ଓଡ଼ିଆଙ୍କ କାନ୍ଦଣା
୧୯୦୦–୧୯୩୮
- ପଢ଼ିବା ସମୟ
- ୫୭ ମିନିଟ୍
- ଶବ୍ଦ
- ୯୧୫୩
- ସ୍ଥିତି
- ସାର୍ବଜନୀନ (Public domain)
ସଙ୍ଗୀତକି ବୋଲିବି ଡାକିବି ମାଆ ଗୋ !କୋଟି କଙ୍କାଳମାଳିନୀ,ଦଳିତା ଲାଞ୍ଜିତା ଭୀତାଜଗତର ଜଞ୍ଜାଳିନୀ । ଘୋଷା ।ଜରେ ଜରେ ଜର ତନୁଶିରୀ ସରଚି ବଦନୁ,ସାହସ ହଜିଚି ମନୁ କଳିଙ୍ଗ ତୁ କାଙ୍ଗାଳିନୀ ।୧।ବରଷେ ବରଷେ ବଢ଼ିପାଣିରେ ଗଲୁଣୁ ସଢ଼ି,ଦେହେ ଚିରାକନା ଧଡ଼ିପେଟଭୋକେ ପାଗଳିନୀ ।୨।ଭଙ୍ଗା ତୋର ବାରବାଟୀକୋଣାର୍କ ଚୁମ୍ୱୁଚି ମାଟି,ରୁକ୍ଷ ବକ୍ଷ ପଡ଼େ ଫାଟି କାନ୍ତିହୀନା କରାଳିନୀ ।୩।ଚୋର ବିଦେଶୀ ଗାଲୁଆହରିନେଲେ ହୀରା ଲୁହା,ଶୂନ୍ୟ ତୋ ସୁନା ଫରୁଆ, ଭିକ୍ଷାଥାଳୀ-ସ୍ୱମ୍ୱଳିନୀ ।୪।ଆମ ଚିଜ ନେଲେ ବହି,ନିଜର ସେ ହେଲେ କହି,ପର ପଦାଘାତ ସହି ପାଷାଣ ତୁ ରସାଳିନୀ ।୫।ପ୍ରଶ୍ନ
ମହାନଦୀର ପ୍ରବଳ ବନ୍ୟା ଓଡ଼ିଶାର ପ୍ରଧାନ ସମସ୍ୟା । ଏ ସମସ୍ୟାର ସମାଧାନ ନ ହେଲେ ଓଡ଼ିଆଜାତି କଦାପି ମୁଣ୍ଡ ଟେକିପାରିବ ନାହିଁ । ଲକ୍ଷ ଲକ୍ଷ ପ୍ରତିବର୍ଷ ମରିବେ ଓ ଘରଦ୍ୱାର ଛଡ଼ା ହେବେ ତ ଦେଶର ଉନ୍ନତି ହେବ କିପରି ? କିନ୍ତୁ ଓଡ଼ିଶାର ଏ ସମସ୍ୟା ପ୍ରତି ଅର୍ଥାଭାବରୁ ହେଉ କି ଆମର ଦୁର୍ବଳତା ଯୋଗୁଁ ହେଉ, କାହାରି ଦୃଷ୍ଟି ପଡ଼ିନାହିଁ । ଅତଏବ ଆମେ ସର୍ବଦା ଦୀନ-ଦରିଦ୍ର ଓ ଜଗତର ଅଜ୍ଞାତ ଜାତି ହୋଇ ରହିବୁଁ ସିନା । ଏହାର ପ୍ରତିକାର ।
କୁନ୍ତଳା କୁମାରୀବାଳୁତ ପୁଅର ଭାବନାଆକାଶେ ଉଦୟ ନୀଳ ମେଘର କାନ୍ତି,ଘରେ ଘରେ ଆଜି ପରା ରଜ ସଂକ୍ରାନ୍ତି ।ଆସିଲା ଆଷାଢ଼ ସଙ୍ଗେ ଘେନି ବରଷା,କାମରେ ଗଲେଣି ଲାଗି ଆଜିଠୁଁ ଚଷା ।କିନ୍ତୁ ମହାନଦୀ କୂଳେ ବସା ମୋହର,ମେଘ ଦେଖି ତା କଥାକୁ ମାଡ଼ୁଛି ଡର ।ବିଦେଶରେ କକା ମୋର କରେ ଚାକିରି,ବିଧବା ବୋଉଟି ଘର ରହିଛି ଧରି ।ନୂଆ ବୋହୂ ଖୁଡ଼ୀ ମୋର, ନ ଶୁଭେ ପାଟି,କରିବୁଁ ମାଟିକୁଡ଼ିଆ ଘେରାଇ ଝାଟି ।ବାଡ଼ିରେ ବୁଣିବୁ କିଛି ଶାଗପତର,କିନ୍ତୁ ମହାନଦୀ କୂଳ, ମାଡ଼ୁଛି ଡର ।ଜମି ତିନିମାଣ, ଧାନ ହୁଏ ନିଅଣ୍ଟ,ଟଙ୍କି ଟିକସ ତହିଁକି ଖଜଣା କଣ୍ଟ ।ଘରେ ବନ୍ଧା ଗୋରୁ ଦୋଟି ହେଲେଣି ହଡ଼ା,ଗୋଚର ଭୂଇଁ ତ ନାହିଁ ଘାସ କି ନଡ଼ା ।ପଖାଳ ପେଜରେ ଆମେ ଜୀଇଁ ରହିଚୁଁ,ମହାନଦୀ କୂଳେ ପାଣି ବସା ବାନ୍ଧିଚୁଁ ।କକା ପଠାଏ ମାସକୁ ଟଙ୍କା ଚାରୋଟି,ଦୁଃଖ ସୁଖେ ଚଳୁଁ ଆମେ ପ୍ରାଣୀ ତିନୋଟି ।କଲିକତା ବୋଲି କାହିଁ ଦୂର ସହର,ସହଜେ କକା କି କେବେ ଆସଇ ଘର !ବାଳୁତ ପୁଅଟି ମୁହିଁ, ନାହିଁ ଭରସା,ମହାନଦୀ କୂଳେ ପୁଣି କରିଚୁଁ ବସା ।ପହିଲି ଆଷାଢ଼ ମେଘ ବରଷେ ପାଣିବଢ଼ିବ ଏଥର ମହାନଦୀ ଉଠାଣି ।ଘୋର ବଢ଼ି ଦିନେ କାହୁଁ ଆସିବ ମାଡ଼ି,ନେବ ଏକାବେଳେ ତାଟି କବାଟ ତାଡ଼ି ।ମହାନଦୀ କୂଳେ ଯେତେ ବାନ୍ଧିଚୁଁ ବସା,କିଏ ରଖିବ ଆମକୁ, କିଏ ଭରସା ?ଆଜି ଜଗନ୍ନାଥଙ୍କର ସ୍ନାନ ଯାତରା,ଉଠେ ପରା ମଳୁ ଛାଡ଼ି ହେଁସ କତରା ।କେତେ ପୁନିଅଁ ପରମ ଗୁଣ୍ଡିଚା ଯାତ,ବଡ଼ ଦେଉଳେ ଭେଟନ୍ତି ସହୀ ସଙ୍ଗାତ ।ଆମେ ମହାନଦୀ କୂଳେ କରିଚୁଁ ଘର,ଆମେ ପାଇଁ ଏ ସୁଖ ତ ସ୍ୱପ୍ନମାତର ।ମାଆ ବୋଲି ମହାନଦୀ ନାଆଁ ପଡ଼ୁଚି,ଗାଆଁ ଗଣ୍ଡା ବୁଡ଼ାଇ କି ଯଶ ଅର୍ଜ୍ଜୁଚି ?ଏଡ଼େ ବଡ଼ ରାଜ୍ୟ ପରା ଆମ ଓଡ଼ିଶା,ଆମ ଲୋକହାତରେ କି ନାହିଁ ପଇସା ?ଆଉ କି ଅଛନ୍ତି ପୂର୍ବ ଓଡ଼ିଆ ପୁଅ,ବନ୍ଧ ବନ୍ଧାଇ ନଦୀରେ ରୋଧିବେ ସୁଅ ?ଏବେ ଆମେ ଅତି ଦୀନ ଦୁର୍ବଳକାୟ,ଆସିଲେ ଭୀଷଣ ବଢ଼ି ନାହିଁ ଉପାୟ ।ଦଣ୍ଡକେ ଭସାଇ ନିଏ ଘରଦୁଆର,ସେତେବେଳେ କେ କରଇ କା’ ଉପକାର !ଲକ୍ଷ ଲକ୍ଷ ଜୀବନକୁ ନାହିଁ ଭରସା,ମହାନଦୀ କୂଳେ ଯେତେ ବାନ୍ଧିଚୁଁ ବସା ।ବଢ଼ିରେ ଉଚ୍ଛନ୍ନ ଦେଶ ପ୍ରତି ବରଷ,ଶୁଣ ମେଘ ଘଡ଼ଘଡ଼ି ନାହିଁ ହରଷ ।ଆମ ଫସଲବୁଣା ଯେ ନୁହେ ସାର୍ଥକ,ଧୋଇଆ ଅଞ୍ଚଳ, ସଦା ମନରେ ଦକ ।ମହାନଦୀ କୂଳେ ମିଛେ କରିଚୁଁ ଘର,ଛାଡ଼ି ପଳାଇବୁଁ ସର୍ବେ ଗାଆଁ ଏଥର ।ଗାଆଁରେ ରହି କି ଲାଭ, ବଢ଼ି ମଡ଼କ,ନିତି ଆମ ମୁଣ୍ଡେ ପଡ଼େ ରାଧାଚଡ଼କ ।ଆମ ଦୁଃଖ କଥା କହି ନ ଶୁଣେ ପଦେ,ବିଦେଶ ଗଲେଣି ତେଣୁ ଗାଆଁରୁ ଅଧେ ।ମହାନଦୀ କୂଳେ ମିଛେ ବାନ୍ଧିଚୁଁ ବସା,ତା’ ଟାଣ ସୁଅ ମୁହଁକୁ ନାହିଁ ଭରସା ।କହୁଥିଲେ ଆମ ଆଗେ ନନ୍ଦ ମାଷ୍ଟର,ହେବ ବଡ଼ ରାଜ୍ୟ ଆମ ଦେଶ ଏଥର ।ବଡ଼ ରାଜ୍ୟ ହୋଇ ଯଦି ଆସିବ ବଢ଼ି,କେହି ନ ରୋଧିବେ ମହାନଦୀ ଲହଡ଼ି ।ସେ ବଡ଼ ରାଜ୍ୟରେ କହ କି ଲାଭ ଆଉ,କେତେ ସହିଁବୁ ଏ ମହନଦୀର ଦାଉ ?ହୋଇଥିଲା ସେ ବରଷ ବଢ଼ି ପ୍ରବଳ,ଯହିଁ ଚାହିଁ ଦିଶେ ତହିଁ କେବଳ ଜଳ ।କି କଷ୍ଟେ ଜୀବନ ତେବେ ଥିଲୁଁ ବଞ୍ଚାଇ,ଯା ଲାଗି ବଞ୍ଚିଲୁଁ ତାଙ୍କୁ ଭୁଲିତ ନାହିଁ ।ଆମ ଲାଗି ବହିଥିଲା ତାଙ୍କରି ଲୁହ,ନ ମାନିଲେ ମହାନଦୀ ପ୍ରବଳ ସୁଅ ।ଆମ ଗାଆଁରେ କହନ୍ତି, ସେ ଗୋପବନ୍ଧୁଥିଲେ ଏକା ଆମ ଦୁଃଖୀ ଗରିବ ବନ୍ଧୁ ।ଥିଲେ ଅବା ଗୋପବନ୍ଧୁ ଆମ ପାଇଁକିକରିଥାନ୍ତେ କିଛି ବାଟ, ଆଉ କାହିଁକିମନେ ପକାଇ ସେ କଥା ହେଉଚୁ ଘାରି ?ହେଲେ ହେଉ ମହାନଦୀ ଆମ ଭଗାରି ।ଆମେ ତା କୂଳରେ ଯେବେ ବାନ୍ଧିବୁଁ ବସା,ଫେଡ଼ିବୁଁ ଆମରି ହାତେ ଆମ ଦୁର୍ଦ୍ଦଶାମେଘକୁ ଅନାଇ ମନେ ମନେ ପାଞ୍ଚଇ,ବଡ଼ ହେଲେ ଗୋପବନ୍ଧୁ ହେବି ବାଞ୍ଛଇ ।କକା ଭଳି ନ ଯଦି ମୁଁ କରି ବିଦେଶ,ପାଞ୍ଚ, ଦଶଟି ଟଙ୍କାରେ ଜୀବନ ଶେଷ ।ବଢ଼ି ଲାଗି ଯା’ ଦିଶିବ ବାଟ କରିବି,ଲାଟ କିଲଟର ସଙ୍ଗେ ନିଶ୍ଚେ ଲଢ଼ିବି ।ରାଇଜ ଲୋକଙ୍କୁ ମେଳି କରିବ ଆଣିଆମ ଦୁଃଖ କଥା ତାଙ୍କ ଆଗେ ବଖାଣି ।କହ କି ଉପାୟ କର ଭାଇ ସକଳ,ନୋହିଲେ ଜୀବନ ଘେନି ହେଲୁଁ ବିକଳ ।ଲକ୍ଷ ଲକ୍ଷ ତୁମ ଭାଇ ତେଜିଲୁଁ ପ୍ରାଣ,ତୁମେ ଆମ ସାହା, ରୋଧ ଏ ସୁଅ ଟାଣ ।ରାଇଜଯାକରେ ଏତେ ମଣିଷ ଥାଇଆମ ଗୁହାରି କେହି କି ଶୁଣିବେ ନାହିଁ ?ଶୁଣନ୍ତୁ ନ ଶୁଣନ୍ତୁ କେ, ହାତେ ଆମରଫେଡ଼ିବୁଁ ଦୁର୍ଦ୍ଦଶା ଯେତେ କରିଚୁଁ ଘର ।ମହାନଦୀ କୂଳେ ତେବେ ଆପଣା ସୁଖେବହିଯିବ ବଢ଼ିପାଣି ସମୁଦ୍ର ମୁଖେ ।ଓଡ଼ିଆ ବୋହୂ
ଲକ୍ଷ ଲକ୍ଷ ଓଡ଼ିଆ ବୋହୂ କ’ଣ ଏହିପରି ନିଃସଙ୍ଗ ନିରାଶ୍ରୟ ହୋଇ କାନ୍ଦୁନାହାନ୍ତି ? ଏମାନଙ୍କ ମଧ୍ୟରୁ କ’ଣ ଅନେକ ଘରୁ ବାହାରିଯାଇ ପତିତା ହେବେ ନାହିଁ ? ଏମାନଙ୍କ ପାଇଁ ଉପାୟ କ’ଣ ?
କୁନ୍ତଳାକୁମାରୀଓଡ଼ିଆ ବୋହୂର କାନ୍ଦଆଜି ଯେ ମଉଚ୍ଛବ,ଆଜି ଗୁଣ୍ଡିଚା ଯାତ,ସଜ ହୁଅ ମାଳତୀ !ଡାକିଲାଣି ସଙ୍ଗାତ ।କିନ୍ତୁ ମାଳତୀ ମୁହିଁମୋର ପୋଡ଼ା କପାଳସୁଖ ମୁଁ ନ ଜାଣଇ,କାନ୍ଦେ ସଞ୍ଜ ସକାଳ ।ମୋ ସଙ୍ଗେ କାନ୍ଦେମୋର ଶାଶୁଟି ନିରିମାଖୀ,ଭାବନାରେ ଶଶୁରଶେଯେ ଗଲେଣି ଲାଖି ।ଆସେ ଯେବେ ଘରକୁକେବେ ନଣନ୍ଦ ଦୁଲୀଭାଇ ସକାଶେ କାନ୍ଦିମୁହଁଟି ଯାଏ ଫୁଲି ।ମାଆ ମୋର ମଲାଣିମୋ’ ଲାଗି ଭାଳି ଭାଳି,ବାପା ମୋର ବସିଚିଛାତିରେ ଚିତା ଜାଳି ।ହେଲା ପାଞ୍ଚ ବରଷଆସି କଲଣି ଘର,ପାଞ୍ଚଦିନ ପାଇଁକିନ ରହିଲେ ସଙ୍ଗର ।କି’ କରିବୁଁ ଆମେତହେଲୁଁ କରମହୀନ,ଦିନୁ ଦିନୁ ଶଶୁରଦୃଷ୍ଟି ହୋଇଲା କ୍ଷୀଣ ।ବିଲବାଡ଼ିର ଧାନଦଶ କୁଟୁମ୍ୱ ପାଇଁହେଲା ନଅଣ୍ଟ ପୁଣିକରଜ ଶୁଝା ନାହିଁ ।ଛୋଟ ଛୋଟ ଦିଅରପଢ଼ନ୍ତି ଚାହାଳୀରେ,ଛୋଟ ଛୋଟ ନଣନ୍ଦବୁଲୁଥାନ୍ତି ସାହିରେ ।ବଡ଼ ଶଶୁରଙ୍କରହୋଇଗଲାଣି କାଳ,ବିଧବା ବଡ଼ ମାଆକୁଟୁମ୍ୱର ଜଞ୍ଜାଳ ।ଘରେ ଦଶ ପରାଣୀ,ଏକା ପୋଷଣାହାରୀଗାଆଁରେ ଧନ୍ଦା ନାହିଁଦେଶୁଁ ଗଲେ ବାହାରି ।ଗଲାବେଳେ କହିଲେ,ବହୁ ଧନ ଅର୍ଜ୍ଜିବି,ନ କାନ୍ଦ ଧନ ମୋରନିତ ଭାଷା ଲେଖିବି ।ପଠାଉଥିବ ମୋତେଘର ଶୁଭ ବାରତା,ଜଗନ୍ନାଥ ଭରସାଏକା ଆମ କରତା ।ଏତକେ କହି ଦିନେସଞ୍ଜ ଗାଡ଼ିରେ ବସିଗଲେ ଚାଲି ବିଦେଶରହିଲି ମୁଁ ତରଷି ।ଟଙ୍କା ଲାଗି ମୋ ନାଥଗଲେ ବିଦେଶ କରିମୋତେ ଲାଗେ ସ୍ୱପନବଞ୍ଚିବି ମୁଁ କିପରି !ମାସେ ଦି’ ଖଣ୍ଡ ଭାଷାଆସୁଥିଲା ପହିଲେ,ଟଙ୍କା ପାଇ ଶଶୁରଦେ’ଣା କିଛି ଶୁଝିଲେ ।ଏବେ ଦୁଇ ବରଷପାଖ ପାଖ ହେଲାଣି,ଡାକକୁ ଚାହିଁ ଚାହିଁଆଖିପାଣି ମଲାଣି ।କୁଆଡ଼େ ଗଲେ ତାଙ୍କଆଦରର ମାଣିକ,ଶାଶୁ କାନ୍ଦି କହନ୍ତିକରମକୁ ମୋ ଧିକ ।ଦୂର ବରମା ଦେଶପରୀରାଇଜ ପରା,କେ ଭୁଲାଇ ରଖିଲାଦୁଃଖୀ-ରଙ୍କପସରା ?ବରମା ନାମ ଶୁଣିଛାତି ମୋ ଦକଦକ,ବୁଢ଼ୀ ବାହୁନୁଥାନ୍ତିପୁଅ ଗୁଣ ଯେତକ ।ଉଠି ବଡ଼ିସକାଳୁନିତି ଦାଣ୍ଡ ଦୁଆରେଡାକ ହରକରାକୁଚାହିଁଥାନ୍ତି ଆଶାରେଗଲେ ସେ ବାଟ ଦେଇଡାକ ପକାନ୍ତି, ‘ପୁଅ,ଅଛି କି ଭାଷା’ କହିଆଖିରୁ ଗଡ଼େ ଲୁହ ।କବାଟ ପଛଆଡ଼ୁଚାହିଁଥାଏ କାତରେ,‘କିଛି ନାହିଁ’ ଶୁଣିଲେକୋହରେ ଲୁହ ଝରେ ।ବରମା ଦେଶ କଥାକରଇ କଳପନା,ସପନେ ଦେଖେଁ ସେତମାୟାପୁରୀ ରଚନା ।ତହିଁ ବିଦ୍ୟାସୁନ୍ଦରୀନାରୀମାନେ ମୋହିନୀ,ମୋ କାନ୍ତ ତାଙ୍କ ବଶେ,ମରେ ମୁଁ ଅଭାଗିନୀ ।ତାଙ୍କୁ ଧ୍ୟାଇ ମନରେଆଉ କି ଏ ଜୀବନେନ ହେବ ଦରଶନ,କାନ୍ଦି ନିନ୍ଦେ କରମେ ।ହୋଇ ବିକଳ କାକମୁଖେ ଅଧାର ଥୋଇକହେଁ, ଶୁଭ ବାରତାଦେଇଯା କାକପୋଇ !ଉଡ଼ିଯା ସେ ଦେଶକୁଯହିଁ ମୋ ପ୍ରାଣକାନ୍ତସାତ ସମୁଦ୍ର ପାରି,ତହିଁ ଯାଇ ଏକାନ୍ତକହିବୁ ତାଙ୍କ ଆଗେମୋ ଦୁଃଖ ରାଶିରାଶି,ନ ପାଇଲେ ବାରତାପ୍ରାଣ ଦେବିଟି ଝାସିକୂଅ ପୋଖରୀ ଜଳେ,ନୋହି ମୋ’ ପ୍ରତି ବାମଉଡ଼ିଯା’ରେ ବାୟସଯହିଁ ମୋ ପ୍ରାଣାରାମଅଛନ୍ତି ମୋତେ ଭୁଲିତୁ ଗଲେ ଅବା ମିତମନେ ପଡ଼ିବ ମୋତେମୋର ବ୍ୟାକୁଳ ଚିତ୍ତ ।’କାହିଁରେ ଶାନ୍ତି ନାହିଁ,ଶାଶୁ ନାହାକ ଡାକିପକାନ୍ତି ଖଡ଼ି, ମୁଁ ତଦୁଆର ପଛେ ଟାକିକାନ ଡେରି ଶୁଣଇପ୍ରଶ୍ନ ଉତ୍ତରତକ,ସବୁ ମିଛ ହୁଅଇନାହାକଗୁଡ଼ା ଠକ ।ଶାଶୁ ବାର ବରତକରନ୍ତି ପୁଅ ଆଶେ,ମଙ୍ଗଳ ମନାସନ୍ତିକେତେ ଦେବତା ପାଶେ ।ଦେଖନ୍ତି ସପନରେପୁଅ ଫେରିଚି ଘରକାହିଁ କିଏ ଫେରିଲା ।ଆଖି ମୋ ଝରଝର ।ଦିନେ ମୋ କପାଳରେନୋହିଲା ସ୍ୱାମୀସୁଖ,ବାଳୁତକାଳୁ ବିହିଦେଲା ଦାରୁଣ ଦୁଃଖମୁଁ ଯାକୁ ଏତେ ମନେକରୁଛି ନିଶିଦିନ,ଯା’ ଲାଗି କାନ୍ଦି କାନ୍ଦିତନୁ ନୟନ କ୍ଷୀଣ,ସେ ଭଲା ଦିନେ ମୋତେକରୁଥାନ୍ତା ମନରେ,କାହିଁ ଦୂର ବିଦେଶେରହିଲା ମଉଜରେ ।ଆଜି ମେଳା ଉତ୍ସବ,କାହିଁ ତହିଁ ହରଷ ?ନିଆଶ୍ରୀ ନିଃସଙ୍ଗ ମୁଁକାଟେ ଯୁବା ବୟସ ।ମିଛେ ମିଛେ ସିନା ମୁଁହାତେ କାଚ ନାଇଚି,ବିଧବାରୁ ହୀନ ମୁଁସଧବା ବୋଲାଇଚି ।ଘରେ ପିଠାପଣାଟିହେଲେ ମୋତେ ନରୁଚେ,ପରଷି ସଭିଙ୍କି ମୁଁନିଜ କଥା ମୁରୁଛେ ।ଆଖି ପୋଛି ରୋଷାଇଶାଳେ କଂସାରୁ ଧରିଭାବେଁ ବିଦେଶେ ଏକାଥିବେ ଅବା କିପରି ?କିଏ ବା ରାନ୍ଧିବାଢ଼ିଥାଳୀ ପରଷୁଥିବ,ଶେଯ ମସିଣା ପାରିପାଦସେବା କରିବ ?ଦେହ ପାଆକୁ ଜଗିଦେଖା ଶୁଣା କରିବ,ମନ ବୁଝି କିଏସେପଦେ କଥା କହିବ ?ପୋଡ଼ିଯାଉ ମୋ ଖିଆ,ମୁଁ ତ ହୀନିକପାଳୀ,‘ହତଶ୍ରୀ ଅଲକ୍ଷଣୀ’ଶାଶୁ ଦିଅନ୍ତି ଗାଳି ।ତାଙ୍କ ଆଗରେ ପୁଣିକିପରି ହେବି ସଜ,ଯମ ଦୁଆର ଯିବାତହୁଁ ବଳି ସହଜ ।ଘର ନ ଚଳେ ଆଉ,ଶଶୁର ହରବର,ବିକି ଭାଙ୍ଗି ଖାଇଲେଯାହା ଚିଜ ପତର ।ଯା’ ଥିଲା ଜମିବାଡ଼ିବନ୍ଧା ଛନ୍ଦା ହେଲାଣି,ଋଣ ଖଜଣା ଲାଗିମହାଜନ ନେଲାଣି ।ହୋଇଥିଲା କରଜବିଭାବେଳେ ପୁଅର,ଟଙ୍କା ପଚିଶି ଏବେହେବ ଶହେ ଉପର ।ମକଦ୍ଦମା କରିବଗରଜେ ଭୀମ ସାହୁ,ସହ୍ୟରୁ ବଳିଲାଣିଭଗୁ ପିଆଦା ଦାଉ ।ଦାଣ୍ଡ ଦୁଆରେ ବସିଡାକେ, ‘ପଧାନ ପୁଅ,ଲୁଚିବ କେତେଦିନ,ଦାଣ୍ଡେ ଦେଖାଅ ମୁହଁ ।ନେଲାବେଳକୁ ଟଙ୍କାନେଲ ହାତ ପତାଇ,ଦେଲାବେଳକୁ ଏବେବସ ମୁହଁ ଶୁଖାଇ ।ନ ଚଳିବ ଏ ପାଠ,ନ ଦେବ ଯଦି ଭଲେସିଧା ଆଙ୍ଗୁଠିରେ କିଦେଖୁଛ ଘିଅ ଗଳେ !ସଳଖିବି ସୁନ୍ଦରନ ଜାଣୁ କରାମତି,ତେଣୁ ଏତିକି ଟାଣ,ରହିଛୁତୁ ବରତି ।’ଟଙ୍କି ଟିକସ ଲାଗିମାସେ ମାସେ ତାଗଦା,ମୁଠିଏ ଧାନ ନାହଁ,ବିଲ ପଡ଼ିଚି ପଦା ।କି କରିମୁଁ ସର୍କାରକଥାକୁ ବଳ କା’ର ?ବିକୁଁ ଥାଳି ତାଟିଆ,ନାହିଁ ତ ରୋଜଗାର ।ଧାନ କୁଟି କୁଟି ମୋଠେଙ୍ଗିଣି ଛିଡ଼ିଲାଣି,ଚକି ପେଶି ହାତରେବିଣ୍ଡି ପଡ଼ିଗଲାଣି ।ନିତି ଅନ୍ଧାରୁ ଉଠିବାସି ପାଇଟି ସାରେ,ଗୁହାଳ କାଢ଼ି ଝାଡ଼ିଲାଗେ ଲିପାପୋଛାରେ ।ଗାଧୋଇସାରି ପୁଣିରୋଷାଇଶାଳେ ପଶିଖଟି ଖଟି ମୋ ହାଡ଼ମାଉଁସ ଗଲା ଖସି ।ଘରେ ଭରା କୁଟୁମ୍ୱସମସ୍ତଙ୍କ ଅର୍ଦ୍ଦଳିସହି ସହି ଦେହରେରକତ ଗଲା ଜଳି ।କେତେ ଗେଲବସରଥିଲିଟି ବାପଘରେ,ଆଜି ଏ ହାଡ଼ଭଙ୍ଗାଖଟଣୀ କପାଳରେ ।ଦେଖନ୍ତା ଯେ ମୋ ଦୁଃଖ,ବାଧନ୍ତା ଯା ଦେହକୁସେ କାହିଁ ଦୂର ଦେଶେ,କାନ୍ଦେ ନିନ୍ଦି ଭାଗ୍ୟକୁ ।ବାଧିବ ବା କାହାକୁକହିଲେ ମୋ କାହାଣୀ ?ଶାଶୁ କହନ୍ତି, ‘‘ଆମେକରୁଁ ପଥର ପାଣି,ତୋ ଭଳି ଯୁବା ଗଣ୍ଡିବହି ତୁ ଅଳସେଈପାଇଟି ଲାଗି ଅଛୁମୋ ହାତକୁ ଅନେଇ !ରାଣୀ ରାଉତାଣୀକିଖଞ୍ଜି ଖଟ ପଲଙ୍କବସି ପୂଜା କରିବିକିଲୋ ମୁଁ ଦୁଃଖୀରଙ୍କ !ରାଣୀ ଯା କରମରେହୋଇଥାନ୍ତୁ ଅଭାଗୀ,ସେ କାହିଁ ରହିଲାପୋଡ଼ାମୁହାଁ କି ତ୍ୟାଗି ।ଲକ୍ଷ୍ମୀ ଗଲେଣି ଛାଡ଼ିପଡ଼ିଲା ଦିନୁ ପାଦ,ଅର୍କ୍ଷିତ ଘର ଝିଅକାହିଁରେ କରୁ ସାଧ ?ବୁଡ଼ାଇଲୁ ମୋ ଘର,ଶୁଣି ଫେରାଇ ମୁହଁକାନ୍ଦେଁ ତୁନିତୁନିକାପଣନ୍ତେ ପୋଛି ଲୁହ ।କେତେ ନିଶା ରାତିରେଚେଇଁ ମୁଁ ପଡ଼ିଥାଏଁତତଲା ଆଖି ପାଣିଶେଯ ମାଣ୍ଡି ତିନ୍ତାଏ ।ହାୟ ମୋ ଯୁବାକାଳକାଟିବି ମୁଁ କିପରି,ବରଜି ଗଲେ କାନ୍ତମୁଁ ଯେ ଗଲିଣି ସରି ।ଲାଞ୍ଛନା ଗଞ୍ଜଣାରେକରି ବାର ପାଇଟିଦିନ ଯାଉଚି କଟି,କାଳ କିନ୍ତୁ ରାତିଟି ।ଏକୁଟିଆ ଶେଯରେହୁଅଇଁ ଛଟପଟ,କବେ ତାରା ଗଣଇଁଖୋଲି ଝଟକାପଟ ।ସାଇଁ ସାଇଁ ଗଭୀରନିଶା ଗରଜୁଥାଏ,ସହସା ରେଳଗାଡ଼ିଶବଦ ବାଜିଯାଏକାନରେ କେବେ ମୋରନିଶବଦ ରାତିରେ,ଛନକା ପଶିଯାଏଚମକି ମୋ ଛାତିରେ ।ଜାକିଜୁକି ବୁଜୁଳାଭଳି ମୁଁ ପଡ଼ିଥାଏ,ଦୁଇ ହାତ ପାପୁଲିଆଖି ଚାପିପକାଏ ।ସବୁ ବଳ ଏକାଠିକରି ଅବା ଗମ୍ଭୀରେଶୁଣେ ମୁଁ କାନ ପାରି,ସତେ କେ ଆସେ ଧୀରେ,ଶଗଡ଼ରୁ ଓହ୍ଳାଇଡାକେ ଦାଣ୍ଡେ ଦୁଆରେ,‘ମାଆ’ ବୋଲି ଶବଦ,ଉଠି ମୁଁ କାନ ପାରେ ।ଶାଶୁର କେବେ କେବେଦିଏ ନିଦ ଭଙ୍ଗାଇ,‘କେ ଡାକୁଛି ଦୁଆରେଦେଖନା ଥରେ ଯାଇ’ ।ଶାଶୁ ଉଠି ଆବେଗେଧାଆନ୍ତି ବାହାରକୁ,କାହିଁ କେହି ନାହାନ୍ତି,ଫେରିଆସି ଘରକୁମୋତେ ଦିଅନ୍ତି ଗାଳି,ମୁଁ ତୁନି ତୁନି ଶୁଣେ,ମୋ ବାୟାପଣ କଥାବିକଳେ ମନେ ଗୁଣେ ।ସିନ୍ଦୁର କଜ୍ୱଳେ ମୋନାହିଁ ମନର ସାଦ,ନୂଆ ଲୁଗା ଚୂଡ଼ୀରେନାହିଁ କିଛି ଆହ୍ଲାଦ ।କାହାପାଇଁ ବା ସାଜସଜ୍ଜା କରିବି ବସି,ନାହିଁ ତ ଗରେ ଯେ ମୋସୌନ୍ଦର୍ଯ୍ୟ ପଣେ ରସିଦିଅନ୍ତା ଆଣି ମୋତେନିତି ନୂଆ ଭୁଷଣ,ଭୁଆସୁଣୀ ମୁଁ ସ୍ୱାମୀ-ହୀନା, ମୋ କଷଣକିଏ ବୁଝିବ କେତେଦୁଃଖ ଦାଉ ସହୁଚି,କେତେ ଦୁଷ୍ଟଙ୍କଠାରୁନିଜ ଧର୍ମ ରଖୁଚି ।ଦିଅର ନବଘନବଡ଼ ଚଗଲା ଟୋକା,ତା’ ସାଙ୍ଗ ବଗୁଲିଆରାଧୁ, ଗୋବିନ୍ଦା ଲୋକା ।ତାଙ୍କ ଜାଳାରେ ମୋରଜୀବନ କଳବଲ,ଦୈବ ସାହା ଅର୍କ୍ଷିତେଏତିକି ମୋର ବଳ ।ମୋହ ଭଳି ଗାଆଁରେକେତେ ବୋହୂ ଅନାଥ,ନିନ୍ଦନ୍ତି ବିଧାତାକୁକପାଳେ ମାରି ହାତ ।ଗାଧୋଇଗଲେ ତୁଠେକହୁଁ ଅନେକ କଥା,ଲଘୁ ହୁଏତ ବହୁତଫେଡ଼ି ହୃଦୟ ବ୍ୟଥା ।ଶାଶୁର ଅତ୍ୟାଚାର,କୁଟୁମ୍ୱଙ୍କ ଗଞ୍ଜଣା,ଦିନରାତି ଖଟଣୀ,ତୁନି ତୁନି କାନ୍ଦଣା,ସବୁ କଥା ପଡ଼ଇ,ହୁଏ କେତେ ବିଚାର,ସ୍ୱାମୀ ସଙ୍ଗରେ ଗଲେକୁଳୁଁ କିପାଁ ବାହାରହୋଇଲୁଁ, ଏ କି ଶାସ୍ତ୍ରଏ କି ବ୍ୟବସ୍ଥା ଭଲା,ଆମ ପାଇଁକି ଏତେଅବିଧି କିଏ କଲା ?ଏକା ଯାଆନ୍ତି ସ୍ୱାମୀଆମକୁ ଛାଡ଼ି ଘରେ,ଭୁଲିଯାଆନ୍ତି ସେଠିପଡ଼ି ମନ୍ଦ ସଙ୍ଗରେଆମେ ଥିଲେ ପାଖରେଦେଶ ଦଶର ଭଲ,ଏ କଥା ବୁଝିବାକୁନାହିଁ ମୁଣ୍ଡେ ଅକଲ ।ପଣ୍ଡିତ ଏ ବୋଲାନ୍ତିସ୍ତ୍ରୀ-ହତ୍ୟାକାରୀ ଯମ,ୟାଙ୍କ ଯୋଗୁ ହୋଇଚିବାମ ଆମ କରମ ।ଏପରି ନାନା ପାଞ୍ଚନାନା କଥା ପକାଇମନକୁ କରୁଁ ଶାନ୍ତି,ନୋହିଲେ ଶାନ୍ତି କାହିଁ ।ପୁଣି ଶାଶୁ ଗାଆଁରେଅଘଟନ ଘଟନା,ସହି ନ ପାରି ଦୁଃଖକୁଟୁମ୍ୱଙ୍କ ଲାଞ୍ଛନାକେତେ ବୋହୂ ଗଲେଣିତେଜି ଲାଜ ସରମ,କେଉଁ ଦୂର ମୂଳକଦାଣ୍ଡେ ବିକି ଧରମ ।ଶାଶୁ ଶୁଣି ବିକଳେକହନ୍ତି ଗୁପତରେ,‘ଲାଜ ରଖିବୁ ମାଆ,ନ ଯଦି ବିପଥରେ ।କାଲି ପରି ଘରକୁଫେରି ଆସିବ ଦାମ,କପାଳ ଆଦରି ଥାପଡ଼ିଲା କା’ ଶିକ୍ଷାରେ,ଘରେ ମାଆ ବୁଢ଼ୀଟାମଲାଣି ଅପେକ୍ଷାରେ ।ତଥାପି ଜଗନ୍ନାଥେଶୁଣିବେ ମୋ ମାଗୁଣି,ଫେରି ଆସିବ ଧନ,ରହିଥା ଗୁଣ ଗୁଣି ।’ଗୁଣ ଗୁଣି ରହିଚି,ରହିଥିବି ମୁକର,ସହି ସହି ଦେହଟାହୋଇଯିବ ପଥର ।ଚେମୀ
ମୁଁ ଅନେକ ଚାକିରି ଚାକିରି ଖୋଳି ହଇରାଣ ହେଲି । ଶେଶରେ ମୋର କିଛି ହେଲା ନାହିଁ । ପାଠଶାଠ ମୋର କିଛି ନଥିଲା କି କମିବାଡ଼ି ଧନସମ୍ପରି ମଧ୍ୟ ବେଶି କିଛି ନ ଥିଲା । ଏଣେ ଘରେ । ପାଞ୍ଚପ୍ରାଣୀ କୁଟୁମ୍ବ । ବାଧ୍ୟ ହୋଇ ମୁଁ କଲିକତା ଗଲି । ସେଠି ଗୋଟିଏ ମିଲ୍ରେ ଚାକିରି କଲି । ଚାକିରି କରିବାର ପ୍ରାୟ ଚାରି ବର୍ଷ ହୋଇଗଲାଣି । କଲିକତାର ପରିବାରହୀନ ଜୀବନରେ ଯାହା ଘଟେ ତା' ମୋ ଜୀବନରେ ମଧ୍ୟ ଘଟିଲା । ମୁଁ ନିଶାବେଶ୍ୟାର ଦାସ ହେଲି ।
ଦିନେ ହଠାତ ଗୋଟିଏ ନୂଆ ସ୍ଥାନକୁ ମୁଁ ଯାଇଥିଲି । ସ୍ତ୍ରୀଟି ବେଶ୍ୟା; କିନ୍ତୁ ତାକୁ ଦେଖି ମୁଁ ଚମକି ଗଲି । ସେ ତ ମୋ ମାଉସୀ ଝିଅ ଭଉଣୀ ଚେମୀ; ସେ ଏଠି ! ମୋର ମଥା ଘୂରିଗଲା, ଜ୍ଞାନ ହଜିଗଲା । ଘରକୁ ଯାଇ କେତେ ରାତି କେତେ ଦିନ ବହୁତ ଭାବିଲି ତା’ର ଦୁର୍ଦ୍ଦଶାର କଥା । ସେ ମୋତେ ବିହିଲା, ଗୁପ୍ତରେ ସବୁ କହିଲା, ସେ ନର୍କକୁଣ୍ଡରେ ପଡ଼ି ଘାଣ୍ଟିହଉଚି । ତା’ର ଇଚ୍ଛା ଏ ନର୍କରୁ ତ୍ରାହି ପାଆନ୍ତି । କିନ୍ତୁ ଉପାୟ ? ମୋ କତିରେ ତ କିଛି ଉପାୟ ନାହିଁ । ସେ ଅଜାତି, କୁଳଟା; ସମାଜ ତାକୁ ଗ୍ରହଣ କରିପାରିବ ନାହିଁ । ତା’ଠି କୌଣସି ଏପରି ବିଦ୍ୟା, ଜ୍ଞାନ ନାହିଁ ଯେ ସେ ଭଲରେ ଥାଇ ନିଜର ପେଟ ପାଳିପାରିବ । ହିନ୍ଦୁ ସମାଜରେ ତା ପାଇଁ ସ୍ଥାନ ନାହିଁ । ହତଭାଗିନୀ ଚେମୀର ଉଦ୍ଧାରର ଉପାୟ କ’ଣ କେହି କହିଦେବେ କି ? ।
ପତିତାର କାନ୍ଦ(କଳହଂସ କେଦାର ବୃତ୍ତେ)ଭଉଣୀ ! ଜନ୍ମ ମୋର ଆଜି ମୁଲକେ,ବାପ ଅଜା ମୋ ଶ୍ରେଷ୍ଠ ଜାତି ପାଟକେ ।ନାଆଁ ମୋର ସୁନ୍ଦର ଦେବକୀ ମଣି,ଭାଇ ଡାକେ ମଇନା, ମା ଡାକେ ବଣି ।କିଏ ଡାକେ ଦୁଲଣା, ଚମ୍ପା, ମାଳତୀ,ରୂପ ଅନ୍ଧାର ଘରେ ଜାଳିବ ବତୀ ।ରୂପ ଗୁଣ ସୁନ୍ଦର, ଗେଲବସରରେବିଭା ଦେଲେ ହରଷେ ବାର ବର୍ଷରେ ।ଶାଶୁଘର ଉତ୍ତମ ଧନ ଦରବେ,ବିଭାଘର ହୋଇଲା କି ମଉଚ୍ଛବେ ।ସୁନା ରୂପାର ଚାରୁ ଭୁଷଣମାନଖଞ୍ଜି ସର୍ବାଙ୍ଗେ ମୋତେ କରିଲେ ଦାନ ।ସଙ୍ଗେ ଦେଲେ ଯୌତୁକ ନାନା ସମ୍ଭାର,ପୂରିଲା ଶାଶୂଘର ଭାରକୁ ଭାର ।ଶାଶୁ ମୋର ହୀରାଟି, ନଣନ୍ଦ ସୁନା,ଦିଅରଟି ମାଣିକ କି ଗୁଣେ ଊଣା ।ପାଞ୍ଚ ପଞ୍ଚୁରେ ବସି ଗାଆଁ ଖଣ୍ଡରଶଶୁର ନାଆଁ ଟେକ, କି ବଡ଼ ଘର ।ତହୁଁ ପୁଣି ଯା ହାତ ଧରିଲି ସେହି,ସରି ହେବ ତା’ ସଙ୍ଗେ ଦେବତା କେହି ?ରୂପେ ଗୁଣେ ଉତ୍ତମ ଚାଲି ଚଳଣେ,ପୁଅ ମଧ୍ୟରେ ରାମଚନ୍ଦ୍ର କି ଜଣେ !ଏପରି ଘର ବର ପାଇ ହରଷେସୁଖେ କଟିଲା ଦିନ, ଚାରି ବରଷେହେଲେ ଦୁଇଟି ପୁଅ ଝିଅ ସୁନ୍ଦର,ତାଙ୍କ କଳରୋଳରେ ପୂରିଲା ଘର ।ଏ ସମୟେ ଗାଆଁକୁ ଆସିଲା ସ୍ୱାଇଁକଲିକତାରୁ ବହୁତ ଟଙ୍କା କମାଇ ।ଦରମା ଯିବ ବୋଲି କହିଲା ସେହି,ମୋ ସ୍ୱାମୀ ସାଙ୍ଗ ତା’ର ସାଥିରେ ନେଇ-ଯିବ ତାଙ୍କୁ, ଶୁଣନ୍ତେ ହେଲା ମୋ ଡର,ମୁଁ କହେ କିପାଁ ତୁମେ ଛାଡ଼ିବ ଘର ?ଘରେ ଅଭାବ କିସ ଧନଦ୍ରବ୍ୟରେ,କହିଲେ, ନଈବାଲି ଖାଇଲେ ସରେବସି ବସି ଅଳସେ, ହେଲା ବୟସ,ବିଦେଶେ ଗଲେ କଥା ଶିଖିବି ଦଶ ।ଟଙ୍କା କମାଇ ଘର ଧନ ବଢ଼ିବ,ଏଠି ବସି ରହିଲେ ମୂଳରୁ ଯିବ ।କେଡ଼େ ଗରିବ ପୁଅ ସ୍ୱାଇଁ ଦେଖିଲ,ଘରେ ନଥିଲା ଚାଳ, ମାଣେଟି ବିଲ ।ବଡ଼ କଷ୍ଟେ ଚଳନ୍ତି, ଆସି ଏଥରକଲା ସେ ପକ୍କା କୋଠା, ପୁଣି ପନ୍ଦରମାଣ ଜମି କିଣିଲା, ମୁଁ ବସି ଘରେଖାଉଛ ବାପ ଧନ କେଉଁ ମୁହଁରେ !ବଢ଼ିଲା ପରିବାର, ମୁଁ ରୋଜଗାରନ କଲେ ସମ୍ଭାଳିବ କେ ଘର ଭାର ?ସତ ତାଙ୍କ କଥାକୁ ଅକାଳ ଦାଉଘୋଟିଲା ସେ ବରଷ ଦଣ୍ଡକେ ଚାହୁଁ ।ଠିଆ କ୍ଷେତ ମରୁଡ଼ି, ଉଡ଼ିଲା ହଂସାଫସଲ ନାଶ ଦେଖିକାନ୍ଦିଲେ ଚବା ।ଏହିପରି ବରଷ ତିନି ମରୁଡ଼ିହେଲାରୁ ସରେ ସଞ୍ଚା ଧାନ କଉଡ଼ି ।ଘରର ଦଶା ଦେଖି ଗଲେ ବିଦେଶଟଙ୍କା ଅର୍ଜ୍ଜିବା ଆଶେ, ମୋ ମନ କ୍ଳେଶକେ ବୁଝିବ ଜଗତେ, ସ୍ୱାମୀକୁ ଛାଡ଼ିକପାଳେ ଦୁଃଖ ମୋର ଆସିଲା ମାଡ଼ି ।ସେ ଗଲେ ଘରୁ ଏଣେ ମଲେ ଶ୍ୱଶୁର,କ୍ଷେତ ଛଡ଼ାଇନେଲେ ଖୁଡ଼ୁତାଶୁର ।ଘରେ କେହି ମୁରବି ରହିଲେ ନାହିଁ,ଭଗାରି ହେଲେ ନିଜକୁଟୁମ୍ୱ ଭାଇ ।ତହିଁ ସଙ୍ଗରେ ପୁଣି ବିଧାତା ବାମ,ନଈରେ ବୁଡ଼ି ମଲା ଦିଅର ରାମ ।ତା ଶୋକେ ଶାଶୁ ମୋର ଘେନିଲେ ମାଟି,ଏଥର ଆଶ୍ରାହୀନ ଏକୁଟିଆଟିପଡ଼ିଥାଏ ମୋ ଘରେ ବାର ଦୁଃଖରେ,ସ୍ୱାମୀ କାହିଁ ଥାଆନ୍ତି ବର୍ମାଦେଶରେ ।ଲେଖିପଢ଼ି ନ ଆସେ ମୁଁ ନିରକ୍ଷର,ଭଗାରି ନ ଦିଅନ୍ତି ଭାଷା ପତର ।ତାଙ୍କ ଖବର ଆଉ ପାଇଲି ନାହିଁ,ପାଳେ ପିଲା ଦିଓଟି ନିଜେ ନ ଖାଇ ।ଯା ଥିଲା ଘରେ କ୍ରମେ ଆସିଲା ସରି,ଚିନ୍ତାରେ ପଡ଼ିଲି ମୁଁ କତରା ଧରି ।କାନ୍ଦି କାନ୍ଦି ମୋହର ରହିଲା କଣ୍ଟା,ବାତ ବ୍ୟାଧିରେ ନଇଁ ପଡ଼ିଲା ଅଣ୍ଟା ।ସେ ବରଷ ହେଲାଟି ଘୋର ବରଷା,ବରଷା ପଛେ ବଢ଼ି କି କାଳ ଦଶା ।ବଢ଼ି ଛାଡ଼ୁ ନ ଛାଡ଼ୁ ପଡ଼ିଲା ବାଡ଼ି,ଅକାଳେ ଗଲେ କେତେ ସଂସାର ଛାଡ଼ି ।କେତେ ମାଆ ମଙ୍ଗଳା ଦେବତା ଦିଅଁପୂଜି ପାଇଥିଲି ସେ ପୁଅ ଝିଅ ।ଅକାଳେ ନେଲା କାଳ ମୋ ଆଖିଆଗେ,ମରୁ ମରୁ ମୁଁ ବଞ୍ଚିଗଲି ଦୁର୍ଭାଗ୍ୟେ ।କେତେ ଭୋଗ କପାଳେ ଅଛି ଲେଖନ,ଘୃଣାରେ ଅବା ଛୁଇଁ ନ ଗଲା ଯମ ।ସମସ୍ତେ ଗଲେ, ମୋର ଅକାଟ ପ୍ରାଣ,ବଞ୍ଚିଲି କେମନ୍ତେ ମୁଁ କେଡ଼େ ପାଷାଣ !ତିନିଦିନ ଅଚେତା, ନ ଗଳେ ପାଣିତଣ୍ଟିରେ, ତଥାପି ମୁଁ ବଞ୍ଚିଲି ଜାଣି ।କପାଳରେ ହୀନସ୍ତା ଅଛି ଅନେକ,କେ କରିପାରେ ଭିନ୍ନ କପାଳ-ଲେଖ ।ଛ’ ମାସ କାଳ ଜରେ ପଡ଼ି ନ ମଲି,ଶେଷେ ନିଆଶ୍ରୀ ବାପଘରକୁ ଗଲି ।କେତେ ଦୁଃଖରେ କାନ୍ଦେ, ପେଟଟି ପୋଡ଼ା,ଜୀବନଅଛି ଯେବେ ଆହାର ଲୋଡ଼ା,ପୋଡ଼ା ପେଟଟି କଲା ଏତେ ହୀନସ୍ତା,ବାପଘରେ ଫେରିବୁ କାହୁଁ ଅବସ୍ଥା ।ନ ଥିଲେ ଗର୍ଭଧାରୀ ମୋ ବାପା ମାଆ,କେ ବୁଝିବ ମୋ ଦୁଃଖ ଭୋଗଇ ଯାହା ।ଘରେ ଦୁଇ ଭାଇର ଅପଡ଼ କଳି,ଭାଉଜଙ୍କ ଜାଳାରେ ଗଲି ମୁଁ ଜଳି ।କହନ୍ତି ‘ତୋ ପାଇଁକି ଏଠି ଭଣ୍ଡାରଖଞ୍ଜା ହୋଇଚି କିଲୋ ବାପମାଆର ?ଖାଇଲୁ ଶାଶୁକୁଳ, ନିଜେ ନ ମରିକା’କୁଳେ ଦେବୁ ପାଣି, କିଏ ତୋହରିଉଧାର ଖାଇଛି କି ଖାଇବୁ ବସି,ପାଇଟି କି ନ ପାରୁ ଗୋ ଗୋଡ଼ ଘଷି ?ଦେବୁ କି ସାଆନ୍ତାଣି ବାଢ଼ି ତୋ ଆଗେଦଶ ତିଅଣ ନଅ ଭଜା ସୁଆଗେ ।ଯାଆ ବାହାରି ଯହିଁ ଅଛି ଘଇତା,ବିଭା ହେଲା ଝିଅ ତ କୁଳକୁ ପିତା ।’ଭାଉଜଙ୍କ କଥାରେ ପାଟି ଫିଟାଇଦିନେ ପଦେ କହନ୍ତି ନାହିଁ ଦି’ଭାଇ ।ରୋଷେଇଶାଳଠାରୁ ଗୁହାଳଯାଏସବୁ ପାଇଟି ଏକା ହାତେ ତୁଲାଏ ।ତଥାପି କେହି ତୋଷ ନୁହନ୍ତି ଠୁଳେ,ଛିଣ୍ଡା ଦରବା ପିନ୍ଧି କାନ୍ଦି ମୁଁ ବୁଲେ ।ଦିନ ଦିପହରକୁ ଖାଇସାରିଲେସମସ୍ତେ, ମୋତେ ଭାତଗଣ୍ଡାକ ମିଳେ ।ହାତ ପିଠିରେ ଲୁହ ପୋଛିଣ ଖାଏ,କେବେ ବାସି ତିଅଣ, କେବେ ନ ଥାଏ ।କେବେ ମରିବ କସି, ପିଆଜ, ଲୁଣସଙ୍ଗେ ପଖାଳ ଖାଇ ବାହୁନେ ଗୁଣ ।ମୋ ଶାଶୁ ଶଶୁରର ପୁଣି ମାଆରଏଡ଼େ ଗେଲବସର ସେରନ୍ତାସାରଥିଲି ଆଖିପିତୁଳା, ଘରମାଣିକ,ଆଜି ଗାଧୋଇଗଲେ ତେଲ ଟୋପିକପାଇଁ ତରଷ କାନ୍ଦେ ପୋଖରୀକୂଳେ,ମୋତେ ଯମ କିପାଇଁ ନ ନେଲୁ ତୁଲେ ?ଦୁଇ ଭାଉଜ ମୋର ହାକିମ ପରି,ତାଙ୍କ ବାକ୍ୟବାଣରେ ଜୀଅନ୍ତା ମରି ।କିପରି ଏ ସଂସାରେ ଦିନ କାଟିବି,ଏକା ଏ ପୋଖରୀରେ ବୁଡ଼ି ମରିବି ।ପୋଖରୀ ତୁଠେ ବଡ଼ ଚକା ପଥର,ସେଠି ବସି କାନ୍ଦଇ ସଞ୍ଜ ପହର ।ଗୋଟି ଗୋଟି ଆକାଶେ ତାରା ଫୁଟଇ,ଆଖିରୁ ମୋର ଲୁହ ସୁଅ ଛୁଟଇ ।କହେ ବ୍ୟାକୁଳ ପ୍ରାଣେ ଆକାଶେ ଚାହିଁ,‘ହେ ମହାପ୍ରଭୁ ମୋତେ ମରଣ ନାହିଁ ?ମଣିଷ ହେଲେ ସିନା ମୋତେ ବିଚାରତୁମେ କିମ୍ପା ଦଣ୍ଡୁଚ ମୋତେ ଠାକୁର ?ଏତେ ଜାଳା ମୁଁ ଆଉ କାହିଁ ସହିବି,ନିଶ୍ଚେ ଜହରଖାଇ ପ୍ରାଣ ହାରିବି ।ଦିନେ କାନ୍ଦୁଚି ବସି ଆସିଲା ତହିଁବେଙ୍ଗ ବୁଢ଼ୀ ଗୋଧୋଇ, ମୋ କଇଁ କଇଁଶୁଣି ମୋ ମୁଣ୍ଡ ଟେକି କହିଲା, ‘ଝିଅ,କାନ୍ଦୁଚୁ କିମ୍ପା କହ, ବାଧିବ ଦିହ’ ।ବଢ଼େ କାନ୍ଦିଲି ମୁହିଁ, ଟାଣି କୋଳକୁକେତେମତେ ପ୍ରବୋଧ ଦେଲା ମନକୁ ।କହିଲା, ‘କି କଥାକୁ କାନ୍ଦୁଚୁ ରାଣୀ,ୟାଙ୍କ ଘରେ ଏକା ତୋ ପେଜତୋରାଣି ।ଡରୁଛୁ କିମ୍ପା ତାଙ୍କୁ, ତୋ ବାପଘର,ପରଝିଅ ସେମାନେ, ନୋହୁ ତୁ ପର ।’ମୁଁ କହିଲି, ‘ମାଉସୀ କହୁଚୁ ସିନା,ମୋ ‘ଦୁଃଖ କେ କଳିବ ପ୍ରଭୁଙ୍କ ବିନା ?ନିତି ଭାବେଁ ବିକଳେ କରିବି କିସ,ନିଶ୍ଚେ ଜୀବ ହାରିବି ଖାଇଣ ବିଷ ।କି ଜାଣୁ ଦୁଃଖ ମୋର ଫଟାକପାଳ,ସ୍ୱାମୀ ଥାଉଁ ମୁଁ ରାଣ୍ଡ, ହାଡ଼କଙ୍କାଳ ।ପରଦୁଆରେ ପଡ଼ି କଂସା ମାଜଇ,ଖୁନ୍ଦା ଗୋଟାକେ ଗୁଣ୍ଡା ମୋଟା ଘେନଇ ।ରାତି ପହରୁ ଉଠି କରେ ପାଇଟି,ଖଟି ଖଟି ମଲିଣି, ଦୟା ନାହିଁଟି ।ବୟସ କିବା ମୋର ହେବ ବାଇଶି,ତହିଁ ଏତେ ଖଞ୍ଜଣା ଦିବସନିଶି ।ଭଲ ଗଣ୍ଡାଏ ଖିଆ ଖଣ୍ଡେ ପିନ୍ଧାକୁତରଷିଲି ଏ ବାପଘର ନାଆଁକୁ ।’ବେଙ୍ଗ ଶୁଣି ଏ କଥା କହେ, ଦୁଲଣାକିମ୍ପା ତୋହର ଏତେ ତୁଚ୍ଛା କାନ୍ଦଣା ।ଅଛି ଯେ ତୋ ସ୍ୱାମୀ ରଙ୍ଗୁ ଦେଶରେକିମ୍ପା ନଯାଇ ତହିଁ, ୟାଙ୍କ ବଶରେପାଉଚୁ ଏ କଷଣ ଏ ହୀନିମାନ,ତୋ ଦୁଃଖ ଦେଖି ମୋର ବିକଳ ପ୍ରାଣ ।’ମନର ମତ ଜଣେ ମଣିଷ ପାଇମନରୁ ବହୁ କଷ୍ଟ ଗଲା ମିଳାଇ ।ନିତି ନିତି ସଞ୍ଜକୁ ପୋଖରୀକୂଳେବସୁଁ ଆମେ ଦିଜଣ ଟଗରମୂଳେ ।ଟଗର ଗଛ ଟଙ୍କା ଫୁଲରେ ଭରା,ତା’ ତଳେ ବସି ମୋର ଦୁଃଖପସରାବାଢ଼େ ବେଙ୍ଗ ଆଗରେ, ତା’ ଆଖିପାଣିମିଶାଇ ମୋ ସହିତେ ସାନ୍ତ୍ୱନାବାଣୀକହେ କେତେ ଆଦନରେ, ଦିନେ ଶେଷକୁକହିଲା, ‘କିମ୍ପା ଆଉ ସବୁ କ୍ଳେଶକୁ ?ମୋ’ ବୋଲି ଯଦି କରୁ ଆଲୋ ବାୟାଣୀ,ଦୁଃଖ ତୋ ନାଶ ଯିବ, ହୋଇବୁ ରାଣୀ ।ତୋ ସ୍ୱାମୀ ସଙ୍ଗେ ଭେଟ ଦେବି କରାଇ,ମିଳାଇବି ତୋ ସଙ୍ଗେ ତାକୁ ମଣାଇ ।ଚାଲ ତୁ ଛାଡ଼ି ଘର ମୋ ସଙ୍ଗେ ଝିଅ,ଏଠି କିମ୍ପା ପୋଇଲୀ ପରି ତୋ ଦିହଭାଙ୍ଗୁତୁ ଖଟଣୀରେ ଖଟ ପଲଙ୍କେବସି ହୋଇବୁ ରାଣୀ କାଳକାଳକେ ।କେତେ ତୋ ପାଦତଳେ ଖଟିବେ ଦାସୀ,ଏଠି ନ ମିଳେ ବୁନ୍ଦେ ତୋରାଣି ବାସି ।’ତା’ କଥାରେ ଚମକେ ପ୍ରାଣ ମୋହର,ସତେ ଭେଟ ମୋ ହେବ ସ୍ୱାମୀ ସଙ୍ଗର !ଅବିଶ୍ୱାସେ କହିଲି, ‘ଯିବି ମୁଁ କାହିଁକୂଳ ଭୁଆସୁଣୀଟା, ଏ କଥା ପାଇଁନାହିଁ ମୋର ସାହସ, ନ ଜାଣେ ବାଟ,ଦେଖିନାହିଁ ଦିନେ ଏ ଗାଆଁର ହାଟ ।’ଏ କଥା ଶୁଣି ହସି କହେ ସୁଆଗେ,‘କେଡ଼େ କଥା କହିଲା ଓଲୀ ମୋ ଆଗେ !ତୁ ଯିବୁ ଏକ କିଲୋ, ଯିବି ସାଙ୍ଗରେ,କିଛି କଷ୍ଟ ନୋହିବ ତୋର ବାଟରେ ।’କିନ୍ତୁ ମୁଁ କହେ ପୁଣି, ‘ରଙ୍ଗୁନ ଦେଶସାତ ସମୁଦ୍ର ପାରି, ଜଗତ ଶେଷ ।ଆମେ ମାଇପୀ ଲୋକ କେଉଁ ସାହସେଯିବୁଁ ସେ ଦେଶକୁ ମୋ’ ମନେ ନ ପଶେ ।’ତୋ କଥା ଅଦଭୁତ କହିଲା ବୁଢ଼ୀ,‘ତୋ’ ଭଳି ବକା ନୁହେ, ଥିଲେ କଉଡ଼ିଅଣ୍ଟାରେ ଯିବି ଚାଲି ବିଲାତି ବୋଲି,ହେଇଟି ତ ରଙ୍ଗୁନ ଜାଣୁ କି ଓଲୀ !ସାତ ସମୁଦ୍ର କଥା ଶୁଣିଚି କାନ,କିଏ ଦେଖିଚି ବୋଲିଦେବ ପ୍ରମାଣ ?ସାତ ସମୁଦ୍ର କଥା ଗପ କାହାଣୀ,ମୂର୍ଖ ଲୋକଙ୍କୁ ସେ ମିଛ ଡରାଣି ।କେ ନ ଯାଏ ବିଦେଶ, କିମ୍ପା ତୁ ଡରୁ,ଡରୁ ବୋଲି ଏଡ଼ିକି କଷଣେ ମରୁ ।ଯିବୁ ନ ଯିବୁ ସେ ତ ଇଚ୍ଛା ତୋହର,ଏଠି ଥାଇ ଆଲୁଅ କରିଥା ଘର ।ମୋ’ କଥା ନ ମାନିଲେ ପଛେ ଚେତିବୁ,କହୁଥିଲା ବୁଢ଼ୀଟା ପଛେ ହେଜିବୁ ।’ତା’ କୂଟ କଥା ଶୁଣି ଗଲି ମୁଁ ଭୁଲି,ଯିବା ଲାଗି ତା ସଙ୍ଗେ ହେଲି ବାଉଳି ।ଚାଳିଆ ଘରେ ପଡ଼ି ଚାନ୍ଦକୁ ଚାହିଁଭାବିଲି, ବୁଢ଼ୀ ସଙ୍ଗେ ଯିବି କି ନାହିଁ ।କେବେ କହିଲା ମନ, ଯାଆ ତୁ ଚାଲି,ଏଠି ଖାଉଚୁ ଏବେ କଦର୍ଯ୍ୟ ଗାଳି ।ବିବେକ ଦିଏ ବାଧା, ଦେହ ଡରାଏ,ଘରୁ ବାହରିଗଲେ ମହତ ଯାଏ ।ଏପରି ଦୋ’ ଦୋ’ ପାଞ୍ଚ ହୋଇ ମନରେକାଟିଲି କିଛି ଦିନ ଦୁଃଖକଷ୍ଟରେ ।ଥିଲା ସାନବୋହୂର କୋଳରେ ପରା,ଅତି ସୁନ୍ଦର ସର୍ବେ ଡାକନ୍ତି ଲୀଳା ।ନୀଳମଣିଟି ମୋର ଆଖିପିତୁଳୀ,ତାକୁ କୋଳେ ନ ହେଲେ ହୁଏଁ ବାଉଳିତା’ ସାନ ମୁହିଁ ହସ ହସ ସୁନ୍ଦର,ମୋ’ କପାଳକୁ ତାକୁ ଘୋଟିଲା ଜର ।ଦିନ ଚାରିଟା ରାତି ଦିନ ଜଗିଲୁ,ଡାକତର ବଇଦ ଓଷଦ କଲୁଁ ।କେତେ ଝଡ଼ାଫୁଙ୍କାରେ କିଛି ନ ହେଲା,ଯମ କଳାନିଧିକି ଛଡ଼ାଇନେଲା ।ତା’ ମରଣ ମୋ ପାଇଁ ହୋଇଲା କାଳ,ମୋ ଦୁଃଖେ କାନ୍ଦେ ମୁହିଁ, ପୋଡ଼ା କପାଳ ।ସେଥିରେ ମୋତେ କୁହାଗଲା, ଡାହାଣୀ,ଖାଇଲୁ ମୋ ପୁଅକୁ ଅର୍କ୍ଷିତିଆଣି ।ନିଜ ପୁଅଝିଅଙ୍କୁ ପେଟେ ପକାଇଏଠି ଆସିଲୁ କୂଳ ନାଶିବା ପାଇଁ ।ଆଲୋ ଜଳଜଳିଟା ଏଠିକି ଆସିବାଳୁତ ପୁଅ ପ୍ରାଣ ଦେଲୁ ତୁ ଗ୍ରାସି ।ପୂତନା ରାକ୍ଷସୀ ତୁ ଯମ ଭଉଣୀ,ଅଲକ୍ଷଣୀ ହତଶ୍ରୀ ତୁ ନିଉଛୁଣୀ ।’ଏ କଥା ଶୁଣି ମୋର ଫାଟିଲା ଛାତି,ବେଙ୍ଗ କଥାରେ ମନ ଉଠିଲା ମାତି ।ନିଶ୍ଚେ ଯିବି ଛାଡ଼ି ମୁଁ ଘର ୟାଙ୍କର,ମଣିଷ ରକ୍ତ ମାଂସ ନୁହେଁ ପଥର ।କହିଲି ବେଙ୍ଗ ଆଗେ ସବୁ କାହାଣୀ,ବେଳ ଜାଣି ଲୁହାରେ ଦେଲା ସେ ପାଣି ।ଦିନ ବାର ଠିକଣା କଲା ସେ ବୁଢ଼ୀନ ଥିଲା କାନିରେ ମୋ’ କାଣି କଉଡ଼ି ।କହିଲି, ‘ମାଉସୀ ମୁଁ ସମ୍ୱଳହୀନ’କହିଲା, ‘କିପାଇଁ ତୁ ହେଉଚୁ କ୍ଷୀଣ ?ହେଲୁ ଧରମଝିଅ, କଟି ତୋ’ ଲାଗିଗଲେ ମୋ ବେକ କେଭେ ନ ଦେବି ତ୍ୟାଗି ।ଦେଖିବୁ ଧରମର କଳିଯୁଗରେମହତ ବେଙ୍ଗ କେତେ ରଖିଛି ଥରେ ।ଆସିଲେ ସଙ୍ଗେ ମୋର ଜାଣିବୁ ଯେତେ,ନିଜ ବଡ଼ାଇ କରି କହିବି କେତେ ?ତା’ ଦୟା ଧର୍ମ ପୁଣି ଜାଳା ମନରବାଟ କଢ଼ାଇନେଲା, ଛାଡ଼ିଲି ଘର ।ଦିନେ ଅଧରାତିରେ ପୋଖରୀକୂଳେମିଳିଲୁଁ ଦୁହେଁ ଝଙ୍କା ଟଗର ମୂଳେ ।ମନ ଛକାଉଥାଏ ପ୍ରତି ପାଦରେ,ଛାଇ ଦେଖି ଛାତିଟା ଭୟରେ ଥରେ ।ଚାଲି ଚାଲି ଆସିକି ରାତି ପାହିଲା,ନଈକୂଳରେ ତହିଁ ଜଣେ ମିଳିଲା ।ବେଙ୍ଗ କହିଲା, ତାର ଭାଇ ଧରମା,ଆମକୁ ସଙ୍ଗେ ଘେନି ଯିବ ବରମା ।ବଡ଼ ଯତନେ ବେଙ୍ଗ ବଡ଼ ଆଦରେମୋ’ କଥା ବୁଝୁଥାଏ ପ୍ରତିକ୍ଷଣରେ ।ନଈ ପାରି ରେଳରେ ବସି କଟକପହଞ୍ଛିଗଲୁଁ ବକ୍ସିବଜାର ଛକ ।ସେଠି ଭେଟିଲେ ଦୁଇ ଜଣ ପଠାଣ,ନେଲେ ଯହିଁ କି ଅତି କଦର୍ଯ୍ୟ ସ୍ଥାନ ।ପଚ ପଚ କାଦୁଅ କଂସେଇ ଗଳି,ପ୍ରତି ଦୂଆରେ ଛଣ୍ଡା ଅଖା ଓହଳି,କରିଚି ଅନ୍ଧାରୁଆ, ପ୍ରତି ପିଣ୍ଡାରେଟୋକା ଟୋକୀ ମାଇପେ ବିଡ଼ିବଳାରେଲାଗିଛନ୍ତି, ଅକଥ୍ୟ ଭାଷା ଖୋଲଟିଶୁଣି ଭାବିଲି ହେବ ଏ ଗୁଲିଖଟି ।ସତକୁ ସତ ସେଠି ପରାଣ ଘରେପୂରାଇଲା ସେ ବେଙ୍ଗ, ପୁଣି ମୁହଁରେକହିଲା, ‘ବଡ଼ ଭାଇ ପଠାଣ ଅଲି,କାରଖାନା ପୂରିଚି ଗଳିକି ଗଳି ।ନିତି ଶଏ ପଚାଶ ଗୋଡ଼ତଳକୁଆସେ, ସେ ଜମିଦାର, ସରକାରକୁଦିଏ କେତେ ଟିକସ, ଏକା ଘାଟରେବାଘ ବକୁରି ପାଣି ପିଅନ୍ତି ଡରେ ।ତା’ କଥା କାନେ ମୋର ପଶିଲା ନାହିଁ,ହଲକ ଶୁଖିଲାଣି, ସେ ବେଙ୍ଗଚାହିଁବଡ଼ ଚତୁରୀ କହେ, ‘କିମ୍ପା ତୋ ଭୟ,ମୁଁ ଅଛି ସଙ୍ଗେ କିମ୍ପା ହେଉ ଅଥୟ ?ଏଠି ବରମା ବାଟ ନିକଟ ପାଇଁବାରମା ଯାତ୍ରୀତକ ଆସି ଓହ୍ଲାଇରହନ୍ତି, ଏ ପଠାଣ ନେଇଚି ଠିକା,ଦୂରମୁଲକ ଆମେ ଯିବୁ କି ଏକା ।’ତା’ କଥାରେ ବିଶ୍ୱାସ ହେଲା ମୋହର,ଦେଖିଲି ମାଇପିରେ ପୂରିଚି ଘର ।କେଉଁ ମୁଲକୁ ଆସି ନାନା ଜାତିରରୁଣ୍ଡ ଏଠାରେ କରି ନପାରେଁ ସ୍ଥିର ।ମୋତେ ଲାଗେ ଭେଳିକି, ବେଙ୍ଗକୁ କହେଁ,ନେଇଯା ବେଗେ ଏଠୁ, ଦେହ ନ ସହେଏଠି ଦଣ୍ଡେ ରହିବା, କିନ୍ତୁ ମୋ କଥାଶୁଣି ନ ଶୁଣି ସେ କଲା ବ୍ୟବସ୍ଥାମୋତେ ବିକିବା ଲାଗି, ଟଙ୍କା ପନ୍ଦରପଠାଣ ସଙ୍ଗେ ମୋର ଛିଡ଼ିଲା ଦର ।ମୋ’ କାନ୍ଦ ବୋବାଳିକି ଶୁଣିଲା ନାହିଁ,ଗଲା ବାହୁଡ଼ି ତହିଁ କି ଖରେ ଚାହିଁ ।ଏବେ ବୁଝିଲି ମୋର ଜୀବନ ଧିକ,କାନ୍ଥ ଆଉଜି ବସି ଭୋକେ ରାତିକକାନ୍ଦି କାନ୍ଦି କଟିଲା, ହେଲା ସକାଳ,ଦେଖିଲି ଆଗେ ଛିଡ଼ା ମୂର୍ତ୍ତି କରାଳପଠାଣ ମିଆଁ, ଚେତା ବୁଡ଼ିଲା ମୋର,ଭାବିଲି, ଯମଦୂତ ନରକ ଘୋର ।ମୋ’ ଆଡ଼କୁ ଅନଇ ପଠାଣ କହେ,‘କାନ୍ଦିଲେ କୋରଡ଼ାରେ ମାରିବି ଶହେ ।ହାତ ତୋହର ଗୋଟି ଗୋଟି ଛେଚିବି,ଦାଆରେ ଖଣ୍ଡ ଖଣ୍ଡ କରି କାଟିବି ।’ଡରେ ମୋ ରକ୍ତ ପାଣି, ଆଖି ଅନ୍ଧାର,ଭୂତ ଦେଖିଲା ଭଳି କରି ଚିତ୍କାରକଚାଡ଼ି ପଡ଼ି ଚେତା ଗଲାଟି ବୁଡ଼ି,ଜ୍ଞାନ ଫେରିଲା ଯେବେ ଦେଖିଲି ବୁଢ଼ୀବସିଚି ଜଣେ ମୋତେ କରେ ବିଞ୍ଚଣା,ମୋତେ ଜାଗିଲା ଦେଖିକହେ, ‘କାନ୍ଦ ନା,ଏଠି ତୋତେ ଆଦରେ ରଖିଚି ମୁହିଁକିଛି କଥାରେ କଷ୍ଟ ନ ହେବ, ତୁହି,ମୋ ବୋଲ କର ପାଣି ପିଅ ଟିକିଏ’ମୁଁ କହେ, ‘ପଠାଣର ପାଣିକି କିଏପିଇବ’, ହସି କହେ, ‘ଆଲୋ ବାୟାଣୀ,ଜାତି ତୋର ଅଛି କି, ପଠାଣ ପାଣିନିତି ପିଇବୁ, ଏଠି ଜାତି କାହାରିନାହିଁ, କୁଳରୁ ପରା ଗଲୁ ବାହାରି !କେ ଏଠି ବାଉରାଣୀ, କେ ଚମାରୁଣୀ,ଧୋବଣୀ, ଭଣ୍ଡାରୁଣୀ, ତନ୍ତୀ, ଚାଷୁଣୀ,ସଭିଙ୍କ ସଙ୍ଗେ ଏଠି ଏକା ପତରେଖାଇବୁ, କଥା କହ ନା ଲୋ ତମରେ ।ଘର ଛାଡ଼ି ଆସୁ ତୁ ଲାଜ ସରମବିକିଲୁ, ଏବେ ଖୋଜୁ ଜାତି ଧରମ ।’କହିଲି, ‘ମାଉସୀ, ତୁ ବୁଝିବୁ ଭୁଲ,ବେଙ୍ଗ କଥାରେ ଛାଡ଼ି ଆସିଲି କୁଳବରମା ଯିବାଲାଗି ସ୍ୱାମୀ ପାଖକୁ’କହେ ସେ, ‘ତୁହି ଜାଣିନାହୁଁ ବେଙ୍ଗକୁ,ପକ୍କା କୁଟୁଣୀ ସେ ତ, ଗାଆଁ ଗାଆଁରବୋହୁ ଝିଅଙ୍କୁ କୁଳୁଁ କରେ ବାହାର ।କହେ ମଧୁର କଥା ନାନା ଛନ୍ଦରେ,ବିକେ ଆଣି ଏଠାରେ କଉଶଳରେ ।ତୋ’ ଭଳି କୂଳ ଛାଡ଼ି ମୋର ଏ ଦଶା,ମାଜଇ ବ୍ରାହ୍ମଣୀ ମୁଁ ପଠାଣ କଂସା ।’ମୋତେ ସାଷ୍ଟମ କରି ପାଖେ ବସାଇକହିଲା, ଝିଅ, ଏଠୁ ଆଉ ପଳାଇନ ଯାଇ ପାରୁ ତୁହି, ତାଲା ଚାବିରେବନ୍ଦୀ କରିଚି, ପୁଣି ଚାରିପିଠିରେଶକ୍ତ ପାଚେରୀ ଘେରା, ଗୁଣ୍ଡା ପଠାଣପଲ ପଲ ଜଗନ୍ତି ତା’ର ଏ ସ୍ଥାନ ।ବାହାରେ ବିଡ଼ି କାରଖାନା ବୋଲାଏ,ମାଇକିନା ବିକିବା ଗୁପ୍ତ ଆଡ଼୍ଡ଼ା ଏ ।ପଠାଣ ହାତେ ପାଇ କେତେ ଲାଞ୍ଛନାତୋ’ ପରି ହିନମାନୀ କେତେ କହନା ।ଏଠି ପଡ଼ି ପଠାଣ ଭାତ ଖାଆନ୍ତି,ବିକ୍ରି ହୋଇଗଲେ ଦେଶେ ଦେଶେ ଯାଆନ୍ତି ।ଏଠା ଧୋବଣୀ ଚେମୀ ବଡ଼ ଚତୁରୀ,ପୁଣି ହୀରା, ପାର୍ବତୀ, ଗେହ୍ଲା, ଶଉରୀ;ୟାଙ୍କ କାମ- ଯାଆନ୍ତି ଘରକୁ ଘର,ଓର ଖୋର ବୁଝନ୍ତି ବୋହୂଝିଅର ।ଗାଆଁ ଘାଟ ପୋଖରୀ କୂଳ ମୂଳରେକଥାଭାଷା ହୁଅନ୍ତି ଦୁଃଖ ସୁଖରେ ।ତହୁଁ ଭୁଲାଇ ଆଣି ପଠାଣ ଘରେପୂରାନ୍ତି ଅତି ଅଳ୍ପ ଟଙ୍କା ଲୋଭରେ ।ୟାଙ୍କ ସଙ୍ଗେଧରମା ଚଣ୍ଡାଳ ପରିଅଛନ୍ତି କେତେ ମର୍ଦ୍ଦ, ସ୍ତିରୀଙ୍କୁ ଧରିବିକିବା ତାଙ୍କ କାମ, ଧିକ ଜନମ,ବିକନ୍ତି ପଠାଣଙ୍କୁ କୁଳ ସରମ ।ନିଜ ଘର ଲକ୍ଷ୍ମୀଙ୍କୁ ପଠାଣ କୁଳେବିକି ବିକି ଏ ଦେଶ ନାଶ ସମୂଳେ ।ବଳେ ଯିବ ବୁଡ଼ି ସେ ମହାନଦୀରେ,ଦେଖିଲିଣି ହିନସ୍ତା ଯାହା ଆଖିରେ ।ଥରେ ଥରେ ଭାବଇଁ ଯିବି ପଳାଇ,କିନ୍ତୁ ଖରାରେ ମୋତେ କେ ଦେବ ଛାଇ ?କୁଳରୁ ଆସି ଯେବେ ମ୍ଳେଚ୍ଛ ପତରେଖାଇଚି ପୂରାଇବ କେ ଆଉ ଘରେ ?ବାଳୁତ ବିଧବା ମୁଁ ବଡ଼ ଦୁଃଖରେକାଟିବି କାଳ କି କହିବି ମୁଖରେ !ଏଠି ଅଣସ ଜାତି କୁଳେ ତଥାପିବୁଢ଼ୀ ହେଲିଣି ଦିନ ସୁଖରେ ଯାପି ।ଥିଲି ନବ ଯୁବତୀ, ଜଣେ ପଠାଣନିକା ହୋଇ ତା’ ଘରେ ଦେଲାଟି ସ୍ଥାନ ।କରିମର ହିମ ମୋ ପୁଅ ଦୁଇଟିରେଳ ଲାଇନେ କରୁଥିଲେ ପାଇଟି ।କପାଳ ମୋର ବାମ, ରହିମ ଗଲାବାହାରି କଲିକତା, କରିମ ମଲା ।ତା’ ପିଲାଝିଲା ପଣେ ବେଳେ ବାନ୍ଧିଲି,ଟଙ୍କା ଛଅକୁ ଏଠି ଭାତ ରାନ୍ଧିଲି ।ଉପୁରି ଆମଦାନୀ କିଛି ମିଳଇବିଭାଘର କାହାର ଯେବେ ହୁଅଇ ।’ପଚାରିଲି ଆଶ୍ଚର୍ଯ୍ୟେ, ‘ଏଠି କି ବିଭା,ଏଠି ପରା ବେପାର ସ୍ତିରୀ ବିକିବା ।’କହିଲା ବୁଢ଼ୀ, ‘ଏଠି ଯେ କାରବାରକି ବୁଝିବୁ ହୁଣ୍ଡିଟା ପେଞ୍ଚ ମିଆଁର ?ଆଣେ ଯାହାକୁ ବିଭା ନାମେ ଭୁଲାଇ,ଏଠି ଟୋକା ଗୋଟାକୁ ବର ସଜାଇତା’ ସଙ୍ଗେ କରେ ବିଭା ଲୋକ ଦେଖାଇ,ନିଜ ସୁକର୍ମ ଲୋକ ଆଗରେ ଗାଇମାଗଇ ଚାନ୍ଦା ବଡ଼ ଲୋକ ଦୁଆରେ,ଅନାଇ ବିଧବାଙ୍କ କୁଳ ଉଦ୍ଧାରେ ।ପୁଣି ପୋଲିସ ହାତ ଏଡ଼ିବା ପାଇଁଏ ତା’ର କଉଶଳ, ନାମ ଭଣ୍ଡାଇବିଭା କରି ପୁରୁଷ ସ୍ତିରୀ ଦୁହିଁଙ୍କିଦିଏ ବିକି କୁଲୀର ଆଡ଼କାଟିକି ।ସେମାନେ ଟଙ୍କା ଦେଇ ତାଙ୍କୁ କିଣନ୍ତି,ବର୍ମା ଆସାମ ଚାହା କ୍ଷେତେ ବିକନ୍ତି ।ସେଠି ତାଙ୍କ ଦୁର୍ଦ୍ଦଶା ଦୁଃଖ କଷଣପଶୁଠୁଁ ବଳି ଅତି ହୀନ ଜୀବନ ।ଜର ଶୋଥ ପିଳେଇ କଲିଜା ବଢ଼ିଅକାଳେ କାମ ଖଟି ମରନ୍ତି ସଢ଼ି ।ତାଙ୍କ ଖବର କିଏ ରଖେ ଦେଶରେ,ମୋ’ ପୁଅ ଖବର ମୁଁ ନ ପାଏଁ ଥରେ ।ଭାବେଁ, ଜୀବନେ ଆଉ ନାହିଁ ମୋ’ ଧନଏସନ ଏ ବୁଢ଼ୀର ପୋଡ଼ା କରମ ।ତୁ କାହୁଁ ସ୍ୱାମୀ ତୋର ପାଇବୁ ଫେରି,କିପାଁ କାନ୍ଦୁଛୁ ଦୁଃଖ ଜଞ୍ଜାଳେ ଘାରି ?ଯୁବା ବୟସ, ରୂପ ଚହଟ ସୁନା,ତୋ ଗୋଡ଼ତଳେ କହ କି କଥା ଊଣା ।ଅକୁଳେ ଗଲୁ ଯଦି ଧରମ ହୁଡ଼ିମଉଜ କର ଏବେ ସଂସାରେ ବୁଡ଼ି ।’ତା’ କଥା ଶୁଣୁଥାଏଁ, ତଥାପି ମନନ କହେ କରିବାକୁ ହୀନ କରମ ।ମାତ୍ର ସେ ଘରେ ମୋର ଥିଲା କି ଚାରା,ବନ୍ଧୁ ନ ଥିଲେ କେହି ସଂସାର ସାରା ।ନିତି ସଞ୍ଜ ସକାଳେ ଆଖିରୁ ଢାଳିଲୁହ ବେଙ୍ଗକୁ ଦିଏ ଅଜସ୍ର ଗାଳି ।କିଏ ଶୁଣେ ମୋ’ ଗାଳି, କିଏ ମୋ’ କଥା,ମୋ ପୋଡ଼ା ଦୁଃଖେ କା’ର ଉଚ୍ଛଳେ ବଥା !କ୍ରମେ ମୋ ସାଙ୍ଗ କଲେ କୁବ୍ୟବହାର,ଥଟ୍ଟା ତାମସା ରଙ୍ଗ ନାନା ପ୍ରକାର ।ଯେତେ ଚଣ୍ଡାଳ ସେଠି ଥିଲେ, ମୋହରଲାଜ ସରମ ଘେନି ଖେଳ ତାଙ୍କର ।ତାଙ୍କ ଜାଳରେ ବଡ଼ କଦର୍ଥନାରେକାଟିଲି ମାସେକାଳ ଯମଦୁଆରେ ।ଆଈ ଧୋବଣୀ, ବାଉରାଣୀ ପତରେଏକାବେଳେ ଇଜ୍ଜତ ମହତ ସରେ ।ମୋ’ ପାଇଁକି ଗରାଖ ଶେଷେ ଜୁଟିଲା,ଟଙ୍କା ଦେଇ ପଠାଣ ହାତୁଁ କିଣିଲା ।ମୋ’ ସାଙ୍ଗେ ନେଲା କିଣି ଆଉ ଗଣ୍ଡାଏ,ସାବଧାନରେ ନେଲା ଚୋର ପରାଏ ।ଜାଣିଲି ଜନ୍ମ ଭୂମି ଛାଡ଼ିଲି ନିକ,ବେଙ୍ଗ ସଙ୍ଗେ ଆସି ଯା’ନ ମଲି ଧିକ ।ଭାଇ ଭାଉଜ କଥା ସହି ମରଣେଥିଲା ମୋହର ମୁକ୍ତି, ହାୟ କୁକ୍ଷଣେମୋତେ ଜୁଟିଲା ବେଙ୍ଗ, ତା’ କଥା ଶୁଣିକଲିକତାରେ ବେଶ୍ୟା ମୁଁ ଭୁଆସୁଣୀ ।ଗଲା ଶଶୁର କୁଳ, ବାପ ଅଜାରନାଁ ବିକିଲି ସିନା ବିଚ୍ବଜାର ।ପହଞ୍ଚିଲି ପହିଲେ ସୁନାଗାଛିରେ,ନାଁ ଡାକ କଦର୍ଯ୍ୟ ବେଶ୍ୟାସାହିରେ ।ସେଠି ନେଇଛି ଚାନ୍ଦ ବେଶ୍ୟାଙ୍କ ଠିକା,ଜାଣିଲି ବେଶ୍ୟା ହେବା କପାଳେ ଲେଖା ।ଚାନ୍ଦ ହାତରେ ମୋର ରହିଲା ଚୁଟି,ଚତୁରୀ-ଶିରୋମଣି ସେ ବୁଢ଼ୀ ଖୁଣ୍ଟି ।ଅଳତା ପାଦେ ତା’ର, ପାକଲା ବାଳେକଲପ ଲଗାଏ ସେ, ଠାକରା ଗାଲେପାଉଡ଼ର ବୋଲଇ, ଦାନ୍ତ ଲଗାଇ,ମିସି ଘଷି, ପାନରେ ଓଠ ରଙ୍ଗାଇନବ ଯୁବତୀ ରୂପେ ଦେହ ସଜାଇଉପର ମହଲାରେ ଶେଯ ଲଗାଇଶିକାର ଆଶେ ବସିଥାଏ ସଞ୍ଜରୁ,ଦେଖିଲେ ମନୋମତ ଡାକେ ଉପରୁ,‘ଇଆଡ଼େ ଆସ ବାବୁ, ତୁମ ଘରଣୀଅଥୟ ତୁମ ଲାଗି, ଆସ ଏକ୍ଷଣି’ ।ତା’ଠାରୁ ବୁଝେ ଯେବା ପୁରୁଷ ଧିଟ,ତା ଫାନ୍ଦେ ପଡ଼ିହୁଏ ନରକ-କୀଟ ।ଶୋଷେ ରକତ ତାର ବୁଢ଼ୀ ଡାଆଣୀ,ନିଏ ଧନୀ ଗରିବ ପକେଟ ଛାଣି ।ନିଆଁକୁ ଡେଇଁ ଯଥା ପତଙ୍ଗ ମରେ,ଜଳେ ସେ ନରାଧମ ନର୍କକୁଣ୍ଡରେ ।ଟଙ୍କା ସରିଲେ ଚାନ୍ଦ ଦୁଆର କିଳେ,ତା’ କପାଳକୁ ନିତି ଗରାଖ ମିଳେ ।ନାନା ଜାତିର ସ୍ତିରୀ, ବୁଢ଼ୀ, ଯୁବତୀସାଇତି ରଖିଥାଏ କୁକୁର ମତିଜଞ୍ଜିରେ ବାନ୍ଧି ରଖିଥିଲା ପରାଏ,ତାଙ୍କ କମେଇତକ ବଳେ ଛଡ଼ାଏ ।ଗିଲିଟି ଗହଣାରେ ତାଙ୍କୁ ସଜାଏ,ରୂପ ବୟସ ଦେଖି ମୂଲ ଲଗାଏ ।କା’ ମୂଲ ଚାରି ଅଣା, ଦି’ ଅଣା କା’ର,ଅଣିକିଆ ଅଛନ୍ତି, ପୁଣି ଉଧାର ।ଦିଏ କାହାକୁ ସୁଧମୂଳ ହିସାବେ,ପକା ମହାଜନ ସେ, ଜାଣେ କି ଭାବେସବୁ ଶ୍ରେଣୀ ଗ୍ରାହକ ମିଳିବ ମନ,ଗରିବ ଓଡ଼ିଆଙ୍କ ଲୁଟିବ ଧନ ।ସେ ଆସନ୍ତି ବିଦେଶ ଧନ ଆଶାରେ,ୟେ ତାଙ୍କୁ ନର୍କେ ଫିଙ୍ଗି ମୂଳରୁ ମାରେ ।ମୋତେ ପହିଲେ ଯେବେ ଦେଖିଲା ସେହିଗୋଡ଼ଠୁ ମୁଣ୍ଡଯାଏ ଗଲା ଅନେଇମାଇନା କଲାପରି, ତା ତୀକ୍ଷ୍ଣ ଆଖିଗିଳିବ ମୋତେ ଭାବେଁ, ଦାସୀକି ଡାକିକହେ, ଆସିଚି ଭଲ ଶିକାରଟିଏ,ମଫସଲିଆଣୀଟା, ଦିନ କୋଡ଼ିଏଲାଗିବ ୟା’ ପଛରେ, ରୂପ ମଜାଇଦେବି ମୁଁ ୟାକୁ ନାନା ରଙ୍ଗେ ସଜାଇ ।ତା’ କଥାମତେ ମୋତେ ସଙ୍ଗରେ ନେଇରଖିଲେ ଯୁବତୀଏ ପ୍ରବୋଧ ଦେଇ ।ଗହଣା ଲୁଗା ଆଣି ମଣ୍ଡି ଦେହରେନିତି ବାସନା ତେଲ ବୋଲି ମୁଣ୍ଡରେମୋତେ ଗାଧୋଇଦେଇ କରନ୍ତି ସଜପାନ ଅତର ଦେଇ, କେଡ଼େ ନିଲଜସେ ମାଇପିଗୁଡ଼ାଏ, ତାଙ୍କ କାଣ୍ଡରେପିଳେଇ ଚମକେ ମୋ, ବସି ଦାଣ୍ଡରେୟାକୁ ତାଙ୍କୁ ଡାକନ୍ତି ବେହିଆପଣେ,ଶେଷେ ତାଙ୍କ ମଧ୍ୟରେ ହେଲି ମୁଁ ଜଣେ ।ଦିନୁ ଦିନୁ ମୋ ଛାଡ଼ିଗଲା ସରମ,ଶିଖିଲି କ୍ରମେ ନାନା ମନ୍ଦ କରମ ।ଦିନୁ ଦିନୁ ମୋ ରଙ୍ଗ ହେଲା ଉଜ୍ୱଳ,ମୋ ଅଧିକାର କ୍ରମେ ହେଲା ପ୍ରବଳ ।ଚାନ୍ଦ କଥାକୁ ଏବେ ଖାତିର ନାହିଁନିତି ନୂଆ ଗରାଖ ବାବୁଙ୍କୁ ପାଇ ।କରେ ବଡ଼ ଚାକିରୀ ଶ୍ୟାମସୁନ୍ଦର,ପାଏ ପଚାଶ ଟଙ୍କା କମଳାକର ।ଆର୍ତ୍ତତ୍ରାଣ ପଚିଶି ଟଙ୍କା କମାଏ,ଗୋବିନ୍ଦା ରାନ୍ଧିବାଢ଼ି ମନ ଯୋଗାଏ ।ପରସ୍ପର ଏମାନେ ମୋ ଲାଗି କଳିଭୁଆ ବିରାଡ଼ି ପରି କରନ୍ତି ଜଳି ।ମୁଁ ଚତୁରେ ସଭିଙ୍କ ମନ ବିଡ଼ଇ,ତାଙ୍କୁ ଚାହେଁ ବେଶି ଯେ ଟଙ୍କା ଦିଅଇ ।ମୁହେଁ ସଭିଙ୍କ ମିତ, ଅନ୍ତରେ ସ୍ନେହନଥାଏ, ଟଙ୍କା ଲାଗି ବିକଇ ଦେହ ;ହୋଇଲା ଓଡ଼ିଆଙ୍କର ସେ ଆଡ଼୍ଡ଼ାଘରନାଟ ତମସା ମେଳ ମଉଚ୍ଛବର ।ମଦ, ଗଞ୍ଜେଇ, ତାସ, ପଶା ଉଡ଼ିଲା,କେତେ ପ୍ରାଣୀଙ୍କ ତହିଁ ଭେଳା ବୁଡ଼ିଲା ।କେତେ ନବ ଯୁବତୀ ଶିକ୍ଷାରେ ମୋରପଡ଼ିଲେ ପାପ ପଙ୍କେ ନରକେ ଘୋର ।ମୋ ଘର ହେଲା ମହା ପାପର ଖଣି,କହି ନ ହେବ ଯେତେ ଦୁଷ୍ଟ କରଣିକଲି ମୁଁ ଅକାତରେ, ଲାଜ ଧରମକିଛି ନ ଥିଲା ମୋର, କେବଳ ଧନପାଇବା ଆଶେ ନିତି ନୂଆ ଫିକରକରି ଲୋକଙ୍କର ମୁଁ ଉଜାଡ଼େ ଘର ।ହୋଇଲେ କେତେ ଘରଦୁଆର-ଛଡ଼ା,କେତେ ଟୋକୀଙ୍କି ଆଣି ଲଗାଏଁ ଭଡ଼ା ।ତାଙ୍କ କମାଇଁ କରେଁ ହାତପଇଠ,ମୁଠାଏ ଭାତ ଖଣ୍ଡେ ଲୁଗାରେ ଧିଟପଡ଼ିଥାଆନ୍ତି ମୋର ଗୋଡ଼ତଳରେ,କିନ୍ତୁ ଜଳାଉଥା’ନ୍ତି କଳିଗୋଳରେ ।ଶାନ୍ତି ନ ଥାଏ ତହିଁ, ନରକ କୁଣ୍ଡଯେତେକ ଯମଦୂତ ସେଠି ସେ ରୁଣ୍ଡ ।ଦାଣ୍ଡରେ ଭିଡ଼ାଭିଡ଼ି, ଟଣାଓଟରା,ମାଡ଼ଗୋଳ, ଫଜିତ୍, ଗାଳି, ଘୋଷଡ଼ା ।ନିତି ମାଲିମାମଲା, ଫଉଜଦାରୀ,କୋର୍ଟ କଚେରୀ ଚଢ଼ା, ହାରିଗୁହାରିଜୀବନକୁ ବ୍ୟାକୁଳ କଲା ମୋହର,ଧିକ ସେ ପାପଧନ ବଡ଼ ଜହର ।ପାପ ପଣେ କି ସୁଖ ମୁହିଁ ଜାଣଇଁ,ନିତି କଚେରୀଦ୍ୱାର ଟଙ୍କା ଗଣଇଁ ।ପୋଲିସେ ଦିଏ ଘୁଷ୍, ପାଖ ଲୋକଙ୍କୁଅର୍ଥରେ କରେ ବଶ, ଜଣ ଜଣଙ୍କୁ ।ଖୋଷାମଦ କରି ମୋ ଜୀବନ ଯାଏ,ଭାତ ନ ଖାଏଁ ମୁଁ ତ ଗରଳ ଖାଏଁ ।ଏତେ କରି ତଥାପି ଫାନ୍ଦେ ପଡ଼ିଲି,ଖୁଣୀ ମାମଲା ଗୋଟା ସଙ୍ଗେ ଜଡ଼ିଲି ।କେତେ ଓକିଲ କଲି, କେତେ ମିଶଲ,କିନ୍ତୁ ପ୍ରମାଣ ହେଲା କଥା ଅସଲ ।ନ ହେଲା ଫଳ ମିଛ ସାକ୍ଷୀ ଗୁଆରେ,କଠିନ ଜେଲ ଦଣ୍ଡ ହେଲା ବିଚାରେ ।ତିନି ବରଷ ପାଇଁ ଜେଲର ଭାତଥିଲା କପାଳେ ପୁଣି ଏ ଉତପାତ ।ନାନା ରୋଗେ ପହିଲୁ ନାଶ ଦେହରହୋଇଥିଲା, ସେଥିରେ ଏ ଭୟଙ୍କରହାଡ଼ଭଙ୍ଗା ଖଟଣୀ ଜେଲ ଭିତରେ,କୂଅରୁ ପାଣି କାଢ଼ି ଦିଏଁ ଗଛରେଝୋଟ, କତାବାଡ଼ିଆ, ଦରି, ଚଟେଇ,ହେଁସ, ମସିଣା ବୁଣା, ସୂତା କଟେଇ,ଚକି ପେଷା, ବାସନ ମଜା, ରୋଷେଇ,କଇଦିଆଣୀଙ୍କର ଲୁଗା କଚେଇ ।ପାଇଖାନା ପର୍ଯ୍ୟନ୍ତ ହାତେ କାଢ଼ିଲି,ମାଆ ପେଟୁ ନ ମରି କିଆଁ ବଞ୍ଚିଲି !ହାତେ ପଡ଼ିଲା ବିଣ୍ଡି, ଭାଙ୍ଗିଲା ହାଡ଼,ସେଥିରେ ଓ୍ୟାର୍ଡ଼ରାଣୀ ଦିଅଇ ମାଡ଼ ।ତଥାପି ଜେଲଖାନା ଥିଲା ଉତ୍ତମ,କାମ ଘେନି ଦିଅନ୍ତି ବସ୍ତ୍ର ଭୋଜନ ।ବାହାରେ ଆସି ଦେଖେଁ ସ୍ଥାନ ମୋ’ ପାଇଁଆକାଶତଳେ ଆଉ କେଉଁଠି ନାହିଁ ।ଭଲ ହେବି ଏଥର ପ୍ରତିଜ୍ଞାକରିଜେଲ୍ରୁ ଆସିଥିଲି, କିନ୍ତୁ ମୋ’ ପରିକଇଦିଆଣୀ ପୁଣି ବେଶ୍ୟା ପାଇଁକିଭଲ ହେବାର ବାଟ ଭବେ ଅଛି କିସମାଜେ ମୋର ସ୍ଥାନ ନାହିଁ ଜାଣିଲି,ସୁନାଗାଛିକି ଥରେ ଯାଇ ଚାହିଁଲି ।ସେଠି ଥିଲା ପୂର୍ବେ ଯେ ବେଶ୍ୟାମହଲଆଉ କେ କରିସାରିଥିଲା ଦଖଲ ।ଶୁଣିଲି ଚାନ୍ଦବୁଢ଼ୀ ମରିଗଲାଣି,ତହୁଁ ସେଠାରୁ ଗଲି ମାଗି ମେଲାଣି ।ଫଟା ପାହୁଲାଟିଏ ନାହିଁ ଅଣ୍ଟାରେ,ଦୁଃଖେ ବସିଲି ଆସି ସଡ଼କଧାରେ ।କାହାନ୍ତି ଆଉ ପୂର୍ବ ପାପର ସାଥୀଚାଲୁଥିଲେ ଯେ ସଙ୍ଗେ ଫୁଲାଇ ଛାତି ।ସଡ଼କ କରେ ବସି ମୁହିଁ ନିରାଶେଚାହେଁ ଚଉଦିଗକୁ ଆଶ୍ରୟ ଆଶେ ।ସେ ବାଟ ଦେଇ ଗଲା ଜଣେ ଓଡ଼ିଆ,ଦେଖିମୋତେ ଠାରିଲା, ହେଲି ମୁଁ ଠିଆ ।ଆସି ନିକଟେ ମୋତେ ଧୀରେ ଡାକିଲା,କହି ନ ପାରିବି ସେ ଯାହା କହିଲା ।କିନ୍ତୁ ମୋର ସରମ ଧରମ ଜ୍ଞାନନ ଥିଲା, ଆଶା ପାଇ ଉଲ୍ଲାସ ପ୍ରାଣପୁଣି କଲି ଆରମ୍ଭ ପୂର୍ବ ଜୀବନ,ଉପାୟହୀନ ମୋର ମନ୍ଦ କରମ ।କିନ୍ତୁ ହାବୁଡ଼େ ଯାର ପଡ଼େ ନିଷ୍ଠୁରତଣ୍ଟିଚିପା ସେ ରକ୍ତଖିଆ କୁକୁର ।ଭଲ ମନ୍ଦର ଜ୍ଞାନ ନ ଥିଲା ମୁଣ୍ଡେନିଶାରେ ନାଲି ଆଖି, ସର୍ବଦା ତୁଣ୍ଡେଅତି ଅକଥ୍ୟ ଗାଳି, ଜାତିରେ ପାଣ,ତା’ କତିରେ ସମାନ ହାଡ଼ି ପଠାଣ ।ଟଙ୍କା ଲାଗି ନ କରି ପାରେ ଏପରିମାପ ନ ଥିଲା, ଧାତୁ ଗର୍ମିରେ ସରିଦୁର୍ଗନ୍ଧୀ ଘାଆମାନ ସର୍ବାଙ୍ଗେ ଫୁଟିରକତ ପୂଜ ପଡ଼ୁଥାଏ ଉକୁଟି ।ଘୃଣାରେ ମରୁଥାଏଁ, କିନ୍ତୁ ଭୟରେଧୁଏଁ ସେ ଘାଆ, ପଟି ବନ୍ଧେ ହାତରେ ।ଶେଷକୁ ରୋଗତକ ହେଲା ମୋ’ ଠାରେଘୋଷାଡ଼ି ଦେଲା ଛାଡ଼ି ଡାକ୍ତରଖାନରେ ।ସେଠି ପପର ଉଆର୍ଡ଼ ପିଣ୍ଡାରେ ବସିଭଲ ହେଲି ଛ’ମାସ ରୋଗରେ ସଢ଼ି ।ତହିଁ ହାଡ଼ି ଗୋଟାକ ସଙ୍ଗରେ ଭାବକଲାରୁ ଦେଲା ଆଣି ଧାପାରେ ଠାବ ।ଧାପା ଅତି ମଇଳା ଜାଗା, ସେଠାରେମଣିଷ ଛାଡ଼, ପଶୁ ରହି ନ ପାରେ ।ଏ ହାଡ଼ି ପୁଣି ଦାରୁ-ଗଞ୍ଜେଇଖୋର,କାଟିଚି କଳାପାଣି, ନିପଟ ଚୋର ।ସେ ମୋତେ ଛେଚି ଛେଚି ନିଶାଭୋଳରେଭାଙ୍ଗିଲା ହାଡ଼ ଗୋଡ଼, ତହୁଁ ରାଗରେପଳାଇଆସି ରହେଁ ଅନ୍ୟ ଜାଗାରେ,ମିଲ୍ ଏରିଆ କୁଲିଙ୍କର ପଡ଼ାରେ ।ମିଲ୍କୁଲିଙ୍କ ଦେହେ ଭେକ ନ ଥାଏ,ତଥାପି ଅଧା ଧନ ନିଶାରେ ଯାଏ ।ଅତି ଅଳ୍ପ ଦରମା, ଅଧା ଉପାସେଗୋଟାଏ ଘରେ ଥା’ନ୍ତିଜଣ ପଚାଶେ ।ବଡ଼ ଅନ୍ଧାର ପୁଣି ସେ ଘରଗୁଡ଼ା,ନାହିଁ ଝରକା ତହିଁ, ମଇଳା କୁଢ଼ାଦାଣ୍ଡେ ଦାଣ୍ଡେ, ଗନ୍ଧରେ ଦଣ୍ଡେ ସେଠାରେରହିବ କିଏ, କିନ୍ତୁ ଅଳ୍ପ ଭଡ଼ାରେଥାଆନ୍ତି ଏହିମାନେ, ପଶୁଠୁ ବଳିୟାଙ୍କ ଜୀବନ, ନିତି ଗଞ୍ଜେଇ ମଳିନାଟ ତାସ ପଶାର ଆଡ଼ା ଜମାଇଫୁଙ୍କିଦିଅନ୍ତି ହାଡ଼ଭଙ୍ଗା କମାଇ ।ୟାଙ୍କ ଆଶ୍ରାରେ ବେଶ୍ୟା ଥା’ନ୍ତି ଅନେକ,ୟା’ଙ୍କ ଭଳି ନ ଥାଏ ତାଙ୍କର ଭେକ ।ମୁଁ ଯାଇ ସେହିଠାରେ ତାଙ୍କ ମେଳରେକାଟିଲି କାଳ ପାପ ବ୍ୟବସାୟରେଧିକ ଓଡ଼ିଆ କୁଳେ ପାଇ ଜନମଏତେ କୁକଥା ଦେଖି ଅନ୍ଧ ନୟନନ ହେଲା ଯାହା, ହାୟ ବେଶ୍ୟା ଜୀବନଅତି ହୀନ ପଶୁଠୁ, ସେହି ଅଧମଜୀଅନ୍ତା ନତି ଭୋଗୁଥାଏ ନରକ,କୁଟୁଣୀ ବୁଢ଼ୀ ହାତେ ବନ୍ଦୀ କାଳକ ।ରୂପ ନାହିଁ ଅଳପ ମୂଲ ଯାହାରନାଚ ଗୀତ ବାଜଣା କଥା ବେଭାର,ତା’ କପାଳେ ମିଳନ୍ତି ନିହାତି ହୀନ,କୁଲି କବାଡ଼ୀ ହାଡ଼ି ରୋଗମଳିନ ।ଅଧା ଦିନ ଡାକ୍ତରଖାନାରେ ପଡ଼ିନାନା ମନ୍ଦ ବ୍ୟାଧିରେ ଯାଏ ସେ ସଢ଼ି ।ରୂପ ଥିଲେ ଆଦର କରନ୍ତି ଲୋକେରୂପ ସରିଲେ ମରେ ପେଟର ଭୋକେ ।ବେଶ୍ୟା କହି ଘୃଣାରେ ଟେକନ୍ତି ନାକ,ପାଖେ ନ ପଶନ୍ତି ତା’ ପ୍ରେମିକଯାକ ।ଜଗତେ ସ୍ଥାନ ତା’ର କେଉଁଠି ନାହିଁବେଶ୍ୟା ବୋଲି ଯେ ନାମ ଦେଲା ଲେଖାଇ ।ହେଲାଣି ଏଠି ଷୋଳ ବରଷ ଆସି,କଲିକତା ଖବର ରାଶିକି ରାଶିଜାଣେ ମୁଁ, କି କହିବି ଲାଜର କଥା,ଓଡ଼ିଆ ଝିଅତକ ବିକିଲେ ମଥା ।ଆସି ଏ ବିଦେଶକୁ ବେଶ୍ୟା ବୋଲାଇବାପ ଭାଇଙ୍କ ନାମ ତଳେ ପକାଇଦଳ ଦଳ କରନ୍ତି ପେଶା ଏଠାରେ,କିନ୍ତୁ ସବୁଠୁ ହୀନ ଦଶା ବଜାରେ ।ଅନ୍ୟ ଜାତି ବେଶ୍ୟାର ଅଛି ସୁନାମ,ନାଚ ଗୀତ ବାଜଣା ସିନେମା କାମ ।ଧନୀ ସେମାନେ, ନାନା କଳା ବିଦ୍ୟାରେତାଙ୍କ ନାମ ବିଖ୍ୟାତ ହୁଏ ସଂସାରେ ।କିନ୍ତୁ ୟା’ଙ୍କର ନାହିଁ କିଛି କରଣି,ଦେହ ବିକନ୍ତି ମାତ୍ର ଏ ଅଲକ୍ଷଣୀ ।ଗଣ୍ଡା ଗଣ୍ଡା ବାଟରେ ବସନ୍ତି ଯାଇ,ବିକନ୍ତି ଦେହ ପାନ ଖିଲକ ପାଇଁ ।ଗରାଖ ଲାଗି କଳିଗୋଳ କରନ୍ତି,ନିଲାମ ଭଳି ଛଡ଼ାଛଡ଼ି ହୁଅନ୍ତି ।ଅଧ ଲକ୍ଷରୁ ବେଶି ହେବ ଏମାନେ,ୟାଙ୍କ ଲାଗି ଓଡ଼ିଆ ସଢ଼େ ଦୁର୍ନାମେ ।ୟାଙ୍କ ପାଇଁ ବେବସ୍ଥା ଦେଶ ନ କରେ,ଓଡ଼ିଆ ଚାକିରିଆ ୟାଙ୍କ ପାଲରେ ।ପଡ଼ି ଧରମ ହୁଡ଼ି ଯାଏ ସେ ବୁଡ଼ି,ଦିଅନ୍ତା ଘରକୁ ଯା ଟଙ୍କା କଉଡ଼ିଭଡ଼ାଏ ୟାଙ୍କ ପଛେ, ପିଲା କବିଲାମନେ ନ ପଡ଼େ କିଏ ମଲା ଜୀଇଁଲା ।ଗାଆଁରେ ଭାରିଯାଟି କୁଟଇ ଧାନ,ଏଠି ବେଶ୍ୟାକୁ ଦିଏ ଅତର ପାନ ।ଯେତେ ବେଶ୍ୟାଙ୍କ ଆଡ଼ୁ ତାର ଚାଳକଥାଆନ୍ତି ଆମ ଦେଶ କୁଳକଳଙ୍କ,ତାଙ୍କ ଯୋଗୁଁ ଏ ପାପ ବେପାର ଚଳେ,ଦେଶୁ ନାରୀ ଚଳଇ ତାଙ୍କ କୌଶଳେ ।ଏ ଠିକାଦାରଯାକ ଚତୁର ପ୍ରାଣୀ,ଆଖି ବୁଜି ଏମାନେ ପିଅନ୍ତି ପାଣି ।ୟାଙ୍କୁ ଜାତିରୁ ସିନା କଲେ ଅନ୍ତର,ଦେଲେ ଦଣ୍ଡ ୟାଙ୍କର ପାପକର୍ମରହୁଅନ୍ତା ଆମ ନାରୀକୁଳର ହିତ,ୟାଙ୍କ କଥା ଦିନେ କେ ବୁଝୁନାହିଁ ତ !ଅଛି କି ଆଉ ଧର୍ମ ଓଡ଼ିଶା ରାଜ୍ୟେ,ଜଗନ୍ନାଥଙ୍କ ଦେଶ କୋଟି ଅକାର୍ଯ୍ୟେଭରା, ଗୋଟି ଗୋଟି ମୁଁ କେତେ କହିବି,ପୋଥି ହୋଇବ ଯଦି ଲେଖିବସିବି ।ହାୟ, ସମୟ ଯଦି ଥାଆନ୍ତା ମୋର,ଉଦ୍ଧାର କରନ୍ତି ଏ ନରକୁ ଘୋର,କେତେ ଯୁବତୀ, ଅନ୍ଧ ଅଜ୍ଞାନ ନାରୀ,ଭାବିଲେ କି ହେବଟି ଦେଲି ଯା ସାରିଜୀବନ ଯଉବନ ଏ ପାପ ପଥେ,ପାପେ ଭରା ନଉକା ବୁଡ଼ିବ ସତେମହାସିନ୍ଧୁ ଜଳରେ, ନାହିଁ ସମୟ,କାତର ପ୍ରାଣ ଆଉ କିପାଁ ଅଥୟ ?ଅସାଧ୍ୟ ରୋଗ ଏବେ ଧରିଚି ଆସି,ରକତ-କାଶ ଜ୍ୱର ଶରୀର ଗ୍ରାସିହାଡ଼ କଙ୍କାଳ କରି ଦେଲାଣି ଛାଡ଼ି,ବାହୁନିବି କେତେ ମୁଁ ଧାଡ଼ିକି ଧାଡ଼ି ।ଯେତେ ଅକର୍ମ କଲି ପୋଡ଼ା ଜୀବନେଏବେ ଦାରୁଣ ରୋଗ ଶେଯ ଶୟନେଭାଳେଁ ଏକା ମୁଁ ଦୋଷୀ ନୁହେଁ କେବଳ,ଦୋଷୀ ମୋ ଭାଇବନ୍ଧୁ, ମୋ ପାପଫଳଏକା କିପାଁ ଭୋଗିବି, ଦୁର୍ନାମ ମୋରଓଡ଼ିଆଙ୍କ କଳଙ୍କକାଳିମା ଘୋର ।ତାଙ୍କ ମୁହଁରୁ କଳା କିଏ ପୋଛିବମନରେ ସେ ହେଜନ୍ତୁ, ଏ କ୍ଷୁଦ୍ର ଜୀବକି କହିବ ତାହାଙ୍କୁ ଦେଶର ଭାଇଭଉଣୀଙ୍କ ଦୁର୍ଦ୍ଦଶା ଲାଗି ସେ ଦାୟୀ ।ତାଙ୍କ ପୋଥୀ ପାଞ୍ଜିରେ ଆମ ପାଇଁକିମାନ ମହତ ରଖା ଲେଖାନାହିଁ କି ?ତାଙ୍କ ପାପ କରମ ଓଡ଼ିଆ ଭାଇଛାଡ଼ନ୍ତୁ ବିଦେଶରେ ଟଙ୍କା କମାଇ,ନିଶା ପଶାରେ ମିଛେ ମିଛେ ଉଡ଼ାଇନିଜେ ଦେଶ ନାରୀଙ୍କି ଭଡ଼ା ଲଗାଇ,ନିଜ ଗଳାରେ ଛୁରୀ ଦେଇ ନ ମରିରହନ୍ତୁ ଦୁନିଆରେ ମଣିଷ ପରି ।ତେବେ ସିନା ଦେଶର ହେବ ମଙ୍ଗଳ,କହିଲି ଏତକ ମୁଁ ଶୋକେ ବିକଳ ।ହରିନାମ ଅନ୍ତରେ ଭରସା କରିପତିତା ନାରୀ ସତେ ଯିବ କି ତରି ?ମୋ ଭଳି ମହାପାପୀ ତାଙ୍କ କୃପାରେଯିବି କି ଭୀମ ଭବସାଗର ପାରେ !ଯେତେ ଦିନ ବଞ୍ଚିବି କାନ୍ଦିବି ଖାଲିପୋଡ଼ା କରମେ ଦେଇ ଧିକ୍କାର ଗାଳି ।ମୋ ଦଶା ଦେଖି ସାବଧାନ ହୋଇବ,ଏତିକି ଶେଷ କଥା ମୋର ଜାଣିବ ।ବକ୍ତବ୍ୟ
ଓଡ଼ିଆ ପୁଅମାନେ ଯାହା କରୁଛନ୍ତି ମୁଁ ସେଥିରେ ସହମତ । ବିଦେଶରେ କୁଲିଗିରି କରିବାଠାରୁ ଦେଶରେ ମରିବା ଭଲ । କିନ୍ତୁ ଏ ମରିବେ କାହିଁକି ? ୟାଙ୍କ ଦେଶ ଧନ ଅନ୍ୟମାନେ (ଯଥା ମାରବାଡ଼ୀ ଓ ବଙ୍ଗାଳୀ) ଲୁଟୁଛନ୍ତି । ଏମାନେ ପର ଦେଶରେ ପଡ଼ି ଏଡ଼େ ହୀନସ୍ତା କାହିଁକି ହେବେ ? ଏମାନେ ଦେଶକୁ ଯାଇ ନାନା ଦିଗରେ ନିଜ ଦେଶରେ ଉନ୍ନତି କରନ୍ତୁ; ଆଉ ଜାତିର ଟେକ ବଢ଼ାନ୍ତୁ ।
କୁନ୍ତଳାକୁମାରୀସଙ୍ଗୀତଏ ବୀର ମାଟି କୀରତି କଥାଟିପୀରତିରେ ଥରେ ମନେ ପକାଅ ଟି । (ଘୋଷା)ମରକତ, ଭୀମ, ପୁରୁଷ-ଉତ୍ତମ,କଳିଙ୍ଗ-କେଶରୀ ଐର ଅବିନ୍ଦମ,ମୁକୁନ୍ଦ, ଯଯାତି, ଲଳିତେନ୍ଦୁ ନାମେବାରବାଟି ପୁରେ ବାଜା ବଜାଅ ଟି ।ମୁକୁଟମଣିଟି ଗୋଟିଏ ରଜାର,ମୁଲକ ମାଲିକ ଦୂର ଦରିଆର,ଅରାତି-ଶୋଣିତ-ରଙ୍ଗା ଖଣ୍ଡାଧାରବିଜୟସଙ୍ଗୀତ ବାରେ ଶୁଣାଅ ଟି ।ସାଗର ଚିଲିକା ବୋଇତରଣୀ,ପାଇକ ତରୁଣୀ ଲାଖବିନ୍ଧାଣି,ଧନୁକ ଭଙ୍ଗାର ଲୀଳା କାହାଣୀଓଡ଼ିଆର ଘରେ ଘରେ ଜଣାଅ ଟି ।ଓଡ଼ିଆ ପୁଅଙ୍କ କଥାବାର୍ତ୍ତାଓଡ଼ିଆ ବ୍ରାହ୍ମଣ ପୁଅ ମୁଁ, ଆଜି ଏ ବିଦେଶରେପରର ଗୋଲାମି ଖଟିଣ କାଳ କାଟେଁ ଦୁଃଖରେ ।କି ପରା ବଂଶର ପୁଅ ମୁଁ ହୋଇଅଛି ପୂଜାରୀ,ଭାତ ରାନ୍ଧି ବାପ ଦାଦିର ନାଆଁ ଦେଲି ଟି ସାରି ।ଚିର ସ୍ୱାଧୀନତା ଯାହାର କୁଳଧରମ ଭାଇ,ଦଶ ପାଞ୍ଚ ଟଙ୍କା ଦରମା ପାଇଁ ସରମ ନାହିଁ ।ସବୁ ଜାତି ମଥାମଣି ମୁଁ ସେବକ-ବ୍ରତଧାରୀ,ଏଠି ଗାଳି ଖାଇ ପ୍ରାଣଟା ଲାଜେ ହେଉଛି ଘାରି ।ଶ୍ୟାମଳ ତମାଳ, ପୁନ୍ନାଗ, ଗୁଆ, ନଡ଼ିଆ ଗଛ –ଘେରା ସେ ସୁନ୍ଦର ଶାସନ, ଯହିଁ ସରସୀ ସ୍ୱଚ୍ଛ,କୁମୁଦ, କମଳ, କହ୍ଲାରେ ଦିଶେ କି ମନୋରମ,ବୈଦିକ ବ୍ରାହ୍ମଣ କୂଳରେ ତହିଁ ମୋର ଜନମ ।ମୋ’ ପୂର୍ବପୁରୁଷ କୀରତି ପବିତ୍ର ବରଣୀୟ,ବିଦ୍ୟାଦାନ ପାଠପଠନେ ଥିଲେ ସେ ସ୍ମରଣୀୟ ।ନ୍ୟାୟ, ତର୍କ, ସ୍ମୃତି, ଶ୍ରୁତିରେ ପୁଣି ବ୍ୟବସ୍ଥା ଦାନେଥିଲା ତାଙ୍କ ମହା ଅକ୍ଷୟ ଯଶ ଭାରତଧାମେ ।ଭାଗବତ, ଗୀତଗୋବିନ୍ଦ ତାଙ୍କ କଣ୍ଠଭୂଷଣ ।ପରର ପତରେ ଖାଇ ମୁଁ ଆଜ କୁଳଦୂଷଣ ।ପୁରୀ, ଯାଜପୁର, ଭୁବନେଶ୍ୱର, ସାକ୍ଷୀଗୋପାଳଶୋଭଇ ଓଡ଼ିଶା ରାଜାର ଦତ୍ତ ଶାସନମାଳ ।ଶାସନର ଅଧିକାରୀ ଦେଶଶାସନ ଲାଗିରଜାଙ୍କ ଡାହାଣ ହାତ ସେ, ଭୋଗୀ ପୁଣି ତିଆଗୀ ।ପରମ ପଣ୍ଡିତ ଥିଲେ ସେ ସର୍ବ ବିଦ୍ୟାଚର୍ଚ୍ଚାରେ,ଯାଗଯଜ୍ଞକାରୀ କୁଶଳ ଦେବପୂଜା ଅର୍ଚ୍ଚାରେ ।ତାଙ୍କ ତେଜେ ଲୋକେ କମ୍ପନ୍ତି, ଆମଠି ତେଜ କାହିଁ,ବିଦେଶରେ ଆଜି ପଡ଼ିଚୁଁ ମୁଠିଏ ଅନ୍ନ ପାଇଁ ।ବି.ଏ.ଏମ ପଢ଼ି ବଙ୍ଗାଳୀ ହୋଇଛନ୍ତି କିରାଣୀ,ଆମେ ଅପାଠୁଆ ତାଙ୍କର ସଜାଡ଼ୁଁ ଅନ୍ନପାଣି ।ନାଆଁକୁ ଠାକୁର ବୋଲାଉଁ, ସେ ତ ଡାକ ଥଟ୍ଟାର,ଚାକରର ଯାହା ଇଜ୍ଜତ ତାହାକୁ ନମସ୍କାର ।ଆମ ଠାକୁରଙ୍କ ଦୁର୍ଗତି କହିଲେ ନ ସରିବ,ଆମ ଭଳିହୀନ ଜୀବନ ଆଉ କିଏ କରିବ ?ଭୁଲିବାକୁ ଦୁଃଖଦୁର୍ଦ୍ଦଶା ଆମେ ନିଶାର ଦାସ,ସମୟ ପାଇଲେ ପଶାରେ ଭୁଲୁଁ ମାଡ଼ ପରାସ ।ଅଳପ ଦରମାଗଣ୍ଡାକ ଯାଏ ମଉଜେ ଉଡ଼ି,ଘରକଥା ଭୁଲିଗଲୁଣି ମାଆ ମାଉସୀ ଖୁଡ଼ୀ ।ସ୍ତ୍ରୀ ସନ୍ତାନ ଥିବେ କିପରି ଗଲାଣି ସେ ପାସୋର,ଦିନେ ଦିନେ ବୁଡ଼ିଯାଉଚୁଁ ନରକକୁଣ୍ଡେ ଘୋର ।ପବିତ୍ର ବ୍ରାହ୍ମଣ ସନ୍ତାନ ଭୁଲି ବଂଶସମ୍ମାନମଦ, ବାରାଙ୍ଗନା, ପଶାରେ ହଜାଉଁ ଧନ, ଜ୍ଞାନ ।ନାନା ବ୍ୟାଧି ଦେହେ ବିକଶେ ନାନା ଉତ୍ପାତେ ପଡ଼ିଅକାଳେ ମରନ୍ତି ଅନେକେ ବହୁ ଦୁଃଖରେ ସଢ଼ି ।ଚରିତ୍ର ବୋଲି ତ ଆମଠି ନାହିଁ କିଛି ପଦାର୍ଥ,ଘାଣ୍ଟି ହୋଇ ପାପପଙ୍କରେ ଭୁଲିଚୁଁ ପରମାର୍ଥ ।ଆମକୁ ଦେଖିଲେ ବ୍ରାହ୍ମଣ ବୋଲି କିଏ କହିବ,ଧର୍ମ-କର୍ମ-ବିଦ୍ୟା-ଚରିତ୍ରହୀନେ କେ ଆଦରିବ ?ଧିକ ଏ ଜୀବନ ଧିକ ମୋ’, ନ ରହିବି ଏଠାରେ,ଏପରି ଜୀବନ ବହି ମୁଁ ନ ବଞ୍ଚିବି ସଂସାରେ ।ନ ହେବି ଆଉ ମୁଁ ପୂଝାରୀ, ଯିବି ବାହାରି ଘର,ବାପ ଜେଜ କୁଳେ କଳଙ୍କ ନ ବୋଳିବି ଏଥର ।ପୂଜାରୀ ନାମରେ ହେଉଚି ମୋତେ ଦାରୁଣ ଲଜ୍ଜା,ପୂଜାରୀ ହୋଇବାଠାରୁ ମୁଁ ବରିବି ମୃତ୍ୟୁଶର୍ଯ୍ୟା ।ଓଡ଼ିଆ ବ୍ରାହ୍ମଣ ପୁଅ ମୁଁ, ଛାଡ଼ିବି ଏ କୁପଥ,ଦେଶ ବଂଶ ଟେକ ରଖିବି ହୋଇ ସ୍ୱଧର୍ମେ ରତ ।କରଣ ପୁଅଓଡ଼ିଆ କରଣ ପୁଅ ମୁଁ, ପଟ୍ଟନାୟକ ଛୁଆ,ହାୟ ମୋ’ କପାଳ ବିଦେଶେ ମୁଣ୍ଡରେ ବୋଝବୁହା ।ସାଆନ୍ତ ଘରର ପିଲା ମୁଁ, କୁଳମାନ ହରାଇକୁଲିକାମ କରି ଜୀବନ ହେଉଅଛି ବିତାଇ ।ମୋ’ ବାପ ଦାଦିର କୀରତି କଥା ନୋହିବ କହି,କାବ୍ୟକବିତାର ଖଣି ସେ, ଲେଖିଲେ ନାନା ବହି ।ଆମ କୁଳେ ବିଦ୍ୟା ବରଚା, ମନ୍ତ୍ରୀ, କିରାଣୀ କାମ,ଆଜ ଅପାଠୁଆ ଆମେ ତ, ହେଲୁଁ ପର ଗୋଲାମ ।ପାଠଶାଠ ଚତୁରତାରେ କରଣୁ କେ ଅଧିକ,ପାତ୍ରମନ୍ତ୍ରୀ ଥିଲୁଁ ରଜାର ଗନ୍ତାଘର ମାଲିକ ।ଧନ ଦରବରେ ଆମର ଉଚ୍ଛୁଳୁଥିଲା ଘର,ପୋଡ଼ି ଜଳି ଗଲା ସେ ଘର, ଟଙ୍କା ଦଶ ପନ୍ଦରଜୀବନସମ୍ୱଳ ଏବେ ତ, ସେ ମହାନ୍ତିପଣିଆ ।ଗଳ୍ପମାତ୍ର ଆମ ପାଇଁକି, ଆମେ ହୀନ ମୁଲିଆ ।ଗଜପତି ରଜା ମୂଲକ ଦୂର ଦରିଆ ସରିନବ କୋଟି କର୍ଣ୍ଣାଟକର ଶାସନଦଣ୍ଡ ଧରି ।ଆମେ ଥିଲୁଁ ତାଙ୍କ ମନ୍ତ୍ରଣାଦାତା, ସୁପରାମର୍ଶେ,ଦେଶ ସ୍ୱାଧିନତା ରଖିଲୁଁ ଟେକ ଭାରତବର୍ଷେ ।ରାୟ ରାମାନନ୍ଦ ଥିଲେ ସେ ଆମରି ଜାତି ଭାଇ,ରାଜ ମହୀନ୍ଦ୍ରିରେ ଶାସନକାର୍ଯ୍ୟ ଥିଲେ ଚଳାଇ ।ଆଜି କାହିଁ ଆମ ସାଆନ୍ତ ଢମ, ମାହାନ୍ତି ଶାଠ,ଆଜି କାହିଁ ଆମ ଶାସନକଳା, କବିତା ପାଠ ?ଆମେ କରି ହୀନ ମୂଲିଆପଣ କୁଳଧରମଏକାବେଳେ ଦେଲୁଁ ବୁଡ଼ାଇ, ଧିକ ଆମ କରମ ।ଭୋକେ ପଛେ ଘରେ ମରିବି, ଆଉ ନ ହେବି କୁଲି,ନ ସାରିବି ବଂଶଗୌରବ ଆଉ ବିଦେଶ ବୁଲି ।କରଣ ମହାନ୍ତି ସନ୍ତାନ ସାଆନ୍ତପୁଅଙ୍କରହାକିମାତି ସିନା କରିବା ଆମ ପାଇଁ ସୁନ୍ଦର ।ନ ରହିବି ଆଉ ବିଦେଶେ, ଯିବି ମୁଁ ଫେରି ଘର,ଉଚ୍ଚ ପଦ ମାନ ଲଭିବି ବିଦ୍ୟା ପଢ଼ି ଏଥର ।ମୋ’ ବୁଦ୍ଧିବଳେ ମୋ’ ଦେଶର ରଖିବି ସନମାନ,ମୋ’ ଜ୍ଞାନବଳେ ମୋ’ ଦେଶର ବଢ଼ିବ ଧନମାନ ।ମୁଁ ପୁଣି କିପାଇଁ ବିଦେଶେ କରିବି କୁଲିଗିରି,ଦଶ ବାର ଟଙ୍କା ପାଇଁ ଏ ଗୋଲାମର ଚାକିରୀ ?କେତେ ବଡ଼ ଘର ପୁଅ ମୁଁ, ପେଟ ପାଇଁକି ଛାରନ ଛାଡ଼ିବି ଆଉ କେବେ ମୁଁ ମୋ କୁଳ ଅହଂକାର ।ଆସିବି ଯଦି ବା ବିଦେଶ ଆସିବି ବଡ଼ କାମେ,ହାକିମ, ଡାକ୍ତର, ମାଷ୍ଟର ଅବା ବିଦ୍ୟାର୍ଥୀ ନାମେ ।ନୋହିଲେ ରହିବି ଦେଶରେ ଗରିବ ଅବା ଧନୀ,ମୋ’ ଲାଗି ନ ପାଇ ଲାଞ୍ଜନା ଜନ୍ମଭୂମି ଜନନୀ ।ସାଆନ୍ତ ଘରର ପୁଅ ମୁଁ, କୁଳଶ୍ରେଷ୍ଠ କରଣ,ଯିବି ଫେରି ନିଶ୍ଚେ ସ୍ୱଦେଶେ ଏ ମୋ’ ଜୀବନପଣ ।ଖଣ୍ଡାଏତ ପୁଅଖଣ୍ଡାଏତ ଘର ପୁଅ ମୁଁ, ପାଇକ ବଂଶଧର,ଶୋଭୁଥିଲା ଆମ ହାତରେ ଧନୁଶର ସୁନ୍ଦର ।ଆମ ବାପା ଜେଜ କୀରତି ଅତୁଳ ସେ ଜଗତେ,ଆଜି ଆମେ ଭୁଲି ମୂଳିଆ,କେ ଯିବ ୟା ପରତେ ?ସାରା ଦେଶଟାକୁ ଶତ୍ରୁର କବଳରୁ ବଞ୍ଚାଇରଖିଥିଲୁଁ ଆମେ ଡରାଇ ତୀକ୍ଷ୍ଣ ଖଣ୍ଡା ଉଞ୍ଚାଇ ।ହାୟ ସେ ଖଣ୍ଡାରେ ଖେଳିବା, ଲାଛିବା ଧନୁଶର,ଘୋଡ଼ାରେ ଚଢ଼ିବା ଭୁଲିଚୁଁ,ଆଜି ଆମେ କିଙ୍କର ।ଯେଉଁ କ୍ଷତ୍ରୀଙ୍କର ନାମରେ କମ୍ପୁଥିଲା ଧରଣୀ,ବିଲୁଆଟା ଦେଖି ଡରିଲୁଁ, ଧିକ ଆମ କରଣି ।ଆମ ବାହାସ୍ପୋଟ ଶୁଣି କା କମ୍ପୁ ନ ଥିଲା ଛାତି,ଓଲଟାଉଥିଲୁଁ ରାଇଜ ଯୁଦ୍ଧରେ ଗଲେ ମାତି ।କିନ୍ତୁ ଆଜି ହାୟ ଦି’କଡ଼ା ନୁହଇ ଆମ ମୂଲ,ଦେହେ ଚିରାକନା ଝୁଲୁଚି,ପେଟ ଭୋକେ ଆକୁଳ ।ଦଳ ଦଳ ହୋଇ କରୁଛୁଁ ବିଦେଶେ କୁଲିପଣ,ନାନା ପାପ ଅପକରମେ ସାରିଲୁଣି ଜୀବନ ।ଆମ ପ୍ରାଣେ ଲଜ୍ଜା ସରମ ଜ୍ଞାନ ରହିଲା ନାହିଁ,ଯାହା କମାଇଲୁଁ ବିଳାସେ ଦେଲୁଁ ସବୁ ଉଡ଼ାଇ ।ବସିଚି ମୁଁ ବଡ଼ ଭାଳେଣି କି କରିବି ଏଥର,ଏଡ଼େ ବଡ଼ ଘର ପୁଅ ମୁଁ,ନ ହେବି କା ଚାକର ।ଗୋଲାମି ପେଶାରେ କ୍ଷତ୍ରୀର ପୁଅ ବଞ୍ଚିବାଠାରୁନାମ ଲୁଚୁ ତାର ମହୀରୁ,ଯୋଉ ସେ ଏ ସଂସାରୁ ।ଆମ କୁଳ ଗର୍ବ ଗୌରବ ସ୍ମରି ଆଖିରୁ ପାଣିବହିପଡ଼େ ମୋର କିଅର୍ଥେ ବୁକୁରେ କର ହାଣି ।ଏଡ଼େ ହୀନପଣେ ଜୀବନ ଏ ଦୂର ବିଦେଶରେଆଉ ନ କାଟିବି, କଳଙ୍କ ଲାଗୁଅଛି ବଂଶରେ ।ବିଦ୍ୟା ଜ୍ଞାନ କାବ୍ୟ କବିତା ସବୁଥିରେ କୁଶଳଥିଲେ ମୋର ପୂର୍ବପୁରୁଷ, ମୁଁ କିପାଇଁ ନିର୍ବଳ ?ଫେରିଯିବି ଘର ଓଡ଼ିଶା, ମୋ’ ନିଜ କୁଡ଼ିଆରେନିଜ ବୁଦ୍ଧିବଳେ ବଞ୍ଚିବି ମଣିଷପଣିଆରେ ।ବାହୁବଳ କରି ସାଧନା ରଖିବି ଦେଶ ଟେକ,ନ ଡରିବି ତିଳେ କାହାକୁ ହାଣ ଖାଉ ଏ ବେକ ।ଶିଖ ରାଜପୁତ ପଠାଣ ରହିଲେ ସୈନ୍ୟଦଳେ,ଓଡ଼ିଶା ପାଇକ ପୁଅ କି ଉଣା ମୁଁ ବାହୁବଳେ ?ମୋ’ ବାହୁବଳରେ ଦେଶର ବଢ଼ାଇବି ଗୌରବ,ମୋ ବାହୁବଳରେ ବ୍ୟାପିବଭବେ ଖ୍ୟାତି ସୌରଭ ।ଜନନୀ ଜନମଭୂମିର ମୋ’ କର୍ତ୍ତବ୍ୟ ପରମ,ଦେଶରେ ରହିବି ଆନନ୍ଦେ ପାଳି କ୍ଷତ୍ରୀ ଧରମ ।ଗୋପାଳ ପୁଅପବିତ୍ର ଗୋପାଳ ସନ୍ତାନ ନନ୍ଦକୁମାର ମୁହିଁ,ଅମୃତ ଗୋରସେ କିପରି ପୁଣ୍ୟ ଓଡ଼ିଶା ଭୂଇଁପାଳୁଥିଲେ ସବୁ ପ୍ରଜାଙ୍କୁ ଅମୃତ କୁଣ୍ଡକରେ,ଆଜି ମୁଁ ବିଦେଶେ ପଡ଼ିଚି ହୀନ କୁଲିକାମରେ ।ଗୋ-ସେବା ନ କରି ଆଜି ମୁଁ ସେବା କରେଁ କଳର,କଳ କାମ କରି ଶେଷରେ ହେଲି କୁଲି, କିଙ୍କର ।କୁଲିନାମେ କେଡ଼େ ଲଜ୍ଜିତ ମୁଁ ଯେ ସ୍ୱାଧୀନକର୍ମାପଡ଼ିଚି ଏ କଲିକତାରେ, ଦି’ଗଣ୍ଡା ଟଙ୍କା ଦର୍ମାପେଟକୁ ଦେହକୁ ନିଅଣ୍ଟ, ପରିବାର ପୋଷଣେଚିର ଅସମର୍ଥ ହେଲି ମୁଁ, ସୁଖ ନାହିଁ ଜୀବନେ ।ଘରେ ଯେତେ ଗୋରୁ ବାଛୁରି ସବୁ ହେଲେଣି ହଡ଼ା,ନ ମିଳଇ ପେଜ ତୋରାଣି କୁଣ୍ଡା ଘାସ କି ନଡ଼ା ।ମୋ କରମ ଅବଳକୁ ଏ ଦଶା ଆସିଲା ମାଡ଼ି,ଆସିଚି ଘରେ ମୁଁ ଏକାକୀ ପିଲା କବିଲା ଛାଡ଼ି ।ବିଦେଶରେ ମୁଣ୍ଡେ ମୋହର କୁଲ କାମର ଠିକା,ତାଙ୍କ ଦେଖାଶୁଣା ପାଇଁକି ଦୈବ ଭରସା ଏକା ।ବସ୍ତା ବୋହି ମାଲ ବୋଝାଇ ଜାହାଜରେ କରଇଁ,ବୋଝ ଲଦି ଲଦି ପିଠିରେ ଅଣ୍ଟା ଗଲାଣି ନଇଁ ।ଧିକ ୟା’ପାଇଁକି ଜନମ ଲଭିଥିଲି ସଂସାରେପବିତ୍ର ଗୋପାଳ କୁଳରେ, ନିତି ଦୁଃଖେ ବିଚାରେ ।ଆମ ହାତେ ପାଣି ଖାଆନ୍ତି ସବୁ ଜାତି ପାଟକ,ଜଗତ ପାଳନ-କରତା ଗୋମାତାର ସେବକ ।ଗୋମାତାକୁ ଅବହେଳି ମୁଁ ଆସି ଦୂର ଦେଶରେକୁଲି କାମ କରି ମରୁଛି, ନାଶ କୁଟୁମ୍ୱ ଘରେ ।ପଇସା ପତର ଯା’ କିଛି କଲି ବା ରୋଜଗାର,ମେଳା ମଉଛବେ ସାରିଲି, ନରକର ଦୁଆର-କତି ମୋ’ ପାଇଁକି, ଅଧମ ଅତି ଗର୍ହିତ କର୍ମକରି କରି ଭୁଲିଗଲିଣି ମାନ ମହତ ଧର୍ମ ।ଏ ସତ୍ୟାନାଶିଆ ଗୋଲାମି କାମ ଛାଡ଼ି ଏଥରଗୋପାଳର ପୁଅ ଭଲେ ମୁଁ ଫେରିଯିବି ସ୍ୱ ଘର ।ନିଜ କୁଳ ବ୍ୟବସାୟରେ ଅରଜିବି ଯେ ଧନ,ସ୍ୱାଧୀନ ସୁଖରେ କାଟିବି ମଧୁମୟ ଜୀବନ ।ସାଧବ ପୁଅସାହୁକାର ଘର ପୁଅ ମୁଁ, ବେପାର ବଣିଜରୁସଞ୍ଜେ ଆଣି ଧନଦରବ ରାଇଜରାଇଜରୁ ।ଆମ କୁଳେ ଲକ୍ଷ୍ମୀ ଅବଳା, ଆମେ ଧନର ପତି,କେତେ ମଠବାଡ଼ି ମନ୍ଦିରେ ଖଞ୍ଜା କୋଠସମ୍ପତ୍ତି ।ଆମ ଯୋଗୁ ଆମ ଦେଶର ବଢ଼େ ଶିରୀସମ୍ପଦ,ମହାଜନ ଘର ପୁଅ ମୁଁ ସେବିବି କାହା ପଦ ?କିନ୍ତୁ ଆଜି କେଡ଼େ ଦୁର୍ଗତି ସେ କୁଳେ ଜନ୍ମ ପାଇବୋଝ ବୋହି ପେଟବିକଳେ କୁଲି କାମ ବୋଲାଇଜାହାଜରେ ଯେବେ ମାଲ ମୁଁ ଲଦେ, ମୁଣ୍ଡେ ମୁଣ୍ଡାଇ,ଅତୀତ ମୋ ଆଖି ଆଗରେ ଆସେ ରଙ୍ଗ ଦେଖାଇ ।କେତେ କଥା ପଡ଼େ ମନେ ଟି ପୂର୍ବପୁରୁଷ କଥା,ଛାତି ଫାଟିପଡ଼େ, ପଥର ହେଲେ ପାଆନ୍ତା ବ୍ୟଥା ।ଆମ ବାପା ସା’ନ୍ତାବାପର କୀର୍ତ୍ତି ଜଗତ ଜିଣି,ଦୂର ମୂଲକରୁ ଆଣନ୍ତି ଲକ୍ଷ୍ମୀଭଣ୍ଡାର କିଣିସପତ ସାଗରେ ବୋଇତ, ଚାନ୍ଦ ସଉଦାଗର,ଲକ୍ଷ୍ମୀଧର କଥା ଶୁଣିଚ, ପୁଣି ସାଧବଙ୍କରବୋଇତ ପହଞ୍ଚି ଛୁଇଁଲେ ନଦୀ ମୁଣ୍ଡ ମୁହାଣ,ସାଧବବୋହୂଙ୍କ ଶରଧା, ବୋଇତର ବନ୍ଦାଣ,ହୁଳହୁଳି, ସୁନାଥାଳୀରେ ଅର୍ଘ୍ୟଦୀପ ଜଳାଇମଙ୍ଗଳ ମନାସ, ଆନନ୍ଦ ପତି ପୁଅଙ୍କ ପାଇଁ ।ଘରେ ଘରେ ଆମ କାହାଣୀ ଜେଜେମାଆ ମୁଖରେସଞ୍ଜବେଳେ ବସି ପିଣ୍ଡାରେ ଶୁଣେ ଶିଶୁ ଆଦରେ ।ସେ ଶିଶୁ ସତେ କି ଜାଣଇ କି ଜାଣଇ ସେହି ବୋଇତ ବାହିସାଧବର ପୁଅ ମଲାଣି, ଅଛିପୂର୍ବ ବଡ଼ାଇ ।ଖାଇବାକୁ ପାଏ ନାହିଁ ସେ ପେଟ ଭରି ମୁଠାଏ,ଧିକ ଏ ଜୀବନ ନ ଯାଇ ରହିବୁ ଆଜିଯାଏ !ସୁନା ମାଣିକରେ ଅନ୍ଧାର ଘର ଉଜ୍ଜ୍ୱଳ ଯା’ରଯା’ର ଗନ୍ତାଘର ଅମପା ଅସରନ୍ତା ଭଣ୍ଡାର ।ସେହି ସାଧବାଣୀ ଦେହର ଚିରା କନାର ଧଡ଼ି,କାନ୍ଦେ ପତି ପୁଅ ବିହୁନେ ଅନ୍ଧାର କୋଣେ ପଡ଼ି ।ପତି ପୁଅ ଆଜି ତାହାର ବିଦେଶରେ ମୂଲିଆ,ମହାଜନ କୁଳନନ୍ଦନ ପର ପାଦତଳିଆ ।ପରର ଫଜିତ ଗାଳିରେ ପେଟ ପୂରେ ତାଙ୍କର,ସାରିଲେ ଇଜ୍ଜତ ମହତ ହୋଇ ରଙ୍କ ଇତର ।ଚାକିରୀ କରିବା ଯେ କୁଳେ ମହାପାପ ଅଧର୍ମ,ବିଦେଶେ ଏବେ ସେ ହୁଡ଼ିତ ଗଲେଣି ଧର୍ମକର୍ମ ।ଛି, ଛି, ମୁଁ ଓଡ଼ିଆ ସାଧବପୁଅ ହୋଇ ଏଥରକେବେ ନ ହେବିଟି ମୂଲିଆ ସେବାକାରି ଚାକର ।ଚେତନା ପାଇଲି ଯଥେଷ୍ଟ, ଯିବି ଫେରି ମୁଁ ଘରେ,ମୋ ନିଜ ଗୋଡ଼ରେ ଛିଡ଼ା ମୁଁ ହେବି ବ୍ୟବସାୟରେ ।ବାଣିଜ୍ୟେ ଲକ୍ଷ୍ମୀର ନିବାସ, ମୁଁ ତ ଲକ୍ଷ୍ମୀସନ୍ତାନ,କରି ନାନା ଫନ୍ଦି ଫିକର ହୋଇବି ଧନବାନ ।ମୋ’ ଦେଇ ବଢ଼ିବ ଦେଶର ଧନ ମାନ ସମ୍ମାନ,କାହାକୁ ଚାହିଁବ ମୋ’ ଦେଶ ହେବି ଯଦି ଗୋଲାମ ?ମୁଁ ଆଜି ମୂଲିଆ ବୋଲି ତ ମୋ’ ଦେଶ କଙ୍ଗାଳୁଣୀ,ରାଣୀ ପଦେ ଥିଲେ ଯେ ଏବେ ଜଗତେ ଭିକାରୁଣୀ ।ନାହିଁ ନାହିଁ, ଆଉ ଦଣ୍ଡେ ମୁଁ ନ ରହିବି ବିଦେଶେ,ସୁନାରୂପା ଧାନ ଚାଉଳ ଉପୁଜାଇବି ଦେଶେ ।ମେଳ ବାନ୍ଧି ବ୍ୟବସାୟରେ ମନ ଦେବି ଏଥର,ପାଞ୍ଚ ଭାଇ ମିଳି ଏକାଠି ସୁଖେ କରିବୁଁ ଘର ।ଦେଶ ବିଦେଶରେ ବଣିଜ କରି ହେବେ ମଣିଷ,ସାଧବ ଘରର ପୁଅକୁ ପର ଖଟଣୀ ବିଷ ।ମୁଣ୍ଡ ପଛେ କଟିଯାଉ ମୁଁ ନ ହେବି କ ଗୋଲାମ,ସାହୁକାର ଘର ପୁଅର ଶୋଭା ଲକ୍ଷ୍ମୀଦୋକାନ ।ବୈଶ୍ୟ ପୁଅ ହୋଇ କା’ଦିଶେ ନ ରହିବ ସେ ଆଉ,ଛାଡ଼ିବ ଏ ଭୁଲିକାମକୁ ଜୀବନ ପଛେ ଯାଉ ।ପଇସାରେ ପୋଡ଼ି ପଇସା ବଢ଼ାଇବି ବେପାର,ବନାଇବି ବଡ଼ ଦୋକାନ ବୋଲାଇ ସାହୁକାର ।କାରିଗର ପୁଅକାରିଗର ଘର ପୁଅ ମୁଁ ଶିଳ୍ପ ଶାସ୍ତ୍ରେ ପଣ୍ଡିତ,ମିସ୍ତ୍ରୀ ବୋଲି ନାମ ବିଖ୍ୟାତ ଜଗତରେ ବିଦିତ ।ମୋ ନିହାଣ ବାରସିରେ ମୁଁ ଲୁହାକୁ କଲି ଗୁଣ୍ଡ,ଗଢ଼ିଲି ଗଗନପରଶୀ କେତେ ମନ୍ଦିର ମୁଣ୍ଡ ।ପଥର ଦେହରେ ପଥର ଘଷି ବନ୍ଧରଚନାକରିଚି ଦେଖି ଯା ହୁଅଇ ବଣା ଲୋକକଳ୍ପନା ।ମନ୍ଦିର ମାଳରେ ଓଡ଼ିଶାଖଣ୍ଡ ଦେଇଚି ଭରି,ବିସ୍ମୟେ ବିଦେଶୀ ପରଖେ ଶିଳ୍ପକଳା କିପରି ।ହାୟ କି ଦୁଃଖ ମୋ କପାଳେ ଆଜି ମୁଁ ହୀନକର୍ମ୍ମାପିତା ପରା ମୋର ଜଗତେ ବୋଲାନ୍ତି ବିଶ୍ୱକର୍ମା ।ବିଶ୍ୱକର୍ମ୍ମା ପୁଅ ହୋଇ ମୁଁ ବୁଲେ ବିଶ୍ୱଦାଣ୍ଡରେଦି’ ଗଣ୍ଡା ପଇସା ପାଇଁକି ବୋଝ ବୋହି ମୁଣ୍ଡରେ ।କାହିଁ ମୋର ଶିଳ୍ପଗୌରବ, ହାତୁଡ଼ି ଗଲା ହଜି,ବିଦେଶେ ପଡ଼ିଚି କୁଲି ମୁଁ ନାନା କୁକର୍ମେ ମଜ୍ଜି ।ଘରେ ମୋର ପୁଅଝିଅଙ୍କୁ ନ ମିଳେ ଦାନାକନା,ଯା କମାଏଁ ମୋତେ ନିଅଣ୍ଟ, ତହିଁ କର୍ଜ ଭାବନା ।ଆଉ କି କୂଳରେ ଧରମପଦ ପୁଅ ଅଛନ୍ତି,ବାପ କାହିଁ ବୋଲି ଦିନେ ସେ ଭୁଲରେ ପଚାରନ୍ତି ?ବାପ କାହିଁ, ବାପ ବିଦେଶେ ମଣିଷରେ ଅଧମ,ବୋଝ ବୋହି ଗାଳିମାଡ଼ରେ ସରିଲାଣି ସରମ ।କାଠ ପଥରଠୁ ବଳି ଏ ଦେହ ହେଲାଣି ଟାଣ,ଏକାବେଳେ ଭୁଲିଗଲାଣି ବଂଶର ଖ୍ୟାତିମାନ ।ସାତ ପୁରୁଷରେ ଆମର ନ ଥିଲେ କେ ଚାକର,ବୁଡ଼ିଗଲା କୁଳବେଉସା, ଆମେ ତ ହରବର ।ନାହାନ୍ତି ଓଡ଼ିଶା ରଜା ସେ ପ୍ରତାପୀ ଗଜପତି,ଆମକୁ ଆଉକେ ପଚାରେ, ଘରେ ନ ଜଳେ ବତୀ ।ବଡ଼ ଦୁଃଖେ ପଡ଼ି ବିଦେଶେ କୁଲିଗିରୀ କରିଲୁଁ,ବଡ଼ ବିକଳରେ ନିଜର ସନମାନ ସାରିଲୁଁ ।ଦୁଃଖେ ଫାଟେ ମୋର କଲିଜା, ନ କରିବି ଏ କାମ,କାରିଗର ଘର ପୁଅ ମୁଁ ନହେବି କା ଗୋଲାମ ।ନିଜ କାରିଗିରୀ ଖ୍ୟାତିରେ ରଖିବି ଦେଶମାନ,ମୋ’ ଯୋଗୁଁ ମୋ’ ଜନ୍ମଭୂମିଟି ଲଭୁ ବହୁ ସମ୍ମାନ ।ଓଡ଼ିଆ ଶିଳ୍ପୀର ଗୁଣରେ ମୁଗ୍ଧ ଜଗତଯାକ,ମୁଁ ପୁଣି ଗୋଲାମି କରି କି ତଳେ ଘଷିବି ନାକ !ନାହିଁ, ନାହିଁ, ଆଉ ଗୋଲାମି ନ କରିବି ଜୀବନେ,ଫେରିଯିବି ଏବେ ସ୍ୱଦେଶେ, ଯା’ଥିବ ମୋ’ କରମେ ।କୃଷକ ପୁଅକୃଷକ ଘରର ପୁଅ ମୁଁ ଚାଷ ମୋ ବ୍ୟବସାୟ,ମୋ ବିନା ଅଛି କି ଜଗତେ କା ବଞ୍ଚିବା ଉପାୟ ?ସୁନ୍ଦର ଶାଗୁଆ କ୍ଷେତରେ ଧାନ, ମୁଗ, ଗହମପାଚିଲା କିଆରୀ ଦେଖିଲେ ଉଲ୍ଲସିତ ମରମ ।ମୋ ହଳ ଲଙ୍ଗଳ ଫାନ୍ଦରେ କମଳାଙ୍କ ନିବାସ,ଚାଷ ଅଛି ଘରେ ଯାହାର ଦେଶେ ତାହାରି ବାସ ।କିନ୍ତୁ ଆଜି କାହିଁ ମୋ ବାସ ଏ ଦୂର ବିଦେଶରେ,ଚାଷ ଛାଡ଼ି କରେଁ ଚାକିରୀ ଥାଇ ପର ବଶରେ ।ଦଶ ପୁରୁଷରେ ଗୋଲାମ କେହି ନ ଥିଲେ ଜଣେ,ବସୁଥିଲା ସୁନା କଳସ ଧାନ ଲକ୍ଷ ଭରଣେ ।ସେ ଲକ୍ଷ ଭରଣ କଥା ତ ସପନର କାହାଣୀ,ଚାଷ ଜମି ମାଣେ ନାହିଁଟି, ଘରେ ପାଞ୍ଚ ପରାଣୀମରୁଥିବେ ଭୋକ ଉପାସେ, ମୁଁ ଦୂର ବିଦେଶରେ,ମୋ କମେଇ ମୋତେ ନିଅଣ୍ଟ, ଦିନ କାଟେଁ କଷ୍ଟରେ ।ବିଲର ଖଜଣା ଲାଗି ମୁଁ ଥାଳୀ କଂସା ବିକିଲି,ବୁଢ଼ା ହଡ଼ା ବିକି ସାହୁର ସୁଧମୂଳ ଶୁଝିଲି ।ଭାରିଯା ହାତର ଖଡ଼ୁକୁ ବନ୍ଧା ପକାଇ ଆଣିଟଙ୍କା ଦଶଟାରେ ଚଢ଼ିଲି ପିଇ ପେଜ ତୋରାଣି ।ଆଖର ମୋ’ଘରେ ରହିଲା ନାହିଁ ଫଟା କଉଡ଼ି,ଭାବିଲି ଏଥର ଗଳାରେ ଦେବି ଅବା ଦଉଡ଼ି ।ସେହି ସମୟରେ ଗୋବିନ୍ଦା ଆସିଲା କଲିକତା,କଲିକତା ରୋଜଗାରର କହିଲା କେତେ କଥା ।ତା’ କଥାରେ ସିନା ବାହାରି ଅଇଲି ମୂର୍ଖପଣେ,ଆଜି କିଏ ଅଛି ଜଗତେ ମୋ’ ଭଳି ଦୁଃଖୀ ଜଣେ !ବୋଝ ବୋହି ବୋହି ମୋହର ପିଠି ଗଲାଣି ଫାଟି,ମାଡ଼ ଗାଳି ଭୋକେ ଗଲାଣି ଶୁଖି ପଞ୍ଜରା କାଠି ।ଘରକୁ ପଠାଇ ଅଧିକ, ଅଧିକ କମେଇରେଦିନେ କାଟେଁ, କିଛି ଉଡ଼ାଏଁ ଅଫିମ ଗଞ୍ଜେଇରେ ।ମୋର ଯେତେ ସଙ୍ଗୀ ସଙ୍ଗାତ ସର୍ବେ ଧରମହୁଡ଼ା,ନାନା ମନ୍ଦ କର୍ମ କରି ସେ ସହଜେ କୁଳବୁଡ଼ା ।ତାଙ୍କ ସଙ୍ଗେ ପଡ଼ି ଦୁଷ୍କାର୍ଯ୍ୟେ ଯାଉଛି ଦିନରାତି,ଥରେ ଥରେ ନିଜ ଦୁର୍ଦଶା ଭାବି ବିଦାରେ ଛାତି ।ହା ଅନ୍ନ ହା ଅନ୍ନ କରି ମୁଁ ବିଦେଶେ କେତେକାଳନରକର କୁଣ୍ଡ ଘାଟିବି ନିନ୍ଦୁଥିବି କପାଳ !କୃଷକ ଘରର ପୁଅ ମୁଁ ଚାଷ କରି ବଞ୍ଚିବି,କୁଲି କାମ କରି ବିଦେଶେ କିମ୍ପା ମୁଣ୍ଡ ଗୁଞ୍ଜିବି ?ନିଜ ସୁନା ଖଳା ଭୂଇଁକି ଫେରିଯିବି ଏଥର,ଚାଷବାସ କରି ସୁଖରେ କରିବି ପୁଣି ଘର ।ଜନନୀ ଜନମଭୂଇଁ ତ ସ୍ୱର୍ଗୁ ବଳି ମହାନ,ସେହି ମାଟି ମୋର ସମ୍ପତ୍ତି ମୁଁ ତା ପ୍ରିୟ ସନ୍ତାନ ।ମୋହରି ଲଙ୍ଗଳ ଫାଳରେ ଲକ୍ଷ୍ମୀ କରିବେ ଘର,ଅମାର ଅମାର ଧାନରେ ପୂରିଯିବ ଏଥର ।କୁଲିଗିରି କରି ଦେଶକୁ ଆଉ ନ ଦେବି ଲଜ୍ଜା,କୁଲିଗିରି କଲେ ଏଥର ଘେନିବି ମାଟିଶଯ୍ୟାପଛେ ସେ ମାଟିର ଶେଯରେ ହାଡ଼ ମୋ’ ମିଶିଯାଉ,ତଥାପି ଓଡ଼ିଆ ଭୂଇଁର ଟେକ ଜଗତେ ଥାଉ ।ଓଡ଼ିଆ ଚଷାର ପୁଅ ମୁଁ, ମୁଁ ତ ମାଟିସେବକ,ମୋହରି ବଳିଷ୍ଠ ବାହୁରେ ନିତି ପ୍ରଜାପାଳକ ।ଦରିଦ୍ର ବୋଲି ମୁଁ ମୋ’ ଦେଶ ଦରିଦ୍ର ବୋଲାଇଛି,ମାଟିକୁ କରିବି ସୁନା ମୁଁ ମନେ ଆଣ୍ଟ ବାନ୍ଧିଛି ।ତନ୍ତୀ ପୁଅତନ୍ତୀ ଘର ପୁଅ ମୋ’ ହାତେ କାଟଇ ସରୁ ସୁତା,ନାନା ରଙ୍ଗ ଦେଇ ଧାଡ଼ିରେ କରଇ ଫୁଲ ଗୁନ୍ଥା ।କୁମ୍ଭପକା ଶାଢ଼ୀ ମାଣିଆବନ୍ଦୀ ମଠା ପାଟରେଭରିଦିଏଁ ପେଡ଼ି ପେଟରୀ ପତନୀ ପୀତାମ୍ୱରେ ।ଏଡ଼େ ସୂକ୍ଷ୍ମ ସୂତା କାଟଇ ମୋ’ ଦକ୍ଷ ଅଙ୍ଗୁଳିରେ,ଷୋଳ ହାତ ଶାଢ଼ୀ ରହିବ ବାଉଁଶର ନଳୀରେ ।ସୁରବଲ୍ଲୀ ଶାଢ଼ୀ ପିନ୍ଧିଣ ଦେବକନ୍ୟା ଉଲ୍ଲାସ,ପଖାଳକରିଆ ପିନ୍ଧନ୍ତି ନାରୀଏ ବାରମାସ ।ରଙ୍ଗ କସ୍ତା ଧୋତି ଗାମୁଛା ବିକେଁ ସଦା ହାଟରେ,ମୋ’ କଟା ସୂତାର ଚାଦର ଚିତ୍ତେ ସିନା କଷ୍ଟରେ ।ତଥାପି ହରାଇ ବସିଲି ମୋର ମାନ ମହତ,ବିଦେଶୀ ପିନ୍ଧି ଯେ ସରବେ ସାରିଲେଣି ଇଜ୍ଜତ ।ଏବେ ବିଦେଶରେ କରୁଚି ଲୁଗାକଳରେ କାମ,ମୋ ନିଜ ତନ୍ତକୁ ଛାଡ଼ି ମୁଁ ପର ଘର ଗୋଲାମ ।ପଠି ଆବୁ ଆବୁ ହେଲାଣି ଲୁଗା ବୁକୁତା ବହିଦୁଇ ଗଣ୍ଡା ଟଙ୍କା ସକାଶେ ବାର ଗଞ୍ଜଣା ସହିଦିନ ଯାଏ ମୋର ଦୁଃଖରେ, କରିଥିଲି କି ପାପ,ଦୂର ବିଦେଶରେ ମୂଲିଆ, ଦେଶରେ ଅଭିଶାପ ।ରାଣୀମାନେ ପିନ୍ଧୁଥିଲେ ମୋ’ ଝୀନ ବସନ ସୁଖେ,ଆଜ ସେହି ତନ୍ତୀ ଲଙ୍ଗଳା, ଆହାର ନାହିଁ ମୁଖେ ।ଏଡ଼େ ହୀନସ୍ତାରେ ଜୀବନ ରହିଅଛି ଟି ଧରି,କୋହ ଉଠୁଅଛି ଛାତିରେ ପୂର୍ବ କଥା ସୁମରି ।ଧନଦରବରେ ମୋହର ପୂରିଥିଲା ଭଣ୍ଡାର,ଆଜି ମୋ’ ପିଲାଏ ଭୋକରେ କରନ୍ତି ହାହାକାର ।କି ଲାଭ ବିଦେଶ ଚାକିରୀ ପେଟ ପୂରିଲା ନାହିଁ,ଧରିବି ଅରଟ ଏଥର ଦେଶକୁ ଫେରିଯାଇ ।ଅରଟ ସୂତାରେ ମୁକତି ଦେଶର ସୁନିଶ୍ଚୟ,ଖଦଡ଼ ପିନ୍ଧିଲେ ଦେଶରୁ ଯିବ ଗୋଲାମ ଭୟ ।କୋଟି କୋଟି ଟଙ୍କା ବିଦେଶୀ ଲୁଗା ପଛେ ଉଡ଼ାଇମରୁଚୁଁ ଅକାଳେ ଆମେ ତ ଅନ୍ନବସ୍ତ୍ର ନ ପାଇ ।ଧିକ କୁଲିଗିରି ଆଉ ମୁଁ ନ କରିବି କଦାପି,ଦେଶ ମାଆ ନାଆଁ ରଖିବି ଘରେ ଅରଟ ଥାପି ।ସ୍ୱଦେଶୀରେ ମୋର ଗରବ, ସ୍ୱଦେଶୀ ଲୁଗା ବୁଣୀଓଡ଼ିଶାର ଶିରୀ ଫେରାଇ ନିଶ୍ଚେ ଆଣିବି ପୁଣି ।ତନ୍ତୀଘର ପୁଅ ନୁହେ ମୁଁ କେଉଁ ଗୁଣରେ ଉଣା,ଜାଣିଚି ଯେ ନିଜ ହାତରେ ସୁନ୍ଦର ଲୁଗା ବୁଣା ।ଲୁଗା ବୁଣି ଲୁଗା ବିକିବି, ଅର୍ଜିବି ଧନ ମାନ,ଯିବି ଫେରି ଦେଶେ ଏଥର,ନ ହେବ କା’ ଗୋଲାମ ।ସମସ୍ତେଆଜି ଏଠି ଯେତେ ଓଡ଼ିଆପୁଅ ଅଛୁଁ ସମସ୍ତେକୁଲିଗିରି ପାଦେ ଜୁହାର କରୁଁ କୋଟି ନମସ୍ତେ ।କୁଲିଗିରି କରି ହୋଇଲୁଁ ପଶୁଠାରୁ ଅଧମ,ଭୁଲିଗଲୁଁ ମାନ ମହତ, ତେଜିଦେଲୁଁ ସରମ ।ପଞ୍ଚାନନ ମେଳା, ତ୍ରିନାଥ ମେଳା, ପଶା ପାଳିରେ,ମଦ ବେଶ୍ୟା ପଛେ ମାତିଲୁଁ ଏ ଅଳ୍ପ କମେଇରେ ।ଘରେ ପିଲା ଭାର୍ଯ୍ୟା ପୋଷିବାଠାରୁ ମକଦ୍ଦମାରେବରଷେ ବରଷେ ଖରଚ କଲୁଁ ଟଙ୍କା ହଜାରେ ।ନାହିଁ ମେଳ ଆମ ମଧ୍ୟରେ ଭଲ କଥାଏ ଲାଗିଟିକେ ଟିକେ କଳିଗୋଳରେ ଛିଦ୍ର ଖୋଜିଲୁଁ ଜାଗି ।ପରସ୍ପରେ ତଣ୍ଟି କାଟିଲୁଁ ବିଦେଶେ ଲୋକହସା,ଫୌଜଦାରୀ ପିଟାପିଟି ତ ହେଲାଣି ଦେହଘୋଷା ।ଅପମାନ କରି କହିଲେ କେହି ମାଇଲେ ମାଡ଼ନ ଫୁଟଇ କଥା ତୁଣ୍ଡରେ ଏଡ଼େ ନିଲଜ୍ଜ ହାଡ଼ ।ନକଲି କାଢ଼ନ୍ତି ବିଦେଶୀ, ଲାଞ୍ଛନା ନାନା ମତେଚାରିଆଡ଼ୁ ପାଇ ପାଇ ଏ ଦେହ ପଥର ସତେ ।ନିଶାରେ ପଥର କଳିଜା, ନିଶା ଆମ ମଉଜ,ନିଶା ଲାଗି ଆମେ ବଞ୍ଚିଛୁଁ ହୋଇ ମୂର୍ଖ ଅବୁଝ ।ଫେରିଯିବୁଁ ନିଜ ଦେଶକୁ, ପାଇଲୁଣି ଚେତନା,ନିଜ ନିଜ ପେଶା କରିବୁଁ, ନାହିଁ ତହିଁ ଭାବନା ।ଆମ ଦେଶ ଅତି ସୁନ୍ଦର, ଚିର ଶସ୍ୟଶ୍ୟାମଳା,ଚାରୁ ବନ-କ୍ଷେତ୍ର-ଶୋଭିତ, ନଦୀ-ଗିରି-ମେଖଳା ।ଆମ ଦେଶେ ବାର ମାସରେ ଉତ୍ପନ୍ନ ନାନା ଫଳ,ଆମ୍ୱ, ଲେମ୍ୱୁ, ଜାମୁ, କଦଳୀ, ନାରିକେଳ, ଶ୍ରୀଫଳ ।ପଣସ, ଡାଳିମ୍ବ, ପିଜୁଳି, ଆତ, ଆଖୁ, ମହୁଲ,କ୍ଷେତେ ଧାନ, ମୁଗ, ଗହମ, ବଣା, ହରଡ଼ ଠୁଳ ।କପା, ଶଣ, ଝୋଟ, ଶିମୂଳି, ନଳିତା, ଫେଶୀ, ଜଡ଼ା,ନାନାଜାତି ପନିପରିବା, ପୋଇ, ପାଳଙ୍ଗ, ଖଡ଼ା ।ଖାଇ ପିନ୍ଧି ବଡ଼ ମଉଜେ ପାରିବୁଁ ଆମେ ରହିଦେହରେ ମିହନ୍ତ କରିଣ ଖରା କାକର ସହି ।ଏଠି ଏଡ଼େ ହୀନ କଦର୍ଯ୍ୟ ଖଟଣୀ ଦିନରାତି,ନିଜ ଦେଶେ କିପାଁ ବସିବୁଁ ବ୍ୟର୍ଥ ଅଳସେ ମାତି ?ଆଳସ୍ୟ ଆମକୁ ସାରିଲା, ଉଦ୍ୟମ ନାହିଁ ଟାଣ,ଦାଆ ଖଣ୍ଡ ହେବ କଳଙ୍କୀ ଯଦି ନ ଦିଅ ଶାଣ ।ଆମ ଦେଶ ବନ ପର୍ବତେ ଖନିଜ ଦ୍ରବ୍ୟ ଭରା,ଲୁହା, ତମ୍ୱା, ହୀରା, କୋଇଲା, ସୁନା, ରୂପା ପସରାବିଦେଶୀ ବଣିଆ ବେପାର କଲେ ସେ ସବୁ ନେଇ,ଆମେ ଗଲୁଁ ପେଟ ବିକଳେ ବିଦେଶକୁ ପଳେଇ ।ମଣି ମୁକ୍ତା ଲୁଣ କଉଡ଼ି ମାଛ ପୂର୍ଣ୍ଣ ସାଗର-ଘେରା ଆମ ଦେଶ, କି ଦ୍ରବ୍ରେ ଅଭାବ ଟି ଆମର ?ହୋଇ ଆମେ କବି, ପଣ୍ଡିତ, ଶିଳ୍ପୀ, କୃଷକ ପୁଅଆମେ ପୁଣି ଦୀନ ଦରିଦ୍ର, ଆମ ଦୋଷ କି ନୁହ ?ଆଉ ଆମେ ଦଣ୍ଡେ ବିଦେଶେ ନ ରହିବା ଏଥର,ମଣିଷପଣରେ କରିବୁଁ ନିଜ ଦେଶରେ ଘର ।ଆମ ଘର ଆମେ ଛାଡ଼ି କି କରିଅଛୁଁ ଅନ୍ୟାୟ,ଆମ ମା’ ଭଉଣୀ ବୁଲନ୍ତି କରି କୁବ୍ୟବସାୟ ।ସ୍ୱଦେଶେ ନିଆଶ୍ରୀ ଅର୍କ୍ଷିତ ଖାଇବାକୁ ନ ପାଇଶତ ଶତ ଆମ ଘରଣୀ ବିଦେଶକୁ ପଳାଇଆମ ନାଁ ମାଟିରେ ମିଶାଇ କଳଙ୍କ ବୋଳି କୁଳେଦେଶକୁ ଦେଲେଣି କି ଲଜ୍ଜା, ଆମେ କି ଭାବୁଁ ଭଲେ ।ଧିକ ଧିକ ଆମ ଜନମ, ଆମ ଲାଗି ଦୁର୍ଗତିହେଲାଣି ଦେଶର ଅପାର, ରସାତଳକୁ ଗତି ।ଏ ସବୁ ଭାବିଣ ମନରେ ଚାଲ ଭାଇ ଏଥରଦୃଢ଼ ପଣେ ସର୍ବେ ଉଡ଼ରେ ଫେରିବା ନିଜ ଘର ।ନିଜ ଘରେ ନିଜ ଦେଶରେ ରହିବା ସନମାନେ,ଦେଶର କରିବା ଉନ୍ନତି ଦେହ ଜୀବନ ଦାନେ ।ତା’ ମାଟିରେ ଆମ ଜନମ, ତା’ ମାଟି ତୀର୍ଥ ସ୍ଥାନ,ଆମ ଜନ୍ମଭୂମି ଓଡ଼ିଶା, ଆମେ ତାର ସନ୍ତାନ ।ଓଡ଼ିଶା ଆମର ସ୍ୱଦେଶ, ଆମ ମାତା, ଜନନୀ,ତା’ ଗୌରବ ଜୟ ସଙ୍ଗୀତେ ପୂର୍ଣ୍ଣ ହେଉ ଅବନୀବୋଲ ହରି ବୋଲ ସମସ୍ତେ ହରି ନାମକୁ ଧ୍ୟାୟିସ୍ୱଦେଶ ଫେରିବା ଏଥର ଭାଇ ସଙ୍ଗରେ ଭାଇ ।ଗୀତଆଖିରୁ କିପାଁ ବହେ ବାରି,ସୁମରି ସେ ବୀର ନାଉରୀଙ୍କ କଥାଦୁଃଖେ କି କଲିଜା ହୁଏ ଘାରି ?ନୋହିଚି ମଳିନ କଳିଙ୍ଗ ସଇନ,ବିଜୟ ନିଶାଣ ଛାଉଣୀର ଚିହ୍ନ,ବାଲି, ବର୍ଣ୍ଣ, ଶ୍ୟାମେ, ମଳୟ ଅନାମେ,ବ୍ରହ୍ମ ମୁଣ୍ଡେ ଦଣ୍ଡଛତ୍ରଧାରୀ ।ମଣ୍ଡଳନଗରେ କୌଳାଙ୍ଗକାଙ୍ଗରେକରିନ ରାଜ୍ୟରେ ଜାଭା ଘରେଆମରି ଓଡ଼ିଆ ଭାଇ ବସିଛନ୍ତିପୂରୁବ ଗୌରବ ଅଧିକାରୀ ।ଟାଣୁଆ ଓଡ଼ିଆ, କିଣିଲୁ ଦରିଆ,କଲୁ କାରିଗରୀ ପଥରରେ ଠିଆ,ତୋର ଚକ୍ରବର୍ତ୍ତୀ ଗଜପତି ପାଦେପୃଥିବୀ ପଣନ୍ତ ଥିଲା ପାରି ।ମାଞ୍ଚୁରିଆ, ଚୀନ, ତିବ୍ଦତ ନୃପତିଆଦରେ କଳିଙ୍ଗ ବୌଦ୍ଧ ଭିକ୍ଷୁ, ଯତି,ରଚିଲେ ମନ୍ଦିର, ମଠ, ବିଦ୍ୟାପୀଠଅଜ୍ଞାନ ଅଧମ ନରେ ତାରି ।ହେବାକୁ ବଞ୍ଚିତ ବିଶାଳ ଅତୀତ,କୀରତି କିଞ୍ଚିତ ଦେବତାବାଞ୍ଛିତ,ତୋ ବିପତ୍ତି-ରାତି ପାହାନ୍ତି ହେଲାଣି,ନ୍ୟୂନେ ନ ଚାହାଁ ତୁ ମୌନ ମାରି ।
ସମ୍ବନ୍ଧିତ ରଚନା
ଅର୍ଚ୍ଚନା
କୁନ୍ତଳା କୁମାରୀ ସାବତ
ଚିଲିକା
ରାଧାନାଥ ରାୟ
ସୁଭଦ୍ରା
ଚିନ୍ତାମଣି ମହାନ୍ତି
ବୈଦେହୀଶ ବିଳାସ (ଚତୁର୍ଥ ଭାଗ)
ଉପେନ୍ଦ୍ର ଭଞ୍ଜ