ଇଜିରାନାମା
୧୮୬୭–୧୯୪୩
- ସଂକଳନ: ବ୍ରଜରେଣୁ
- ପଢ଼ିବା ସମୟ
- ୧ ମିନିଟ୍
- ଶବ୍ଦ
- ୧୫୯
- ସ୍ଥିତି
- ସାର୍ବଜନୀନ (Public domain)
ଶ୍ରୀହରି, ମୋର ଏ ଦେହ-ଜମିଦାରୀନିଅ ହେ ଭଲା ଇଜିରା,ମେଡ଼ୂଆ ଅଜରା ପରଜାଏ ମୋତେକଲେ ବଡ଼ ହିଚିକିରା ।ଭାରି ଅମାନିଆ ଅଛନ୍ତି ଦୁଇଟା-ମନଶର୍ମା, ପେଟଶର୍ମା,ଷଣ୍ଢାମାର୍କା ପରି ଉଭୟେ ବଳୁଆଉଭୟେ ଅଦ୍ଭୁତକର୍ମା ।ଖଜଣା ଗଣ୍ଡାକ ନ ଦିଅନ୍ତେ ପଛେନୁହନ୍ତେ କି ହୁମୂହୁମୂହୁଡ଼ୁ ମୁଷୂଳିଆ ବୋଲି ଜାଣି ତାଙ୍କୁଜୁହାର ହୁଏଁ ଦୂରୁ ମୁଁ ।ତୁମ୍ଭ ହାତେ ନିଶ୍ଚେ ସାଉଡ଼ ହେବେ ସେମୋତେ ତ ପଢ଼ାନ୍ତି ପାଠ,ଦୁର୍ବଳକୁ ଦୁଷ୍ଟେ ଦେଖାନ୍ତି ବାଲିଙ୍ଗିପ୍ରବଳ ନିକଟେ କାଠ ।ଭଲ ପ୍ରଜା ସୁଦ୍ଧା ଅଛନ୍ତି ଥୋକାଏମୋ ରାଜ୍ୟରେ କରି ଘର,ଶ୍ରଦ୍ଧା-ପ୍ରେମ-ଭକ୍ତି- ରାଜକର ଦେଇପୂଜିବେ ତୁମ୍ଭ ପୟର ।ନିଅ ତୁମ୍ଭେ ପ୍ରଭୁ କରଯାକ ସବୁତଣ୍ଡ ଜୋରିମାନା ସହ,କିନ୍ତୁ ମୋ ନିମନ୍ତେ ପ୍ରସାଦେ-କଣିକେପଠାଉଥିବ ପତ୍ୟହ ।ଏହି ସର୍ତ୍ତ ରଖି ଇଜିରାନାମା ମୁଁଲେଖିଦେଲି ଆଜୀବନ,ଚନ୍ଦ୍ରେ ସୂର୍ଯ୍ୟେ ଧର୍ମେ ଦଶଦିଗପାଳେସାକ୍ଷୀ ରଖି ଜନାର୍ଦ୍ଦନ ।ଏହା ବିନା ଆଉ ଧୂଳିରୁ ଏ ଦାବୀନ କରିବି ତୁମ୍ଭଠାରେ,କଲେ ତାହା ହେବ ଅଗ୍ରାହ୍ୟ ସର୍ବଥାତୁମ୍ଭ ଧର୍ମ-ଦରବାରେ ।ଏତଦର୍ଥେ ଏହି ଇଜିରାନାମା ମୁଁଲେଖି ଦେଉଅଛି ହରି,ଦରକାରବେଳେ କର୍ମରେ ଆସିବରଖିଥିଲେ ଯତ୍ନ କରି ।ନିଃଶ୍ୱାସେ ପ୍ରଶ୍ୱାସେ ଗୁନ୍ଥା ସିନା ମୋରତୁମ୍ଭ କୃପା ପ୍ରାଣାରାମ,କର ମୋତେ ପ୍ରଭୁ ବିଶ୍ୱାସ, ମୁଁ କେଭେଁନୁହେଁ ନିମକହାରାମ ।
ସମ୍ବନ୍ଧିତ ରଚନା
ଗୋପାଳକୃଷ୍ଣଙ୍କ ଚଉତିଶା
ଗୋପାଳକୃଷ୍ଣ ପଟ୍ଟନାୟକ
ନାନାବାୟା ଗିତ
ନନ୍ଦକିଶୋର ବଳ