ଦୁଆଳିଆ
ଚିନ୍ତାମଣି ମହାନ୍ତି
୧୮୬୭–୧୯୪୩
- ସଂକଳନ: ବ୍ରଜରେଣୁ
- ପଢ଼ିବା ସମୟ
- ୧ ମିନିଟ୍
- ଶବ୍ଦ
- ୧୧୨
- ସ୍ଥିତି
- ସାର୍ବଜନୀନ (Public domain)
ଆଦାୟ ଅସୁଲ ମୋର ସରିଲାଣି ପ୍ରଭୁ,ଛାମୁରେ ହିସାବ ତାର ଦେବି ଏବେ ସବୁ ।କଟିଗଲା ବାଲ୍ୟକାଳ କେଡ଼େ ସୁଖେ ହାୟ,ପିତାମାତାଠାରୁ ସ୍ନେହ କରିଣ ଆଦାୟ ।ଶ୍ରଦ୍ଧାପ୍ରେମ ଆଦାୟରେ କଟିଲା ଯୌବନ,ଆଦର ସମ୍ମାନ କେତେ ଦେଲେ ବନ୍ଧୁଜନ ।ବୃଦ୍ଧକାଳେ ପୁତ୍ରକନ୍ୟାଠାରୁ ସେବା ଯତ୍ନ, -ଆଦାୟ ଯା’ କଲି ତାହା ସାର ଶୁଦ୍ଧରତ୍ନ ।ଆଜୀବନ ତୁମ୍ଭଠାରୁ କରିଛି ଅସୁଲ,ଅନନ୍ତ କରୁଣା-ଧନ ଭବେ ଅପ୍ରତୁଲ ।ସମସ୍ତଙ୍କଠାରୁ ଖାଲି କରିଛି ଆଦାୟ,ଜୀବନେ ଆଦାୟ ଏକା ମୋର ବ୍ୟବସାୟ ।ଦେଇ ନାହିଁ କାହାରିକି କଡ଼େ ପ୍ରତିଦାନ,ମୋହଠାରୁ ବଳି ଆଉ କେ ଅଛି ଅଜ୍ଞାନ ।ସମସ୍ତଙ୍କ ଧନ ମୁହିଁ କରି ଉଦରସ୍ଥ,ବସିଅଛି ମୁହିଁ ପୋଛି ହୋଇ ଶୂନ୍ୟହସ୍ତ ।ଦିଶୁ ନାହିଁ ବୁଦ୍ଧି କିଛି କର୍ମ ମୋର ବାମ,ଦୁଆଳିଆ ତାଲିକାରେ ଲେଖାଇବି ନାମ ।ଏହା ବିନା କି ଉପାୟ ଅଛି ଅବା ଆନ,ଏ ଋଣଦାୟରୁ ପ୍ରଭୁ କର ମୁକ୍ତି ଦାନ ।
ସମ୍ବନ୍ଧିତ ରଚନା
ଗୋପାଳକୃଷ୍ଣଙ୍କ ଚଉତିଶା
ଗୋପାଳକୃଷ୍ଣ ପଟ୍ଟନାୟକ
ନାନାବାୟା ଗିତ
ନନ୍ଦକିଶୋର ବଳ