ଜାଇଫୁଲ ଚଉତିଶା
ମହିମା ଧର୍ମର ସନ୍ଥ କବି · ପ୍ରାୟ ୧୮୫୦–୧୮୯୫ · ରାଧାନାଥ ଯୁଗ
- ପଢ଼ିବା ସମୟ
- ୬ ମିନିଟ୍
- ଶବ୍ଦ
- ୧୦୨୭
- ସ୍ଥିତି
- ସାର୍ବଜନୀନ (Public domain)
କିସ ମୁଁ କହିବି ତୋତେ,କର ଧରି ଦୁତୀ କହୁଛି ଏତେ । ଜାଇଫୁଲ ।କୃଷ୍ଣ ଆଣି ଦେବୁ ମୋତେ ।୧।ଖଞ୍ଜିଛି ତ୍ରିବେଣୀ ଯୋରା,ସେହି ନନ୍ଦ କାହ୍ନୁ ଅଟନ୍ତି ପରା । ଜାଇଫୁଲ ।ବାଙ୍କେ ପାରି ଅଛି ଝୁରା ।୨।ଜ୍ଞାନ ହେତୁ ଗଲା ବୁଡ଼ି,ନେତ୍ରରେ ଦେଖିଣ ଭୂମିରେ ପଡ଼ି । ଜାଇଫୁଲ ।କୁମ୍ଭ ଦୁଇ ଦେଲି ଛାଡ଼ି ।୩।ଘାରି ହେଉଛି ନୟନ,ଦେଖିଲା ବେଳରୁ ତୁମ୍ଭ ବଦନ । ଜାଇଫୁଲ ।ଘରେ ରହୁ ନାହିଁ ମନ ।୪।ଅନାଇଁ ଦେଖିଲି ଥରେ,ଭେଟ ପଡ଼ିଗଲା ଅଧବାଟରେ । ଜାଇଫୁଲ ।ଦୁଇ ମୁଖ ଏକଠାରେ ।୫।
ଭାବାର୍ଥ- (୧-୫) ରାଧା ଦୂତୀର ହାତ ଧରି ଜାଇଫୁଲ ସମ୍ୱୋଧନ କରି କହୁଛନ୍ତି– ଲୋ ଜାଇଫୁଲ, ମୁଁ ତୋତେ ଅଧିକ ବା କ’ଣ କହିବି ? ମୋ ପାଇଁ ତୁ କୃଷ୍ଣଙ୍କୁ ନେଇ ଆସିବୁ । ମୁଁ ମୁଣ୍ଡରେ ତ୍ରିବେଣୀର ଯୋଡ଼ ଖଞ୍ଜିଛି । ସେ ପରା ନନ୍ଦ କାହ୍ନୁ ଅଟନ୍ତି । ଲୋ ଜାଇଫୁଲ, ବାଙ୍କରେ ଝୁରା (ଚୂନା) ପାରିଛି । ତାକୁ ଦେଖି ଭୂମିରେ ପଡ଼ିଗଲି, ଜ୍ଞାନ ବୁଡ଼ିଗଲା । ତୁମ ମୁଖମଣ୍ଡଳ ଦେଖିଲାଠୁଁ ଚକ୍ଷୁ ମୋର ଘାରି ହେଉଛି । ଘର ଭିତରେ ମନଟା ବାନ୍ଧି ହୋଇ ରହୁନାହିଁ ।
ଲୋ ଜାଇଫୁଲ, ଥରେ ଚାହିଁ ଦେଖିଲି, ଅଧା ବାଟରେ ଭେଟ ହେଲା । ଦୁଇ ମୁହଁ ଏକାଠି ହୋଇଗଲା ।ଚମକି ପଡ଼ିଲି ମୁହିଁ,କେବଣ ମୋହିନୀ ଦେଲା ଲଗାଇ । ଜାଇଫୁଲ ।ଅନ୍ନ ପାଣି ରୁଚୁ ନାହିଁ ।୬।ଛାଡ଼ି ଯାଉଛି ଏ ଜୀବ,ଯେତେ ଦୂର ପଛେ ହୋଇଲେ ହେବ । ଜାଇଫୁଲ ।କୃଷ୍ଣ ଆଣି ଦେବୁ ବେଗ ।୭।ଯାଇଥିଲି ଯମୁନାକୁଯମୁନା ତଟରେ ଦେଖିଲି ତାଙ୍କୁ । ଜାଇଫୁଲ ।ରଞ୍ଜିଲା ମୋର ମନକୁ ।୮।ଝରୁଛି ବେନି ନୟନ,ବିକି ଦେବି ମୋର ପିଣ୍ଡ ପରାଣ । ଜାଇଫୁଲ ।ଦାସୀ ପଣେ ନେବି ଦିନ ।୯।ନିୟମ କରି କହୁଛି,ଆସିଥିଲେ ମୋର ନନ୍ଦନ ବସି । ଜାଇଫୁଲ ।ସକଳ ଦେଲି ମୂରୁଛି ।୧୦।ଟୀକା ଚନ୍ଦନ କପାଳେ,ଟାକିଅଛି କାହ୍ନୁ କଦମ୍ବ ମୂଳେ । ଜାଇଫୁଲ ।ଟେକି ଚାହାଁ ବେନି ଡୋଳେ ।୧୧।ଠାକୁର ମୋହର ସେହି,ତାଙ୍କ ବିନୁ କ୍ଷୀଣ ହେଲାଣି ଦେହୀ । ଜାଇଫୁଲ ।ଠିକେ କହେ ଭୀମ ଭୋଇ ।୧୨।
ଭାବାର୍ଥ- (୬-୧୨) ଲୋ ଜାଇଫୁଲ, ତାଙ୍କୁ ଦେଖି ମୁଁ ଚମକି ପଡ଼ିଲା । କି ମୋହିନୀ ମୋତେ ଲାଗାଇ ଦେଲା କେଜାଣି, ଅନ୍ନପାଣି ରୁଚୁ ନାହିଁ । ଏ ଜୀବନ ଛାଡ଼ି ଛାଡ଼ି ଯାଉଛି-। ଲୋ ଜାଇଫୁଲ, ଯେତେ ଡେରି ହେଉ ପଛେ, କୃଷ୍ଣଙ୍କୁ ଆଣି ମୋତେ ଦେବୁ । ଏକଦା ଯମୁନାକୁ ଯାଇଥିଲି, ନଦୀ ତଟରେ ତାଙ୍କୁ ଦେଖି ମୋ ମନ ମୋହିତ.ହୋଇଗଲା । ଦୁଇ ଆଖିରୁ ଲୁହ ଝରୁଛି-। ତାଙ୍କ ପାଖରେ ମୋର ପିଣ୍ଡପ୍ରାଣ ବିକି ଦେବି । ଦାସୀ ଭାବରେ ତାଙ୍କ ପାଖରେ ରହି ଦିନ କାଟିବି-।
ସମ୍ବନ୍ଧିତ ରଚନା
ଗୋପାଳକୃଷ୍ଣଙ୍କ ଚଉତିଶା
ଗୋପାଳକୃଷ୍ଣ ପଟ୍ଟନାୟକ
ନାନାବାୟା ଗିତ
ନନ୍ଦକିଶୋର ବଳ