ଯକ୍ଷ ଆରେ ମୁଁ ଯକ୍ଷ
୧୮୬୪–୧୯୩୪
- ସଂକଳନ: କଳ୍ପନା କୁଞ୍ଜେ
- ପଢ଼ିବା ସମୟ
- ୩ ମିନିଟ୍
- ଶବ୍ଦ
- ୪୧୪
- ସ୍ଥିତି
- ସାର୍ବଜନୀନ (Public domain)
ଯକ୍ଷ ଆରେ ମୁଁ ଯକ୍ଷ,ବକ୍ଷେ ମୋହର ଲକ୍ଷ ବେଦନାଛିଡ଼ିଛି ମୋ ଆଶା-ପକ୍ଷ ।ମଉଳିଛି ମୋ ମଧୁର-ପ୍ରଣୟ-ଲଗ୍ନ,ହୃଦୟ-ବୀଣା ମୋ ଯୁଗପତ୍ ଆଜି ଭଗ୍ନ,ସର୍ପିଣୀ ଅଭିଶାପେ,ଦୁଃଖେ ଜୀବନ ଯାପେ,ଯୁବତୀ ପ୍ରିୟା ମୋ ଦୂରେ ଆଜି ବହୁଦୂରେ,ହୃଦୟ-ତନ୍ତ୍ରୀ ବିଳପେ କରୁଣ ସୁରେ,ନାହିଁ ମୋ ମାନସେ ଶାନ୍ତି,ଲୁଟିଛି ଦଇବ ହର୍ଷ ମୋହରତୁଟିଛି ଅଙ୍ଗୁ କାନ୍ତି;ଘୂରି ବୁଲେ ମୁହିଁ ତାରକା ଯେହ୍ନେବିଚ୍ୟୁତ ହୋଇ କକ୍ଷ;ଯକ୍ଷ ଆରେ ମୁଁ ଯକ୍ଷ ।୧।ପ୍ରିୟା ନାହିଁ ପାଶେ କାହା ଭୁଜେ ମୋରଭୁଜକୁ ଦେବି ରେ ଛନ୍ଦି,ଚିନ୍ତା ରାଜ୍ୟ- କାରାଗାରେ ମୋରମାନସ ହୋଇଛି ବନ୍ଦୀ,ଅମ୍ବୁଜ ସମ ନେତ୍ର ଯୁଗଳେ ତା’ର,ବହୁଥିବ ସଦା ଉଷ୍ଣ ଅଶ୍ରୁଧାର,ବିରହ-ବିଧୁରା ପ୍ରିୟା ମୋ ପ୍ରଣୟ-ଲଗ୍ନା,ହେବଣି ଚିନ୍ତା ଅଗାଧ ସଲିଳେ ମଗ୍ନା,ଦୀର୍ଘ ଦିବସ ରଜନୀ,ଯାପିବ କେସନେ ସଜନି,ମନ୍ଦ ଦଇବ ଛନ୍ଦ ବିରଚିହେଲା ଆସି ପ୍ରତିପକ୍ଷ;ଯକ୍ଷ ଆରେ ମୁଁ ଯକ୍ଷ ।୨।ଅଙ୍ଗ ମୋହର ଦୁର୍ବଳ ଆଉ କ୍ଷୀଣ,ଭଙ୍ଗ ସରାଗ ଚିନ୍ତାରେ ଗଲା ଦିନ,ତନ୍ୱୀ, ସୁଶ୍ରୀ, ସୁକୁମାରୀ ମୋର ବାଳା,ସହିବ କେସନେ ବିରହ ଗରଳ ଜାଳା,କମ୍ବୁକଣ୍ଠୀ ସହି ଏ ଦୁଃଖ ଘୋର,ବଞ୍ଚିବ ସତେ ? ପରତେ ନ ହୁଏ ମୋର,ମନ୍ମଥର ଏ ଦାଉସଂଭାଳିବ କେ ଆଉଆନ କେଉଁ ନାରୀ ହେବ କି ଜଗତେମୋ ସଜନି ସମକକ୍ଷ;ଯକ୍ଷ ଆରେ ମୁଁ ଯକ୍ଷ ।୩।ବିରହେ ମୋର ଯେ ଦିନକୁ ମଣଇ ବର୍ଷ,ଏତେଦିନେ ଥିବ ମନେ କି ତାହାର ହର୍ଷ,ଭାଜି ପଡ଼ୁଥିବ ଚିନ୍ତାରେ ମୋର ସହି,ବନ୍ଦିନୀ ସମ ଏକାକିନୀ ପୁରେ ରହି,ଦୁଃଖରେ ଯେବେ ଅନ୍ତର ହେବ ହାଣି,କା ଆଗେ କହିବ ତାହାର ମର୍ମବାଣୀ;ଉଷ୍ଣ ଲୋତକଧାରପୋଛିବ ପଣତେ ତା’ରସର ଲବଣୀକୁ ଫିଙ୍ଗି ସେ ରୋଷେଗରଳେ ମଣିବ ଭକ୍ଷ୍ୟ;ଯକ୍ଷ ଆରେ ମୁଁ ଯକ୍ଷ ।୪।ବଧୁଲି ଅଧରେ ମଧୁର ବଚନ ଛଳେ,ଆଙ୍କିବି କେବେ, ଚୁମ୍ବନ କୁତୂହଳେ,
ସମ୍ବନ୍ଧିତ ରଚନା
ସୂର୍ଯ୍ୟ ପ୍ରତି ଦୀପ
ଗଙ୍ଗାଧର ମେହେର
ତାରା-ସୂର୍ଯ୍ୟ
ଗଙ୍ଗାଧର ମେହେର