘‘ସମଲାଈ ଜୟ’’ ।ଦେଖୁଥିବ ନାଥ ତାଙ୍କୁ କରିଦେବ ପାର,ହୃଦୟରେ କରି ନିଜ ସନ୍ତାନ-ବିଚାର ।
(୧୭)
ନିତି ନିତି ଦେଖୁଥିବ ଲହଣ୍ଡା ଉପରେସାୟନ୍ତନୀ ପ୍ରକୃତିର ମନୋହର ଖେଳା ।ପାଟଳ ଗଗନପଟେ ବିବିଧ ରୂପରେନାନା ରଙ୍ଗ ବାଦଲଙ୍କ ଲାଗିଥିବ ମେଳା ।ନବ ନବ ଅଭିନୟ ନବ ନବ ବେଶ,ନବ ନବ କାନ୍ତିମୟ ନବ ନବ ଛବି ।ନବ ନବ ଶୋଭା ଘେନି କରିବେ ପ୍ରବେଶ,ସମୟେ ସମୟେ ତହିଁ ଯୋଗଦେବେ କବି ।ଉଇଁଥିବ ଦ୍ୱିତୀୟାର ଚନ୍ଦ୍ର ଯେଉଁ ଦିନ,କା ନେତ୍ର ନ ହେବ ଚାହିଁ ପଲକବିହୀନ ?
(୧୮)
ପଶ୍ଚିମେ ଉଠିବ ଯେବେ ଜଳଦ-ପଟଳ,ହେଉଥିବ ସୌଦାମିନୀ ଲାସ୍ୟେ ବିଲାଞ୍ଛିତ ।ଇନ୍ଦ୍ରଧନୁ ଉଠି ତହିଁ ଦିଶିବ ଉଜ୍ଜ୍ୱଳ,ଶ୍ୟାମଳ ଅଚଳ ଶିର ହେବ ଶୋଭାଞ୍ଚିତ ।ନବୋଦିତ ଦିନକର କନକ କିରଣ,ଧୀରେ ହେଉଥିବ ନଦୀବକ୍ଷେ ବିରାଜିତ ।ହାସ୍ୟମୁଖ ହେଉଥିବ ତଟ ତରୁଗଣ,ବାଲିବନ୍ଧା ହୋଇଥିବ ରାଜୀବ-ରାଜିତ ।ଉଠାଇ ତ ଥିବେ ଆସି ତୁମ୍ଭ ଭକ୍ତଗଣଆସି ଥରେ ସେହି କାଳେ ମଣ୍ଡିବ ପ୍ରାଙ୍ଗଣ ।୧। କବି-ଶୁକ୍ର ।
(୧୯)
ଯେତେବେଳେ ଉଠିଥିବ ଶଶାଙ୍କ ଗଗନେ,କୌମୁଦୀରେ ହେଉଥିବ ଦିଗ ଉଦ୍ଭାସିତ ।ନଦୀସ୍ରୋତ ଚାଲୁଥିବ କଳକଳ ସ୍ୱନେଉପଳପଟଳ ଅଙ୍ଗେ ହୋଇ ବିତାଡ଼ିତ ।ଝକଝକ କରୁଥିବ ବିକମ୍ପିତ ଜଳମୀନାହତ ସମୁତ୍ଥିତ ଜଳକଣାପୁଞ୍ଜ ।ଥରଥର ହେଉଥିବେ ଅର୍ଥରି ସକଳ,ମନୋହର ଦିଶୁଥିବ ବେତସନିକୁଞ୍ଜ ।ପାଶେ ଥାଇ କରୁଥିବ ନାଥ, ବିଲୋକନ,ଅବଶ୍ୟ ସେ ଦୃଶ୍ୟ ହେବ ନୟନରଞ୍ଜନ ।
(୨୦)
ପ୍ରଦୋଷେ ସରିତବକ୍ଷେ ବେତସଗହନେଚଉଦିଗୁ ବକବୃନ୍ଦ ଆସି କଲେ ସଭା ।ବିଚାରିବେ କୂଳେ ଥାଇ ଦୂରୁ ଦେଖି ଜନେକୁସୁମିତ ହୋଇଅଛି ମଲ୍ଲୀବନ ଅବା ।ବାଦୁଡ଼ିଏ ଏଣେ ତୁମ ଦେଉଳ ଉପରେରାବି ରାବି ଭ୍ରମୁଥିବେ ହରଷେ ସେ କାଳେ ।କେତେ ବା ଲେଉଟି ନିଜ ଦଳର ଭିତରେ,ଥରେ ଥରେ ଦୋଳୁଥିବେ ଲମ୍ବି ତରୁଡାଳେ ।ଦେବ, ଦେବ ମନେ ମୁଦ ଆସିଲେ ଭାବୁକ,ଦେଖାଇ ଉଭୟ ଦିଗେ ଦୁଇ କଉତୁକ ।
(୨୧)
ମାରୁଆଡ଼ିମାନେ କୋପ ନଦୀଜଳେ ହୁଳା-ଜାଳି ଜାଳି ବୁଲୁଥିବେ ମତ୍ସ୍ୟଜୀବୀମାନେ ।ବାଲୁକାରେ ସ୍ଥାନେ ସ୍ଥାନେ ଜଳୁଥିବ ଚୁଲ୍ଲା,ଦୂରେ ଦୂରେ ଦିଶୁଥିବ ବହ୍ନି ସାନୁମାନେ ।ବାଲିରେ ଗାମୁଛା ପାରି ନଗରନିବାସୀଶୋଇ ବସି କରୁଥିବେ ଘର୍ମ ଉପଶମ ।ଗଳ୍ପକଳ୍ପ ସ୍ରୋତେ ମନ ଯାଉଥିବ ଭାସି,ଜଳଦକୁ ଲୋଡ଼ୁଥିବେ ଚାତକ ଉପମ ।ବହ୍ନି-ଦୃଶ୍ୟ ଦେଖି ଦେଖି ଶୀତଳ ପବନ,ସେ ସମୟେ ହେଉଥିବ ଦୟାର ଭବନ ।
(୨୨)
ଦେଖିଥିଲି ଥରେ ଆସି ରଜନୀ ସମୟବାଲିବନ୍ଧା ଜଳ ସ୍ଥଳ ସୋପାନ ସହିତ ।ଭିତ୍ତିବୀଧି ଶିରେ ଘେନି ପ୍ରଦୀପନିଚୟରମ୍ୟ ଆଲୋକରେ ହେଉଥିଲା ଉଦ୍ଭାସିତ ।କୋହ୍ଳବଧୂ ହଲ୍ଲୀସକ ମାଦଳ ବାଜଣାରାଜବୃନ୍ଦ ମାନସରେ ହେଉଥିଲା ତୋଷ ।ସୈକତରେ ହୋଇ ବହ୍ନି କୌତୁକ ସର୍ଜନାପ୍ରସ୍ଫୁଟିତ କରୁଥିଲା ପ୍ରମୋଦର କୋଷ ।ଶ୍ରୀ ସଚ୍ଚିଦାନନ୍ଦ ଦେବ ରାଜସିଂହାସନ-ଲାଭ ଯୋଗୁ ହୋଇଥିଲା ସେହି ଆୟୋଜନ ।
(୨୩)
ହେଲା ନାଥ, ଏତିକିରେ ହେଉଛି ବିରତ,ଲେଖନୀ ମାତର କରି ରଖୁଅଛି ବନ୍ଦ ।କିନ୍ତୁ ଚିନ୍ତିବାରେ ସଦା ରହିବି ନିରତତବ ସୁବିମଳ ପଦ-ଅରବିନ୍ଦଦ୍ୱନ୍ଦ ।ନିତି ନିତି କରୁଥିବି ଏହି ଆବେଦନ-ବ୍ରିଟିଶକେଶରୀଙ୍କର ହେଉ ଅଭ୍ୟୁଦୟ ।ଅବ୍ୟାହତ ହେଉ ତାଙ୍କ କୋମଳ ଶାସନ,ଯା ଯତନେ ତୁମ୍ଭ ପାଖେ ଶୋଭାର ଆଳୟ ।ଜୟ ଜୟ ସୋମନାଥ, ସୋମନାଥ ଜୟ,ପଞ୍ଚମ ଜର୍ଜଙ୍କୁ ଦିଅ ଆୟୁ ନିରାମୟ ।ବର୍ଷା-ଚିତ୍ରନାଟ୍ୟକାର ପରି ଆସି ବରଷା ସମୟଦେଖାଇଲା ଲୋକେ ନବ ନବ ଅଭିନୟ ।କେତେବେଳେ ଏକ ଦିଗୁ ଉଠି ନବଘନଦେଖୁଁ ଦେଖୁଁ ଢାଙ୍କିଦିଏ ସମସ୍ତ ଗଗନ ।ଅନ୍ତରିତ ହୋଇଯାଏ ସ୍ୱର୍ଣ୍ଣ ବର୍ଣ୍ଣ ଖରା,ଶ୍ୟାମ ସ୍ନିଗଧ ଛାୟାବୃତା ହୋଇଯାଏ ଧରା ।ବସୁମତୀ ରାଣୀ ଅଙ୍ଗୁ ପୀତାମ୍ବର କାଢ଼ିପିନ୍ଧାଇ ଦିଏ କି ନବତନ ଶ୍ୟାମ ଶାଢ଼ୀ ?କେବେ ପ୍ରାଚୀ ନୀଳ ନଭେ ସବିତାମଣ୍ଡଳପ୍ରତୀଚୀ ମୂଳରେ ନୀଚ ନୀରଦପଟଳ ।ସେ ଜଳଦେ ଇନ୍ଦ୍ରଚାପ ମନୋହର ଦିଶେ,ଦିଗଙ୍ଗନାଯୁଗ କେଶ ରତ୍ନଭୂଷା କି ସେ ?ମୟୂର ମୟୂରୀ ଏଣେ ଶିଖରୀ ଶିଖରେନାଚୁଥାନ୍ତି ଉର୍ଦ୍ଧ୍ୱପୁଚ୍ଛେ ପ୍ରେମାନନ୍ଦଭରେ ।ଭଦଭଦଳିଆ ପାଇ ପୁତ୍ତିକା ଆହାରଉଡ଼ି ବସୁଥାଏ ତରୁଚୂଡ଼େ ବାରମ୍ବାର ।କଜ୍ଜଳପତ୍ରୀହିଁ ଥରେ ଥରେ ଛାଡ଼ି ସ୍ୱନଉଡ଼ି କରୁଥାଏ କଙ୍କି, ଝିଣ୍ଟିକା ଭକ୍ଷଣ ।ବଙ୍କିମେ ସ୍ପରଶି ହେମରୁଚି ରବିକରଝଲକାଉ ଥାଏ ତାଙ୍କ ଚାରୁ କଳେବର ।କଦମ୍ବ କୁଟଜ ପଦ୍ମ ଆଦି ନାନା ଫୁଲନବ ସୌର କରେ ହୁଏ ସୁନ୍ଦର ଅତୁଳ ।ଇନ୍ଦ୍ର ନୀଳମଣିରୁଚି ମଞ୍ଜୁ ଜମ୍ବୁ ଫଳତରୁଣ ଅରୁଣ କର କ୍ଷାଳିତ ଉଜ୍ଜ୍ୱଳ ।ଶୁକଗଣ ସୁଖେ କରି ସେ ଜମ୍ବୁ ଆହାରଡାଳେ ଡାଳେ କରୁଥାନ୍ତି ଆନନ୍ଦେ ବିହାର ।ମକରତ-ପତ୍ର ପଦ୍ମରାଗ-ଫଳାନ୍ୱିତବହୁପଦ-ତରୁ ରବିକିରଣେ ମାର୍ଜିତ ।ତହିଁ ବସି କାକ କରୁଥାଏ କାଆ କାଆ,ବୋଲୁଥାଏ ପରା ବିଶ୍ୱପତି ‘‘ବାହା ବାଆ’’ ।ଦେବାଳୟଚୂଡ଼ ସ୍ୱର୍ଣ୍ଣ-କଳସ ରୁଚିର,କୁଷ୍ମାଣ୍ଡ କୁସୁମଚୟେ ଶୋଭଇ କୁଟୀର ।ଦିଗମୂଳେ କେବେ ନୀଳ ଘନ ଦିଏ ଦେଖାଶୀର୍ଷରେ ଶୋଭଇ ତାର ଶୁଭ୍ର ଅଭ୍ରରେଖା ।ଦିଗ୍ଗଜ ପୃଷ୍ଠରେ ରମ୍ୟ ରଜତ ଅମାରିଭ୍ରମ ଉପୁଜାଏ ସେହି ଦୃଶ୍ୟ ମନୋହରୀ ।ବଳାହକ ତଳେ ନଭେ ବକମାଳ ଉଡ଼ିଦିଶେ ଯେହ୍ନେ ଗଜଗଳେ ରଜତ ଘାଗୁଡ଼ି ।କେତେବେଳେ ପ୍ରଭଞ୍ଜନତାଡ଼ିତ ଆସାରଅବନୀରେ ପଡ଼େ ହୋଇ ଘନଚକ୍ର ଧାର ।କେବଳ ଦିଶଇ ଚଉଦିଗ ଧାରାମୟୀ,ଜଳଧରମୟ ବ୍ୟୋମ ଜଳମୟ ମହୀ ।କୃଷିକ୍ଷେତ୍ରେ ବହେ ଜଳ ଲଙ୍ଘି କୃଷିବନ୍ଧ,ପର୍ବତୁଁ ଝରଇ କରି ଝର୍ଝର ନିନାଦ ।ଗଜଶୁଣ୍ଢ ସମ ଧାରା ଅଟ୍ଟାଳୀରୁ ଝରେରୌପ୍ୟତାର ପରି ଛାଦୁଁ ପଡ଼େ ଘରେ ଘରେ ।ସ୍ରୋତସ୍ୱିନୀ ବହେ ଖରେ ପ୍ଳାବି ବେନି କୂଳଉତ୍ପାଟନ କରି ତଟ ବିଟପୀଙ୍କ ମୂଳ ।ନଦୀର ଗର୍ଜନ ପୁଣି ବୃଷ୍ଟିର ଶବଦକଳରବ ଗ୍ରାସି କରେ ଅବନୀ ସ୍ତବଧ ।କେତେବେଳେ ବାରିବିନ୍ଦୁ ଟପର ଟପରପଡ଼ି ନିନାଦିତ କରେ ପାଦପ ପତର ।କାସାରେ ନାଚନ୍ତି ମୀନଗଣ ନବଜଳେ,ଚାତକ କ୍ରୀଡ଼ଇ ମୁଦେ ଶ୍ୟାମ ଘନ ତଳେ ।ଯୂଥ ଯୂଥ ମଦମତ୍ତ ବନଗଜଗଣକ୍ରୀଡ଼ନ୍ତି ଗଭୀର ନାଦେ କମ୍ପାଇ କାନନ ।କେତେବେଳେ ଖସୁଥାଏ ବିରଳ ଶୀକର,କେତେବେଳେ ବୃଷ୍ଟିହୀନ ବାଦଲ ମାତର ।କେତେବେଳେ ପରଚଣ୍ଡ ଚଣ୍ଡାଂଶୁ କିରଣଭୂପୃଷ୍ଠେ ଭୂଧର ଅଙ୍ଗେ କରେ ସଞ୍ଚରଣ ।ଭୂଲତା ଭକ୍ଷଣେ ହୃଷ୍ଟ ସାର ଦଳ ଦଳକରନ୍ତି ମଧୁର ରବେ ପୂର୍ଣ୍ଣ ବନସ୍ଥଳ ।ଦାବାନଳ ତାପମୁକ୍ତ ମୃଗଯୂଥ କାହିଁଆନନ୍ଦେ ବୁଲନ୍ତି ନବତୃଣାଙ୍କୁର ଖାଇ ।ମାଣିକ୍ୟମଞ୍ଜୁଳ କାହିଁ ଇନ୍ଦ୍ରଗୋପଗଣବାଲିଆ ଭୂମିରେ କରିଥାନ୍ତି ସଞ୍ଚରଣ ।ଇନ୍ଦ୍ରପୁରେ ଇନ୍ଦ୍ରଧନୁ ରତନ ତୋରଣତୁଙ୍ଗ ତରୁ ଶିରେ ରମ୍ୟ କନକକିରଣ ।ଲୋକମୁଦ କ୍ଷଣେ ଦେଇ ହୋଇ ମନୋହର୧। ଇନ୍ଦ୍ରପୁର – ପୂର୍ବଦିଗ ।କେବେ ଅବା ହସି ହସି ବୁଡ଼ନ୍ତି ଭାସ୍କର;ମାଳ ମାଳ ପକ୍ୱତାଳ ବୃକ୍ଷରେ ସୁନ୍ଦର ।ମସ୍ତକେ ପଡ଼ିବ ବୋଲି ମାନବକୁ ଡର;ଆୟୁ ସ୍ମରଣ ନ କରି ରୂପ ଗର୍ବ ବହି ।କନକବରଣ ଜହ୍ନି ଫୁଲ ବିକଶଇ,କେବେ ଦୁଇ ଦିଗୁଁ ଉଠି ନୀରଦପଟଳ ।ଗ୍ରାସଇ ତାରକାପୂର୍ଣ୍ଣ ଗଗନମଣ୍ଡଳ,ରତନେ ମଣ୍ଡିତ ସୁରପ୍ରାସାଦର ବାଟ ।ରୁଦ୍ଧ ହୁଏ କି ତା’ ପଡ଼ି ଯାଉଁଳି କବାଟ ?ଗବାକ୍ଷ ପଥରେ ଜାଲି-ବାସ-ଆବରଣେ ।ସୁରବାଳା ମୁଖ ଭ୍ରମ ଜନମାଇ ମନେଏକ ଏକ ତେଜସ୍କର ତାରା ଗଗନରେ ।ନିଷ୍ପ୍ରଭ ଦିଶନ୍ତି କେବେ ବିରଳ ଘନରେ,କେତେବେଳେ ନୀଳ ନଭେ ପୂର୍ଣ୍ଣ କଳାକର ।କୌମୁଦୀରେ ଧବଳିତ ବିଶ୍ୱଚରାଚର,ତରୁ ତୃଣ, ଗୁଳ୍ମ, ଲତା, ପ୍ରାସାଦ, କୁଟୀର ।ପାରଦମଣ୍ଡିତ ପରି ଦିଶନ୍ତି ରୁଚିର;ଚନ୍ଦ୍ରିକା ଅମିୟ ସ୍ନିଗ୍ଧ ଲୋକ-ମୁଦମୟ ।ହୋଇଯାଏ ପ୍ରକୃତିର ଉତ୍ସବ ସମୟ;ପ୍ରଦୀପ୍ତ ଓଷଧି ଘେନି ହସଇ ଭୂଧର ।ଘେନି ବୀଚି ପରମ୍ପରା ନାଚଇ ସାଗର;ପ୍ରଫୁଲ୍ଲ ଯୂଥିକା ଘେନି ହସଇ ଉଦ୍ୟାନ ।କାନନ ହସଇ ଘେନି ବନଫୁଲମାନ,ସୁଗନ୍ଧ କୁସୁମରଜ ଧୀର ସମୀରଣ ।ବହି, ସ୍ଥାନେ ସ୍ଥାନେ କରୁଥାଇ ବିତରଣ;ଆମୋଦିତ ମନ, ନବ, ପଲ୍ଲିକା, ନଗର ।ଭ୍ରମୁଥାନ୍ତି ଫୁଲେ ଫୁଲେ ପ୍ରମତ୍ତ ଭ୍ରମର;କେତେବେଳେ ଘନଘଟା କୌମୁଦୀ ଗ୍ରାସଇ ।କରଇ ଯେମନ୍ତେ କ୍ଷୀରପାନ କୃଷ୍ଣ-ଅହି,ଜ୍ୟୋତ୍ସ୍ନାମୟୀ ନିଶା ହୁଏ ଉଷା ପରି ମ୍ଳାନ;ଜୀବର ଶରୀର ଯଥା ହେଲେ ଗତପ୍ରାଣ;କେବେ ଘୋର ଅନ୍ଧକାରେ ଧରଣୀ ମଗନେ,ନାହିଁ ଚନ୍ଦ୍ର ନାହିଁ ତାରା ନ ଦିଶେ ଗଗନ,ପଡ଼ିଯାଏ ଦୃଷ୍ଟିପଥେ ତିମିର କବାଟ,ତମସିନ୍ଧୁ ଗର୍ଭେ ଲୀନ ପ୍ରକୃତି ବିରାଟ,କେବଳ ଖଦ୍ୟୋତ ତମ-ସାଗର-ରତନ,ଜ୍ୟୋତିରେ ଫିଟାଉଥାଏ ମାନବ ନୟନ;ହ୍ରାଦିନୀର ଜ୍ୟୋତିର୍ମୟୀ ରେଖା ଥରେ ଥରେଚମକି ଅଚିରେ ଲୁଚିଯାଏ ତରତରେ;ନିଦ୍ରାଗତ ଜୀବଗଣ କଳରବ ନାହିଁ,ରଜନୀ ଗର୍ଜ୍ଜନ-ସ୍ରୋତ ଚାଲେ ଝାଇଁଝାଇଁ;କର୍କଟ ଦର୍ଦୂର ଆଦି ଛାଡ଼ୁଥାନ୍ତି ରଡ଼ି,କ୍ଷଣେ କ୍ଷଣେ ହେଉଥାଏ ଘନ ଘଡ଼ଘଡ଼ି,ହୃଦବନ ଦଗ୍ଧା ଯା’ର ଦୁଃଖ-ଦାବାନଳେ,ଛଟପଟ ତା’ର ପ୍ରାଣ -କୁରଙ୍ଗ ବିକଳେ;ଘୃଣା କରି ନିଦ୍ରା ତାର ନିକଟେ ନ ଯାଏ,ନିଶି ଭୀଷଣତା ରୋଗ ତାହା ପାଇଁ ଥାଏ ।
ବୈଦେହୀଶ ବିଳାସ (ଚତୁର୍ଥ ଭାଗ)ଉପେନ୍ଦ୍ର ଭଞ୍ଜ ଉପେନ୍ଦ୍ର ଭଞ୍ଜ