ଇନ୍ଦୁମତୀ ସ୍ୱୟମ୍ବର
୧୮୪୮–୧୯୧୮
- ସଂକଳନ: କବିତା କଳାପ (ପ୍ରଥମ ଭାଗ)
- ପଢ଼ିବା ସମୟ
- ୭ ମିନିଟ୍
- ଶବ୍ଦ
- ୧୦୪୨
- ସ୍ଥିତି
- ସାର୍ବଜନୀନ (Public domain)
ଇନ୍ଦୁମତୀ ସ୍ୱୟମ୍ବର (ରଘୁବଂଶ)ଯଶସ୍ୱୀ ପଣ୍ଡିତ ମହୀଭୂଷଣବିଦର୍ଭାଧିପତି ଭୋଜରାଜନସ୍ୱସା ଇନ୍ଦୁମତୀ ହେଲେଣି ଯୁବତୀଜାଣି ସ୍ୱୟମ୍ବର କଲେ ବିଧାନସଭାଗୃହ ହେଲା ଅତି ଶୋଭନମଞ୍ଚରେ ବସିଲେ ରାଜେନ୍ଦ୍ର ଗଣ ॥
ବାଜିଲା ଶୁଭସୂଚକ ବାଦନକମ୍ପିଲା ଶବଦେ ବିଶ୍ୱଭବନଜଗତମୋହିନୀ ଭୋଜଙ୍କ ଭଗିନୀହେଲେ ନାନା ଅଳଙ୍କାରେ ମଣ୍ଡନସଙ୍ଗରେ ସୁନନ୍ଦା ତାଙ୍କୁ ଘେନିଣସଭାମନ୍ଦିରକୁ କଲା ଗମନ ॥
ଅନୁପମରୂପଲାବଣ୍ୟବତୀଦେଖି ସେ ବାଳାଙ୍କୁ ସର୍ବନୃପତିନିମେଷଶୂନ୍ୟରେ ଏକନୟନରେଚାହିଁଲେ ହୋଇଲା ଚଞ୍ଚଳମତିକେବଳ ଆସନେ ଶରୀରସ୍ଥିତିମନ ନେତ୍ର କଲେ ତହିଁ ବସତି ॥
କିରୀଟେ କଲେ କେ କର ନିବେଶରଖିଳେ କେ ଯଥାସ୍ଥାନରେ ବାସନୃପନନ୍ଦିନିର ରୁଚିଭଙ୍ଗକରଯଦ୍ୟପି ହୋଇବ ଆମ୍ଭର ବେଶବ୍ୟର୍ଥ ହେବ ଏ ସକଳ ପ୍ରୟାସବୃଥା ହେବ କନ୍ୟା ଲଭିବା ଆଶ ॥
କେତେ ନୃପସୁତ ଭାବରେ ପୁଣିନୟନଭଙ୍ଗୀ କୋମଳଚାହାଣିବହୁତ ବିଳାସ କଲେକ ପ୍ରକାଶଲଭିବା ଆଶାରେ ରାଜନନ୍ଦିନୀକନ୍ୟାଙ୍କୁ ସୁନନ୍ଦା ପ୍ରତିହାରିଣୀସମ୍ବୋଧି କହିଲା ମଧୁରବାଣୀ ॥
ଏହି ମହୀପାଳ ମଗଧେଶ୍ୱରପୁଷ୍ପପୁର ରାଜଧାନୀ ୟାଙ୍କରରାଜା ‘‘ପରନ୍ତପ’’ ପ୍ରକାଶି ପ୍ରତାପସାର୍ଥ କରିଛନ୍ତି ନାମ ନିଜରପ୍ରଜାଙ୍କ ପାଳନେ ଅତି ତତ୍ପରଦୈବକାର୍ଯ୍ୟେ ରତ ଏ ନୃପବର ॥
ଗଗନମଣ୍ଡଳେ ତାରକାପନ୍ତିଥାଇ ପ୍ରୟୋଜନ କାହିଁ ନୁହନ୍ତିଏକା ନିଶାପତି ହେତୁ ‘‘ଜ୍ୟୋତିଷ୍ମତୀ’’ଯେସନେ ରାତ୍ରିକି ଲୋକେ ବୋଲନ୍ତିମେଦିନୀବକ୍ଷରେ ବହୁ ନୃପତିପରନ୍ତପ ହେତୁ ଏ ‘‘ରାଜସ୍ୱତୀ’’ ॥
ଯେବେ ମନୋନୀତ କର ସୁନ୍ଦରିନିଅ ପତିପଦେ ଏହାଙ୍କୁବରିନନ୍ଦିନୀ ଚାହିଁଲେ କିଛି ନ କହିଲେଗଲେ ଭାବଶୂନ୍ୟ ପ୍ରଣାମ କରିସକଳେ ମଣିଲେ ରାଜକୁମାରିଗଣନା ନ କରି ଅଇଲେ ଫେରି ॥
ସରସୀଲହରୀ ରାଜହଂସିକୁଏକପଦ୍ମଠାରୁ ଅନ୍ୟପଦ୍ମକୁନିଅଇ ଯେସନ ସୁନନ୍ଦା ତେସନନେଲା ସେ ରୂପସୀ ରାଜବାଳାକୁଅନ୍ୟନରପତ୍ତିସନ୍ନିଧାନକୁଦେଲା ତାହାଙ୍କର ପରିଚୟକୁ ॥
ଅଙ୍ଗଦେଶପତି ଏ ମହାଶୟଏହାଙ୍କ ଐଶ୍ୱର୍ଯ୍ୟ ଅକଥନୀୟସୁରନାରୀଗଣ ଯୌବନ ଲୋକନକଲେ ତାହାଙ୍କର ମୋହ ଉଦୟଲକ୍ଷ୍ମୀ, ସରସ୍ୱତୀ ଦୁହିଁଙ୍କ ପ୍ରାୟବରି; ଏହାଙ୍କର ହୁଅ ତୃତୀୟ ॥
ସୁନନ୍ଦାବଚନ ଶୁଣିଲେ କର୍ଣ୍ଣେଚାଲ ବୋଲି ଠାରି ଦେଲେ ନୟନେଅଙ୍ଗଦେଶେଶ୍ୱର ଅପୂର୍ବ ସୁନ୍ଦରକି ଭାବ ଉଦିଲା ନନ୍ଦିନୀମନେବିମୁଖ ହୋଇଲେ ତାଙ୍କ ବରଣେକିବା ଭିନ୍ନରୁଚି ଲୋକ କେ ଜାଣେ ॥
ଅବନ୍ତୀନାଥଙ୍କୁ ଦେଖ ସୁନ୍ଦରିସ୍ୱଭାବେ କେମନ୍ତ ରୂପମାଧୁରୀଏହି ନରବର ମଣିମାଣିକ୍ୟରପ୍ରଭାରେ ଜାଜ୍ଜ୍ୱଲ୍ୟ ତପନ ପରିସୁବିଶାଳବକ୍ଷ ସୁବେଶଧାରୀଦୀର୍ଘବାହୁ ଆହା କି ମନୋହାରୀ ॥
ମନରେ ହେଉଛି ଏ ଅନୁମାନଗୁପ୍ତରେ କୌଣସି ଦେବନନ୍ଦନତୁମ୍ଭରି ଆଶାରେ ଏ ରାଜସଭାରେକରିଣ ଅଛନ୍ତି ଶୁଭାଗମନଏହାଙ୍କ ପ୍ରତାପେ ରାଜେନ୍ଦ୍ରଗଣଅଛନ୍ତି ଚରଣେ ସଦା ଶରଣ ॥
ଅବନ୍ତୀନାଥଙ୍କ ରାଜଧାନୀରେ‘‘ମହାକାଳ’’ ନାମେ ପୀଠସ୍ଥାନରେଅଛନ୍ତି ଶଙ୍କର ନିକଟେ ତାହାରରାଜପୁର ରମ୍ୟ ହର୍ମ୍ୟ ଉପରେଅବନ୍ତୀପତି ପ୍ରିୟାଙ୍କ ସଙ୍ଗରେପ୍ରମୋଦ ବିହାର ରଜକାଳରେ ॥
ଶଙ୍କରଙ୍କ ଶିରଚନ୍ଦ୍ରକରରେକୃଷ୍ଣପକ୍ଷରାତ୍ର ଘନତିମିରେକୌମୁଦୀଉତ୍ସବ କରି ଅନୁଭବକାଟନ୍ତି ସମୟ ଆନନ୍ଦ ମନେଏହାଙ୍କୁ ବରଗୋ ମୃଗନୟନେସିପ୍ରା ନଦୀ ତୀର ରମ୍ୟଉଦ୍ୟାନେ-ପ୍ରିୟତମ ସଙ୍ଗେ ସୁଖେ ବିହରଯୌବନଶିରିକି କୃତାର୍ଥ କରଯେହ୍ନେ କୁମୁଦିନୀ ଦେଖି ଦିନମଣିଅନୁରକ୍ତା ନୋହି ହୁଏ ଅନ୍ତରତେହ୍ନେ ଧନୀ ଦେଖି ସେ ନୃପବରଅନୁରକ୍ତା ନୋହି ହେଲେ ଅନ୍ତର ॥
ଏଥୁଅନ୍ତେ ସୁନନ୍ଦା ଯେ ବଚନ ବିସ୍ତାରିକହିଲା ଚାତୁରୀ ବାଣୀ ଗୁଣ ଗୋ ସୁନ୍ଦରିଶୁଣିଥିବ ପୂର୍ବକାଳେ ଥିଲେ ଏକ ମହୀପାଳେସୁବିଖ୍ୟାତ କାର୍ତ୍ତବୀର୍ଯ୍ୟ ନାମ ଯେ ତାଙ୍କରିଦେବଦତ୍ତପ୍ରସାଦେ ସହସ୍ରଭୁଜଧାରୀବାହୁବଳେ ଅଷ୍ଟାଦଶଦ୍ୱୀପ ଅଧିକାରୀ ॥
ମହାରାଜ କାର୍ତ୍ତବୀର୍ଯ୍ୟ ରାଜତ୍ୱର କାଳେଅପରାଧୀ ଜାଣୁଥିଲେ ନିଜଯୋଗବଳେହସ୍ତରେ ଧରି କୋଦଣ୍ଡ ତଦ୍ଦଣ୍ଡେ ଦେବାକୁଦଣ୍ଡହୋଇଣ ଅତି ପ୍ରଚଣ୍ଡ ଗମନ୍ତି ଚଞ୍ଚଳେକିସ କହିବା ଅଧିକ ତାହାଙ୍କର ବଳେକାରାବାସେ ଦଶଶିର ଥିଲେ ଏକ କାଳେ ॥
ସେ ବିଶୁଦ୍ଧ ବଂଶେ ଜନ୍ମ ଏହି ନରପତିସୁଶୀଳ ସୁବୋଧ ଧୀର ପ୍ରଶାନ୍ତ ମୂରତିଅନୂପ ଦେଶର ପତି ରାଜଧାନୀ ମାହିଷ୍ମତୀନାମରେ ‘‘ପ୍ରତୀପ’’ ବୋଲି ଜଗତରେ ଖ୍ୟାତିଏହାଙ୍କ ପୁରୁରେ ‘‘ଲକ୍ଷ୍ମୀ’’ ଅଚଳା ଅଟନ୍ତିଚଞ୍ଚଳା ଅପବାଦକୁ ଘୁଞ୍ଚାଇ ଅଛନ୍ତି ॥
ବର ପ୍ରସାଦେ ‘‘ପ୍ରତୀପ’’ ପାଇଁ ହୁତାଶନତୁଚ୍ଛ ମଣନ୍ତି ମନରେ ପର୍ଶୁରାମ ବାଣଶୁଣ ଆଗୋ ବରାନନେ ଯେବେ ବସି ବାତାୟନେନର୍ମଦା ନଦୀର ଶୋଭା କରିବ ଲୋକନତେବେ କର ‘‘ବରମାଳା’’ ଏହାଙ୍କୁ ଅର୍ପଣଏତେକ କହି ସୁନନ୍ଦା ହୋଇଲା ମଉନ ॥
ଶରଦେ ମେଘାବରଣମୁକ୍ତଶଶଧରକମଳିନୀପକ୍ଷେ ଯେହ୍ନେ ଅସନ୍ତୋଷ କରତେସନ ଅନୂପ ଭୂପ ପ୍ରିୟଦର୍ଶନ ପ୍ରତୀପହେଲେନାହିଁ ତାହାଙ୍କର ନେତ୍ରାନନ୍ଦକରଦେଖିଣ ସୁନନ୍ଦା ପୁଣି ଅନ୍ୟ ନୃପବରନିକଟକୁ ନେଇଯାଇ କହିଲା ମଧୁର ॥
ଯମୁନା ନଦୀର କୂଳେ ଶୁଣ ଗୋ ସୁନ୍ଦରି‘‘ମଥୁରା’’ ନାମରେ ଅଛି ମନୋହର ପୁରୀନୀପବଂଶେ ସମୁଦ୍ଭୂତ କୀର୍ତ୍ତିବନ୍ତ ଗୁଣାନ୍ୱିତଏହି ବୀର ‘‘ସୁଷେଣ’’ ସେ ପୁରୀଦଣ୍ଡଧାରୀସିଦ୍ଧାଶ୍ରମେ ଜନ୍ତୁଗଣ ହିଂସା ପରିହରିଥିଲା ପରି; ଗୁଣମାନେ ଅଛନ୍ତି ତାଙ୍କରି ॥
ଯମୁନାନଦୀଗର୍ଭରେ ‘‘କାଳୀୟ’’ ନାମରେଏକ ମହା ଅଜଗରସର୍ପ ବାସ କରେସର୍ପରାଜ ଏକବାରେ ଖଗରାଜଙ୍କ ଭୟରେପଳାଇ ଶରଣ ଗଲେ ରାଜାଙ୍କ ଛାମୁରେମହାରାଜ କାଳୀୟର ମୁକ୍ତିପ୍ରଦାନରେଲଭିଛନ୍ତି ଏ ଅମୂଲ୍ୟ ମଣି ପୁରସ୍କାରେ ॥
କଣ୍ଠରେ ‘‘ସୁଷେଣ’’ ବୀର ମଣିକି ଧାରଣକରିବାରୁ ଦିଶୁଛନ୍ତି କେଡ଼େ ଶୋଭାବନକୌସ୍ତୁଭଧାରିଙ୍କ ଗର୍ବ ହୋଇଅଛି ଏଥି ଖର୍ବଏହାଙ୍କୁ ପତିପଦରେ କଲେ ଗୋ ବରଣନନ୍ଦନକାନନ ସମ ଯେଉଁ ‘‘ବୃନ୍ଦାବନ’’ତହିଁରେ ସୁମୁଖି ସୁଖେ କରିବ ଭ୍ରମଣ ॥
ଅଗ୍ରବର୍ତ୍ତୀ ଶିଖରିର ଏକପାର୍ଶ୍ୱ ଦେଇସ୍ରୋତସ୍ୱତୀ ନଦୀ ଯେହ୍ନେ ଭାଙ୍ଗିଣ ଗମଇସେହିପରି ଇନ୍ଦୁମତୀ କଲେ ତହିଁ ବକ୍ରଗତିବିଧୁଆନନିକି ଚାହିଁ ସୁନନ୍ଦା କହଇମହେନ୍ଦ୍ରଗିରି ସମୁଦ୍ର ନିକଟେ ଅଛଇଏହି ବୀର ଅଧୀଶ୍ୱର ଅଟନ୍ତି ଗୋ ତହିଁ ॥
ଯେବେ ଏହାଙ୍କ ରମଣୀ ହେବ ଗୋ ସୁନ୍ଦରିବାତାୟନେ ଦେଖୁଥିବେ ସମୁଦ୍ରଲହରୀତାଳୀବନର ମର୍ମର ଧ୍ୱନି ଶୁଣିବ କର୍ଣ୍ଣରସାଗରତୀରଲବଙ୍ଗପୁଷ୍ପଗନ୍ଧହରିକେତେ ସୁଖ ଉଭୟରେ ଲଭିବି ସୁନ୍ଦରିନଟଳି ଏ ବାକ୍ୟେ ବାଳା ଗଲେ ଅନୁସରି ॥
ସୁନନ୍ଦା ଇନ୍ଦୁମତିଙ୍କି କଲା ସମ୍ବୋଧନଖଞ୍ଜନାକ୍ଷି ବାରେ ଏଣେ ପକାଅ ନୟନସମୁଦ୍ର ଅନତି ଦୂରେ ମଳୟଗିରି ପାଖରେ‘‘ଉରଗ’’ ନାମରେ ପୁରୀ ଅଛି ବିଦ୍ୟମାନପାଣ୍ଡୁରାଜ୍ୟ ଅନ୍ତର୍ଗତ ଅଟଇ ସେ ସ୍ଥାନପାଣ୍ଡୁ ନାମରେ ବିଖ୍ୟାତ ଏ ଉହିଁ ରାଜନ ॥
ମହାରାଜ ପାଣ୍ଡୁ ବୀର ତପକୁ ସାଧିଣଆଶୁତୋଷେ କରିଥିଲେ ବଶ୍ୟତାବିଧାନତାଙ୍କଠାରୁ ଏକଶର ପାଇଛନ୍ତି ପୁରସ୍କାରଶଙ୍କିତ ସେ ଶର ଯୋଗେ ସର୍ବ ଶତ୍ରୁଗଣସୂରପୁରଜୟଆଶେ ଏକଦା ରାବଣଭୟେ ସନ୍ଧି କରିଗଲେ ଏହାଙ୍କ ସଙ୍ଗେଣ ॥
ଏ ନୃପତି ପ୍ରିୟା ହେଲେ ଏହାଙ୍କ ସହିତମଳୟଉପତ୍ୟକାରେ ହୋଇଣ ଉଥିତତାମ୍ଭୂଳଲତାଜଡ଼ିତ ଗୁବାକବୃକ୍ଷଶୋଭିତଚନ୍ଦନତରୁରେ ଏଳାଲତା ସୁମଣ୍ଡିତକେମନ୍ତ ଅପୂର୍ବ ଶୋଭା ଦେବତାବାଞ୍ଛିତଦେଖି ଗୋ ଏଣିନୟନି ହୋଇବ ମୋହିତ ॥
ଇନ୍ଦୀବର ପରି ଶ୍ୟାମବର୍ଣ୍ଣ ଏହାଙ୍କରଗୋରୋଚନା ତୁଲ୍ୟ ତୁମ୍ଭେ ସ୍ୱଭାବେ ଗଉରଏହାଙ୍କ ଅଙ୍କଶାୟିନୀ ହେଲେ ଗୋ ରାଜନନ୍ଦିନୀସଚପଳା ମେଘମାଳା କରି ପରିହରଦୁହେଁ ଦୁହିଁଙ୍କ ପକ୍ଷରେ ହୋଇବ ସୁନ୍ଦରଏତକ ସୁନନ୍ଦା କହି ହେଲା ତହିଁ ସ୍ଥିର ॥
ସଂଚାରିଣୀ ଦୀପଶିଖା ରାତ୍ରରେ ଯେସନଅତିକ୍ରାନ୍ତ ଗୃହାବଳୀ କରେ ତମାଚ୍ଛନ୍ନଇନ୍ଦୁମତିଙ୍କ ଗମନେ ପୃଷ୍ଠଗତ ରାଜଗଣେନିରାଶେ ମ୍ଳାନବଦନ ହୋଇଲେ ତେସନକନ୍ୟାଙ୍କ ଆଗମନକୁ କରି ପ୍ରତୀକ୍ଷଣଆନନ୍ଦେ ରହିଲେ ପୁରୋବର୍ତ୍ତୀ ରାଜଗଣ ॥
ଭୁବନମୋହିନୀ ବାଳା ସେ ନୃପଦୁହିତାରାଜପୁତ୍ର ଅଜଙ୍କର ହେଲେ ସନ୍ନିହିତାଦକ୍ଷିଣବାହୁସ୍ପନ୍ଦନେ ବରଣଭ୍ରମଭଞ୍ଜନେଯୁବରାଜ ଅଜ ହେଲେ ନିଃସନ୍ଦେହଚେତାମଧୁକରୀ ସହିକାରେ ଯେହ୍ନେ ଅନୁରତାରହିଲେ; ନୋହିଲେ ଧନୀ ଅନ୍ୟେ ଆକାଙ୍କ୍ଷିତା ॥
ଢଳିଚି ଅଜଙ୍କଠାରେ ଇନ୍ଦୁମତୀମନଜାଣି ସୁନନ୍ଦା ବିସ୍ତାରି କଲାକ ବର୍ଣ୍ଣନଏହି ଯେ ନୃପନନ୍ଦନ କନ୍ଦର୍ପରୂପଗଞ୍ଜନକୁମାରି ଏହାଙ୍କୁ ମନେ ସାମାନ୍ୟ ନ ମଣସୂର୍ଯ୍ୟବଂଶେ ମନୁନାମେ ଥିଲେକ ରାଜନମହାପୁରୁଷ ଇକ୍ଷ୍ୱାକୁ ତାହାଙ୍କ ନନ୍ଦନ ॥
ଏହି ବଂଶେ ଜାତ ପୁରଞ୍ଜୟ ନରପତିନ୍ତ୍ରିଲୋକେ ବିଦିତ ଅଛି ଯାହାଙ୍କର କୀର୍ତ୍ତିମହାରାଜ ପୁରଞ୍ଜୟ ପୁରନ୍ଦରଙ୍କର ସହଐରାବତରେ ଆରୋହି ଅସୁର ମାରନ୍ତିଥର ଅସୁରଙ୍କୁ ଯୁଦ୍ଧେ ନ ପାରି ନୃପତିପିନାକୀବେଶକୁ ଧରି ଜୟ କରିଛନ୍ତି ॥
ବୃଷକକୁଦରେ ବସି କରିଥିଳେ ରଣତହୁଁ କକୁସ୍ଥ ନାମକୁ କଲେକ ଧାରଣ ।କୋଶଳର ରାଜଗଣ କାକୁସ୍ଥ ନାମ ପ୍ରଦାନକଲେ ଆପଣା ବଂଶକୁ ପବିତ୍ର ଭାବିଣକୁଳପ୍ରଦୀପ ଯଶସ୍ୱୀ ସୁଗୁଣସମ୍ପନ୍ନକକୁସ୍ଥ କୁଳରେ ଜାତ ଦିଲୀପ ରାଜନ ॥
ତାହାଙ୍କ ତନୟ ରଘୁ ଜଗତେ ବିଦିତତାଙ୍କ ଯଶବର୍ଣ୍ଣନ ଆମ୍ଭର ସାଧ୍ୟାତୀତଜଗଦାନନ୍ଦବର୍ଦ୍ଧକ ମହାତେଜା ସୁଦିବେରଘୁତନୟ ଏ ଅଜ ଅତି ସୁଶିକ୍ଷିତଏହାଙ୍କୁ କରିଣ ରଘୁ ରାଜ୍ୟେ ପ୍ରତିଷ୍ଠିତଯୋଗସାଧନେ ନିବିଷ୍ଟ କରିଛନ୍ତି ଚିତ୍ତ ॥
ପିତଦତ୍ତରାଜ୍ୟଭାର କରିଣ ବହନସୁନିୟମେ କରୁଛନ୍ତି ତାହା ସମ୍ପାଦନଦେଖ ଗୋ ଚନ୍ଦ୍ରବଦନି, ନୃପକୁଳଚୂଡ଼ାମଣିଅପୂର୍ବ ସୁନ୍ଦରରୂପ କି ନବଯୌବନଏହାଙ୍କ କଣ୍ଠରେ ମାଳା କଲେକ ଅର୍ପଣହେବ ଦୁହିଙ୍କର ଯୋଗ ମଣିରେ କାଞ୍ଚନ ॥
ସ୍ୱାଭାବିକ ଲଜ୍ଜା ହେତୁ ସେ ମନୋହାରିଣୀମାଳା ଅର୍ପିବାକୁ କହି ନ ପାରିଲେ ବାଣୀତାଙ୍କ ମନୋଭାବ ଜାଣି ନ ଜାଣିଲାପରି ପୁଣିସୁନନ୍ଦା ବୋଇଲା ଆଗୋ ନରେନ୍ଦ୍ରନନ୍ଦିନିଅନ୍ୟ ନୃପଙ୍କର ହୁଅ ସମୀପବର୍ତ୍ତିନୀକଟାକ୍ଷନିକ୍ଷେପେ ମନା କଲେ ତାକୁ ଧନୀ ॥
ଉପମାତା ଧୃଷ୍ଟତାକୁ ଚିନ୍ତିଲେ ମନରେବରମାଳା ନେଇ ଦିଅ କହିଲେ ସୁସ୍ୱରେସୁନନ୍ଦା ଆଦେଶ ପାଇ ଅଜଙ୍କ ନିକଟେ ଯାଇଶୁଭପୁଷ୍ପମୟୀ ମାଳା ଅର୍ପିଲା କଣ୍ଠରେଇନ୍ଦୁମତୀବାହୁପାଶ ଅଛି ମୋ ଗଳାରେଏହି ବୋଧ ଯୁବରାଜ କଲେ ଆନନ୍ଦରେ ॥
ଶରଚ୍ଚନ୍ଦ୍ରେ ଉପଗତା ଯେହ୍ନେ କୁମୁଦିନୀଜଳନିଧିଅନୁଗତା ହୁଏ ମନ୍ଦାକିନୀସେହିପରି ସମଗୁଣ ଏ ବରକନ୍ୟାବରଣପୁରବାସିଙ୍କ ମୁଖରୁ ହେଲା ଏହିବାଣୀ ।ଅଜଙ୍କ ପ୍ରଶଂସା ତହିଁ ରାଜାମାନେ ଶୁଣିବ୍ୟଥିତ କୁଣ୍ଠିତ ହେଲେ ତାହା କଷ୍ଟ ମଣି ॥
ପ୍ରାତଃକାଳେ ଏକପାର୍ଶ୍ୱେ ପଦ୍ମ ପ୍ରସ୍ଫୁଟିତଅନ୍ୟପାର୍ଶ୍ୱେ କୁମୁଦିନୀ ହେଲେ ନିମିଳିତଯେଉଁପରି ‘‘ସରୋବର’’ ହୋଇଥାଏ ଶୋଭାକରସେହିପରି ସ୍ୱୟମ୍ବରସ୍ଥଳ ସୁଶୋଭିତବରପକ୍ଷଜନେ ତହିଁ ହେଲେ ପ୍ରମୁଦିତଅନ୍ୟପକ୍ଷରାଜଗଣ ହୋଇଲେ ଲଜ୍ଜିତ ॥
ସମ୍ବନ୍ଧିତ ରଚନା
ସୂର୍ଯ୍ୟ ପ୍ରତି ଦୀପ
ଗଙ୍ଗାଧର ମେହେର
ତାରା-ସୂର୍ଯ୍ୟ
ଗଙ୍ଗାଧର ମେହେର
ଅଛତ ଅନ୍ତରେ
ଲକ୍ଷ୍ମୀନାରାୟଣ ସାହୁ
ଗୀତାଭିଧାନ
ଉପେନ୍ଦ୍ର ଭଞ୍ଜ