ବସନ୍ତ ଆଗମେ
୧୮୬୪–୧୯୩୪
- ସଂକଳନ: କଳ୍ପନା କୁଞ୍ଜେ
- ପଢ଼ିବା ସମୟ
- ୨ ମିନିଟ୍
- ଶବ୍ଦ
- ୨୯୪
- ସ୍ଥିତି
- ସାର୍ବଜନୀନ (Public domain)
ନବ ବସନ୍ତ ମର୍ତ୍ତ୍ୟେ ଆଗମେ ଆଜି,ବିରହୀ ମୁଁ ହାୟ ! ଧୈର୍ଯ୍ୟ ମୋ ଯାଏ ଭାଜି ।ହର୍ଷିତ ବୁକେ ଦର୍ପକ ଧରାପରେ,ଦର୍ପ ଦେଖାଇ ସଜନି ! ଆସଇ ଖରେ,ଦୀର୍ଘ ଦିବସ ରଜନୀ,କହ କା’ ଗହଣେ ବିତାଇବି ମୁଁ ରେ ସଜନି ।୧।ଭାଟରୂପେ ପିକ ପଞ୍ଚମ ତାନେ ଗାଏ,ଗୁଞ୍ଜନ ଛଳେ ଅଳି ଆଜି ବୀଣା ବାଏ,ଚମ୍ପା ଅଶୋକ ମଲ୍ଲୀବଲୁଳ, କେତକୀ ପୁଷ୍ପେ ପୂରିତ ପଲ୍ଲୀ ।୨।ଅଶେଷ ଶୋକ ସେ ଅଶୋକ କଳିକା ଦିଏ,ବିରହୀ- ପରାଣୁଁ ହର୍ଷ ଛଡ଼ାଇ ନିଏ,ଶୂନ୍ୟ ମୋ ଦଶଦିଶକା’ ଆଗେ କହିବି କିଏ ବା କରିବ କିସ ।୩।ଚମ୍ପକ ମୋର ଚମ୍ପାଗୋରୀର ସ୍ମୃତି,ମାନସେ ଜଣାଇ ଟଳାଏ ଚିତ୍ତ ଧୃତି,ଅଳି ସମ ଥାଇ ଦୂରେଚିନ୍ତନ କରେ କେବଳ ଚିତ୍ତ-ପୁରେ ।୪।ଶୁଭ୍ରବରନା ମଲ୍ଲିକା ଆଜି ଫୁଟେ,ଦର୍ଶନେ ମୋର ଅନ୍ତରେ କୋହ ଉଠେ,ସଜନି ! ଗଭାରେ କା’ରଖଞ୍ଜିବି ଆଜି ମଲ୍ଲୀ କୁସୁମ ମାଳ ।୫।ଗୁଞ୍ଜନରତ ଅଳି ତା’ର ପୁରୋଭାଗେ,ଚାଟୁବାଣୀ କହି ଅଧୀରେ ପ୍ରଣୟ ମାଗେ,କାହା ପାଶେ ଚାଟୁବାଣୀକହିବି ଆଜି ମୁଁ ଅନ୍ତର ହୁଏ ହାଣି ।୬।ଦର୍ପକ ଫୁଲଧନୁର ତୀକ୍ଷ୍ଣ ଶର,ସମ ଏ ଆମ୍ର ବକୁଳ ଆଣେ ଗୋ ଡର,ଅନ୍ତରେ ପୀଡା ଆଣେ,ଥରେ ମୋ ଚିତ୍ତ ଦର୍ଶନେ କାମ-ବାଣେ ।୭।କଣ୍ଟକିତ ସେ ଦୁର୍ଗେ କେତକୀ ରହି,କମ୍ପାଏ ମୋର ବିରହୀ-ପରାଣେ ସହି !ଦର୍ଶନେ ତାର ଛବି,ଯାପଇ ଦିବସ ଦୁଃଖ ମୁଁ ଅନୁଭବି ।୮।ଅନ୍ଧ ସମାଜ ବନ୍ଧନମାନ ତେଜି,ଧନଗର୍ବିଣୀ ସର୍ପିଣୀ କଥା ହେଜି,ଭ୍ରମର ସମ ମୁଁ ହାୟ !ନିରେଖି ତୋ ଶୋଭା ସତତ ଶୀର୍ଣ୍ଣକାୟ ।୯।ମଳୟ ସମୀର ପ୍ରଳୟ ସୃଷ୍ଟି କରେ,ଅନ୍ତର ମୋର ପରଶି ଯାଏ ଯା ଖରେ,ତୋହର ଅଙ୍ଗ ସଙ୍ଗବିନୁଁ ସଖି ! ମୋର ଶାନ୍ତି ହୋଇଛି ଭଙ୍ଗ ।୧୦।ସରସୀରେ ଆଜି ପ୍ରପ୍ଫୁଟିତ ଗୋ ପଦ୍ମ,ମର୍ତ୍ତ୍ୟର ସେ ଗୋ ସକଳ ଶୋଭାର ସଦ୍ମ,ପଦ୍ମିନୀ ବାଳା ତୁହିତୋହର ବିହୁନେ ଅନ୍ଧ ହୋଇଛି ମୁହିଁ ।୧୧।ତ୍ରାମବର୍ଣ୍ଣ ନବ ପଲ୍ଲବ ଶୋହେ,ଦର୍ଶନେ କବି ଭାବୁକ ଚିତ୍ତ ମୋହେ,କର-ପଲ୍ଲବ ତୋର
ସମ୍ବନ୍ଧିତ ରଚନା
ସୂର୍ଯ୍ୟ ପ୍ରତି ଦୀପ
ଗଙ୍ଗାଧର ମେହେର
ତାରା-ସୂର୍ଯ୍ୟ
ଗଙ୍ଗାଧର ମେହେର