ଧ୍ରୁବଙ୍କ ପଳାୟନ ଜନିତ ସୁନୀତିଙ୍କର ରୋଦନ
୧୮୪୮–୧୯୧୮
- ସଂକଳନ: କବିତା କଳାପ (ପ୍ରଥମ ଭାଗ)
- ପଢ଼ିବା ସମୟ
- ୩ ମିନିଟ୍
- ଶବ୍ଦ
- ୪୧୧
- ସ୍ଥିତି
- ସାର୍ବଜନୀନ (Public domain)
ଅଭାଗିନୀ ଧ୍ରୁବମାତା ବିରସବଦନେବ୍ୟାକୁଳିତ ହୋଇ ଦୁଃଖେ କରନ୍ତି ରୋଦନହାୟ ! ଦୀନବନ୍ଧୋ ଡାକି ଧ୍ରୁବ ଅଦର୍ଶନେଅଶ୍ରୁ ପରିପୂର୍ଣ୍ଣ ହେଲା ଯୁଗଳଲୋଚନ;କାହିଁ ଗଲୁ ମୋ ଜୀବନ ରଙ୍କୁଣୀର ଧନଏ ଅରଣ୍ୟମଧ୍ୟେ ମୋତେ କରି ଏକାକିନୀବିଦୀର୍ଣ୍ଣ ହେଉଚି ହୃଦରେ ପ୍ରିୟଦର୍ଶନବୋଲି ଛିନ୍ନତରୁପରି ଭୂତଳଶାୟିନୀ;ସୁନୀତରୋଦନ ଶୁଣି ନିବିଡ଼କାନନ,ପ୍ରତିଧ୍ୱନି ଛଳେ କଲା ସୁଦୀର୍ଘ ରୋଦନକ୍ଷଣାନ୍ତରେ ଧ୍ରୁବମାତା ଚୈତନ୍ୟ ଲଭିଲେଦୀର୍ଘସ୍ୱରେ କୋହଭରେ କଲେକ ରୋଦନ,ଜୀବନର ମୁଖଚନ୍ଦ୍ର ଆଉ ନ ଦେଖିଲେଏ ଜୀବନ ରଖି ହେବ କିସ ପ୍ରୟୋଜନ;ଶୁଣ ଶୁଣ ବସୁମତି ମୋର ନିବେଦନଦୟା କରି ଦ୍ୱିଖଣ୍ଡିତ ହୁଅ ଗୋ ମେଦିନି,ଜୀବନର ସବୁ ଆଶା କରି ଉଚ୍ଛେଦନ,ତବଗର୍ଭେ ପ୍ରବେଶିବ ଏହି ଅଭାଗିନୀ ।ଦିଗଜିତ ସମୁନ୍ନତ ଆହେ ତରୁଶ୍ରେଣିଦେଖିଚ କି ଆଜି ସର୍ବେ ରଙ୍କୁଣୀଧନକୁ,କହିଦିଅ ତୃପ୍ତ ହେବେ ମୋର ଚକ୍ଷୁ ବେନିଦେଖି ସୁଖେ କୋମଳାଙ୍ଗ କୁମାର ଧ୍ରୁବକୁ;ତରୁନିକେତନେ ଅଛ ଯେ ବିହଙ୍ଗଦଳଏ ଦୁଃଖିନୀ ଦୁଃଖବାର୍ତ୍ତା କରରେ ଶ୍ରବଣ,ଧ୍ରୁବ ବିନା ଏ ଜୀବନ ହେଉଛି ବିକଳଧ୍ରୁବକୁ କି ଦେଖିଅଛ କହି ରଖ ପ୍ରାଣ ।ଭୁବନବାହିନି ମାତଃ ଆଗୋ ସ୍ରୋତସ୍ୱୋତିତବ ସ୍ରୋତେ ବହମାନ ଧ୍ରୁବ କି ମୋହର,ରଖିଚ କି ଲୁକ୍କାୟିତ କରି ମୋ ସମ୍ପତ୍ତିଦଅ ଦିଅ ମାତଃ ଆଉ ବିଳମ୍ବ ନ କର;ଶୁଣ ମାତଃ ବନଦେବି ବନରାଜ୍ୟେଶ୍ୱରି,ତବ ଦାସୀ ଅଭାଗିନୀ ଧ୍ରୁବର ଜନନୀ,ହାୟ ପୁତ୍ରରତ୍ନ ତାର କିଏ ନେଲା ହରିଧୂଳିଧୂସରିତଦେହ ଲୁଟଇ ଧରଣୀ;ମାତଃ ତୁମ୍ଭେ ଜ୍ଞାତ ହୁଅ ସକଳ ତୁରିତତବ ଚକ୍ଷୁ ସବୁସ୍ଥଳେ ଅଛି ଉନ୍ମୀଳନ,ହିଂସ୍ରଜନ୍ତୁ ରାକ୍ଷସେ କି ଧ୍ରୁବ କବଳିତଜଳେ ନିପତିତ ଅବା କହ ଗୋ ବହନ ।ହୋଇଲା ଆକାଶବାଣୀ ସୁନୀତିକର୍ଣ୍ଣରେସ୍ଥିର ହୁଅ ସ୍ଥିର ହୁଅ ଧ୍ରୁବର ଜନନି,ତବ ପୁତ୍ର ନିରାପଦେ ଅଛି ଏ ବନରେତାର କୀର୍ତ୍ତି ଚିରକାଳ ଘୋଷିବ ମେଦିନୀ,ସେ ପୁତ୍ର ସାମାନ୍ୟ ନୁହେଁ ଅତି ତେଜେଶ୍ୱରକି କରିବେ ବନଚର ହିଂସ୍ରଜନ୍ତୁଗଣ,ପ୍ରତିଜ୍ଞାପାଶରେ ବଦ୍ଧ ତାହାର ଅନ୍ତରପାଇଲେ ଫେରିବ ଧ୍ରୁବ ସେହି ନିତ୍ୟଧନ ।ଶମନପ୍ରତିଆଶ୍ଚର୍ଯ୍ୟକ୍ଷମତା ତୋର ଅଛିରେ ଶମନତୋର କ୍ଷମତାରେ ବାଧ୍ୟ ନୁହେଁ କେଉଁ ଜନ,ଦେଖାଉଛୁ ଜୀବଗଣେ ‘‘ଅସ୍ଥିରତା’’ ଅନୁକ୍ଷଣେଜଗତରେ କିଛି ରହୁନାହିଁ ବିଦ୍ୟମାନପଦ୍ମପତ୍ରଜଳ କିମ୍ବା ବିଦ୍ୟୁତ ସମାନ ।୧।ନାନାରୂପ ଖେଳ ତୋର ଅତିଚମତ୍କାରଦେଖି ମନେ ହୁଏ ମୋର ବିସ୍ମୟ ଅପାରକେତେ ଲୋକ ‘‘ଆଶାତରୀ’’ ଡୁବାଉ ସମୂଳକରିକେତେ ଭାଙ୍ଗି ଚୂରି ରଖୁ ଭସ୍ମ ମାତ୍ର ସାରନିଷ୍ଠୁରଭାବକୁ ଧରୁ ନ କରୁ ବିଚାର ।୨।ତୋର ସହଚର ମୃତ୍ୟୁ ଚଉଷଠି ରୋଗମାନବଶରୀର ସଦା କରୁଛନ୍ତି ଭୋଗବଳ ବୀର୍ଯ୍ୟ ରକ୍ତ ମାଂସ କ୍ରମେ କ୍ରମେ କରି ଗ୍ରାସତୋ ହସ୍ତେ ‘‘ଜୀବନଦୀପ’’ କରନ୍ତି ପ୍ରୟୋଗ,ପ୍ରବଳ ନିଶ୍ୱାସେ ତୋର ହୁଏ ସେ ବିୟୋଗ ।୩।ଏ ଭୂମିମଣ୍ଡଳେ ଜାତ ହୋଇ ବୀରଗଣନାନା ଖେଳ କଉତୁକ କଲେ ସଂଘଟନସାଜି କେତେ ରଣସଜ୍ଜା ଉଡ଼ାଇଲେ ଜୟଧ୍ୱଜାତୋ ସଙ୍ଗେ ଘଟିଲା ପୁଣି ଯେବେ ତାଙ୍କ ରଣ ।ପରାଜିତ ହୋଇ କଲେ ଅନନ୍ତଶୟନ ।୪।ସାହସଶିଖରୀଚୂଡ଼ା କରି ଆରୋହଣକରିବ ସ୍ୱଦେଶ ଦୁଃଖ ସମୂଳେ ଛେଦନଏଡ଼େ ବଳ ଆଶା ଯାର ତୋର କ୍ଷମତାରେ ତାରକି କ୍ଷମତା ଏକପଦ କରିବ କ୍ଷେପଣସବୁ ପରିହରି କରେ ଭୂତଳେ ଶୟନ ।୫।ସୁକୁମାର ସ୍ନେହାଧାର ଅପୂର୍ବସୁନ୍ଦରସୁଧାକରସମ ମୁଖ ସୁମଧୁର ସ୍ୱରଏରୂପ କୁମାର କୋଳେ ଧରି ମାତା ସ୍ନେହଭୋଳେଭବିଷ୍ୟତ ସୁଖରାସି ଭାବନ୍ତି ମନର ।୬।ମରୀଚିକାସମ ସୁଖ କରୁ ତୁ ତାଙ୍କରଅନୁପମା ମନୋରମା ସୁଶୀଳା କାମିନୀପ୍ରତିବିମ୍ବସମ୍ୟ ସ୍ୱାମୀସଙ୍ଗବିହାରିଣୀକ୍ଷଣେ ସ୍ୱାମୀ ଅଦର୍ଶନ ଯେ ମଣେ ବଜ୍ରପତନସେ ପୁଣି ଧରାଶାୟିନୀ ଚିରବିରହିଣୀ ।ତୋ ତୀକ୍ଷ୍ଣଛୁରିକା ଏକା ସେ ପ୍ରେମଘାତିନୀ ।୭।
ସମ୍ବନ୍ଧିତ ରଚନା
ସୂର୍ଯ୍ୟ ପ୍ରତି ଦୀପ
ଗଙ୍ଗାଧର ମେହେର
ତାରା-ସୂର୍ଯ୍ୟ
ଗଙ୍ଗାଧର ମେହେର
ଅଛତ ଅନ୍ତରେ
ଲକ୍ଷ୍ମୀନାରାୟଣ ସାହୁ
ଗୀତାଭିଧାନ
ଉପେନ୍ଦ୍ର ଭଞ୍ଜ