ଗୁରୁଭକ୍ତି ଓ ଗୀତା (ଦ୍ୱିତୀୟ ଖଣ୍ଡ)
ଅଚ୍ୟୁତାନନ୍ଦ ଦାସ · ଭାଗ ୪ / ୫
ସମ୍ପୂର୍ଣ୍ଣ ସୂଚୀପତ୍ର
ଦ୍ୱିତୀୟଖଣ୍ଡ ଯେ ପଞ୍ଚଦଶ ଛାନ୍ଦରେଣ ।
ଏହା ଯେ କହିବ ସଦଗୁରୁ ବୋଲି ଚିହ୍ନ ॥
ଏ ଭେଦ ନ ଜାଣି ଯେହୁ ଗୁରୁ ବୋଲାବନ୍ତି ।ମୁଦ୍ରିତ କୁସୁମରେ କି ଭ୍ରମର ପୀରତି ॥
ଇତି ଶ୍ରୀ ଗୁରୁଭକ୍ତିଗୀତାୟାଂ ଦ୍ୱିତୀୟଖଣ୍ଡେ ମନ୍ତ୍ରଭେଦକଥନେ ନାମ ପଞ୍ଚଦଶ ପଟଳ ।ଷୋଡ଼ଣ ପଟଳକରଯୋଡ଼ି ଜଣାବନ୍ତି ରାମଚନ୍ଦ୍ର ଦାସ ।ଆମ୍ଭ ପୁତ୍ରମାନଙ୍କର କହିଲ ତ ଅଂଶ ॥
ନାଦ ପୁତ୍ର ବାର ଜଣ ପ୍ରମାଣ ଭବିଷ୍ୟେ ।ପ୍ରସନ୍ନେ କହିଲ ଗୁରୋ ଆମ୍ଭଙ୍କୁ ହରଷେ ॥
ବିନ୍ଦୁ ପୁତ୍ର ପଞ୍ଚଜନ ହୋଇବ କେସନ ।ନିତ୍ୟସ୍ଥଳେ କେଉଁ କେଉଁଠାରେ ହେବ ସ୍ଥାନ ॥
ଶୁଣ ଆହେ ରାମଚନ୍ଦ୍ର ଅଚ୍ୟୁତ ବଚନ ।ନେମ୍ୱାଳ ଭୁବନେ ଚିତ୍ରତୋଳାର ଯେ ସ୍ଥାନ ॥
ଲବଣ ତଟକୁ ବେଢ଼ି ବରଗ୍ରାମ ନାମ ।କାନ୍ୟେଶରି ବନ ସେ ନେମ୍ୱାଳ ଲାଗି ବନ ॥
ସେ ବନକୁ ଆଶ୍ରେକରି ରାମଚନ୍ଦ୍ର ଦାସ ।ଦେହକୁ ରଖିବ ତହିଁ ଆମ୍ଭ ବଟ ପାଶ ॥
ପଦ୍ମବନ ନେମ୍ୱାଳ ଅମ୍ଭର ସେହୁ ସ୍ଥାନ ।ଭାରତ ସାରି ଶ୍ରୀକୃଷ୍ଣ ସେ ସ୍ଥାନେ ଗମନ ॥
ସେ ଥାନେ ଶ୍ରୀକୃଷ୍ଣ ବସି ନୀଳାଚଳ ଗଲେ ।ଅଠାଶି ଭୁବନେ ଯାଇ ଅନ୍ତର ହୋଇଲେ ॥
ଏଣୁ କରି ସେ ସ୍ଥାନରେ ଆମ୍ଭର ରହଣୀ ।ରାମଚନ୍ଦ୍ର ଉଦିତ ଉତ୍ତର ଦିଗେ ପୁଣି ॥
ଦକ୍ଷିଣ ଦିଗରେ ବୃଦ୍ଧ ଗଙ୍ଗାନଦୀ ସ୍ଥାନ ।ଖଣ୍ଡିବିଷେ ପିତାଇ ପୁର ସେହୁ ଗ୍ରାମ ପୁଣ ॥
ଅଚ୍ୟୁତର ସୁତ ଦେବ ବ୍ରଜ ଗଦାଧର ।ବାଳ ଯେ ମୁକୁନ୍ଦ ହେବ ଗନ୍ଧର୍ବ ରାମର ॥
କିଛି ଦିନର ଅନ୍ତରେ ଗୋଳକୁଣ୍ଡା ହେବ ।ବ ଅକ୍ଷରେ ନାମ ହେବ ଗୋଳକୁଣ୍ଡା ଭାବ ॥
ଭ୍ରଥବୀର ରହିବ ଖଦିର ବନ ସେହି ।ଅପୋଡ଼ା ପୃଥିବୀ ତହିଁ ଗୁପତେ ଅଛଇ ॥
ପୂର୍ବଭାଗେ ଚନ୍ଦ୍ରଭାଗା ଅଦିକ ଦିଗରେ ।ସଙ୍ଗରସ ବୋଲି ଗ୍ରାମ ପୁଷ୍କରିଣୀ ତୀରେ ॥
ସେ ପୋଖରୀ ପୂର୍ବଭାଗେ ଅଛି ଏକ ତୀର୍ଥ ।ସେ ତୀର୍ଥେ ପଶିଲେ ପାପୀମାନେ ଯେ କୃତାର୍ଥ ॥
ଲୋକନାଥ ଆଶ୍ରେ କରି ନନ୍ଦନ ଯେ ବନ ।ବକ୍ରଦାସ ସେ ସ୍ଥାନରେ ସମାଧି ଯେ ଘେନ ॥
ପଶ୍ଚିମ ଦିଗରେ ନଇଋତ କଣ କହି ।କୁଶଭଦ୍ରା ନଦୀ ତୀର୍ଥେ ପୂଣ୍ୟ ଅଟେ ସେହି ॥
ସାଇଲୋ ବିଶେଷ ଧରେ ଧର୍ମଦାସ ରହି ।ଏକାମ୍ର ସନ୍ନିଧରେ ସେ ସ୍ଥାନ ଯେ ଅଟଇ ॥
ସେ ସ୍ଥାନେ ବିନ୍ଦୁସାଗର ତୀର୍ଥରାଜ ସେହି ।ତାହାଙ୍କ ଦର୍ଶନେ ସର୍ବ ପୂଣ୍ୟମାନ ପାଇ ॥
ବିଷ୍ଣୁଦାସ ବନଖଣ୍ଡି ରହିବ ସେ ପୁଣ ।ହେମ ବନ ଆଶ୍ରେ କରି ମନପୁରେ ସ୍ଥାନ ॥
ମହାନଦୀ ଉତ୍ତରେଣ ନିଗମ ଭୁବନ ।ଶମ୍ଭୁ ଆଶ୍ରେ କରିଣ ସେ ଦେବୀ ନିରିବାଣ ॥
ଏହୁ ପଞ୍ଚଶାଖା ମୋର ଅଟେ ନିଜ ଅଂଶ ।ତାରିବ ଗୋପାଳକୁଳ ଓଡ଼ିଶା ଯେ ଦେଶ ॥
ଭ୍ରଥ ଦାସ କରଯୋଡ଼ି ପଚାରୁଛି ମୁହିଁ ।କେଉଁ ଅଂଶେ କେତେ ଦାସ କଳିପୀଡ଼ା ହୋଇ ॥
ରାମଅଂଶେ କାହ୍ନୁ ଦାସ ବୃଥା ଯେ ସାରସ ।ମିଛରେ ତ କଳିପୀଡ଼ା ଲାଗିବ ତା ଅଂଶ ॥
ଭ୍ରଥ ଅଂଶେ ଅନନ୍ତ ସେ ପୁରୁଷଉତ୍ତମ ।ଭଗତ ଅଂଶରେ ହ ଅକ୍ଷରେ କଳିତମ ॥
ଧର୍ମ ଅଂଶେ ପୁରୀଅଂଶେ ନିର୍ବୀଜ ଅଟଇ ।କଳିତାପ ସେଠାବରୁ ଘୋଟିବ ଯେ ମହୀ ॥
ବକ୍ରଅଂଶେ ଭଗବାନ ପବନ ବଲ୍ଲଭେ ।ବ ଅକ୍ଷରେ ତାପ ଲାଗିବ ସେଠାରେ ତ ଭଲେ ॥
ଆହେ ନାଚି ଜନମାନେ ମୁକୁନ୍ଦ ଅନନ୍ତ ।ଅଚ୍ୟୁତର ବୀର୍ଯ୍ୟେ ବ୍ରଜ ଗଦାଧର ଜାତ ॥
ବାଳ ଯେ ମୁକୁନ୍ଦ ଗନ୍ଧର୍ବର ପୁତ୍ର ଜାତ ।କିଛି କିଛି ସୁଖ ଥିବ ସଂସାର ସଙ୍ଗତ ॥
ରାମଚନ୍ଦ୍ର ବୋଲି ପୁତ୍ରେ ହୋଇବାକ ଜାତ ।କଳିତାପ ସେଠାବରୁ ହୋଇବ ବହୁତ ॥
ଭ୍ରଥପୁତ୍ର ନିପୁତ୍ରରେ ବଢ଼ିବ ଥୋକାଏ ।ଅନ୍ନ ନ ମିଳିବାରେ ଯେ ଋଣଭଣ କାଏ ॥
ବଇଷ୍ଣବ ଭୋଗଛାଡ଼ି ରାଜକର୍ମ କରି ।ପାଦରେ ନ ଗମିବେ ଯେ ତୁରଙ୍ଗ ଆବୋରି ॥
ପାଦାନ୍ତି ଚଉକି ଚଢ଼ି କୁକୁର ମାଙ୍କଡ଼ ।ଦାସୀ ପରବାରୀ ପୋଷୀ ହେବେ ନାରଖାର ॥
ବଚନର ଦୃଢ଼ ଯହୁ ନ ରହିବ ଅଂଶେ ।ପେଟର ନିମନ୍ତେ ଯେ ବୁଲିବେ ଦେଶେ ଦେଶେ ॥
ଦେଶକେ ପୁତ୍ର ଗୋଟିଏ ନ ରହିବେ ପୁଣ ।କନ୍ଦଳ ଉପୁଜୁଥିବ ଆମ୍ଭର ଅଂଶେଣ ॥
କ୍ଷୁଦ୍ର ଦାସ ପରାଏଣ ସଂସାରେ ରହିବେ ।ଅନ୍ନ ବସ୍ତ୍ର ବିହୁନେ ସେ ଛଟପଟ ହେବେ ॥
ପଞ୍ଚ ଅଂଶ ଆମ୍ଭ ଅଂଶ ବାର ଅଂଶ ମାନ ।କଳିରେ ନିବିଡ଼ତମ ଘୋଟିବ ବହନ ॥
ଭାଇରେ ଭାଇରେ ଗୋଳ କରିବେ ସଂସାରେ ।ଗୁରୁଶିଷ୍ୟ ଭିନ୍ନାଭିନ୍ନ କରିବେ ଅନ୍ତରେ ॥
ଆଗରେଣ ଗୁରୁ ଦେଖି କରିବେଟି ମାନ୍ୟ ।ପଛରେ ବୋଲିବେ ଗୁରୁ ବଡ଼ କୂଟଜନ ॥
କାକୁଡ଼ିର ପ୍ରାୟେ ଗୁରୁ ଶିଷ୍ୟ ହୋଇଥିବେ ।ବଚନ ଅହିତେ ଗୁରୁ ପଥ ବୁଡ଼ାଇବେ ॥
କରପତ୍ର ଯୋଡ଼ି କହେ ଅନନ୍ତ ମୁକୁନ୍ଦ ।ମୁକୁନ୍ଦ ପାଖଣ୍ଡ ଜୀବ ଏହୁ ବଡ଼ ଦ୍ୱନ୍ଦ ॥
ଶୁଣ ହେ ବିଶ୍ୱାସ ନାତି ମୁକୁନ୍ଦ ଅନନ୍ତ ।ଏକ ପୁତ୍ର ଯୋଗୁଁ ଯିବ ବହୁପୁତ୍ର ଜାତ ॥
କଳିର ନିବିଡ଼ ଘୋର କୃଷ୍ଣରସ ଜାତ ।ପାପଗ୍ରହ ଘୋଟିବ ଯେ କଳି ହେବ ହତ ॥
ଗୁରୁଘରେ ପାପ ହେଲେ ବିଡ଼ମ୍ୱନ ହେବ ।କଳିର ଅନ୍ଧାର ସର୍ବ ଘରେ ପ୍ରକାଶିବ ॥
ରାଜେନ୍ଦ୍ର ଯୋଗେନ୍ଦ୍ର ଘରେ ପୂର୍ଣ୍ଣ ଯେବେ ଥାଇ ।ମହାଘୋର ପାପମାନ ଘଞ୍ଚକରି ଯାଇ ॥
ରାଜେନ୍ଦ୍ର ଯୋଗେନ୍ଦ୍ର ଘରେ ନ ରହିବ ସତ ।ଏଣୁକରି କଳିଯୁଗ ହୋଇବଟି ହତ ॥
ରାଜାମାନେ ତଣ୍ଡ ନେବେ ପରଜାର ଧନ ।ଗୁରୁମାନେ ଶିଷ୍ୟଠାରେ ଲୋଭେ ଦେବେ ମନ ॥
ମନ୍ତ୍ର ଯନ୍ତ୍ର ପଚାରିଲେ କରିବେ ଯେ ହିଂସା ।ପେଟର ନିମନ୍ତେ ବୁଲି ଦେଶେ ଦେଶେ ଆଶା ॥
ରାଜାମାନେ ସତ୍ୟଭାଷାମାନ ନ କହିବେ ।ପଟ୍ଟା ଦେଇ ପରଜାଙ୍କୁ ଦୁଇଗଣ ନେବେ ॥
ମଦିରା ପାନ କରିବେ ବ୍ରାହ୍ମଣ କ୍ଷତ୍ରିୟ ।ଦେବୀ ପୂଜା ବୋଲିଣ ସେ ମିଳିବେ ଶୂଦ୍ରିୟ ॥
ଭାଇରେ ଭାଇରେ ଗୋଳ କରିବେ ସଂସାରେ ।ଗୁରୁଶିଷ୍ୟ ଭିନ୍ନାଭିନ୍ନ କରିବେ ଅନ୍ତରେ ॥
ଆଗରେଣ ଗୁରୁ ଦେଖି କରିବେଟି ମାନ୍ୟ ।ପଛରେ ବୋଲିବେ ଗୁରୁ ବଡ଼ କୂଟଜନ ॥
କାକୁଡ଼ିର ପ୍ରାୟେ ଗୁରୁ ଶିଷ୍ୟ ହୋଇଥିବେ ।ବଚନ ଅହିତେ ଗୁରୁ ପଥ ବୁଡ଼ାଇବେ ॥
କରପତ୍ର ଯୋଡ଼ି କହେ ଅନନ୍ତ ମୁକୁନ୍ଦ ।ମୁକୁନ୍ଦ ପାଖଣ୍ଡ ଜୀବ ଏହୁ ବଡ଼ ଦ୍ୱନ୍ଦ84 ॥
ଶୁଣ ହେ ବିଶ୍ୱାସ ନାତି ମୁକୁନ୍ଦ ଅନନ୍ତ ।ଏକ ପୁତ୍ର ଯୋଗୁଁ ଯିବ ବହୁପୁତ୍ର ଜାତ ॥
କଳିର ନିବିଡ଼ ଘୋର କୃଷ୍ଣରସ ଜାତ ।ପାପଗ୍ରହ ଘୋଟିବ ଯେ କଳି ହେବ ହତ ॥
ଗୁରୁଘରେ ପାପ ହେଲେ ବିଡ଼ମ୍ୱନ ହେବ ।କଳିର ଅନ୍ଧାର ସର୍ବ ଘରେ ପ୍ରକାଶିବ ॥
ରାଜେନ୍ଦ୍ର ଯୋଗେନ୍ଦ୍ର ଘରେ ପୂର୍ଣ୍ଣ ଯେବେ ଥାଇ ।ମହାଘୋର ପାପମାନ ଘୁଞ୍ଚିକରି ଯାଇ ॥
ରାଜେନ୍ଦ୍ର ଯୋଗେନ୍ଦ୍ର ଘରେ ନ ରହିବ ସତ ।ଏଣୁକରି କଳିଯୁଗ ହୋଇବଟି ହତ ॥
ରାଜାମାନେ ତଣ୍ଡିନେବେ ପରଜାର ଧନ ।ଗୁରୁମାନେ ଶିଷ୍ୟଠାରେ ଲୋଭେ ଦେବେ ମନ ॥
ମନ୍ତ୍ର ଯନ୍ତ୍ର ପଚାରିଲେ କରିବେ ଯେ ହିଂସା ।ପେଟର ନିମନ୍ତେ ବୁଲି ଦେଶେ ଦେଶେ ଆଶା ॥
ରଜାମାନେ ସତ୍ୟଭାଷାମାନ ନ କହିବେ ।ପଟ୍ଟା ଦେଇ ପରଜାଙ୍କୁ ଦୁଇଗୁଣ ନେବେ ॥
ମଦିରା ପାନ କରିବେ ବ୍ରାହ୍ମଣ କ୍ଷତ୍ରିୟ ।ଦେବୀ ପୁଜା ବୋଲିଣ ସେ ମିଳିବେ ଶୂଦ୍ରିୟ ॥
ଭାଇରେ ଭାଇରେ ଗୋଳ କରିବେ ସଂସାରେ ।ଏଣୁକରି ଘରେ ଘରେ କଳି ପାପ ହେବ ॥
ବ୍ରାହ୍ମଣ ମଦିରାପାନେ ସର୍ବ ତତ୍ତ୍ୱ ଯିବ ।ଇନ୍ଦ୍ର ନ ପାଳିବ ସେ ଯେ ବେଳକାଳ ଜାଣି ॥
ପୃଥ୍ୱୀରେ ଦିନକୁ ଦିନ ମହରଗ ଟାଣି ।ଓଡ଼ିଶା ତେଲଙ୍ଗ ଦିଲ୍ଲୀ ମରହଟ୍ଟା ଦେଶ ॥
ଠାବେ ଠାବେ ହଣା ଯୁଦ୍ଧ ହୋଇବ ବିଶେଷ ।ଏ ଦେଶର ଲୋକ ଯାଇଁ ସେ ଦେଶ ପଶିବେ ॥
ପେଟର ବିହୁନେ ସର୍ବେ ଛଟପଟ ହେବେ ।ହୋଇବ ଅନୀତି ଯହୁଁ ସକଳ ଆରତ ॥
କଳଙ୍କୀ ପ୍ରବେଶ ହେବେ ଓଡ଼ିଶା ଦେଶେ ତ ।ତେବେ ବା ସଂସାରେ ସୁଖ ହୋଇବାକ ପୁଣ ॥
ବିପ୍ର ଧରାଇବ ଛତ୍ର ଯେଉଁଦିନେ ଜାଣ ।ତେତେଦିନ ଯାଏ ପ୍ରାଣୀ ଦୁଃଖରେ ପଡ଼ିବେ ॥
ତପତ ଜଳରେ ମୀନ ପ୍ରାୟେକ ବଞ୍ଚିବେ ।କଳିଯୁଗ ଚରିତ ଏ ମନ୍ଦକର୍ମ ଯେତେ ॥
ମନ୍ଦକର୍ମ କଲା ଲୋକ ଭଲ ଏ ଜଗତେ ।କିଛୁ ଦିନ ଭଲ ହେବ ପୁଣ୍ୟ ନାଶ ଯିବ ॥
କଳିଯୁଗ ମାୟା ସେ ଯେ ଜାଣି ନ ପାରିବ ।ଧନପଣ ଜନ ହାଦେ କଳିଯୁଗେ ମନ୍ଦ ॥
କିଛିଦିନେ ସେହୁ ପୁଣ ପଡ଼ିବେ ଯେ ଦ୍ୱନ୍ଦ ।ପ୍ରାଣୀମାନେ କହୁଥିବେ ମନ୍ଦ କଥାମାନ ॥
ସଂସାରରେ ଉତ୍ତମ ହୋଇବେ ସେହୁ ଜନ ।କଳିଛନ୍ଦ ବିଡ଼ମ୍ୱଣ ନ ଜାଣି ଦମ୍ଭିତ ॥
ସମୟକୁ ବିଡ଼ମ୍ୱଣ ସକଳ ହେବ ତ ।ପ୍ରାଣୀମାନେ କହୁଥିବେ ମନ୍ଦ କଲା ଜଣ ॥
ସଂସାରରେ ଉତ୍ତମ ହୋଇଲା ଏହୁ ପୁଣ ।ସମୁଦ୍ର ଲହରୀ ପ୍ରାଏ କିଛିଦିନ ଶୋଭା ॥
କେଣେ ନାଶ ଯିବ ସେ ତ ନ ରହିବ ପ୍ରଭା ।ସତୀ ଯତି ସଂସାରରେ ଶୀର୍ଣ୍ଣ କ୍ଷୀଣ ଥିବେ ॥
ବିଦ୍ୱାନ ହୋଇବେ ସେହୁ ସତ୍ୟ କଳିଯୁଗେ ।ଖଚୁଆ ମିଛୁଆ ଆପୁଧୂଆଁ ଯେ ସାହାସୀ ॥
ପରସ୍ତିରୀ ହରଣ ଯେ ଦଣ୍ଡଭଙ୍ଗା ଚାଷୀ ।ଅଗାଡ଼ି ଅଟନ୍ତି ଏହୁ କଳିର ଅସୁର ॥
ସତ୍ୟ କଳିଯୁଗେ ଏହୁ ନ ଥିବେ ସଂସାର ।ସତ ଯତ ପ୍ରାଣୀମାନେ କଳିରେ ବିହନ ॥
ଅଚ୍ୟୁତ ବଚନ ଏହୁ ହେତୁ ମନେ ଘେନ ।ଏଣୁ ଗୁରୁଭକ୍ତି ଗୀତା ଅଟଇ ଗୁପତ ॥
ନ ମାନିବେ ପ୍ରାଣୀମାନେ କରିବେ ହାସ୍ୟତ ।ଅସତ୍ୟ ଜନ ବଢ଼ିବେ ସଂସାରେ ବହୁତ ॥
ଏକ ଏକ ଥିବେ ପୁଣ ନବ ଯତ ସତ ।ଏହୁ ଗୁରୁଭକ୍ତି ଗୀତା ଦ୍ୱିତୀୟ ଖଣ୍ଡରେ ॥
ଅଂଶସ୍ଥାନ କଳିଯୁଗ କହିଲୁ ତୁମ୍ଭରେ ।ଇତି ଶ୍ରୀ ଗୁରୁଭକ୍ତିଗୀତାୟାଂ ଦ୍ୱିତୀୟଖଣ୍ଡେ ଗୁରୁଶିଷ୍ୟବୋଧନେ ନାମ ଷଷ୍ଠଦଶ ପଟଳ ।ସପ୍ତଦଶ ପଟଳଉତ୍ଥାନ ପବନ ଯେ ଆନନ୍ଦ ଗୋବିନ୍ଦ ତ ।ପଚାରୁଛୁଁ ଗୁରୁଦେବ ରହିଲା ଥୋକେ ତ ॥
ରାମଦାସ ବାରଜଣ କହିଲେ ତ ଅଂଶ ।ପଞ୍ଚଶାଖା ମିଳିଣ ଯେତେକ ଅଂଶାଅଂଶ ॥
ସପତ ଶାଖାରେ ପୁଣ କହଇ ଗୁରୁ ତ ।କେମନ୍ତ ହୋଇଣ ସେ ଯେ ସଂସାରେ ଉଦିତ ॥
କୁମ୍ଭାର ରାମ ଦାସର ଅଂଶ ତ ନୋହିବ ।କମାର ରାମର ଅଂଶେ ଜଡ଼ରେ ମଜ୍ଜିବ ॥
ନନ୍ଦ ଯେ କମାର ନାରଣର ହେବ ଅଂଶ ।କଅ ଯେ ଅକ୍ଷରେ ତାପ ଲାଗିବ ବିଶେଷ ॥
ସାଇବିରୀ ବିଷେ ନଗ୍ର କୁଣ୍ଡ ବଳଦାରେ ।ଦେବୀନଦୀତୀରେ ମୃତ୍ୟୁ ହେବ ସେ ସ୍ଥାନରେ ॥
ଦକ୍ଷିଣ ଚକ୍ର ଯେ ବଇତରଣୀର ବିଷେ ।ରହିଣ ସମାଧି ସ୍ଥାନ ବାୟବ୍ୟର ଦେଶେ ॥
ଦକ୍ଷିଣ ଅଂଶର ପ ଅକ୍ଷରେ ପୁତ୍ର ଜାତ ।ପରମାନନ୍ଦ ଠାବରୁ କଳିରେ ଆଗତ ॥
ନିରଞ୍ଜନ ପୁଣ ସେହୁ ଗ୍ରାମରେ ରହଣି ।ମଧୁଠାରୁ ଅଂଶ ପୁଣି ଗୁପତଟି ଜାଣି ॥
ନନ୍ଦ କନ୍ଦ ନୀର ଯେ ଦକ୍ଷିଣ ଚକ୍ରଗଣ ।କମାର କୁମ୍ଭାର ମିଶି ଏହୁ ସପ୍ତ ପୁଣ ॥
ରସିବ ଯେ ବାର ସସେ ବାରଟିଆ ସାର ।ଚାରିସସ୍ର ଯୋଗାରୂଢ଼ ପଞ୍ଚସଖାଙ୍କର ॥
ଏଣୁ କରି ଅଚ୍ୟୁତର ଷୋଳସସ୍ର ଶାଖା ।ଯୁଗେ ଯୁଗେ ଅବତାର ଭଗତରେ ଲେଖା ॥
ଷୋଳସହସ୍ରେ ସାର ବାରଟିଆ ରାମଦାସ ।ବାର ଦାସେ ସାର ସପ୍ତଶାଖା ଅଟେ ଅଂଶ ॥
ସପ୍ତଶାଖା ବଂଶ ସାର ପଞ୍ଚଶାଖା ପୁଣ ।ପଞ୍ଚଶାଖା ସାର ପୁଣ ଅଚ୍ୟୁତରେ ଗଣ ॥
ସୁଦାମା ଗୋପାଳ ନାମ ଦ୍ୱାପରେ ଯେ ହୋଇ ।ତ୍ରେତୟା ଯୁଗରେ ନାମ ନଳ ମୁଁ ବୋଲାଇ ॥
ସତ୍ୟ ଯୁଗେ ନାମ ମୋର ହୋୟେ କୃପାଜଳ ।ଅନନ୍ତ ଯୁଗରେ ଶୁଭନନ୍ଦ ଯେ ଗୋପାଳ ॥
ଯୁଗେ ଯୁଗେ ଜାତ ଆମ୍ଭ ସଙ୍ଗେ ବାରଦାସ ।ରାହାସ ଲୀଳାରେ ଆମ୍ଭେ ହେଉଁ ପରବେଶ ॥
ଅନନ୍ତ ଯୁଗରେ ରାମ ସଙ୍ଗେ ତଳି ବାଇ ।ରାମତାଳିରେଣଟି ଅନନ୍ତ ଯୁଗ ବାହି ॥
ସତ୍ୟଯୁଗେ ଋଷି ମେଳେ ନାମ କୀରିତନ ।ନୈମିଷାରଣ୍ୟରେ ସେ ଯେ ଗୁପତେ ରହିଣ ॥
ତ୍ରେତୟା ଯୁଗରେ ରାମ ସଙ୍ଗେ ତାଣ୍ଡବରେ ।ନୃତ୍ୟ ଗୀତ କରୁ ହନୁ ନଳ ନୀଳ ମେଳେ ॥
ଦ୍ୱାପର ଯୁଗରେ ତୁମ୍ଭେ ଅଷ୍ଟାଦଶ ମେଳେ ।ରାହାସ ଲୀଳାରେ ଥିଲ ତୁମ୍ଭେ କୁତୂହଳେ ॥
କଳିଯୁଗେ ଶ୍ରୀକୃଷ୍ଣ ଚୈତନ୍ୟ ରୂପେ ଜାଣ ।ପ୍ରତ୍ୟକ୍ଷ ଦର୍ଶନ କଲ ଚର୍ମର ନୟନ ॥
ସେ ତୁମ୍ଭଙ୍କୁ ଦେଲେ ଖୋଳ କରତାଳ ଯେଣୁ ।ଓଡ଼ିଶାରେ ରାହାସ ରଞ୍ଚିଲ ତୁମ୍ଭେ ତେଣୁ ॥
ପ୍ରତାପର ଆଶ୍ରେ ଗଲେ ପିତାଙ୍କର ବଳେ ।ରାହାସ ରଞ୍ଚିଲୁ ଆମ୍ଭେ ଓଡ଼ିଶା ଦେଶରେ ॥
ରାମଚନ୍ଦ୍ର ବଳେ ପୃଥ୍ୱୀ ହୋଇଲା କଳଣ ।ରାହାସ ରଞ୍ଚିଲ ତୁମ୍ଭେ ସାରଦା ଭୁବନ ॥
ଏଣୁକରି ସରସ୍ୱତୀ ତୁମ୍ଭଙ୍କୁ କରୁଣା ।ଗୀତ ନୃତ୍ୟ ତୁମ୍ଭଙ୍କୁ ଯେ ଦିଶିଲା ବାଜଣା ॥
ସକଳ ମନ୍ତ୍ରର ଗୁରୁ ସାରଦା ଅଟନ୍ତି ।ତାହାଙ୍କର ପ୍ରସନ୍ନେ ତୁମ୍ଭଙ୍କୁ ନାହିଁ ଭ୍ରାନ୍ତି ॥
ଏଣୁକରି ଦେଶ ଗ୍ରାମ ସମସ୍ତ ତୁମ୍ଭର ।ସର୍ବଜନ ପୂଜୁଥିବେ ତୁମ୍ଭ ଅଂଶ ନର ॥
ନୂଆ ହାଣ୍ଡି ନୂଆ ଅନ୍ନ ତୁମ୍ଭେ ତ ପାଳିଲ ।ମାଛ ନାସ୍ତି ମାଂସ ନାସ୍ତି ଧର୍ମକୁ ଭଜିଲ ॥
ଅଶୁଚିଘରେ ଭୋଜନ ତୈଳ ନିଶୋଧନ ।ଶୁଦ୍ଧ ଶ୍ରାଦ୍ଧ ବିଟାଳ ତୁମ୍ଭର ନାହିଁ ଧନ ॥
ଏତେ ସ୍ଥାନେ ହସ୍ତେ ରାନ୍ଧି କଲ କୃଷ୍ଣ ଭୋଗ ।ଗୋପାଳ ଗଉଡ଼ ସିନା ଅଟ ମାୟା ଅଙ୍ଗ ॥
ଏଣୁକରି ଗୋପକୁଳେ ତୁମ୍ଭେ ସାର ହୁଅ ।ଖୋଳ କରତାଳ ଚୂଳ ଧର ତୁମ୍ଭ ଦେହ ॥
ଶୁଣ ହେ ମୁକୁନ୍ଦ ଦାସ ଅନନ୍ତ ଯେ ଦୁଇ ।କଳିଯୁଗେ ଥୋକେ ଅଂଶ ଧରିବେ ବଢ଼ାଇ ॥
ମତାମତ ଦେଖଦେଖି ହୋଇଣ ମାତିବେ ।ଖୋଳ କରତାଳ ବହି ଅଭକ୍ଷ ଭକ୍ଷିବେ ॥
ଅବୀର୍ଯ୍ୟ ଅବଂଶ ଲୋକେ ଶିଖିବେ ଯତନ ।ଅନ୍ୟାୟମାନ କରିବେ ବହି ବିଷ୍ଣୁଚିହ୍ନ ॥
ଚକ୍ର ଅଟେ କରତାଳ ଶଙ୍ଖ ଖୋଳ ଅଂଶ ।ଗଦା ଅଟେ ମୁରଳୀ ଯେ ପଦ୍ମ ଯେ ତରାସ ॥
ଏ ଚତୁର୍ଥ ୟୁଧ ବହି ମାଛ ମାଂସ ଖାଇ ।ଆପୁ ଗଞ୍ଜା ଧୂଆଁ ପାନ ପରଦାସ ହୋଇ ॥
ଏଥି ପ୍ରବେଶ ହୋଇଣ ରାହାସେ ମିଶଇ ।ଅଳପ ଆୟୁଷେ ମୃତ୍ୟୁ ଦାରିଦ୍ର୍ୟ ଘୋଟଇ ॥
ଖୋଡ଼ ରୋଗ ବଂଶନାଶ ପ୍ରାପତ ଅଙ୍ଗରେ ।ବିଷ୍ଣୁର ଆୟୁଧ ବହି ଅନୀତି ଯେ କରେ ॥
ନିର୍ମଳ ଭଜନ କଲ ନିର୍ମଳ ଭୋଜନ ।ନିର୍ମଳ ଚିତ୍ତେ ଧଇଲ ତୁମ୍ଭ ବାରଜଣ ॥
ଦେଶ ଘୋର ସଂସାରରେ ନୋହିଲା ସଙ୍ଗତ ।ଉଦାସୀର ପ୍ରାୟ ତୁମ୍ଭେ ହେଲ ବାର ଚିତ୍ତ ॥
ଅଚ୍ୟୁତ ପଥରେ ବାର ଦାସ ଯେଉଁ ଜନ ।ପରମ ଗୁରୁ ସେବିଲେ ଦ୍ୱାପରେ ଗୋପ୍ୟାନ ॥
ସତ୍ୟ ଗୁପ୍ତ ଏହି ଗୁପ୍ତ ଗୋପ୍ୟାନ କରିବ ।ଉକତ କଲେଣ ତାର ବଂଶ ନାଶ ଯିବ ॥
ଖଚୁଆ ମିଛୁଆ ଆଗେ ନ କହିବ ଏହା ।ରାମଚନ୍ଦ୍ର କହୁଛନ୍ତି ମୁକୁନ୍ଦଙ୍କୁ ଯାହା ॥
ପୁତ୍ର କଷ୍ଟ ଭ୍ରାତୃକଷ୍ଟ ମନକଷ୍ଟ ତିନି ।ଆପକଷ୍ଟ ଗୃହକଷ୍ଟ ବନ୍ଧୁ ହୋୟେ ହାନି ॥
ଗୁପତୁଁ ଗୁପତ ଏହା ନ କହିବ କାହିଁ ।ଅଚ୍ୟୁତ ବଚନ ଯେହୁ ପ୍ରତିପାଳି ଥାଇ ॥
ଜନ୍ମେ ଜନ୍ମେ ମୁହିଁ ପୁଣ ଭୃତ୍ୟପଣେ ଥିଲି ।ପୂର୍ବଜନ୍ମେ ଗୋପାଳ କୁଳରେ ଜନମିଲି ॥
ଲୀଳାକୁ ଲୀଳା ଯେ କରି ତ୍ରିଲୋଚନେ ଜାତ ।କେଶବ ନାମ ବହିବି ବିରଜା ଦେଶେ ତ ॥
ମୋହର ଅଂଶରୁ ଅଂଶ ଅଣକ୍ଷରୁ ଜାତ ।ନାମ ନାହିଁ ଅନାମରେ ନାମ ମୋ ଅଚ୍ୟୁତ ॥
ମୋହ ଅଂଶମାନ ସବୁ ଗୋଳରେ ପୀଡ଼ିବେ ।ଗୋଳକୁଣ୍ଡା ଭାବରେ ସେ କିଛିଦିନ ଥିବେ ॥
ସାଧୁଙ୍କ ବଚନ ଯଦି ଅପ୍ରମାଣ ହୋଇ ।ପର୍ବତ ଶିଖରେ ପୁଣ ଫୁଟିବଟି କଇଁ ॥
ଏଣୁକରି ଏହୁ ଗ୍ରନ୍ଥ ଗୋପ୍ୟରେ ରଖିଲେ ।ଏ ଗ୍ରନ୍ଥ ଶୁଣି ନ ପାରୁ ପେଟରେ ମଜ୍ଜିଲେ ॥
ଏ ଗ୍ରନ୍ଥକୁ ଅତିଗୂଢ଼େ ଗୋପ୍ୟରେ ରଖିବ ।ଏକାକ୍ଷର ଅଣାକ୍ଷର ଯେହୁ ଜାଣିଥିବ ॥
ଏକ ଦୁଇ ତିନି ପାଞ୍ଚ ଗ୍ରନ୍ଥ ଶୁଣି ମୁହିଁ ।ଗୁଆ ଘୃତ ଦୀପ ଦୂବ ନଇବେଦ୍ୟ ଦେଇ ॥
ଯାହାକୁ ଆଜ୍ଞା ହୋଇବ ଏ ଗ୍ରନ୍ଥ ସେ ଶୁଣେ ।ଅଚ୍ୟୁତ ବଚନ ସେହୁ ସତ୍ୟ ସତ୍ୟ ଜାଣେ ॥
ଗୁରୁଭକ୍ତି ଗୀତା ଏହୁ ଦ୍ୱିତୀୟ ଖଣ୍ଡେଣ ।କହିଲି ବଂଶାନୁକଥା କର୍ଣ୍ଣ ଦେଇ ଶୁଣ ॥
ଇତି ଶ୍ରୀ ଗୁରୁଭକ୍ତିଗୀତାୟାଂ ଦ୍ୱିତୀୟଖଣ୍ଡେ ଗୁରୁଶିଷ୍ୟବୋଧନେଯୁଗବଂଶାନୁଚରିତ ଲୀଳା ବର୍ଣ୍ଣନେ ନାମ ସପ୍ତଦଶ ପଟଳ ।ଅଷ୍ଟାଦଶ ପଟଳଶୁଣ ହେ ମୁକୁନ୍ଦ ଦାସ ଅନନ୍ତ ଯେ ଦୁଇ ।ପବନ ଯାଦବ ବେନି ଅଭିନ୍ନ ତ ନୋହି ॥
ଉତ୍ଥାନ ପବନ ତୁମ୍ଭେ ଏକପ୍ରାଣ ବୋଲି ।ବାଳକ ଗୋବିନ୍ଦ ଦୁହେଁ ତୁମ୍ଭେ ଥାଅ ମିଳି ॥
ବତ୍ସ ଯେ ମଥୁରି ତୁମ୍ଭେ ନିରନ୍ତରେ ସାଥ ।ବାଳକ ଯେ ବୃନ୍ଦାବନ ଅନ୍ତର ନୁହଁ ତ ॥
ମଧୁ ଯେ ଆନନ୍ଦ ଦୁହେଁ ଏକଇ ଜୀବନ ।ଏହି ବାରଜଣ ଘେନ ଅଚ୍ୟୁତ ବଚନ ॥
ଯେତେ ଗ୍ରନ୍ଥ କହିବ ତେତେକ ଶୁଣାଇବ ।ଅଧିକ କହି ଶୁଣିଲେ ଉତ୍ତମ ନୋହିବ ॥
ନଟି ଯେ କଦଳୀ ଘୃତ ଦୀପ ବନ୍ଦାଇବ ।ନବତନ ବସ୍ତ୍ର ଥୋଇ ଏ ଗ୍ରନ୍ଥ ଶୁଣିବ ॥
ଗୁରୁବାରେ ସୋମବାରେ ମଙ୍ଗଳ ଯେ ଦିନ ।ଶୁକଳ ତିଥିରେ ଶୁଣାଇବ ସାଧୁଜନ ॥
ଜ୍ୟେଷ୍ଠ ଯେ ଚଇତ୍ର ପୁଷ ନିଷେଧ କରିବ ।ନବତନେ ଶୁଣାଇ ଯେ ନବମାସେ ଦେବ ॥
ଶୁଣ ଆହେ ରାମ ଦାସ ତୁମ୍ଭେ ବାର ପୋଏ ।ଖୋଳ କରତାଳ ଗୁଣ କଳନା ନ ଯାଏ ॥
କଳିଯୁଗେ ଯେଉଁ ଜନ କହିବ ସୁଚିତ୍ତେ ।ମନ୍ତ୍ର ପୂଜା କରିବାକୁ ଘେନିଥିବ ଚିତ୍ତେ ॥
ସେ ଜନ ସକଳଠାରେ ଯଶ ପୁଣ ହେବ ।ରାଜସିଂହାସନେ ବସି ସୁଖେ ବିହରିବ ॥
ଶୁଣ ହେ ଗୋପାଳ ଦାସ ତୁମ୍ଭେ ବାରିଟିଆ ।ଗୋଲକ ଆୟୁଧ ଧର ଦୃଢ଼ ମନେ ଏହା ॥
ଏମନ୍ତ ହୃଦରେ ଧରି ପାପ କରେ ନାଶ ।ପରଧନ ପରସ୍ତିରୀ ନ କରିବ ଆଶ ॥
ଶୁଣ ଆହେ ରାହାସ ପ୍ରଧାନ ବାର ତୁମ୍ଭେ ।ତୁମ୍ଭଙ୍କୁ କହିଲୁ ଆମ୍ଭେ ଭଗତି ଆରମ୍ଭେ ॥
–: ଏଠାରେ ପଡ଼ି ବୋଲିଲେ :–ଗୁରୁଭକ୍ତି ଗୀତା ପ୍ରଥମ ଖଣ୍ଡ ଶୁଣିବ ।ଏଠାରେ ମୁକୁନ୍ଦ ଦାସକୁ ପୂଜାଦେବ ॥
ଗୁରୁଭକ୍ତି ଗୀତା ଦ୍ୱିତୀୟ ଖଣ୍ଡ ଶୁଣିବ ।ଏଠାରେ ଉତ୍ଥାନ ଦାସକୁ ପୂଜା ଦେବ ॥
ଦ୍ୱାପରେ ତୁମ୍ଭ ଆମ୍ଭର ନାହିଁ ଭିନ୍ନାଭିନ୍ନ ।ରାହାସ ରସରେ ତହିଁ ଗଲା କିଛିଦିନ ॥
ତୁମ୍ଭେ ଆମ୍ଭେ ଏକ ଆତ୍ମା ଜୀବର ଜୀବନ ।ପଡ଼ି ।ଗଜପଲଙ୍କ ଉପରେ ଶ୍ରୀକୃଷ୍ଣ ବିଜେ କରି ।ଆଲଟ ସେବା କରୁଛନ୍ତି ଉତ୍ଥାନ ଯେ ଧରି ॥
ଦୁଇ ସହସ୍ର ଗୋପାଳ ମିଳି ।ବୀଣା ତାଳ ବାଇ କରନ୍ତି କେଳି ॥
ଗୁରୁଭକ୍ତିଗୀତାରୁ ପ୍ରଥମଖଣ୍ଡ ଅଧେ ଶୁଣାଇବ ।ଯେ ଜନ ପଢ଼ିବ ଏଠାରେ ଅନନ୍ତ ପୂଜା ଦେବ ॥
ବନେ ବିହାର କରେ ଶ୍ରୀକୃଷ୍ଣ ଯେତେବେଳେ ।ମୁକୁନ୍ଦ ସେବା କରେ ହରଷେ ତେତେବେଳେ ॥
ବେନି ସହସ୍ର ଗୋପାଳେ ଗୁରୁଭକ୍ତିଗୀତା ତୃତୀୟ ଖଣ୍ଡ ଶୁଣିବ ।ପଡ଼ି ।ପବନକୁ ପୂଜା ଦେବଶୁଣ ହେ ଉଦାସୀ ଦାସ ସଂସାର ତାରଣ ।ଜନମ ଲଭିବ ତୁମ୍ଭେ ଏହି ଯେ କାରଣ ॥
ଚୂଳ କେଶ ବହିଲେ ଯେ ଦୂରିତ ନ ଥାଇ ।ମିଛ ନ କହିବ ମୁଖେ ଶାନ୍ତଚିତ୍ତେ ରହି ॥
ଶୁଣ ହେ ଦ୍ୱାଦଶଜନ ହେତୁ ଚିତ୍ତ ହୋଇ ।ତୁମ୍ଭେ ବାରଜଣ ଅଟ ଆମ୍ଭ ଶଖା ଭାଇ ॥
କଳିଯୁଗେ ଗୁରୁଶିଷ୍ୟ ଲୋଭର କାରଣେ ।ଅସତ୍ୟ ଦ୍ରବ୍ୟକୁ ଚିତ୍ତେ ନ କରବେ କ୍ଷଣେ ॥
ଶୁଣ ଆହେ ବ୍ରଜଜନ ଗୁପଦ ଯେ ଜନ୍ମ ।ଓଡ଼ରାଷ୍ଟ୍ରେ ତୁମ୍ଭର ଯେ ରହିଥିବ ନାମ ॥
ପଡ଼ିତାଳ ବନେ ବିହାର ଯେ ଶ୍ରୀକୃଷ୍ଣ କରନ୍ତେ ।ପବନ ଦାସ ଯେ ବିଞ୍ଚେ ଖଦୀ ଘେନି ହସ୍ତେ ॥
ସହସ୍ର ଗୋପାଳ ହୋଇଣ ସଙ୍ଗ ।ଖଞ୍ଜନୀ ତାଳ ଗୀତ ନାନାରଙ୍ଗ ॥
ଗୀତକଳିଯୁଗେ ଧୂମ୍ରପାନ ସମସ୍ତେ କରିବେ ।ଧୂମ୍ରପାନ କଲେ ଗୁରୁ ଜଳ ନ ପାଇବେ ॥
ପିତୃଲୋକମାନେ ତାର ନ ପାଇବେ ଜଳ ।ଦୁର୍ଗନ୍ଧ ଅଟଇ ସେହୁ କରିଥିବେ ପର ॥
ପଡ଼ିଗୁରୁଭକ୍ତି ଗୀତା ତୃତୀୟଖଣ୍ଡ ଶୁଣିବ ।ଯେ ଜନ ଧନ ଲୋଭେ ପଡ଼ିବ ।ଏଠାରେ ଆନନ୍ଦକୁ ପୂଜା ଦେବ ॥
ତଥାଚଗୁରୁଭକ୍ତି ଗୀତା ତୃତୀୟ ଖଣ୍ଡ ଶୁଣିବ ।ଖଣ୍ଡରୁ ଅଧେ ଶୁଣି ଗୋବିନ୍ଦକୁ ପୂଜା ଦେବ ॥
ଗୋବିନ୍ଦ ଚରଣେ ସେବା କରଇ ।ସହସ୍ରେ ଗୋପାଳ ତା ସଙ୍ଗେ ଥାଇ ॥
ଶଙ୍ଖ ମୂରଲୀ ମୃଦଙ୍ଗ ବାଜଇ-ନୃତ୍ୟ କରଇ ।ଏଠାରେ ମଥୁରିକୁ ପୂଜା ଦେବ ॥
ଶୁଣ ହେ ହରଷ ହୋଇ ଏକମନ କରି ।ଗୋପାଳ କୁଳରେ ଜାତ କଲେ କି ଯେ ହରି ॥
ଗୋପାଳ କୁଳରୁ ତାର ତୁମ୍ଭେ ଅଟ ଗୁରୁ ।ରାହାସ ପ୍ରଧାନ ଯେ ତୁମ୍ଭଙ୍କୁ ଯେଣୁ କରୁ ॥
ତୁମ୍ଭଙ୍କୁ ଚାହିଁଣ ସେହୁ ସିଦ୍ଧ ଯେ କରିବ ।ମାଛ ମାଂସ ତେଜିଣ ଯେ ରାହାସେ ମଜ୍ଜିବ ॥
ପଡ଼ିହେମ ବନେ ବିଜୟେ କଲେକ ବନମାଳୀ ।ଆନନ୍ଦ ଦାସ ତହିଁ ଚାମର ଯେ ଢାଳି ॥
ରସିକ ସହସ୍ର ଗୋପାଳ ଯେ ମେଳେ ।ବୀଣା ତାଳେ ଖୋଳ ବାବନ୍ତି ହେଲେ ॥
ଗୁରୁଭକ୍ତି ଗୀତାରୁ ଛାୟାଦର୍ଶନ ଶୁଣିବ ।ଏଠାବେ ବୃନ୍ଦାବନ ଦାସ ପୂଜା ଦେବ ॥
କଳିଯୁଗେ ତୁମ୍ଭେ ବାର ପ୍ରଚାର ଯେ କର ।ତୁମ୍ଭ ଦେଖାଦେଖି ଥୋକେ ଶିଖିବେ ଯେ ନର ॥
ରାହ ସେ ପଶିଣ ଯେ ତୁମ୍ଭଙ୍କୁ ନ ସୁମରି ।ରାହାସେ ମିଶିଲେ ଯେହ୍ନେ ଧାନରେ ଅଗାଡ଼ି ॥
ତୁମ୍ଭଙ୍କୁ ସୁମରି ଯେବେ କରିବେ ରାହାସ ।ତୁମ୍ଭେ ଅଟ ଗୋକୁଳେ ଶ୍ରେଷ୍ଠ ବାର ଶିଷ୍ୟ ॥
ପଡ଼ିକୁମୁଦ ବନରେ ଯେ ବିଜେ କରି ହରି ।ବାଳକ ଦାସେ ଭୋଜନ କରାନ୍ତି ଶ୍ରୀହରି ॥
ସଙ୍ଗତେ ସହସ୍ର ଗୋପାଳ ଘେନି ।ବନ ଭୋଜି ସେବା ପରଶ ବେନି ॥
ଗୁରୁଭକ୍ତି ଗୀତା ଦ୍ୱିତୀୟ ଖଣ୍ଡ ବଡ଼ ଗମ୍ଭୀରେଣ ।ଶ୍ରବଣ କରି ବତ୍ସ ଦାସକୁ ପୂଜା ଦେବ ॥
ଗୀତଶୁଣ ଏକମନ ହୋଇ କୃଷ୍ଣସଙ୍ଗ ଦାସ ।ଦ୍ୱାଦଶ ଗୋପାଳ ଜାଣି ଶୂନ୍ୟ ଯେ ରାହାସ ॥
ସତ୍ୟଯୁଗେ ଋଷିଜନ୍ମ ତ୍ରେତାରେ ବାନର ।ଦ୍ୱାପରେ ଗୋପରେ ଲୀଳା କଳି ରାସ କର ॥
ଶୂନ୍ୟରାସ ଅନନ୍ତ ଯୁଗରେ ତୁମ୍ଭ ଧ୍ୟାନ ।ସତ୍ୟଯୁଗରେ ଭଗବାନରେ ଦେଲେ ମନ ॥
ତ୍ରେତୟାରେ ଶ୍ରୀରାମ ସଙ୍ଗତେ ଲୀଳା କରି ।ଦ୍ୱାପରେ ଶ୍ରୀକୃଷ୍ଣ ସଙ୍ଗେ ଚରାଇ ବାଛୁରୀ ॥
ପଥେ ବେଲବନେ ବିଜେକଲେ ଯେ ଶ୍ରୀଧର ।ବୃନ୍ଦାବନ ଦାସେ ପୁଷ୍ପ ଦିଏ ହଳଧର ॥
ଏକ ସହସ୍ରେ ଗୋପାଳ ସଙ୍ଗତେ ବିହାର ।ମୂରଲୀ ବଜାଇ ଅତି ମଧୁର ॥
ଗୁରୁଭକ୍ତି ଗୀତା ଯତନେ ଶୁଣିବ ।ଧନ ଜନ ପ୍ରାପତ ହୋଇବ ॥
ଏଠାରେ ପଢ଼ିଲେ ସୁଦାମ ପୂଜା ଦେବ ।ଗୀତକଳିଯୁଗେ ଚୈତନ୍ୟ ଗୁଣ ମୁଖେ ଗାଅ ।କଳଙ୍କୀ ବିହାର କର ତୁମ୍ଭେ ବାର ପୋଅ ॥
ଶୁଣିଣ ହରଷ ମନେ ଗୋପକୁଳ ମଣି ।କଳିଯୁଗେନଷ୍ଟ ଭ୍ରଷ୍ଟ ହେବେ ସାଧୁ ପ୍ରାଣୀ ॥
ଚୌକିରେ ବସିବେ ନରକନ୍ଧରେ ଗମିବେ ।କମଳ କୁଶ ଆସନ ଦୂର କରି ଦେବେ ॥
ଦ୍ୱନ୍ଦେ ଛନ୍ଦେ ମଜ୍ଜିବେ ଯେ ଦୃଢ଼ପଣେ ଚିତ୍ତ ।ଏଥିରେ ନ ପଡ଼ି ତୁମ୍ଭେ ଥିବ ବାର ସୁତ ॥
ପଡ଼ିକଦମ୍ୱ ବନେ ଶ୍ରୀକୃଷ୍ଣ ବିଜୟ ସେ କରି ।ବତ୍ସ ଦାସେ ପୁଷ୍ପ ସେବା କରନ୍ତି ଶ୍ରୀହରି ॥
ସହସ୍ର ଗୋପାଳ ସଙ୍ଗତେ ମଳି ।ତାଳି ବାଜଇ ଖେମଟା କୁଣ୍ଡଳୀ ॥
ଗୁରୁଭକ୍ତି ଗୀତା ସମାଧି ସାଧିବ ।